ଯନ୍ତ୍ରଣା ଦେଉଛି ଜାତୀୟ ରାଜପଥ

ଭୁବନ, ୨୩।୯(ଡି.ଏନ.ଏ.) ସୁବ୍ୟବସ୍ଥିତ ସଡ଼କପଥ ଉପରେ ନିର୍ଭର କରେ ଅଞ୍ଚଳର ବିକାଶ। ଆନ୍ତଃରାଜ୍ୟ ଏବଂ ଆନ୍ତଃଜିଲା ପରିବହନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲାଗି ଜାତୀୟ ରାଜପଥ (ଏନ୍‌ଏଚ୍‌)ର ଉନ୍ନତୀକରଣକୁ ସର୍ବଦା ଦିଆଯାଉଛି ପ୍ରାଥମିକତା। ରାସ୍ତା ସମ୍ପ୍ରସାରଣ, ଡ୍ରେନେଜ୍‌ ବ୍ୟବସ୍ଥା, ଆଲୋକୀକରଣ ବାବଦରେ ଖର୍ଚ୍ଚ ହେଉଛି ବିପୁଳ ଅର୍ଥ। ହେଲେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ)ଙ୍କ ଅବହେଳା ଯୋଗୁ ଢେଙ୍କାନାଳ ଜିଲା ଭୁବନ ସହର ଦେଇ ଯାଇଥିବା ୫୩ନଂ. ଏନ୍‌ଏଚ୍‌ର ୩ କି.ମି. ରାସ୍ତା ମରଣଯନ୍ତା ପାଲଟିଛି। ଖାଲଖମାରେ ଭର୍ତ୍ତି ଉକ୍ତ ରାସ୍ତାରେ ଦୁର୍ଘଟଣା ନିତିଦିନିଆ ହୋଇଥିବାବେଳେ ବର୍ଷାଦିନେ କାଦୁଅ ଏବଂ ଗ୍ରୀଷ୍ମରେ ଧୂଳିଧୂଅଁା ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ବାରମ୍ବାର ଦାବି ସତ୍ତ୍ୱେ ଏନ୍‌ଏଚ୍‌ଏଆଇ କିମ୍ବା ଏନ୍‌ଏସି କର୍ତ୍ତୃପକ୍ଷ ଏଥିପ୍ରତି ସାମାନ୍ୟତମ ଧ୍ୟାନ ଦେଉନାହାନ୍ତି। ଏହାକୁ ନେଇ ଅସନ୍ତୋଷ ତୀବ୍ର ହେଉଥିବାବେଳେ ଐତିହାସିକ ବଳଦଯାତ୍ରା ଏବଂ ଦଶହରା ପୂର୍ବରୁ ଏହାର ମରାମତି ଦିଗରେ ପଦକ୍ଷେପ ନିଆ ନ ଗଲେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ ଏବଂ ବ୍ୟବସାୟୀ ସଂଘର କର୍ମକର୍ତ୍ତା।
ଭୁବନ ଏନ୍‌ଏସିର କଲେଜ ଛକ-ଦୁର୍ଗାବଜାର-କାଳୀବଜାର- ନୂଆଭୁବନ- ତହସିଲ କାର୍ଯ୍ୟାଳୟ ଦେଇ କୋର୍ଟ ଛକରେ ସଂଯୋଗ ହେଉଥିଲା ଏନ୍‌ଏଚ୍‌ ୫୩। ଏହି ରାସ୍ତା ଦେଇ ଦୈନିକ ହଜାର ହଜାର ଭାରିଯାନ, ଯାତ୍ରୀବାହୀ ବସ୍‌ ଚଳାଚଳ କରୁଥିଲା। କିନ୍ତୁ ସହର ମଧ୍ୟ ଦେଇ ଯାଇଥିବା ବ୍ୟସ୍ତ ବହୁଳ ସଡ଼କ ପଥରେ ଦୁର୍ଘଟଣା ବଢ଼ିବାରୁ ଅଞ୍ଚଳବାସୀଙ୍କ ଦାବି ଅନୁଯାୟୀ ନିର୍ମାଣ ହେଲା ବାଇପାସ୍‌। ଏବେ ଏନ୍‌ଏଚ୍‌ ୫୩ କଲେଜ ଛକ-କୋର୍ଟ ଛକ ଦେଇ ସିଧାସଳଖ କାମାକ୍ଷାନଗରକୁ ସଂଯୋଗ କରୁଛି। ଉକ୍ତ ରାସ୍ତାରେ ଅଧିକ ଯାନବାହନ ଚଳାଚଳ କରୁଛି। ହେଲେ ପୂର୍ବରୁ ସହର ଦେଇ ଯାଇଥିବା ଜାତୀୟ ରାଜପଥ ମରାମତି କରାଯାଉ ନ ଥିବାରୁ ଖାଲଖମାରେ ଭର୍ତ୍ତି ହୋଇ ଏହା ଶୋଚନୀୟ ହୋଇପଡ଼ିଛି। ବର୍ଷାଦିନେ ଗର୍ତ୍ତରେ ଆଣ୍ଠୁଏ ପାଣି ଜମି ରହିବା ଫଳରେ ଯାତାୟାତ ଅଧିକ ବିପଦସଙ୍କୁଳ ହେଉଛି। ଖରାଦିନେ କାଦୁଅ ସବୁ ଧୂଳିରେ ପରିଣତ ହୋଇ ଜନଜୀବନକୁ ଦୁର୍ବିଷହ କରିପକାଉଛି। ରାସ୍ତା ପାର୍ଶ୍ୱରେ ଶିକ୍ଷାନୁଷ୍ଠାନ, ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଶତାଧିକ ବ୍ୟବସାୟିକ ପ୍ରତିଷ୍ଠାନ ରହିଛି। ତେଣୁ ଏହା ଉପରେ ଦୈନନ୍ଦିନ ଶତାଧିକ ଛାତ୍ରୀଛାତ୍ର, ବ୍ୟବସାୟୀ, ଜନସାଧାରଣ ନିର୍ଭର କରୁଛନ୍ତି। ଭାରିଯାନ, ବସ୍‌ ମଧ୍ୟ ଚଳାଚଳ କରୁଛି। ରାସ୍ତାରେ ସୃଷ୍ଟି ହୋଇଥିବା ଗର୍ତ୍ତରେ ପଡ଼ି ଅନେକ ସମୟରେ ସାଇକେଲ ଚାଳକ, ବାଇକ୍‌ ଚାଳକ ଦୁର୍ଘଟଣାର ଶିକାର ହେଉଛନ୍ତି। ଭାରସାମ୍ୟ ହରାଇ ଭାରିଯାନ ଓଲଟି ପଡ଼ିବା ନଜିର ରହିଛି। ଏ ନେଇ ଅଞ୍ଚଳବାସୀ ଜିଲାପାଳ, ଏନ୍‌ଏଚ୍‌ଏଆଇଙ୍କୁ ଅବଗତ କରାଇଥିଲେ ମଧ୍ୟ ସୁଫଳ ମିଳୁନାହିଁ। ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଡ୍ରେନ୍‌ ପୋତି ହୋଇଯାଇଥିବାରୁ ବର୍ଷାପାଣି, ନର୍ଦ୍ଦମାଜଳ ନିଷ୍କାସନ ହୋଇ ନ ପାରି ଘରେ ପଶୁଛି। ଆଗକୁ ଅଞ୍ଚଳର ଐତିହାସିକ ପର୍ବ ବଳଦଯାତ୍ରା ଏବଂ ପ୍ରସିଦ୍ଧ ଦଶହରା ପର୍ବ ଥିବାରୁ ରାସ୍ତା ମରାମତି ନ ହେଲେ ସମସ୍ୟା ବଢ଼ିବ। ତେଣୁ ଯୁଦ୍ଧକାଳୀନଭିତ୍ତିରେ ଅକ୍ଟୋବର ୧୫ ପୂର୍ବରୁ ଏନ୍‌ଏସି କର୍ତ୍ତୃପକ୍ଷ ଏବଂ ଏନ୍‌ଏଚ୍‌ଏଆଇ ସମନ୍ବୟ ରକ୍ଷା କରି ରାସ୍ତା ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ଏନ୍‌ଏଚ୍‌ଏଆଇ ଗୁରୁତ୍ୱ ଦେଉନି
ବାଇପାସ୍‌ ନିର୍ମାଣ ହେବା ପରେ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ସହର ଦେଇ ଯାଇଥିବା ରାସ୍ତା ଉନ୍ନତୀକରଣ କଥା ଭୁଲିଯାଇଛନ୍ତି। ଏହାକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯାଉନାହିଁ। ପୂର୍ବରୁ ଏନ୍‌ଏଚ୍‌ କାର୍ଯ୍ୟରେ ନିୟୋଜିତ ଠିକାସଂସ୍ଥା ଏହାକୁ ମରାମତି କରୁଥିଲା। ଏବେ ସେତକ ବି ହୋଇପାରୁନି। ଏଥିପ୍ରତି ଗୁରୁତ୍ୱ ନ ଦେଲେ ଆନ୍ଦୋଳନ କରାଯିବ।
-ସମୀର କୁମାର ସାହୁ, କାଳୀବଜାର ବଣିକ ସଂଘ ସଭାପତି

ଜିଲାପାଳଙ୍କୁ ଅବଗତ କରାଯାଇଛି
ଭୁବନ ସହର ଦେଇ ଯାଇଥିବା ଜାତୀୟ ରାଜପଥ ୫୩ର ମରାମତି ପାଇଁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଖୁବ୍‌ଶୀଘ୍ର ଏହାର ମରାମତି କରାଯିବ। ସେହିପରି ଡ୍ରେନେଜ୍‌ ସମସ୍ୟାର ସମାଧାନ ପାଇଁ ୧୫ ଓ୍ବାର୍ଡରେ ୧୫ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନେ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦାଖଲ କରିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।
-ଦୁର୍ଯ୍ୟୋଧନ ସାହୁ, ଏନ୍‌ଏସି ନିର୍ବାହୀ ଅଧିକାରୀ

ଠିକାସଂସ୍ଥା ସହାୟତାରେ ମରାମତି କରାଯିବ
ଶୋଚନୀୟ ହୋଇପଡ଼ିଥିବା ଏନ୍‌ଏଚ୍‌ ୫୩ର ମରାମତି କରିବା ଲାଗି ଅଭିଯୋଗପତ୍ର ମିଳିଛି। ଏ ସଂକ୍ରାନ୍ତରେ ଜିଲାପାଳଙ୍କୁ ଅବଗତ କରାଯାଇଥିଲା। ଜିଲାପାଳ ଆସି ବ୍ୟକ୍ତିଗତ ଭାବେ ତଦାରଖ କରି ଯାଇଛନ୍ତି। ଜାତୀୟ ରାଜପଥ ନିର୍ମାଣ ଦାୟିତ୍ୱରେ ଥିବା ଠିକାସଂସ୍ଥା ସହାୟତାରେ ଏହାର ମରାମତି କରିବା ଲାଗି ଆବଶ୍ୟକ ପଦକ୍ଷେପ ନିଆଯିବ।
-ଜ୍ୟୋତିଶଙ୍କର ସାହୁ, ଉପଜିଲାପାଳ


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଚାଞ୍ଚଲ୍ୟ: ଏ-କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ବନ୍ଧୁକ ମୁନରେ ଧମକ, ଥାନାରେ ଏତଲା ପରେ…

ବରଗଡ଼, ୨୬।୬ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି। ଜଣେ ଜଣାଶୁଣା ଏ-କ୍ଲାସ କଣ୍ଟ୍ରାକ୍ଟର ସୁଜୟ ଶ୍ରୀମନ୍ତ ବିଶିଙ୍କୁ ବନ୍ଧୁକ ମୁନରେ…

ବାଣପୁରରେ ଦୁର୍ଘଟଣା: ଭାରସାମ୍ୟ ହରାଇ ବିଲ ମଝିକୁ ଓଲଟିଲା ଦ୍ରୁତଗାମୀ କାର୍, ୫ ମଦ୍ୟପ ଯୁବକ…

ବାଣପୁର, ୨୬।୬ (ଦିଲ୍ଲୀପ କୁମାର ସ୍ୱାଇଁ): ନାଚୁଣୀ ଥାନା ଅଧୀନ ଦେଓଗାଁ ଆଗୁଳଛକ ନିକଟ ବ୍ରିଜ୍‌ ପାଖରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ…

ଓଡ଼ିଶା କଂଗ୍ରେସର ନୂଆ ପ୍ରଭାରୀ ହେଲେ ଲାଲ୍‌ଜୀ ଦେଶାଇ: AICC ପକ୍ଷରୁ ବିଜ୍ଞପ୍ତି ଜାରି

ଭୁବନେଶ୍ୱର,୨୬।୬: ରାଜ୍ୟ କଂଗ୍ରେସ ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲାଲ୍‌ଜୀ ଦେଶାଇଙ୍କୁ ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ସେ ପୂର୍ବତନ…

ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ଅବକାରୀ ବିଭାଗ: ଦୁଇ ଶିକ୍ଷକ ସମେତ ଜଣେ ଗିରଫ

ଭବାନୀପାଟଣା,୨୬।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ଦୁଇ ଜଣ ଶିକ୍ଷକ ସମେତ ଜଣେ ଯୁବକ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଶୁକ୍ରବାର ବଲାଙ୍ଗୀର ଜିଲା…

ଧରିତ୍ରୀ ପୋର୍ଟାଲର ପ୍ରଭାବ: ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏମ୍‌ଏସ୍‌ଏମ୍‌ଇ ପାର୍କର ଉଦ୍‌ଘାଟନ

କେସିଙ୍ଗା,୨୬।୬(ତୁମେଶ୍ୱର ସାହୁ): କେସିଙ୍ଗା ନିର୍ବାଚନ ମଣ୍ଡଳୀକୁ ପୁନର୍ବାର ଫେରାଇ ଆଣିବାକୁ ଜନସାଧାରଣଙ୍କ ଦାବି ଶୀର୍ଷକ ଏକ ଖବର ଗୁରୁବାର ଧରିତ୍ରୀ ପୋର୍ଟାଲରେ ପ୍ରକାଶ ପାଇଥିଲା। ଉକ୍ତ ଖବରର…

୩ ରଥରେ ଭକ୍ତ ଚଢ଼ିବା ଉପରେ କଟକଣା, ସୁଭଦ୍ରାଙ୍କ ପହଣ୍ଡି କାର୍ଯ୍ୟରେ ମହିଳାଙ୍କୁ ମନା

କୋରାପୁଟ,୨୬ା୬(ଅମିତାଭ ବେହେରା): ଶାବର ଶ୍ରୀକ୍ଷେତ୍ରରେ ପବିତ୍ର ରଥଯାତ୍ରା ସୁପରିଚାଳନା ଓ ସୁରୁଖୁରୁରେ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଶୁକ୍ରବାର ସ୍ଥାନୀୟ ସଦଭାବନା ସଭାଗୃହରେ…

ତାମିଲନାଡୁ ଗ୍ୟାସ୍‌ ଦୁର୍ଘଟଣା: ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚିଲା

କେନ୍ଦୁଝର,୨୬ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ଆମୋନିଆ ଗ୍ୟାସ୍‌ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚିଛି। ୨୪ ତାରିଖ ଦିନ ସୁବାସି ଜୁଆଙ୍ଗ (୨୪)ଙ୍କର ମୃତ୍ୟୁ ଘଟିଥିବାବେଳେ…

ଟ୍ରକ୍‌ ପଛରେ ପିଟିହେଲା ପିକ୍‌ଅପ୍‌, ୨ ଗୁରୁତର

ଛତ୍ରପୁର,୨୬ା୬(ଦିଲ୍ଲୀପ ସାମଲ): ଛତ୍ରପୁର ଅଗସ୍ତି ନୂଆଗାଁ ଛକ ନିକଟ ଜାତୀୟ ରାଜପଥରେ ଶୁକ୍ରବାର ଟ୍ରକ୍‌ ପଛରେ ଏକ ପିକ୍‌ଅପ୍‌ ପିଟି ହେବାରୁ ୨ ଗୁରୁତର ହୋଇଛନ୍ତି। ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri