ଭୋଟର ତାଲିକାରୁ ପୂର୍ବତନ ସରପଞ୍ଚଙ୍କ ନାମ ଗାଏବ; ପ୍ରାର୍ଥୀପତ୍ର ଦାଖଲ କରିବାକୁ ଆସି ଫେରିଲେ

ଦଶମନ୍ତପୁର,୨୦।୧ ( ଡ଼ି.ଏନ୍‌.ଏ. )  କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଡୁମ୍ବାଗୁଡା ପଞ୍ଚାୟତ ଭିତରବାଗ୍ରି ଗ୍ରାମର ପୂର୍ବତନ ସରପଞ୍ଚଙ୍କ ନାମ ଭୋଟର ତାଲିକାରେ ନାହିଁ। ଫଳରେ ସେ ଭୋଟ ଦେବାକୁ ଆସି ନିରାଶ ହୋଇ ଫେରିଛନ୍ତି। ସେ ହେଲେ ଲଖେଶ୍ବରୀ ମୁଦୁଲି। ସେ ବୁଧବାର ସମିତି ସଭ୍ୟ ଭାବେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ବ୍ଲକ କାର୍ଯ୍ୟାଳୟକୁ ଆସି ନିରାଶ ହୋଇ ଫେରିଛନ୍ତି। ୨୦୨୨ ଭୋଟର ତାଲିକାରେ ତାଙ୍କ ନାମ ନଥିବାରୁ ସେ ପ୍ରାର୍ଥୀପତ୍ର ଦାଖଲ କରିପାରି ନାହାନ୍ତି। ପଞ୍ଚାୟତ କର୍ମଚାରୀମାନେ ମୋ ନାମକୁ ହଟାଇ ଦେଇଛନ୍ତି ବୋଲି ଲକ୍ଷେଶ୍ୱରୀ ଅଭିଯୋଗ କରିଛନ୍ତି। ନ୍ୟାୟ ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ ହେବି ବୋଲି ଲକ୍ଷେଶ୍ୱରୀ କହିଛନ୍ତି। ଏସମ୍ପର୍କରେ ବିଡ଼ିଓ ଡମ୍ବରୁଧର ମଲିକ ଜାଣିବା ପରେ ସେ କହିଥିଲେ ଯେ ଭୋଟର୍‌ ତାଲିକାରେ ନାମ ନ ଥିଲେ ମୁଁ କିଛି କରିପାରିବି ନାହିଁ। ପୂର୍ବତନ ସରପଞ୍ଚ ମୁଦୁଲି କହିଛନ୍ତି ଯେ, ତାଙ୍କ ଘର ନାରାୟଣ ପାଟଣା ବ୍ଲକ ଅଞ୍ଚଳରେ। ୨୦୧୨ରେ ଡୁମ୍ବାଗୁଡା ପଞ୍ଚାୟତରେ ଭୋଟର୍‌ ତାଲିକାରେ ନାମ ଚଢାଇ ସରପଞ୍ଚ ଭାବେ ପ୍ରତିଦ୍ବନ୍ଦ୍ବିତା କରି ବିଜୟୀ ହୋଇଥିଲେ। ୨୦୧୭ ପର୍ଯ୍ୟନ୍ତ ସରପଞ୍ଚ ଭାବେ କାମ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ଦାୟିତ୍ୱ ନେଲେ ନବନିର୍ବାଚିତ ଅଧ୍ୟକ୍ଷା, ନୂଆ ରୂପରେଖ ନେଇ କହିଲେ…

କୁନ୍ଦୁରା,୧୨ା୧୨(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ପଞ୍ଚାୟତ ସମିତି ଅଧ୍ୟକ୍ଷା ଉପନିର୍ବାଚନରେ ସ୍ବାଧୀନ ଭାବେ ବିଜୟୀ ହୋଇ ଦାୟିତ୍ୱ ନେଲେ ବନିତା କାନ୍ଦଲିଆ। ବହୁ ବାଦବିବାଦ...

ଅପଦସ୍ତ ହେଲେ ନିଶା ମହାରଣା: ପେଣ୍ଡାଲ ଉପରକୁ ଚେୟାର ଫୋପାଡିଲେ ଦର୍ଶକ

ଲକ୍ଷ୍ମୀପୁର,୧୦।୧୨(ଅନନ୍ତ ପ୍ରସାଦ ନାୟକ): ପୁଣି ବିବାଦୀୟ ଯାତ୍ରୀ କଳାକାର ନିଶା ମହାରଣାଙ୍କ ପାଇଁ ସୃଷ୍ଟି ହୋଇଛି ଉତ୍ତେଜନା। କୋରାପୁଟ ଲକ୍ଷ୍ମୀପୁରରେ ଅନୁଷ୍ଠିତ ହେଉଥିବା ଅଷ୍ଟଶମ୍ଭୁ ଅପେରାରେ...

ଆନ୍ଧ୍ରର ଚକ୍ରାନ୍ତ: ଓଡ଼ିଶା ଯୋଜନାକୁ ସୀମାନ୍ତବର୍ତ୍ତୀ ୭ ଗାଁର ବର୍ଜନ ନିଷ୍ପତ୍ତି

ପଟ୍ଟାଙ୍ଗି,୯ା୧୨(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତ ଫାଟୁସିନେରୀ ଗ୍ରାମ ନିକଟ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ୭ ଗ୍ରାମର ମୁଖିଆ...

୭ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କଲେ…

କୋରାପୁଟ,୯।୧୨(ଅମିତାଭ ବେହେରା ): କୋରାପୁଟ ଜିଲା ନାମ ସଂକୀର୍ତ୍ତନ ଭାଗବତ ସତସଙ୍ଗ ତରଫରୁ ୭ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋମବାର...

ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାକୁ ଗ୍ରହଣ କରିବେନି ବୋଲି ଏକାଠି ହେଲେ୭ ଗ୍ରାମବାସୀ  

ପଟ୍ଟାଙ୍ଗି,୮।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତର ଫାଟୁସିନେରୀ ଗ୍ରାମ ନିକଟ ଓଡିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ପଞ୍ଚାୟତର ୭ଟି...

ଶୀତ ପାଇଁ ସକାଳୁଆ ସ୍କୁଲ ବନ୍ଦ

କୋରାପୁଟ,୫ା୧୨(ଅମିତାଭ ବେହେରା)-କୋରାପୁଟ ଜିଲାରେ ଅସହ୍ୟ ଶୀତ ହେଉଥିବାରୁ ଫ୍ରେବୃଆରୀ ଯାଏ ସକାଳୁଆ କ୍ଲାସ ବନ୍ଦ ରଖିବାକୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଏକ ନିର୍ଦ୍ଦେଶନାମା ଜାରି...

ହଠାତ୍‌ ପେଟବ୍ୟଥା ହୋଇ ଅସୁସ୍ଥ ହୋଇପଡିଲେ ୩୫ ଛାତ୍ରୀଛାତ୍ର: ହସ୍ପିଟାଲରେ ଭର୍ତ୍ତି କଲେ କର୍ତ୍ତୃପକ୍ଷ

ବୈପାରୀଗୁଡା,୨।୧୨(କଳ୍ପତରୁ ମହାନ୍ତି): ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଶୀରିବେଡା ପିଏମଶ୍ରୀ ସରକାରୀ ସ୍କୁଲ ହଷ୍ଟେଲର ୩୫ ଛାତ୍ରୀଛାତ୍ର ଅସୁସ୍ଥ ହୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ହଠାତ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri