Odisha Elections 2024

ଏଆଇ ବିପ୍ଳବ: ନିଯୁକ୍ତି ପାଇଁ ବଡ଼ ବିପଦ

ଓ୍ବାଶିଂଟନ୍‌,୩୦ା୭: କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାରା ବିଶ୍ୱର ନିଯୁକ୍ତି କ୍ଷେତ୍ରରେ ବଡ଼ ବିପଦ ହେବାକୁ ଯାଉଛି। ଏଆଇ ପାଇଁ ନିକଟ ଭବିଷ୍ୟତରେ ଅଗଣିତ କର୍ମଚାରୀ ସେମାନଙ୍କ ନିଯୁକ୍ତି ହରାଇବାକୁ ଯାଉଛନ୍ତି। ଏଆଇ ଆମେରିକାର ନିଯୁକ୍ତି ବଜାରକୁ କିଭଳି ପ୍ରଭାବିତ କରିବ ଏବଂ କେଉଁ ବର୍ଗର କର୍ମଚାରୀ ସର୍ବାଧିକ କ୍ଷତିଗ୍ରସ୍ତ ହେବେ, ତା’ର ଏକ ସଦ୍ୟ ରିପୋର୍ଟ ପ୍ରକାଶ ପାଇଛି। ନୂଆ ରିପୋର୍ଟ ଅନୁଯାୟୀ ୨୦୩୦ ବେଳକୁ ଆମେରିକା ଅର୍ଥନୀତିର କାର୍ଯ୍ୟ ସମୟର ୩୦ ପ୍ରତିଶତ ପର୍ଯ୍ୟନ୍ତ ଏଆଇ ଦଖଲ କରିବାକୁ ଯାଉଛି। ‘ଜେନେରେଟିଭ୍‌ ଏଆଇ ଏବଂ ଆମେରିକାରେ କାର୍ଯ୍ୟର ଭବିଷ୍ୟତ’ ନାମରେ ଏହି ଅଧ୍ୟୟନ ମାକିନ୍‌ସେ ଗ୍ଲୋବାଲ ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ କରାଯାଇଥିଲା। ଆର୍ଥତ୍କ ସଞ୍ଚାଳନ କମାଇବାରେ ଏଆଇର ବଡ଼ ଭୂମିକା ରହିବ ବୋଲି ରିପୋର୍ଟରେ କୁହାଯାଇଛି। ଏଆଇ କେବଳ ବହୁସଂଖ୍ୟାରେ ନିଯୁକ୍ତି ଅଧିକାର ଛଡ଼ାଇ ନେବ ତାହା ନୁହେଁ, ବରଂ ସମସ୍ୟା ସମାଧାନ, ସୃଜନଶୀଳତା, ବ୍ୟବସାୟ ଏବଂ ଆଇନଗତ ପେସାଦାରି କାର୍ଯ୍ୟ ମଧ୍ୟ ବଢ଼ାଇବ। ଏଆଇ ବିପ୍ଳବ ଯୋଗୁ ୨୦୩୦ ସୁଦ୍ଧା କେବଳ ଆମେରିକାରେ ଅତିରିକ୍ତ ୧୨ ନିୟୁତ ପେସାଦାରି ପରିବର୍ତ୍ତନ ଆବଶ୍ୟକ ହୋଇପାରେ ବୋଲି ରିପୋର୍ଟରେ କୁହାଯାଇଛି।
ରିପୋର୍ଟ ଅନୁଯାୟୀ ଭବିଷ୍ୟତରେ ସ୍ବାସ୍ଥ୍ୟସେବା ଶିଳ୍ପରେ ନିଯୁକ୍ତି ବଢ଼ିବା ଆଶା କରାଯାଉଛି। ଏହି ସେକ୍ଟରରେ ୩.୫ ନିୟୁତ ଅଧିକ ନିଯୁକ୍ତିର ଆବଶ୍ୟକ ହେବ ବୋଲି ଆକଳନ କରାଯାଇଛି। ସେହିପରି ୨୦୩୦ ବେଳକୁ ଏସ୍‌ଟିଇଏମ୍‌ ନିଯୁକ୍ତି ଚାହିଦା ୨୩ ପ୍ରତିଶତ ବଢ଼ିବ। ଯଦିଓ ପ୍ରଯୁକ୍ତି ସେକ୍ଟରରେ ବ୍ୟାପକ ଛଟେଇ ଚଳିତ ବର୍ଷର ଶିରୋନାମା ମଣ୍ଡନ କରିଛି, ବଡ଼ କମ୍ପାନୀଗୁଡ଼ିକରେ ମେଧାବୀମାନଙ୍କ ପାଇଁ ଦୀର୍ଘମିଆଦୀ ଚାହିଦାରେ କୌଣସି ପରିବର୍ତ୍ତନ ହେବ ନାହିଁ। ବ୍ୟାଙ୍କିଙ୍ଗ୍‌, ବୀମା, ଔଷଧ ଶିଳ୍ପ ଏବଂ ସ୍ବାସ୍ଥ୍ୟସେବା ସେକ୍ଟରରେ ଅଧିକ ଡିଟିଟାଲ ପରିବର୍ତ୍ତନ କରାଯାଉଥିବାରୁ ଆଗାମୀ ଦିନରେ ଅଧିକ ଦକ୍ଷତା ସହ ଟେକ୍‌ନିକାଲ କର୍ମଚାରୀଙ୍କ ଆବଶ୍ୟକତା ବଢ଼ିବ। ୨୦୩୦ ବେଳକୁ ପରିବହନ ସେବାରେ ୯ ପ୍ରତିଶତ ନିଯୁକ୍ତି ବଢ଼ିବା ଆଶା କରାଯାଉଛି।
ଅନ୍ୟପକ୍ଷରେ ଅଫିସ ସହାୟକ, ଗ୍ରାହକ ସେବା, ଖାଦ୍ୟ ଯୋଗାଣ ସେବା ଆଦିରେ ନିଯୁକ୍ତି ଆଗାମୀ ଦିନରେ ଯଥେଷ୍ଟ ହ୍ରାସ ପାଇବ। ରିପୋର୍ଟ ଅନୁଯାୟୀ ଆମେରିକାରେ କିରାଣି ଚାହିଦା ୧୬ ଲକ୍ଷ କମିଯିବ। ସେହିପରି ଖୁଚୁରା ବିକ୍ରେତା ୮,୩୦,୦୦୦ ହ୍ରାସ ପାଇବା ସହ ପ୍ରଶାସନିକ ସହାୟକ ନିଯୁକ୍ତି ୭,୧୦,୦୦୦ ଏବଂ କ୍ୟାଶିୟର ନିଯୁକ୍ତି ୬,୩୦,୦୦୦ ହ୍ରାସ ପାଇବ। ଅଟୋମେଶନ ବା ଲୋକଙ୍କ ବଦଳରେ ମେଶିନ୍‌ର ବ୍ୟବହାର ଯୋଗୁ ଦୋହରା କାମ, ଡେଟା ସଂଗ୍ରହ ଏବଂ ଏଲିମେଣ୍ଟାରି ଡେଟା ପ୍ରୋସେସିଂ କାର୍ଯ୍ୟ ସହ ସମ୍ପୃକ୍ତ ନିଯୁକ୍ତି ଯଥେଷ୍ଟ ପ୍ରଭାବିତ ହେବ। ଆମେରିକାରେ କମ୍‌ ପାରିଶ୍ରମିକରେ କାର୍ଯ୍ୟ କରୁଥିବା କର୍ମଚାରୀ ସର୍ବାଧିକ କ୍ଷତିଗ୍ରସ୍ତ ହେବେ। ଚଳିତ ଦଶନ୍ଧି ଶେଷ ସୁଦ୍ଧା ସେମାନଙ୍କ ପାଇଁ ପେସା ପରିବର୍ତ୍ତନ କରିବା ଜରୁରୀ ହୋଇପଡ଼ିବ ବୋଲି ରିପୋର୍ଟରେ କୁହାଯାଇଛି। ସେହିପରି ମହିଳାମାନେ ପୁରୁଷଙ୍କ ତୁଳନାରେ ଦେଢ଼ଗୁଣ ଅଧିକ ନୂଆ ପେସାକୁ ଗତି କରିବା ଆବଶ୍ୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ଆଜି ଭାରତରେ ଶୋକ: ଅର୍ଦ୍ଧନମିତ ରହିବ ଜାତୀୟ ପତାକା

ନୂଆଦିଲ୍ଲୀ,୨୧।୫: ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କର ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସୋମବାର ଦୁର୍ଘଟଣାସ୍ଥଳରୁ ରଇସିଙ୍କ ମୃତଦେହ ମିଳିଥିବା ସରକାରୀ ଗଣମାଧ୍ୟମରେ ସ୍ପଷ୍ଟ କରାଯାଇଛି। ରବିବାର...

ଚାଇନାକୁ ନାଲିଆଖି ଦେଖାଇଲେ ତାଇଓ୍ବାନ୍‌ର ନୂଆ ରାଷ୍ଟ୍ରପତି

ତାଇପେଇ ,୨୧ା୫: ତାଇଓ୍ବାନ୍‌ର ନୂଆ ରାଷ୍ଟ୍ରପତି ଭାବେ ଲାଇ ଚିଙ୍ଗ୍‌-ଟେ ଶପଥ ଗ୍ରହଣ କରିଛନ୍ତି। ସ୍ବୟଂଶାସିତ ତାଇଓ୍ବାନକୁ ଚାଇନା ସେନା ଧମକ ଦେବା ବନ୍ଦ କରିବାକୁ...

ଆସ୍ଥାଭୋଟ ଜିତିଲେ ପ୍ରଚଣ୍ଡ

କାଠମାଣ୍ଡୁ ,୨୧ା୫:ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ ସୋମବାର ପାର୍ଲାମେଣ୍ଟରେ ଆସ୍ଥାଭୋଟ ଜିତିଛନ୍ତି। ଦେଶରେ କ୍ଷମତା କନ୍ଦଳ ଲାଗିରହିଥିବାବେଳେ ପ୍ରଚଣ୍ଡଙ୍କ ପାଇଁ ରାଜନୈତିକ ସ୍ଥିରତା...

ପ୍ରତ୍ୟର୍ପଣକୁ ଚ୍ୟାଲେଞ୍ଜ କରିପାରିବେ ଅସାଞ୍ଜ

ଲଣ୍ଡନ,୨୧ା୫: ଆମେରିକାକୁ ପ୍ରତ୍ୟର୍ପଣ ବିରୋଧରେ ଓ୍ବିକିଲିକ୍ସ ଓ୍ବେବ୍‌ସାଇଟ୍‌ର ପ୍ରତିଷ୍ଠାତା ଜୁଲିଅନ୍‌ ଅସାଞ୍ଜ ଅପିଲ୍‌ କରିପାରିବେ ବୋଲି ଲଣ୍ଡନର ଏକ ଅଦାଲତ ସୋମବାର ଅନୁମତି ପ୍ରଦାନ କରିଛନ୍ତି। ଫଳରେ...

ନେତାନ୍ୟାହୁ, ହମାସ୍‌ ନେତାଙ୍କ ନାଁରେ ଗିରଫ ପରଓ୍ବାନା ଜାରି କରିବ ଆଇସିସି

ହେଗ୍‌,୨୧ା୫: ଯୁଦ୍ଧ ଅପରାଧରେ ସମ୍ପୃକ୍ତ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ, ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ୍‌ ଗାଲାଣ୍ଟ, ହମାସ୍‌ ନେତା ୟାହୟା ସିନ୍‌ଓ୍ବାର, ମହମ୍ମଦ ଡିଆବ ଇବ୍ରାହିମ ଅଲ୍‌-ମସ୍ରି...

ମହମ୍ମଦ ମୋଖବେର ଇରାନର କାର୍ଯ୍ୟକାରୀ ରାଷ୍ଟ୍ରପତି

ଦୁବାଇ,୨୦ା୫: ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କର ମୃତ୍ୟୁ ଘଟିବା ପରେ ଦେଶର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମନେଇ ସୋମବାର ପ୍ରଥମ ଉପରାଷ୍ଟ୍ରପତି...

ଶେଷ ହେଉଛି ଜେଲନସ୍କିଙ୍କ ଟର୍ମ, ଏବେ ପ୍ରଶ୍ନ କ’ଣ ହେବ ୟୁକ୍ରେନରେ

କ୍ୱିଭ,୨୦।୫: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କିଙ୍କ କାର୍ଯ୍ୟକାଳ ନିୟମ ଅନୁଯାୟୀ ଆଜି ବା ସୋମବାର ଶେଷ ହେଉଛି, କିନ୍ତୁ ସେ ତାଙ୍କ ପଦରେ ରହିବେ। ତେବେ...

ସେନାକୁ ମିଳିଲା ଇରାନ ରାଷ୍ଟ୍ରପତିଙ୍କ ମୃତ ଦେହ

ତେହେରାନ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ଇରାନର ଅଧିକାରୀମାନେ କହିଛନ୍ତି ଯେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ଧ୍ୱଂସାବଶେଷ ସେନାକୁ ମିଳିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri