ଯନ୍ତ୍ରଣା ଦେଉଛି ଜାତୀୟ ରାଜପଥ

ଭୁବନ, ୨୩।୯(ଡି.ଏନ.ଏ.) ସୁବ୍ୟବସ୍ଥିତ ସଡ଼କପଥ ଉପରେ ନିର୍ଭର କରେ ଅଞ୍ଚଳର ବିକାଶ। ଆନ୍ତଃରାଜ୍ୟ ଏବଂ ଆନ୍ତଃଜିଲା ପରିବହନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲାଗି ଜାତୀୟ ରାଜପଥ (ଏନ୍‌ଏଚ୍‌)ର ଉନ୍ନତୀକରଣକୁ ସର୍ବଦା ଦିଆଯାଉଛି ପ୍ରାଥମିକତା। ରାସ୍ତା ସମ୍ପ୍ରସାରଣ, ଡ୍ରେନେଜ୍‌ ବ୍ୟବସ୍ଥା, ଆଲୋକୀକରଣ ବାବଦରେ ଖର୍ଚ୍ଚ ହେଉଛି ବିପୁଳ ଅର୍ଥ। ହେଲେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ)ଙ୍କ ଅବହେଳା ଯୋଗୁ ଢେଙ୍କାନାଳ ଜିଲା ଭୁବନ ସହର ଦେଇ ଯାଇଥିବା ୫୩ନଂ. ଏନ୍‌ଏଚ୍‌ର ୩ କି.ମି. ରାସ୍ତା ମରଣଯନ୍ତା ପାଲଟିଛି। ଖାଲଖମାରେ ଭର୍ତ୍ତି ଉକ୍ତ ରାସ୍ତାରେ ଦୁର୍ଘଟଣା ନିତିଦିନିଆ ହୋଇଥିବାବେଳେ ବର୍ଷାଦିନେ କାଦୁଅ ଏବଂ ଗ୍ରୀଷ୍ମରେ ଧୂଳିଧୂଅଁା ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ବାରମ୍ବାର ଦାବି ସତ୍ତ୍ୱେ ଏନ୍‌ଏଚ୍‌ଏଆଇ କିମ୍ବା ଏନ୍‌ଏସି କର୍ତ୍ତୃପକ୍ଷ ଏଥିପ୍ରତି ସାମାନ୍ୟତମ ଧ୍ୟାନ ଦେଉନାହାନ୍ତି। ଏହାକୁ ନେଇ ଅସନ୍ତୋଷ ତୀବ୍ର ହେଉଥିବାବେଳେ ଐତିହାସିକ ବଳଦଯାତ୍ରା ଏବଂ ଦଶହରା ପୂର୍ବରୁ ଏହାର ମରାମତି ଦିଗରେ ପଦକ୍ଷେପ ନିଆ ନ ଗଲେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ ଏବଂ ବ୍ୟବସାୟୀ ସଂଘର କର୍ମକର୍ତ୍ତା।
ଭୁବନ ଏନ୍‌ଏସିର କଲେଜ ଛକ-ଦୁର୍ଗାବଜାର-କାଳୀବଜାର- ନୂଆଭୁବନ- ତହସିଲ କାର୍ଯ୍ୟାଳୟ ଦେଇ କୋର୍ଟ ଛକରେ ସଂଯୋଗ ହେଉଥିଲା ଏନ୍‌ଏଚ୍‌ ୫୩। ଏହି ରାସ୍ତା ଦେଇ ଦୈନିକ ହଜାର ହଜାର ଭାରିଯାନ, ଯାତ୍ରୀବାହୀ ବସ୍‌ ଚଳାଚଳ କରୁଥିଲା। କିନ୍ତୁ ସହର ମଧ୍ୟ ଦେଇ ଯାଇଥିବା ବ୍ୟସ୍ତ ବହୁଳ ସଡ଼କ ପଥରେ ଦୁର୍ଘଟଣା ବଢ଼ିବାରୁ ଅଞ୍ଚଳବାସୀଙ୍କ ଦାବି ଅନୁଯାୟୀ ନିର୍ମାଣ ହେଲା ବାଇପାସ୍‌। ଏବେ ଏନ୍‌ଏଚ୍‌ ୫୩ କଲେଜ ଛକ-କୋର୍ଟ ଛକ ଦେଇ ସିଧାସଳଖ କାମାକ୍ଷାନଗରକୁ ସଂଯୋଗ କରୁଛି। ଉକ୍ତ ରାସ୍ତାରେ ଅଧିକ ଯାନବାହନ ଚଳାଚଳ କରୁଛି। ହେଲେ ପୂର୍ବରୁ ସହର ଦେଇ ଯାଇଥିବା ଜାତୀୟ ରାଜପଥ ମରାମତି କରାଯାଉ ନ ଥିବାରୁ ଖାଲଖମାରେ ଭର୍ତ୍ତି ହୋଇ ଏହା ଶୋଚନୀୟ ହୋଇପଡ଼ିଛି। ବର୍ଷାଦିନେ ଗର୍ତ୍ତରେ ଆଣ୍ଠୁଏ ପାଣି ଜମି ରହିବା ଫଳରେ ଯାତାୟାତ ଅଧିକ ବିପଦସଙ୍କୁଳ ହେଉଛି। ଖରାଦିନେ କାଦୁଅ ସବୁ ଧୂଳିରେ ପରିଣତ ହୋଇ ଜନଜୀବନକୁ ଦୁର୍ବିଷହ କରିପକାଉଛି। ରାସ୍ତା ପାର୍ଶ୍ୱରେ ଶିକ୍ଷାନୁଷ୍ଠାନ, ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଶତାଧିକ ବ୍ୟବସାୟିକ ପ୍ରତିଷ୍ଠାନ ରହିଛି। ତେଣୁ ଏହା ଉପରେ ଦୈନନ୍ଦିନ ଶତାଧିକ ଛାତ୍ରୀଛାତ୍ର, ବ୍ୟବସାୟୀ, ଜନସାଧାରଣ ନିର୍ଭର କରୁଛନ୍ତି। ଭାରିଯାନ, ବସ୍‌ ମଧ୍ୟ ଚଳାଚଳ କରୁଛି। ରାସ୍ତାରେ ସୃଷ୍ଟି ହୋଇଥିବା ଗର୍ତ୍ତରେ ପଡ଼ି ଅନେକ ସମୟରେ ସାଇକେଲ ଚାଳକ, ବାଇକ୍‌ ଚାଳକ ଦୁର୍ଘଟଣାର ଶିକାର ହେଉଛନ୍ତି। ଭାରସାମ୍ୟ ହରାଇ ଭାରିଯାନ ଓଲଟି ପଡ଼ିବା ନଜିର ରହିଛି। ଏ ନେଇ ଅଞ୍ଚଳବାସୀ ଜିଲାପାଳ, ଏନ୍‌ଏଚ୍‌ଏଆଇଙ୍କୁ ଅବଗତ କରାଇଥିଲେ ମଧ୍ୟ ସୁଫଳ ମିଳୁନାହିଁ। ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଡ୍ରେନ୍‌ ପୋତି ହୋଇଯାଇଥିବାରୁ ବର୍ଷାପାଣି, ନର୍ଦ୍ଦମାଜଳ ନିଷ୍କାସନ ହୋଇ ନ ପାରି ଘରେ ପଶୁଛି। ଆଗକୁ ଅଞ୍ଚଳର ଐତିହାସିକ ପର୍ବ ବଳଦଯାତ୍ରା ଏବଂ ପ୍ରସିଦ୍ଧ ଦଶହରା ପର୍ବ ଥିବାରୁ ରାସ୍ତା ମରାମତି ନ ହେଲେ ସମସ୍ୟା ବଢ଼ିବ। ତେଣୁ ଯୁଦ୍ଧକାଳୀନଭିତ୍ତିରେ ଅକ୍ଟୋବର ୧୫ ପୂର୍ବରୁ ଏନ୍‌ଏସି କର୍ତ୍ତୃପକ୍ଷ ଏବଂ ଏନ୍‌ଏଚ୍‌ଏଆଇ ସମନ୍ବୟ ରକ୍ଷା କରି ରାସ୍ତା ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ଏନ୍‌ଏଚ୍‌ଏଆଇ ଗୁରୁତ୍ୱ ଦେଉନି
ବାଇପାସ୍‌ ନିର୍ମାଣ ହେବା ପରେ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ସହର ଦେଇ ଯାଇଥିବା ରାସ୍ତା ଉନ୍ନତୀକରଣ କଥା ଭୁଲିଯାଇଛନ୍ତି। ଏହାକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯାଉନାହିଁ। ପୂର୍ବରୁ ଏନ୍‌ଏଚ୍‌ କାର୍ଯ୍ୟରେ ନିୟୋଜିତ ଠିକାସଂସ୍ଥା ଏହାକୁ ମରାମତି କରୁଥିଲା। ଏବେ ସେତକ ବି ହୋଇପାରୁନି। ଏଥିପ୍ରତି ଗୁରୁତ୍ୱ ନ ଦେଲେ ଆନ୍ଦୋଳନ କରାଯିବ।
-ସମୀର କୁମାର ସାହୁ, କାଳୀବଜାର ବଣିକ ସଂଘ ସଭାପତି

ଜିଲାପାଳଙ୍କୁ ଅବଗତ କରାଯାଇଛି
ଭୁବନ ସହର ଦେଇ ଯାଇଥିବା ଜାତୀୟ ରାଜପଥ ୫୩ର ମରାମତି ପାଇଁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଖୁବ୍‌ଶୀଘ୍ର ଏହାର ମରାମତି କରାଯିବ। ସେହିପରି ଡ୍ରେନେଜ୍‌ ସମସ୍ୟାର ସମାଧାନ ପାଇଁ ୧୫ ଓ୍ବାର୍ଡରେ ୧୫ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନେ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦାଖଲ କରିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।
-ଦୁର୍ଯ୍ୟୋଧନ ସାହୁ, ଏନ୍‌ଏସି ନିର୍ବାହୀ ଅଧିକାରୀ

ଠିକାସଂସ୍ଥା ସହାୟତାରେ ମରାମତି କରାଯିବ
ଶୋଚନୀୟ ହୋଇପଡ଼ିଥିବା ଏନ୍‌ଏଚ୍‌ ୫୩ର ମରାମତି କରିବା ଲାଗି ଅଭିଯୋଗପତ୍ର ମିଳିଛି। ଏ ସଂକ୍ରାନ୍ତରେ ଜିଲାପାଳଙ୍କୁ ଅବଗତ କରାଯାଇଥିଲା। ଜିଲାପାଳ ଆସି ବ୍ୟକ୍ତିଗତ ଭାବେ ତଦାରଖ କରି ଯାଇଛନ୍ତି। ଜାତୀୟ ରାଜପଥ ନିର୍ମାଣ ଦାୟିତ୍ୱରେ ଥିବା ଠିକାସଂସ୍ଥା ସହାୟତାରେ ଏହାର ମରାମତି କରିବା ଲାଗି ଆବଶ୍ୟକ ପଦକ୍ଷେପ ନିଆଯିବ।
-ଜ୍ୟୋତିଶଙ୍କର ସାହୁ, ଉପଜିଲାପାଳ


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri