ଅଧାପନ୍ତରିଆ ଭାବେ ପଡ଼ିଛି ନୂଆଗଁା କଲ୍ୟାଣ ମଣ୍ଡପ

ନୂଆଗାଁ,୩୦ା୭ (ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ନୂଆଗାଁ ଶୈବପୀଠ ନିକଟରେ ଆରମ୍ଭ ହୋଇଥିବା କଲ୍ୟାଣ ମଣ୍ଡପ ନିର୍ମାଣ କାମ ଅଢେଇ ବର୍ଷ ହେଲା ଅଧାପନ୍ତରିଆ ଭାବେ ପଡି ରହିଛି । ନିର୍ମାଣ କାର୍ଯ୍ୟ ପାଇଁ ଅନୁଦାନ ଥିଲେ ମଧ୍ୟ ପଞ୍ଚାୟତ ନିର୍ବାଚନ ପରେ ସେହି କାର୍ଯ୍ୟକୁ ସ୍ଥଗିତ ରଖାଯିବା ଘଟଣା ଅଞ୍ଚଳବାସୀଙ୍କ ମନରେ ଅଶାନ୍ତି ସୃଷ୍ଟି କରିଛି ା ଏ ସଂକ୍ରାନ୍ତରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି ା
ସୂଚନା ଅନୁଯାୟୀ, ନୂଆଗାଁରେ ଦିନକୁ ଦିନ ଲୋକସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ା ଲୋକମାନଙ୍କ ଆବଶ୍ୟକତା ମଧ୍ୟ ବଢୁଛି । ସେହି ଅନୁସାରେ ବିବାହ, ବ୍ରତଘର , ଭୋଜିଭାତ, ସଭାସମିତି ଘରେ କରିବା ଅପେକ୍ଷା କଲ୍ୟାଣ ମଣ୍ଡପରେ କରିବାକୁ ଲୋକମାନେ ଚାହୁଁଛନ୍ତି ା ତେଣୁ ନୂଆଗାଁରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରିବା ପାଇଁ ସରକାର ୩୫ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ । ୨୦୨୦ ଡିସେମ୍ବର ୬ରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ବ୍ଲକ ଚେୟାମ୍ୟାନ ଅନ୍ତର୍ଯ୍ୟାମୀ ସ୍ବାଇଁ , ଜିଲା ପରିଷଦ ସଭ୍ୟ ସୁଦୀପ୍ତ ଚନ୍ଦ୍ର ରାୟ ଆଦି ଅତିଥିମାନଙ୍କ ଦ୍ୱାରା ନୂଆଗାଁ ଶୈବପୀଠରେ କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। କାର୍ଯ୍ୟାରମ୍ଭ ହେବାର ଅଢେଇ ବର୍ଷ ବିତି ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଫାଉଣ୍ଡେଶନ ପଡି ଅଳ୍ପ କିଛି କାମରେ ଅଟକିଛି କଲ୍ୟାଣ ମଣ୍ଡପ ନିର୍ମାଣ । ସେଥିରେ ବ୍ୟବହାର ହୋଇଥିବା ଛଡରେ କଳଙ୍କି ଲାଗି ଦୁର୍ବଳ ହେବାକୁ ବସିଲାଣି । ହେଲେ ନିର୍ମାଣ କାମକୁ ସମ୍ପୂର୍ଣ୍ଣ କରିବା ପାଇଁ କୌଣସି ନେତା କିମ୍ବା ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ପଡୁନି । ତେବେ କଲ୍ୟାଣ ମଣ୍ଡପର କାର୍ଯ୍ୟାରମ୍ଭ କରିଥିବା ଠିକାଦାରଙ୍କୁ କାର୍ଯ୍ୟ ବାବଦରେ ପଚାରିବାରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ମାତ୍ର ୧୦ ଲକ୍ଷ ଟଙ୍କାର ଫାଇଲ ପ୍ରସ୍ତୁତ କରାଯାଇଥିଲା। ସେହି ଅନୁସାରେ ମୁଁ ମୋର କାମ ସାରି ଦେଇଛି। କିନ୍ତୁ ପଞ୍ଚାୟତ ନିର୍ବାଚନ ପରେ ଆଉ ଫାଇଲ ପ୍ରସ୍ତୁତ କରାଯାଇ ନାହିଁ କିମ୍ବା ମୋତେ କାମ କରିବା ପାଇଁ ଅନୁମତି ଦିଆ ଯାଇ ନାହିଁ । ଏପରି କି ସେହି କାମରେ ମୁଁ ବ୍ୟବହାର କରିଥିବା ଛଡର ବିଲ୍‌ ମଧ୍ୟ ଏଯାବତ୍‌ ମୋତେ ପ୍ରଦାନ କରାଯାଇ ନାହିଁ ବୋଲି କହିଛନ୍ତି ଠିକାଦାର । ତେବେ ଏଥିରୁ ସ୍ପଷ୍ଟ ବାରି ହୋଇ ପଡୁଛି କି ରାଜନୀତି ପ୍ରଭାବରେ ବଳି ପଡିଛି ନୂଆଗାଁ କଲ୍ୟାଣ ମଣ୍ଡପ ନିର୍ମାଣ । ଯାହାଫଳରେ ସ୍ଥାନୀୟ ଲୋକେ ନିକଟସ୍ଥ ଅଚଳ ହାଟର ଖୋଲା ମଣ୍ଡପକୁ ଆଶ୍ରା କରି ସେଠାରେ ବିବାହ, ବ୍ରତଘର ଆଦି ଭୋଜିଭାତ କରୁଛନ୍ତି । କଲ୍ୟାଣ ମଣ୍ଡପ ନିର୍ମାଣ ବାବଦରେ ନୂଆଗାଁ ବିଡିଓ ସଚ୍ଚିଦାନନ୍ଦ ମିଶ୍ରଙ୍କୁ ପଚାରିବାରେ ମୁଁ ଏ ସଂକ୍ରାନ୍ତରେ ଯନ୍ତ୍ରୀଙ୍କ ସହ ଆଲୋଚନା କରିବି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri