ସ୍ବାସ୍ଥ୍ୟ ବିଭାଗ ଆଗରେ ମୁଣ୍ଡ ନୁଆଁଇଲେ ଏନ୍‌ଏସି ପ୍ରଶାସନ

ପୁରୁଷୋତ୍ତମପୁର,୨୭ା୧୦ (ଡି.ଏନ.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜାଗାକୁ ବଳପୂର୍ବକ ଏନ୍‌ଏସି ପ୍ରଶାସନ ନେଇ ସେହି ସ୍ଥାନରେ ନିର୍ମିତ ହୋଇଥିବା ସ୍ବାସ୍ଥ୍ୟକେନ୍ଦ୍ରର ସୋକ୍‌ପିଟ, ସେପ୍‌ଟିକ ଟ୍ୟାଙ୍କକୁ ଜେସିବି ଲଗାଇ ଭାଙ୍ଗି ସେହି ସ୍ଥାନରେ ଆହାରକେନ୍ଦ୍ରର ରୋଷେଇ ଶାଳ ନିର୍ମାଣ କରିବାରେ ଲାଗିଥିଲା। ଏହାକୁ ନେଇ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ବାରମ୍ବାର ବାରଣ କରାଯାଇଥିଲେ ମଧ୍ୟ ଏନ୍‌ଏସି କର୍ତ୍ତୃପକ୍ଷ ଭୃକ୍ଷେପ ନ କରି ନିଜ ଜାଗା କହି ଜବରଦସ୍ତି ଭାବେ ଭାଙ୍ଗି
ଖୋଳ ିଚାଲିଥିଲେ।

ଏହି ଘଟଣା ବୁଧବାର ରାଜସ୍ବ ବିଭାଗ ପକ୍ଷରୁ ମାପଜୁପ ପରେ ପଦାରେ ପଡି ସ୍ବାସ୍ଥ୍ୟ ବିଭାଗ ଆଗରେ ଏନ୍‌ଏସି ମୁଣ୍ଡ ନୂଆଁଇବାକୁ ବାଧ୍ୟ ହୋଇଛି। ଭଙ୍ଗାରୁଜା ଓ ଗୃହ ନିର୍ମାଣକୁ ନେଇ ସ୍ବାସ୍ଥ୍ୟ ବିଭାଗ ଟିମ୍‌ ଆସି ଏହି ଘଟଣା ଦେଖି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଜଣାଇଥିଲେ। ଏହାକୁ ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଗତ ୨୨ତାରିଖରେ ଏନ୍‌ଏସି ନିର୍ବାହୀ ଅଧିକାରୀଙ୍କୁ ଏଭଳି କାର୍ଯ୍ୟରୁ ନିବୃତ ହୋଇ ଭଙ୍ଗା ଯାଇଥିବା ସ୍ବାସ୍ଥ୍ୟକେନ୍ଦ୍ର କାମକୁ ତୁରନ୍ତ ମରାମତି କରିବାକୁ କହିଥିଲେ। ଏହାକୁ ନେଇ ଏନ୍‌ଏସି ଓ ସ୍ବାସ୍ଥ୍ୟକେନ୍ଦ୍ର ମଧ୍ୟରେ ଏକପ୍ରକାର ଶୀତଳ ଯୁଦ୍ଧ ଆରମ୍ଭ ହୋଇ ଉଭୟେ ଏହିଜାଗାକୁ ନିଜର ବୋଲି କହିିଥିଲେ। ଫଳରେ ସହର ଜନସାଧାରଣ ମଧ୍ୟ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରି ଏନ୍‌ଏସି ପ୍ରଶାସନକୁ ତୀବ୍ର ସମାଲୋଚନା କରିଥିଲେ। ଏହି ଘଟଣା ଜିଲା ପ୍ରଶାସନ ପର୍ଯ୍ୟନ୍ତ ମଧ୍ୟଯାଇଛି। ଉଭୟ ପକ୍ଷରୁ ଏହି ଜାଗାର ଚିହ୍ନଟ (ଡିମାରର୍କେସନ) ଲାଗି ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାକୁ ନେଇ ବୁଧବାର ଅତିରିକ୍ତ ତହସିଲଦାର ସୁନିଲ୍‌ କୁମାର ଟୁଡୁ, ସ୍ମୃତି ଶୁଭଦର୍ଶ ସାହୁ, ଆରଆଇ, ଅମିନଙ୍କ ସହ କର୍ମଚାରୀଙ୍କୁ ନେଇ ଘଟଣାସ୍ଥଳକୁ ଯାଇ ବିଡିଓ ବିଜୟ କୁମାର ବେହେରା, ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ହୃଷୀକେଶ ମହନ୍ତ, ଏନ୍‌ଏସି ନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ରଙ୍କ ଉପସ୍ଥିତିରେ ମାପଜୁପ କରିଥିଲେ। ଯାହାକି ଖାତା ନଂ ୧୭୮୮ର ପ୍ଲଟ ନଂ.୧୬୯୧/୫୩୯୭ରେ ୦,୨୨୩୦ ଡେସିମି, ପ୍ଲଟ ନଂ ୧୬୯୩ରେ ୦,୦୧୨୦ ଡେସିମିଲ ଓ ପ୍ଲଟ ନଂ ୧୬୯୪ରେ ୦,୦୩୭୦ ଡେସିମିଲ ଆହାର କେନ୍ଦ୍ର ଖାତା ନଂ ୧୭୮୮ର ପ୍ଲଟ ନଂ ୧୬୯୧ରେ ୦,୦୨୦୦ ଡେସିମଲି ଓ ପ୍ଲଟ ନଂ ୧୬୯୨ରେ ୦,୦୨୦୦ ଡେସିମିଲ ଥିବା ଜଣାପଡିଥିଲା। ଆହାର କେନ୍ଦ୍ରଗୃହ ସମୁଦାୟ ୦,୦୪୦ଡେସିମିଲ ଯାଗାରେ ନିର୍ମାଣ କରିବା ବଦଳରେ ସ୍ବାସ୍ଥ୍ୟ କେନ୍ଦ୍ରର ୦,୦୪୦ ଜାଗାକୁ ଜବରଦଖଲ ଭାବେ ଅକ୍ତିଆର କରି ସମୁଦାୟ ୦,୦୮୦ ଡେସିମିଲ ଜାଗାରେ ପୂର୍ବରୁ ଆହାର କେନ୍ଦ୍ର ଗୃହନିର୍ମାଣ କରି ସାରିଥିବା ଜଣାପଡିଛି। ଏହା ସହ ସ୍ବାସ୍ଥ୍ୟକେନ୍ଦ୍ରରେ ସୁନେତ୍ର ଯୋଜନାରେ ଭିଜନ ସେଣ୍ଟର, ବାୟୋ ମେଡିକାଲ ୱେଷ୍ଟ ମ୍ୟାନେଜମେଣ୍ଟ ଆଦି ନିର୍ମାଣଲାଗି ରହିଥିବା ସ୍ବାସ୍ଥ୍ୟକେନ୍ଦ୍ର ଜାଗାକୁ ଭାଙ୍ଗିରୁଜି ପୁଣି ଆହାରକେନ୍ଦ୍ର ରୋଷେଇ ଶାଳ ନିର୍ମାଣ କରିବା ଲାଗି ଏନ୍‌ଏସି କର୍ତ୍ତୃପକ୍ଷ ଖୋଳିବାରେ ଲାଗିଥିଲେ। ଯାହାକି ସେହି ଯାଗା ଏନ୍‌ଏସିର ନୁହେଁ। ଜାଗା ସମ୍ପୁର୍ଣ୍ଣ ଭାବେ ସ୍ବାସ୍ଥ୍ୟକେନ୍ଦ୍ରର ବୋଲି ରାଜସ୍ବ ବିଭାଗ ଅଧିକାରୀମାନେ ଚିହ୍ନଟ କରି ଶୁଣାଇଛନ୍ତି।
ଘଟଣା ସ୍ଥଳରୁ ମୁଣ୍ଡ ନୂଅଁାଇ ନିର୍ବାହୀ ଅଧିକାରୀ ଚାଲିଯାଇଥିଲେ। ଏହାକୁ ନେଇ ନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ରଙ୍କ ସହ ଯୋଗାଯୋଗ କରାଯିବାରେ ସେ କହିଛନ୍ତି, ଏହା ଏନ୍‌ଏସିର ଜାଗା ଭାବି କାର୍ଯ୍ୟ ଆରମ୍ଭ କରିଥିଲେ। ସ୍ବାସ୍ଥ୍ୟ କେନ୍ଦ୍ରର କିଛି ଭଙ୍ଗାରୁଜା କରାଯାଇନାହିଁ। ଯାହା କିଛି ଭାଙ୍ଗିଛି ମରାମତି କରିଦିଆଯିବ। କୌଣସି ପ୍ରକାର ଦାଦାଗିରି ଭାବେ କାର୍ଯ୍ୟ କରାଯାଇନାହିଁ ବୋଲି କହିଛନ୍ତି। ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ହୃଷୀକେଶ ମହନ୍ତ କହିଛନ୍ତି, ଏନ୍‌ଏସି କର୍ତ୍ତୃପକ୍ଷଙ୍କୁ ବାରମ୍ବାର ବାରଣ ସତ୍ତ୍ୱେ ସେମାନେ ମନଇଛା ଯୋର ଜବରଦସ୍ତ ଭାବେ କାର୍ଯ୍ୟ କରିଚାଲିଲେ। ପୂର୍ବରୁ ମଧ୍ୟ ଏପରି କିଛି ଯାଗା ଆହାରକେନ୍ଦ୍ରକୁ ନେଇ ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

ଶିଶୁ ମନ୍ଦିରର ରୋପ୍ୟ ଜୟନ୍ତୀ ସମାରୋହ: ବାର୍ଷିକ ମୁଖପତ୍ର ‘ଆହ୍ବାନ’କୁ ଉନ୍ମୋଚନ କଲେ ବିଧାୟକ

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ରୌପ୍ୟ ଜୟନ୍ତୀ...

ମଦ୍ୟପଙ୍କୁ ତାରାତାରିଣୀ ମନ୍ଦିର ମନା: ଏଣିକି ମୋବାଇଲ ସହ ଫଟୋ ଉଠାକୁ ବାରଣ; ପ୍ରଶାସନିକ ବୈଠକରେ… 

ପୁରୁଷୋତ୍ତମପୁର,୨୩।୧୨ (ସବିତା ମିଶ୍ର): ବର୍ତ୍ତମାନ ପର୍ଯ୍ୟଟନର ଋତୁ ଚାଲିଥିବାବେଳେ ଆଉ କିଛି ଦିନ ପରେ ଆସୁଛି ନୂଆବର୍ଷ। ଏହି ଅବସରରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ...

ଦିଗପହଣ୍ଡିରେ ଖୋଲିଲା ଧାନମଣ୍ଡି: ଜିଲାପାଳ କଲେ ଶୁଭାରମ୍ଭ, ବିଧାୟକ ଯୋଗଦେଇ…

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ ମଙ୍ଗଳବାର ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ପହଞ୍ଚି...

ଦିନକ ପରେ ବଡ଼ଦିନ: ପୋଲିସର ଫ୍ଲାଗ ମାର୍ଚ୍ଚ, ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି

ବାଲିଗୁଡ଼ା,୨୩।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ବଡଦିନ ପର୍ବ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ...

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ

ଯାଜପୁର,୨୩।୧୨: ଓଡିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ଜୟ ମହାକାଳ ଫାଉଣ୍ଡେସନ” ପକ୍ଷରୁ “ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲ୍ଲା ଯାଜପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri