Posted inଫୁରସତ

”ହର ହର ଶମ୍ଭୁ ଶିବ ମହାଦେବା“

ଆଜିକାଲି ସୋସିଆଲ ମିଡିଆର ଗୁରୁତ୍ୱ ବଢିଯାଇଛି। ତନ୍ମଧରୁ ୟୁଟ୍ୟୁବର ବ୍ୟବହାର ସର୍ବାଧିକ। ଏଥିରେ ଦେଶବିଦେଶର ବିଭିନ୍ନ ପ୍ରକାରର ଖବର ସହ ମନୋରଞ୍ଜନ ଏବଂ ନିଜ ରୁଚି ଅନୁଯାୟୀ ଯେ କୌଣସି ଜିନିଷ ଦେଖିବାକୁ ମିଳିପାରୁଛି। କେବଳ ସେତିକି ନୁହେଁ ଆଜିକାଲି ଏହା ରୋଜଗାରର ବି ଅନ୍ୟତମ ମାଧ୍ୟମ ପାଲଟିବା ସହ ଜଣକୁ ୟୁଟ୍ୟୁବର ର ପରିଚୟ ମିଳିପାରୁଛି। ସେମିତି ଜଣେ ୟୁଟ୍ୟୁବର ହେଲେ କେନ୍ଦୁଝର ବଡ଼ବିଲ ଅଞ୍ଚଳର ଜୀତୁ ଶର୍ମା। ନିକଟରେ ସେ ଏକ ଧାର୍ମିକ ସଂଗୀତ ଭିଡିଓ ପ୍ରସ୍ତୁତ କରିଛନ୍ତି; ଯାହାକି ଶିବଙ୍କ ସ୍ତୋତ୍ର ଉପରେ ଆଧାରିତ। ଏଥିରେ ତାଙ୍କ ସହ କଣ୍ଠଦାନ କରିଛନ୍ତି ବଡବିଲ ନିକଟ କଳିଙ୍ଗ ଅଞ୍ଚଳର ଅଭିଲିପ୍ସା ପଣ୍ଡା। ଏବେ ସୁଦ୍ଧା ଏହି ଭିଡିଓଟିର ଦର୍ଶକ ସଂଖ୍ୟା ପାଖାପାଖି ୬୧ ମିଲିଅନରେ ପହଁଚିଛି ା ଉକ୍ତ ଭିଡିଓର ନାମ ହର ହର ଶମ୍ଭୁ ଶିବ ମହାଦେବା ରଖାଯାଇଛି। ଏଥିରେ ଜୀତୁ ନିଜେ ଗୀତ ଲେଖିବା ସହ ଗାଇଛନ୍ତି।

ଜଣେ ସାଧାରଣ ପରିବାରରେ ଜନ୍ମିତ ଜୀତୁଙ୍କର ଏକ ଜେରକ୍ସ ଦୋକାନ ରହିଛି। ଭିଡିଓରେ ଗୀତ ଗାଇ ସୋସିଆଲ ମିଡିଆରେ ଅପଲୋଡ କରିବା ତାଙ୍କର ଏକ ନିଶା । ଏଥିପାଇଁ ଧାର କରଜ ମଧ୍ୟ କରିଥାନ୍ତି। ବାପା ପରିବା ବ୍ୟବସାୟ କରୁଥିବାବେଳେ ମା’ ଜଣେ ଗୃହିଣୀ । ତାଙ୍କ ସାନ ଭାଇ ଇଂଜିନିୟରିଂ ପଢୁଛନ୍ତି । ଏହି ନିଶା ତାଙ୍କର ବହୁତ ଆଗରୁ ରହିଥିଲା। ଏଥିପାଇଁ ସେ ବହୁତ ଖର୍ଚ୍ଚ କରିଥିଲେ ହେଁ ସଫଳ ହୋଇ ପାରି ନଥିଲେ। ପୂର୍ବରୁ ହିନ୍ଦି ଓ ନାଗପୁର ଆଦି ଗୀତ ଗାଇ ଅପଲୋଡ କରୁଥିଲେ। ତେବେ କୋଭିଡ ସମୟରେ ତାଙ୍କ ଉପରେ ସତେ ଯେପରି ପ୍ରଭୂ ଶିବଙ୍କର ଆର୍ଶୀବାଦ ପଡିଥିଲା, ସେ ୨୦୨୧ ମସିହାରେ ଆରମ୍ଭ କଲେ ଶିବଙ୍କ ଉପରେ ଆଧାରିତ ଭଜନ ଓ ସଂଗୀତ । ‘ଭୋଲେନାଥ ତେରା ସାଥ’ ଭଜନର ଭିଡିଓ ପ୍ରସ୍ତୁତ କଲେ । ଉକ୍ତ ଭିଡିଓକୁ ଗୋଟିଏ ମାସରେ ୧୦ ଲକ୍ଷ ଦର୍ଶକ ଦେଖିଲେ। ସେ କୁହନ୍ତି ଯେ, ଭାବିଲି ପ୍ରଭୁ ଭୋଳାଶଙ୍କର ହିଁ ଏହା ଚାହୁଁଛନ୍ତି, ମୁଁ ତାଙ୍କ ଭଜନ ଗାଏ। ତା’ପରେ ‘ମେରି ପଗଲି କୋ ଯାନା କେଦାରନାଥ’ ଭଜନର ଭିଡିଓ ପ୍ରସ୍ତୁତ କଲି। ତାହା ମଧ୍ୟ ସଫଳ ହେଲା। ଅଧିକ ପ୍ରସାର ପାଇଁ ଇନଷ୍ଟାଗ୍ରାମର ସହାୟତା ନେଲି। ତା’ପରେ ଚଳିତ ବର୍ଷ ଅପ୍ରେଲ ୨୭ରେ ‘ହର ହର ଶମ୍ଭୁ ଶିବ ମହାଦେବା’ ଏବଂ ‘ମଂଜିଲେ କେଦାର ନାଥ’ ଭଜନର ଭିଡିଓ ପ୍ରସ୍ତୁତ କରିବାକୁ ଚାହିଁଲି ା ଏଣୁ ଶିବ ମହାଦେବଙ୍କ ସ୍ତୋତ୍ରକୁ ଭଜନ ଆକାରରେ ଲେଖି ଗୀତ ପ୍ରସ୍ତୁତ କଲି। ଏଥିରେ ପାଶ୍ଚାତ୍ୟ ଶୈଳୀ ଦେଇ ଫ୍ୟୁଜନ କରିବା ପାଇଁ ଉଦ୍ୟମ କଲି। ଏଥିପାଇଁ ମୋ ସହିତ ଗୀତ ଗାଇବାକୁ ସେହିଭଳି ପାଶ୍ଚାତ୍ୟ ଶୈଳୀରେ ଗୀତ ଗାଉଥିବା ଜଣେ ଗାୟିକା ଖୋଜିଲି। ଶେଷରେ ବଡବିଲ ଅଞ୍ଚଳର ରାଜ୍ୟପାଳ ଟ୍ରଫି ପାଇଥିବା ତଥା ଓଡିଶା ସୁପର ସିଙ୍ଗରରେ ଟପ୍‌ ୧୫ରେ ଥିବା ଓ ବିଭିନ୍ନ ରିୟାଲିଟି ସୋ’ରେ ଗୀତ ପରିବେଷଣ କରି ବେଶ୍‌ ଚର୍ଚ୍ଚିତ ହୋଇଥିବା ଅଭିଲିପ୍ସା ପଣ୍ଡାଙ୍କ ସହ ଯୋଗାଯୋଗ କଲି। ଗୀତକୁ ନୂଆ ରୂପ ଦେଇ ୟୁଟ୍ୟୁବରେ ଅପଲୋଡ କରାଯିବା ପରେ ଏହା ରାତା ରାତି ଭାଇରାଲ ହୋଇଗଲା। ଏହି ଗୀତରେ ଶ୍ଳୋକକୁ ପାଶ୍ଚାତ୍ୟ ଶୈଳୀରେ ଗାଇ ଥିବାରୁ ଅନେକ ଏହାକୁ ଖୁବ୍‌ ପ୍ରଂଶସା କରୁଛନ୍ତି। ମୁଁ ଆଶା ରଖିଛି ଆଗାମୀ ଦିନରେ ଅନ୍ୟ ସମସ୍ତ ଦେବାଦେବୀଙ୍କ ସ୍ତୋତ୍ରଗୁଡିକୁ ନୂଆ ଶୈଳୀରେ ଗାଇ ଶୁଭେଛୁ ଓ ଶ୍ରୋତା ମାନଙ୍କୁ ଭେଟି ଦେବି। ବିଲୁପ୍ତ ହୋଇଯାଉଥିବା ବିଭିନ୍ନ ଦେବାଦେବୀଙ୍କ ସ୍ତୋତ୍ରକୁ ନୂଆ ରୂପରେ ଲୋକଙ୍କ ପାଖରେ ବିଶେଷ କରି ଯୁବପିଢୀଙ୍କ ପାଖରେ ପହଁଚାଇବା ହେଉଛି ମୋର ମୁଖ୍ୟ ଉଦ୍ଦ୍ୟେଶ। ଯେ କୌଣସି ଗୀତ ଗାଇଲେ ପଇସା ତ ରୋଜଗାର କରିହେବ। କିନ୍ତୁ ମୋର ଉଦ୍ଦେଶ୍ୟ ଥିଲା ଏମିତି କିଛି କରିବି; ଯେଉଁଥିରେ ରୋଜଗାର ସହ ଆମ ସଂସ୍କୃତି ଓ ପରମ୍ପରା ରକ୍ଷା ହେବା ସହ ମୋ ମୃତ୍ୟୁ ପରେ ବି ଲୋକଙ୍କ ହୃଦୟରେ ମୁଁ ରହିପାରିବି।

ଜିତୁଙ୍କ ସହ କଣ୍ଠଦାନ କରିଥିବା ଅଭିଲିପ୍ସା ପଣ୍ଡା ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଦେଇ ଫଳାଫଳ ଅପେକ୍ଷାରେ ଅଛନ୍ତି। ତାଙ୍କ ବାପା ଅଶୋକ ପଣ୍ଡା, ଘରୋଇ ଖଣି କମ୍ପାନୀରେ ସୁରକ୍ଷା ଅଧିକାରୀ ଭାବରେ କାମ କରୁଥିବା ବେଳେ ମା’ ପୁଷ୍ପଶ୍ରୀ ପତି ଜଣେ ଶିକ୍ଷୟିତ୍ରୀ। ତାଙ୍କର ଅନ୍ୟ ଏକ ଝିଅ ୧୦ମ ଶ୍ରେଣୀରେ ପଢୁଛନ୍ତି। ପିଲାଟି ଦିନରୁ ହିନ୍ଦୁସ୍ତାନୀ ଗୀତ ଓ ନୃତ୍ୟ ପ୍ରତି ଆଗ୍ରହୀ ଥିବା ଅଭିଲିପ୍ସା କୁହନ୍ତି ଯେ, ତାଙ୍କ ମା’ ମଧ୍ୟ ଜଣେ କ୍ଲାସିକାଲ ନୃତ୍ୟ ଓ ସଂଗୀତ ଶିଳ୍ପୀ। ବଡ ହେଲେ ମେରାଇନ ବାୟୋଲୋଜି ପଢି ଗବେଷଣା କରିବା ହେଉଛି ଅଭିପ୍ସାଙ୍କର ଇଚ୍ଛା। ପାଠ ପଢିବା ସହିତ ସଂଗୀତ ଓ ନୃତ୍ୟରେ ଶିକ୍ଷା ଲାଭ କରିଥିବା ଅଭିଲିପ୍ସା କୁହନ୍ତି, ଜନ୍ମ ହେବା ପରେ ତାଙ୍କ କାନରେ ତାଙ୍କ ଜେଜେମା’ ଗାୟତ୍ରୀ ମନ୍ତ୍ର ଶୁଣାଇଥିଲେ। ଆଉ ସେବେଠୁ ସଂଗୀତ ପ୍ରତି ତାଙ୍କର ରୁଚି ବଢିଯାଇଥିଲା। ତେବେ ଏହି ଭିଡ଼ିଓ ହିଁ ତାଙ୍କୁ ଏବେ ନୂଆ ପରିଚୟ ଦେଇଛି। ଏହି ଗୀତ ଭାଇରାଲ୍‌ ହେବା ପରେ ଏବେ ସେ ସମସ୍ତଙ୍କ ପାଖରେ ପାଲଟି ଯାଇଛନ୍ତି ଏକ ଚିହ୍ନା ମୁହଁ।
-ନରେଶ ଚନ୍ଦ୍ର ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri