୧୬,୫୦୦ ଫୁଟ ଉଚ୍ଚରେ ଉଡ଼ିଲା ଏନ୍‌ସିସି ପତାକା

ପୁରୀ ଅଫିସ,୧୩ା୧୨: ସାମନ୍ତ ଚନ୍ଦ୍ରଶେଖର (ଏସ୍‌ସିଏସ୍‌) ସ୍ବୟଂଶାସିତ ମହାବିଦ୍ୟାଳୟ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍‌ସିସି)ର କ୍ୟାଡେଟ୍‌ ଆଶିଷ ଜେନା ଓଡ଼ିିଶାର ଏକମାତ୍ର କ୍ୟାଡେଟ ଭାବେ ହିମାଳୟର ୧୬ହଜାର ୫୦୦ ଫୁଟ ଉଚ୍ଚ ପର୍ବତାରୋହଣ କରିଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ଏନ୍‌ସିସି ମହାନିର୍ଦ୍ଦେଶାଳୟ ନୂଆଦିଲ୍ଲୀ ଦ୍ୱାରା ଦେଶର ୫ଜଣ କ୍ୟାଡେଟଙ୍କୁ ଚୟନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଆଶିଷ ଓଡ଼ିଶାର ଏକମାତ୍ର କ୍ୟାଡେଟ୍‌ ଭାବେ ଏହି ଦୁଃସାହସିକ ପର୍ବତାରୋହଣ କରିବାରେ ସଫଳ ହୋଇଥିଲେ। କ୍ୟାଡେଟ୍‌ଙ୍କ ମନରେ ସାହସିକତା ତଥା ଆତ୍ମବିଶ୍ୱାସ ବୃଦ୍ଧି କରିବା ଲାଗି ଏଭଳି ପଦକ୍ଷେପ ନିଆଯାଇଥିଲା। ପଶ୍ଚିମବଙ୍ଗର ଦାର୍ଜିଲିଂସ୍ଥିତ ହିମାଳୟ ପର୍ବତାରୋହଣ ପ୍ରତିଷ୍ଠାନରେ ପ୍ରଥମ ଦଶ ଦିନ ପଥରପୂର୍ଣ୍ଣ ଓ ବରଫାବୃତ୍ତ ପର୍ବତ ଆରୋହଣ ପ୍ରଶିକ୍ଷଣ ନେଇ ପରବର୍ତ୍ତୀ ୧୨ଦିନରେ ପ୍ରତିକୂଳ ପରିସ୍ଥିତିରେ ନିମ୍ନ ତାପମାତ୍ରାରେ ବରଫାବୃତ ହିମାଳୟର ୧୬,୫୦୦ ଫୁଟ ଉଚ୍ଚ ପର୍ବତାରୋହଣ କରି ଏନ୍‌ସିସି ପତାକା ଉଡ଼ାଇଥିଲେ। ଏଥିଲାଗି ପ୍ରତିଷ୍ଠାନ ପକ୍ଷରୁ ତାଙ୍କୁ ପ୍ରଶଂସା କରାଯିବା ସହ ମେଡାଲ ଓ ପ୍ରମାଣପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏନ୍‌ସିସି ବାଟାଲିୟନ ପୁରୀର କମାଣ୍ଡିଙ୍ଗ୍‌ ଅଫିସର କର୍ନେଲ ସୁଦର୍ଶନ ଜୋଶୀ ଓ ପ୍ରଶାସନିକ ଅଫିସର କର୍ନେଲ ପ୍ରସନ୍ନ କୁମାର ପଣ୍ଡାଙ୍କ ସମେତ ଓଡ଼ିଶା ଏନ୍‌ସିସି ନିଦ୍ଦେର୍ର୍ଶାଳୟ ଭୁବନେଶ୍ୱର ପକ୍ଷରୁ ଆଶିଷଙ୍କୁ ପ୍ରଶଂସା କରାଯାଇଛି। ତାଙ୍କୁ ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ସୁଜାତା ମିଶ୍ର ଓ ଏନ୍‌ସିସି ଅଧିକାରୀ ଲେଫ୍ଟନାଣ୍ଟ ଡ. ସଞ୍ଜୟ କୁମାର ସୁନ୍ଦରାୟ ସମ୍ବର୍ଦ୍ଧିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri