ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି ୪ ମହିଳାଙ୍କର ସ୍ବାମୀମାନେ ୨୦୧୯ ନିର୍ବାଚନରେ ଜିତିଥିଲେ କିମ୍ବା ଦ୍ୱିତୀୟ ସ୍ଥାନରେ ଥିଲେ।
ବିଜେଡି ସୁପ୍ରିମୋ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(ମାର୍ଚ୍ଚ ୨୭) ରେ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କ ତାଲିକା ପ୍ରକାଶ କରିଛନ୍ତି।
ଓଡ଼ିଶାରେ ବିଧାନସଭା ନିର୍ବାଚନ ରାଜ୍ୟର ସମସ୍ତ ଲୋକ ସଭା ଆସନରେ୪ଟି ପର୍ଯ୍ୟାରେ ୧୩, ୨୦,୨୫ ମେ ଓ ୧ ଜୁନରେ ହେବାକୁ ଥିବା ମତଦାନ ସହ ହେବ।
ସରକାରୀ ଚାକିରି ଛାଡି ୨୦୧୯ରେ ନବରଙ୍ଗପୁରରୁ ବିଜେଡି ବିଧାୟକ ହୋଇଥିବା ସଦାଶିବ ପ୍ରଧାନୀଙ୍କୁ ଦ୍ୱିତୀୟ ଥର ପ୍ରାର୍ଥୀ ନ କରି, ତାଙ୍କ ସ୍ଥାନରେ ତାଙ୍କ ପତ୍ନୀ କୌଶଲ୍ୟା ପ୍ରଧାନୀଙ୍କୁ ଟିକେଟ ଦିଆଯାଇଛି।
ବିଜେଡିର ସୋରଡା ଆସନରୁ ୩ ଥର ବିଧାୟକ ଥିବା ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କୁ ବି ଏଥର ଟିକେଟ ମିଳିନାହିଁ। ତାଙ୍କ ସ୍ଥାନରେ ତାଙ୍କ ପତ୍ନୀସଂଘମିତ୍ରା ସ୍ବାଇଁକୁ ଦଳ ପ୍ରାର୍ଥୀ କରିଛି। ପୂର୍ଣ୍ଣଚନ୍ଦ୍ର ୨୦୦୯, ୨୦୧୪ ଓ ୨୦୧୯ରେ ବିଧାୟକ ରହି ସାରିଛନ୍ତି।
ଉମରକୋଟ ବିଧାନସଭା ଆସନରେ ବିଜେଡି ୨୦୧୯ରେ ସୁଭାଷ ଗୌଡଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ଭାରତୀୟ ଜନତା ପାର୍ଟି(ଭାଜପା)ର ପ୍ରାର୍ଥୀ ନିତ୍ୟାନନ୍ଦ ଗୌଡ ତାଙ୍କୁ ହରାଇ ଦେଇଥିଲେ। ଏଥର ନବୀନ ପଟ୍ଟନାୟକ ସୁଭାଷଙ୍କୁ ଟିକେଟ ନ ଦେଶ ବରଂ ଉମରକୋଟ ପାଇଁ ତାଙ୍କ ପତ୍ନୀ ନବୀନା ନାୟକଙ୍କୁ ଟିକେଟ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ବାଲେଶ୍ୱର ଜିଲାର ବସ୍ତା ବିଧାନସଭା ଆସନ ଲାଗି ସୁଭାସିନୀ ଜେନାଙ୍କୁ ଟିକେଟ ଦେଇଛନ୍ତି। ସୁଭାସିନୀ ୨୦୧୪ରେ ବାଲେଶ୍ୱରରୁ ନିର୍ବାଚିତ ହୋଇଥିବା ପୂର୍ବତନ ଏମପି ରବିନ୍ଦ୍ର ଜେନାଙ୍କ ପତ୍ନୀ। ରବୀନ୍ଦ୍ର ୨୦୧୯ରେ ଭାଜପାର ପ୍ରାର୍ଥୀ ପ୍ରତାପ ଷଡଙ୍ଗୀଙ୍କଠାରୁ ଲୋକ ସଭା ନିର୍ବାଚନରେ ହାରି ଯାଇଥିଲେ।
ବିଜେଡି ସୁପ୍ରିମୋଙ୍କ ପକ୍ଷରୁ ଲୋକ ସଭା ନିର୍ବାଚନ ପାଇଁ ଜାରି କରାଯାଇଥିବା ପ୍ରାର୍ଥୀ ତାଲିକାରେ କୌଶଲ୍ୟା ହିକ୍କାଙ୍କୁ କୋରାପୁଟ ନିର୍ବାଚନ ମଣ୍ଡଳୀରୁ ଏଥର ପ୍ରାର୍ଥୀ କରିଛନ୍ତି। ୨୦୧୯ରେ ସାଧାରଣ ନିର୍ବାଚନରେ ସେ କଂଗ୍ରେସ ପ୍ରାର୍ଥୀ ସତ୍ୟଗିରି ଉଲ୍ଲାକାଙ୍କଠାରୁ ୩,୬୧୩ ଭୋଟରେ ହାରି ଯାଇଥିଲେ।
କୌଶଲ୍ୟା ୨୦୧୪ରେ କୋରାପୁଟ ଲୋକ ସଭା ଆସନରୁ ନିର୍ବାଚିତ ହୋଇଥିବା ଝିନା ହିକ୍କାଙ୍କ ପତ୍ନୀ। ଏଥର ମୁଖ୍ୟମନ୍ତ୍ରୀ ଦୁଇ ପୂର୍ବତନ ବିଧାନସଭା ଅଧ୍ୟକ୍ଷ ଏସଏନ ପାତ୍ର ଓ ମହେଶ୍ୱର ମହାନ୍ତିଙ୍କ ପୁଅଙ୍କୁ ବି ପ୍ରାର୍ଥୀ କରିଛନ୍ତି।

Share