କରୋନାଠୁ ବଳିଗଲା ବିଏମ୍‌ସିର ଅବହେଳା

ଭୁବନେଶ୍ୱର,୧୯। ୭: ରାଜଧାନୀରେ ବର୍ତ୍ତମାନ କରୋନା ହୁହୁ ହୋଇ ମାଡ଼ି ଚାଲିଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ମୋଟ ୬୭ ଓ୍ବାର୍ଡ ମଧ୍ୟରୁ ପାଖାପାଖି ୫୦ଟିରେ ଏହି ମହାମାରୀ ଠାବ ହୋଇସାରିଲାଣି। ବର୍ତ୍ତମାନ କରୋନାକୁ ନେଇ ଓ୍ବାର୍ଡବାସୀ ନାନା ଭୟ ଓ ଆଶଙ୍କା ଭିତରେ ରହୁଛନ୍ତି। ଏପରିସ୍ଥିତିରେ ବିଏମ୍‌ସି ମୁଖ୍ୟାଳୟ ସମେତ ବିଭିନ୍ନ ଓ୍ବାର୍ଡ ଅଫିସରଙ୍କ ବଦଳି ଜଟିଳ ପରିସ୍ଥିତି ସୃଷ୍ଟି କରିଛି। ନୂଆ ଅଫିସରଙ୍କ ଦେଖା ମିଳୁ ନ ଥିବାବେଳେ ଓ୍ବାର୍ଡବାସୀଙ୍କ ସମସ୍ୟା ବୁଝିବାକୁ କେହିନାହାନ୍ତି। ଫୋନ୍‌ କଲେ କିଏ ରିସିଭ୍‌ କରୁନାହାନ୍ତି ତ ଆଉକିଏ ଦାୟିତ୍ୱରେ ନ ଥିବା କହି କଲ୍‌ କାଟିଦେଉଛନ୍ତି। ଏପଟେ କରୋନା କଟକଣା ପାଇଁ ବିଏମ୍‌ସି ଅଫିସ୍‌କୁ ଯିବା ବି ସମ୍ଭବ ହେଉନି। ଫଳରେ ବିଏମ୍‌ସିର ଅଧିକାଂଶ ଓ୍ବାର୍ଡ ଏବେ ଏକପ୍ରକାର ମୁରବୀଶୂନ୍ୟ ହୋଇପଡିଛି। ନାନା ସମସ୍ୟାରେ ଓ୍ବାର୍ଡବାସୀ ଅଣନିଃଶ୍ୱାସୀ ହୋଇପଡିଥିବାବେଳେ ବିଏମ୍‌ସିର ଏଭଳି ଅବହେଳା କରୋନା କଷ୍ଟଠୁ ବଳିଯାଇଛି।

ପୌର ନିର୍ବାଚନ ହୋଇ ନ ଥିବାରୁ ଦେଢ଼ବର୍ଷ ତଳୁ କାଉନ୍‌ସିଲରଙ୍କ କ୍ଷମତା ଚାଲିଗଲାଣି। ଜନପ୍ରତିନଧି ନ ଥିବାରୁ ଲୋକଙ୍କ ଭଲମନ୍ଦି ବୁଝି ଆବଶ୍ୟକ ସେବା ଯୋଗାଇବା ପାଇଁ ବିଏମ୍‌ସି ପକ୍ଷରୁ ଓ୍ବାର୍ଡ ଅଫିସରଙ୍କୁ ନିଯୁକ୍ତ କରାଯାଇଛି। ଏଥିପାଇଁ ସେମାନଙ୍କୁ ସ୍ବତନ୍ତ୍ର ତାଲିମ୍‌ ଦିଆଯାଇଛି। ହେଲେ ଅଧିକାରୀଙ୍କ ଅବହେଳାକୁ ନେଇ ସବୁଠୁ ଅଭିଯୋଗ ହୋଇ ଆସୁଛି। ଏବେ କରୋନା ସମୟରେ ବି ଅଧିକାଂଶ ଓ୍ବାର୍ଡ ଅଫିସରଙ୍କର ଦେଖା ମିଳୁନି। ଲୋକେ ସମସ୍ୟା ଜଣାଇବାକୁ କାହାକୁ ପାଉନାହାନ୍ତି। ଅଭିଯୋଗ ବଢ଼ୁଥିବାବେଳେ କାର୍ଯ୍ୟାନୁଷ୍ଠାନ ବଦଳରେ ହଠାତ୍‌ କିଛିଦିନ ତଳେ ୩୩ଜଣ ଓ୍ବାର୍ଡ ଅଫିସରଙ୍କୁ ବଦଳି କରାଯାଇଛି। ହେଲେ ଅଧିକାଂଶ ଓ୍ବାର୍ଡରେ ନୂଆ ଅଫିସର କାର୍ଯ୍ୟରେ ଯୋଗଦେଇନାହାନ୍ତି। କରୋନା ମୁକାବିଲାରେ ଓ୍ବାର୍ଡ ଅଫିସରଙ୍କର ଗୁରୁଦାୟିତ୍ୱ ରହୁଛି। ନମୁନା ସଂଗ୍ରହ, ପରୀକ୍ଷା, ଆକ୍ରାନ୍ତଙ୍କ ଡାଟାବେସ୍‌ ପ୍ରସ୍ତୁତ କରିବା ସହ ସେମାନଙ୍କୁ ହସ୍ପିଟାଲ ପହଞ୍ଚାଇବା ଏବଂ ବିଏମ୍‌ସି ଦ୍ୱାରା ଘୋଷିତ ଆବଦ୍ଧାଞ୍ଚଳବାସୀଙ୍କ ଭଲମନ୍ଦ ବୁଝିବା ଆଦି ବହୁ ଦାୟିତ୍ୱ ସେମାନଙ୍କ ଉପରେ ନ୍ୟସ୍ତ କରାଯାଇଛି। ଏଥିସହ ଓ୍ବାର୍ଡବାସୀଙ୍କ ଦୈନନ୍ଦିନ ସମସ୍ୟାର ସମାଧାନ ମଧ୍ୟ ଅଫିସରମାନେ କରିଥାନ୍ତି। ହେଲେ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ସହ ଅଫିସରଙ୍କ କାର୍ଯ୍ୟକଳାପକୁ ନେଇ ଜନସାଧାରଣ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି।

ବିଏମ୍‌ସିର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି, କରୋନା ସମୟରେ ବଦଳି ନିର୍ଦ୍ଦେଶକୁ ଅନେକ ୱାର୍ଡ ଅଫିସର ଗ୍ରହଣ କରିପାରି ନାହାନ୍ତି। ହେଲେ ବିଏମ୍‌ସିର ନିର୍ଦ୍ଦେଶକୁ ଅବମାନନା କରିବାର କ୍ଷମତା ନ ଥିବାରୁ ସେମାନେ ନାନା ବାହାନା ଦେଖାଇ ନୂଆ ସ୍ଥାନରେ ଯୋଗଦେବାରେ ବିଳମ୍ବ କରୁଛନ୍ତି। ସେହିଭଳି ନୂଆ ଅଧିକାରୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବାରେ ପଛଘୁଞ୍ଚା ଦେଉଛନ୍ତି। ଏନେଇ ମଧ୍ୟ ବିଏମ୍‌ସିରେ ବୈଠକ ବସି ଆଲୋଚନା ହୋଇ ନିର୍ଦ୍ଦେଶନାମାରେ କିଛିଟା ପରିବର୍ତ୍ତନ କରାଯାଇଥିବା ସେ କହିଛନ୍ତି। ଅନ୍ୟଜଣେ ଅଧିକାରୀ କହିଛନ୍ତି, ଏଠାରେ ଏବେ ସଂକ୍ରମଣ ବ୍ୟାପୁଛି। ଏହି ସମୟରେ ଅନ୍ୟ ଓ୍ବାର୍ଡକୁ ବଦଳି ସମସ୍ୟା ସୃଷ୍ଟି କରିଛି। ଓ୍ବାର୍ଡବାସୀ ମଧ୍ୟ ନୂଆ ୱାର୍ଡ ଅଫିସରଙ୍କ ଯୋଗାଯୋଗ ନମ୍ବର ଜାଣି ନ ଥିବାରୁ ସମସ୍ୟା ଜଣାଇପାରୁ ନାହାନ୍ତି।

ତେବେ ଏନେଇ ବିଏମ୍‌ସି ଅତିରିକ୍ତ କମିଶନର ସୁରଥ ମଲ୍ଲିକ କହିଛନ୍ତି, କିଛି ୱାର୍ଡ ଅଫିସରଙ୍କ ଦେହ ଖରାପ ଥିବାରୁ ବଦଳି ସ୍ଥାନରେ ଯୋଗ ଦେଇପାରିନାହାନ୍ତି। ଅନ୍ୟ ସମସ୍ତେ ନିଜ କାମ ତୁଲାଉଛନ୍ତି। ବିଏମ୍‌ସି ଅଞ୍ଚଳରେ ସମସ୍ତେ କାମ କରୁଥିବାରୁ କୌଣସି ୱାର୍ଡ କୌଣସି ଅଧିକାରୀଙ୍କୁ ଅଚିହ୍ନା ନୁହେଁ। ତେଣୁ ଓ୍ବାର୍ଡ ଅଫିସରମାନେ ଆଉ ବିଳମ୍ବ ନ କରି କାର୍ଯ୍ୟରେ ଯୋଗଦେବା ଆବଶ୍ୟକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri