Posted inଭଦ୍ରକ

‘ରାସ୍ତା ନାହିଁ ତ ଭୋଟ ନାହିଁ’

ବାସୁଦେବପୁର, ୨୦।୧ (ଡି.ଏନ.ଏ.) ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତର ଚାରିଟିକିରିଆ ରାଜସ୍ବ ଗ୍ରାମ ୯ ନଂ. ୱାର୍ଡକୁ ସ୍ଥାୟୀ ରାସ୍ତା ନାହିଁ। ଏନେଇ ଗ୍ରାମବାସୀ ଏକାଠି ହୋଇ ଚଳିତ ପଞ୍ଚାୟତ ନିର୍ବାଚନରେ ଭୋଟ୍‌ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗ୍ରାମବାସୀଙ୍କ ସ୍ବାକ୍ଷର ସମ୍ବଳିତ ଏକ ଦାବିପତ୍ର ବୁଧବାର ଅପରାହ୍ନରେ ବ୍ଲକ କାର୍ଯ୍ୟାଳୟରେ ବିଡିଓଙ୍କୁ ପ୍ରଦାନ କରାଯାଇଛି। ଗ୍ରାମକୁ ରାସ୍ତା ନ ଥିବାରୁ ଏହାର ପ୍ରତିବାଦରେ ବାଧ୍ୟହୋଇ ଗ୍ରାମବାସୀ ଏଭଳି ନିଷ୍ପତ୍ତି ନେଇଥିବା ଦାବିପତ୍ରରେ ଉଲ୍ଲେଖ କରିଛନ୍ତି।
ସମ୍ପର୍କରେ ୨୦୧୯ ଅକ୍ଟୋବର ୧ରେ ଗ୍ରାମବାସୀ ମୁଖ୍ୟମନ୍ତ୍ରୀ, ରାଜସ୍ବ ବିଭାଗ ସଚିବ, ଆର୍‌ଡିସି କଟକ, ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ତହସିଲଦାରଙ୍କୁ ଅବଗତ କରିଥିଲେ ମଧ୍ୟ ଅଦ୍ୟାବଧି ଗଁାକୁ ରାସ୍ତା ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଗ୍ରାମବାସୀ ମଦନ ଗିରି, ଦୀପକ ଦଳେଇ, ଭବେଶ କୁମାର ଗିରି, ଦିବାକର ଦାସ, ଉମାକାନ୍ତ ଦାସ, ମନଦୀପ ମଣ୍ଡଳ, ନୀଳକଣ୍ଠ ଗୁଡ଼ିଆ ପ୍ରମୁଖ ବିଡିଓଙ୍କୁ ଦାବିପତ୍ର ଦେଇ କ୍ଷୋଭ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉକି, ଉକ୍ତ ଗ୍ରାମରେ ୫ ଶହରୁ ଊର୍ଦ୍ଧ୍ୱ ଲୋକେ ଦୀର୍ଘ ବର୍ଷ ଧରି ବସବାସ କରି ଆସୁଥିବା ବେଳେ ସ୍ଥାୟୀ ରାସ୍ତା ନ ଥିବାରୁ ଯାତାୟାତ ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ କିନ୍ନର ଗୋଷ୍ଠୀ ମୁହାଁମୁହିଁ: ୭ ଆହତ, ୩ ଗୁରୁତର

ଭଦ୍ରକ,୨୯।୮(ସନାତନ ରାଉତ): ଭଦ୍ରକ ଚରମ୍ପା ରେଳ ଓଭର ବ୍ରିଜ ନିକଟରେ ଦୁଇ କିନ୍ନର ଗୋଷ୍ଠୀଙ୍କ ମଧ୍ୟରେ ଶୁକ୍ରବାର ରାତିରେ ମୁହାଁମୁହିଁ ହୋଇଛନ୍ତି। ଗୋଟିଏ କିନ୍ନର ଗୋଷ୍ଠୀ ଆକ୍ରମଣରେ…

ଭୋଟର ତାଲିକାରୁ ଶତାଧିକ ଯୋଗ୍ୟ ନାଗରିକଙ୍କ ନାଁ କାଟିବାକୁ ଷଡ଼ଯନ୍ତ୍ର, ଅଭିଯୋଗ ଆଣି ବିଜେଡି କହିଲା…

ଧାମନଗର,୨୮ା୮(ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ଏନଏସି ଅଞ୍ଚଳରେ ଶତାଧିକ ଯୋଗ୍ୟ ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ୍‌ ଦେବା ପାଇଁ ଜାଲିଆତି ଓ ଷଡ଼ଯନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri