ଭୋଟର ତାଲିକାରୁ ପୂର୍ବତନ ସରପଞ୍ଚଙ୍କ ନାମ ଗାଏବ; ପ୍ରାର୍ଥୀପତ୍ର ଦାଖଲ କରିବାକୁ ଆସି ଫେରିଲେ

ଦଶମନ୍ତପୁର,୨୦।୧ ( ଡ଼ି.ଏନ୍‌.ଏ. )  କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଡୁମ୍ବାଗୁଡା ପଞ୍ଚାୟତ ଭିତରବାଗ୍ରି ଗ୍ରାମର ପୂର୍ବତନ ସରପଞ୍ଚଙ୍କ ନାମ ଭୋଟର ତାଲିକାରେ ନାହିଁ। ଫଳରେ ସେ ଭୋଟ ଦେବାକୁ ଆସି ନିରାଶ ହୋଇ ଫେରିଛନ୍ତି। ସେ ହେଲେ ଲଖେଶ୍ବରୀ ମୁଦୁଲି। ସେ ବୁଧବାର ସମିତି ସଭ୍ୟ ଭାବେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ବ୍ଲକ କାର୍ଯ୍ୟାଳୟକୁ ଆସି ନିରାଶ ହୋଇ ଫେରିଛନ୍ତି। ୨୦୨୨ ଭୋଟର ତାଲିକାରେ ତାଙ୍କ ନାମ ନଥିବାରୁ ସେ ପ୍ରାର୍ଥୀପତ୍ର ଦାଖଲ କରିପାରି ନାହାନ୍ତି। ପଞ୍ଚାୟତ କର୍ମଚାରୀମାନେ ମୋ ନାମକୁ ହଟାଇ ଦେଇଛନ୍ତି ବୋଲି ଲକ୍ଷେଶ୍ୱରୀ ଅଭିଯୋଗ କରିଛନ୍ତି। ନ୍ୟାୟ ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ ହେବି ବୋଲି ଲକ୍ଷେଶ୍ୱରୀ କହିଛନ୍ତି। ଏସମ୍ପର୍କରେ ବିଡ଼ିଓ ଡମ୍ବରୁଧର ମଲିକ ଜାଣିବା ପରେ ସେ କହିଥିଲେ ଯେ ଭୋଟର୍‌ ତାଲିକାରେ ନାମ ନ ଥିଲେ ମୁଁ କିଛି କରିପାରିବି ନାହିଁ। ପୂର୍ବତନ ସରପଞ୍ଚ ମୁଦୁଲି କହିଛନ୍ତି ଯେ, ତାଙ୍କ ଘର ନାରାୟଣ ପାଟଣା ବ୍ଲକ ଅଞ୍ଚଳରେ। ୨୦୧୨ରେ ଡୁମ୍ବାଗୁଡା ପଞ୍ଚାୟତରେ ଭୋଟର୍‌ ତାଲିକାରେ ନାମ ଚଢାଇ ସରପଞ୍ଚ ଭାବେ ପ୍ରତିଦ୍ବନ୍ଦ୍ବିତା କରି ବିଜୟୀ ହୋଇଥିଲେ। ୨୦୧୭ ପର୍ଯ୍ୟନ୍ତ ସରପଞ୍ଚ ଭାବେ କାମ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

କୋଠରି ଅଛିି, ପାନୀୟ ଜଳ, ଶୌଚାଳୟ ନାହିଁ

କୋରାପୁଟ,୨୭ା୮(ଅମିତାଭ ବେହେରା): ଶିକ୍ଷାର ବିକାଶ ପାଇଁ ସରକାର ବହୁ କୋଟି ଟଙ୍କା ବ୍ୟୟ କରୁଛନ୍ତି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ଲୋକମାନେ ବାସ କରୁଥିବା ଅଞ୍ଚଳଗୁଡ଼ିକରେ…

ଦ୍ରୁତ ଗତିରେ ଆସି କାରକୁ ଧକ୍କା ଦେଲା ବାଇକ, ୨….

ପଟ୍ଟାଙ୍ଗି,୨୬।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ବାଲିଘାଟ ସରିଗୁଡା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । କାର ସହ ମୋଟର ସାଇକେଲ…

ସ୍କୁଲ ପଛ ନାଳରୁ ଛାତ୍ରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ସୋମବାରଠାରୁ ଥିଲେ ନିଖୋଜ

କୋରାପୁଟ,୨୬।୮(ଅମିତାଭ ବେହେରା): ବୋରିଗୁମ୍ମା ବ୍ଲକ ଗୁମୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ପଛପଟ ନାଳରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri