ଅଣଧାନ ଚାଷର ଆବଶ୍ୟକତା

ସବୁଜ ବିପ୍ଲବ ପରେ ପରେ ଯେବେ ଯନ୍ତ୍ର ସଭ୍ୟତା ଆମ ଅର୍ଥନୀତିରେ ମୁଣ୍ଡଟେକିଲା ସେବେ ଖାଦ୍ୟ ଖାଇବାର ଆବଶ୍ୟକତା ବି ସେତିକି ବଢ଼ିଚାଲିଲା। ୨୦୫୦ ସୁଦ୍ଧା ସାରା ବିଶ୍ୱରେ ସବୁ ଲୋକଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପାଖପାଖି ୭୦ ପ୍ରତିଶତରୁ ଅଧିକ ଉପତ୍ାଦନ କରିବାର ଆବଶ୍ୟକତା ରହିଛି। ଆମ ହେତୁହେବା ଦିନରୁ ଧାନ ଆମର ମୁଖ୍ୟ ଫସଲ ବୋଲି ଆମେ ଶୁଣିଆସିଛୁ। ଏ କଥା ସତ ଯେ ଆମ ରାଜ୍ୟରେ ଅନେକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ବସବାସ କରନ୍ତି । ଏକ ତଥ୍ୟ ଅନୁସାରେ ୨୦୧୦ ରୁ ୨୦୩୯ ମଧ୍ୟରେ ଭାରତରେ ମୁଖ୍ୟତଃ ଫସଲ ଉପତ୍ାଦନରେ କ୍ଷତି ୪.୫ ରୁ ୯ପ୍ରତିଶତ ବୃଦ୍ଧି ପାଇପାରେ। ତେଣୁ କେବଳ ଧାନ ଉପତ୍ାଦନକରି ଆମେ ସଶକ୍ତ ଆଉ ସ୍ବାବଲମ୍ବୀର ନାରା ଦେଇପାରିବା ନାହିଁ। ଧାନ ବ୍ୟତୀତ ଅଣଧାନ ଚାଷ ଉପରେ ଚାଷୀମାନଙ୍କର ଆଗ୍ରହ ବଢ଼ିବା ଆବଶ୍ୟକ।
ଆମକୁ ଉପତ୍ାଦନର ହାର ବଢ଼ାଇବାକୁ ହେଲେ କେବଳ ଧାନଚାଷ ନୁହେଁ ବରଂ ଧାନ ବ୍ୟତୀତ ଅଣଧାନ ଫସଲ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ତେବେ ଏହି ଉପକ୍ରମରେ ଫସଲ ବିବିଧିକରଣ ମାଧ୍ୟମରେ ଆମେ ଏହାକୁ ଅଧିକରୁ ଅଧିକ ଚାଷୀଙ୍କ ପାଖରେ ପହଞ୍ଚାଇ ପାରିବା। ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ତଥା ତାପମାତ୍ରାରେ ଅନିଶ୍ଚିତତା କୃଷିକ୍ଷେତ୍ରକୁ ପ୍ରଭାବିତ କରୁଛି। ତେଣୁ ଏହା ସହ ତାଳଦେଇ ଆମକୁ ଉପତ୍ାଦନରେ ବୃଦ୍ଧି ଆଣିବାକୁ ହେବ। ଅଣଧାନ ଚାଷ ଏହି ଆହ୍ବାନ ଭିତରୁ ଅନ୍ୟତମ। ତେବେ ଫସଲ ବିବିଧିକରଣ ମାଧ୍ୟମରେ ଆମେ ଇଣ୍ଟରକ୍ରପ୍‌ ଆକାରରେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସମାନ କିମ୍ବା ଭିନ୍ନ ପ୍ରଜାତିର ଏକରୁ ଅଧିକ ବା ବିଭିନ୍ନ ପ୍ରକାର ଫସଲ ାଷକରି ଅଣଧାନ ଚାଷ ଦିଗରେ ଚାଷୀମାନଙ୍କୁ ପ୍ରବର୍ତ୍ତାଇପାରିବା। ଗୋଟିଏ ଫସଲ ଉପରେ ନିର୍ଭର ନ କରି ଏହାକୁ ପ୍ରମୁଖ ପ୍ରାଧାନ୍ୟ ନ ଦେଇ ଏକାଧିକ ଫସଲ ଚାଷକରିବାର ମାଧ୍ୟମ ହିଁ ଫସଲ ବିବିଧିକରଣ। ଏହାଦ୍ୱାରା ସ୍ବଳ୍ପ ଅର୍ଥକରୀ ଫସଲକୁ ପରିବର୍ତ୍ତନକରି ଅଧିକ ଅର୍ଥକରୀ ଫସଲ ଉପତ୍ାଦନ କରାଯାଇପାରେ। ଧାନ ପରେ ଧାନ ନ କରି ଅନ୍ୟ ଫସଲ ଯଥା ଡାଲିଜାତୀୟ, ତେଲଜାତୀୟ, ଅର୍ଥକରୀ ଫସଲ ଚାଷକରାଯାଇପାରେ। ଏହା କୃଷିକ୍ଷେତ୍ରରେ ଅନିଶ୍ଚିତତା ହ୍ରାସକରିବା ସହ ପରିବେଶରେ ବିବିଧତା ଆଣିବାରେ ସାହାଯ୍ୟ କରେ। ଏହା ମାଟିର ଉର୍ବରତାକୁ ବଢ଼ାଇବା ସହ ରୋଗପୋକ ନିୟନ୍ତ୍ରଣ କରିଥାଏ। କୃଷିକ୍ଷେତ୍ରରେ ମୃତ୍ତିକାର ରକ୍ଷଣାବେକ୍ଷଣ ପାଇଁ ଏକ ପରିବେଶଗତ ବିକଳ୍ପ ଭାବରେ ଏହାକୁ ବିବେଚନା କରାଯାଇପାରେ।
ତେବେ ଓଡ଼ିଶାରେ ଅଣଧାନ ଚାଷର ପରିସଂଖ୍ୟାନକୁ ଲକ୍ଷ୍ୟକଲେ ଫସଲ ବିବିଧିକରଣ କ୍ଷେତ୍ରରେ ୨୦୨୨-୨୩ରେ ମୋଟ ୩୦,୦୦୦ ହେକ୍ଟର କ୍ଷେତ୍ର ଥିବାବେଳେ ୨୦୨୩-୨୪ ରେ ଏହା ୧.୩ ଲକ୍ଷ ହେକ୍ଟରରେ ପହଞ୍ଚିଛି। ଓଡ଼ିଶାର ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁସାରେ ୨୦୨୩-୨୪ରେ ନିଟ୍‌ ବୁଣାକ୍ଷେତ୍ରର ପରିମାଣ ୫୫.୯ ଲକ୍ଷ ହେକ୍ଟର ରହିଛି, ଯାହାକି ରାଜ୍ୟର ମୋଟ ଭାୈଗୋଳିକ କ୍ଷେତ୍ରର ପାଖାପାଖି ୩୬ ପ୍ରତିଶତ । ୨୦୧୯-୨୦ରୁ ୨୦୨୩-୨୪ ମଧ୍ୟରେ ଶତକଡ଼ା ୪.୬ ପ୍ରତିଶତ ଏହି ବୁଣାକ୍ଷେତ୍ରରେ ପରିମାଣ ବଢ଼ିଛି। ଅର୍ଥନୈତିକ ସର୍ଭେ ତଥ୍ୟ ଅନୁଯାୟୀ ଦୀର୍ଘ ଦିନ ଧରି ଧାନର ମୋଟ କ୍ଷେତ୍ର ଅଧିକ ରହିଥିବାବେଳେ ଏବେ ଏଥିରେ ପରିବର୍ତ୍ତନ ଦେଖାଦେଉଛି। ଏହି କ୍ରମରେ ଏଥିରେ ଅଣଧାନ ଫସଲଗୁଡ଼ିକର କ୍ଷେତ୍ର ମଧ୍ୟ ବଢ଼ିଛି। ଧାନ ସହ ଅନ୍ୟ ଫସଲଗୁଡ଼ିକର ମଧ୍ୟ ଚାହିଦା ବଢି଼ଛି। ତେଣୁ ଏଗୁଡ଼ିକ ଆପଣେଇବାର ଆମର କାୈଣସି ଦ୍ୱିଧା ରହିବା ଅନୁଚିତ।
ଓଡ଼ିଶାରେ ଅନେକଦିନ ଧରି ଧାନାଷ ଏକ ପ୍ରମୁଖ ଅଭ୍ୟାସ ହୋଇରହିଆସିଛି। କିନ୍ତୁ ଏହା ଖାଦ୍ୟ ସୁରକ୍ଷା ପ୍ରଦାନ କରିବା ପାଇଁ ଯଥେଷ୍ଟ ନୁହେଁ। ାଷୀମାନଙ୍କ ପାଇଁ ଧାନ ାଷରୁ ମିଳୁଥିବା ଆୟ ପ୍ରାୟତଃ ବଜାର ଦରର ଅସମାନତା ଏବଂ ସଂକୀର୍ଣ୍ଣ ଲାଭ ପରି ବିଭିନ୍ନ କାରଣ ଦ୍ୱାରା ସୀମିତ ହୋଇଥାଏ। ଆଜିର ସମୟରେ କେବଳ ଏମ୍‌ଏସ୍‌ପି ଆଶାରେ ଆମେ ଧାନ ଚାଷକରି ପରୋକ୍ଷରେ ମାଟି ଆଉ ଫସଲର ଗୁଣବତ୍ତା ହ୍ରାସକରୁଛନ୍ତି। ଅଣଧାନ ଫସଲରେ ବିବିଧତା ାଷୀମାନଙ୍କୁ ଅଧିକ ଲାଭଦାୟକ ସୁଯୋଗ ପ୍ରଦାନକରେ, ଯାହାଫଳରେ ାଷୀଙ୍କ ଆୟ ଏବଂ ସାମଗ୍ରିକ ଆର୍ଥିକ ସୁରକ୍ଷାରେ ଉନ୍ନତି ଆସିପାରେ। ଏହା ଗୋଟିଏ ମୁଖ୍ୟ ଫସଲ ଉପରେ ନିର୍ଭରଶୀଳତା ହ୍ରାସକରି ଖାଦ୍ୟ ସୁରକ୍ଷା ମଧ୍ୟ ସୁନିଶ୍ଚିତ କରେ। ଏହା ସହ ଡାଲି ଏବଂ ବାଜରା ପରି ଅଣଧାନ ଫସଲ ସାଧାରଣତଃ ଅଧିକ ମରୁଡ଼ି ପ୍ରତିରୋଧୀ ଏବଂ ଜଳ ଅଭାବ ସମୟରେ ସେମାନଙ୍କର ାଷ ଏକ ସ୍ବତନ୍ତ୍ର ବିକଳ୍ପ ଭାବେ କାର୍ଯ୍ୟକରିପାରେ। ଏହି ବିବିଧତା ରଣନୀତି ଜଳବାୟୁ ପରିବର୍ତ୍ତନର ଯୁଦ୍ଧକୁ ସାମ୍ନାକରି କୃଷିକ୍ଷେତ୍ରର ସ୍ଥିରତା ବୃଦ୍ଧିକରେ। ଏହି ଅଣଧାନ ଫସଲ ାଷକରି ପତିତ ଜମିଗୁଡ଼ିକୁ ଏବେ ପ୍ରଭାବଶାଳୀଭାବରେ ବ୍ୟବହାର କରାଯାଇପାରିବ। ଫଳରେ ବର୍ଷ ସାରା ଉପତ୍ାଦକତା ବୃଦ୍ଧି ଏବଂ ଅଧିକ ଅମଳ ହୋଇପାରିବ।
ତେବେ ଅଣଧାନ ଚାଷର ପ୍ରାଥମିତକତା ବୃଦ୍ଧି ପାଇଁ ପ୍ରଥମରେ ଗାଁଗାଁରେ କୃଷକ କର୍ମଶାଳା ତଥା ସଚେତନତା ଶିବିର ଆୟୋଜନକରି ଅଣଧାନ ଚାଷର ଗୁରୁତ୍ୱ ଚାଷୀଙ୍କୁ ବୁଝାଇବାକୁ ହେବ। ଦ୍ୱିତୀୟରେ କେବଳ ଧାନ ଆମ ଆୟବୃଦ୍ଧି ପାଇଁ ପର୍ଯ୍ୟାପ୍ତ ନୁହେଁ ବରଂ ଏହା ସହ ଆମେ ଅମଳ ପରେ କିପରି ଅଣଧାନ ଚାଷକୁ ଗୁରୁତ୍ୱ ଦେବା ତାହାର କ୍ଷେତ୍ର ପ୍ରଦର୍ଶନର ଦାୟିତ୍ୱ ଗ୍ରାମାଞ୍ଚଚଳ କୃଷି ଅଧିକାରୀମାନେ ଅଗ୍ରାଧିକାର ଭିତ୍ତିରେ ନିଅନ୍ତୁ। ତୃତୀୟରେ ବିଭିନ୍ନ ବେସରକାରୀ ସଂସ୍ଥା ଏହି ଅଣଧାନ ଚାଷର ବିଭିନ୍ନ ସରକାରୀ ପ୍ରକଳ୍ପକୁ କିପରି ଓଡ଼ିଶାର ସବୁ ଜିଲାରେ ସହଜ ଓ ସୁବିଧାରେ ପହଞ୍ଚାଇପାରିବେ ସେ ଦିଗରେ ଯନତ୍ବାନ୍‌ ହେବା ଆବଶ୍ୟକ। ଚତୁର୍ଥରେ ଚାଷୀମାନଙ୍କ ନିକଟରେ ଅଧିକ ଅମଳକ୍ଷମ ବିହନ, କୃଷିକ୍ଷେତ୍ରରେ ପ୍ରଯୁକ୍ତିବଦ୍ୟାର, ଜ୍ଞାନକାୈଶଳର ଉପଯୋଗ ତଥା ଅମଳ ପରେ ଠିକ୍‌ ବିପଣନ ତଥା ସରକାରଙ୍କ ବିଭିନ୍ନ ନିୟମାବଳୀ କିପରି ଠିକ୍‌ ସମୟରେ ଉପଲବ୍ଧ ହୋଇପାରିବ, ସେ ଦିଗରେ ଅନୁଧ୍ୟାନ କରାଯିବା ଆବଶ୍ୟକ। ସମ୍ପ୍ରସାରଣ କହେ ଦେଖିବା ହିଁ ବିଶ୍ୱାସକରିବା। ପଞ୍ଚମରେ କୃଷି ସମ୍ପ୍ରସାରଣ ମାଧ୍ୟମରେ ଚାଷୀଙ୍କ ପାଖରେ ଏହି ସମ୍ପର୍କିତ ସ୍ବତନ୍ତ୍ର ପ୍ରଶିକ୍ଷଣ ଶିବିରମାନ ଆୟୋଜନ କରାଯାଇ ସଫଳ କୃଷକଙ୍କ ଅଣଧାନ ଚାଷ ଫାର୍ମ ପରିଦର୍ଶନରେ ନିଆଗଲେ ଚାଷୀମାନେ ବାସ୍ତବତାକୁ ଉପଲବ୍ଧି କରିପାରିରେ। ସୁତରାଂ ୨୦୩୬ ଶତାୟୁ ଓଡ଼ିଶାର ବିକାଶ ନକ୍ସାରେ ଅଣଧାନ ଚାଷର ପ୍ରାଥମିକତା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ।

ଡି.ଶୁଭମ୍‌

ଜୈବ ନିରୀକ୍ଷକ, ଓଡ଼ିଶା ରାଜ୍ୟ ଜୈବ ପ୍ରମାଣନ ସଂସ୍ଥା, ଭୁବନେଶ୍ୱର
ମୋ: ୯୪୩୮୪୬୭୦୭୯


Enter your email to get our daily news in your inbox.

All Right Reserved By Dharitri.Com

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri