ମେମୋରୀ ଚିପ୍‌ରେ ରହିଛି ମାନସଙ୍କ ହତ୍ୟା ରହସ୍ୟ

ଚାନ୍ଦବାଲି,୨୧।୩(ଡି.ଏନ୍‌.ଏ.): କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତ ଓ ତାଙ୍କର ଜଣେ ସହଯୋଗୀ ଏବେ ବି ଫେରାର ଅଛନ୍ତି। ଏକ ଭିଡିଓ କ୍ଲିପ୍‌ ପାଇଁ ମାନସଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ପୋଲିସ ଜାଣିବାକୁ ପାଇଛି । ହେଲେ ଏଯାବତ୍‌ ସେହି ମେମୋରୀ ଚିପ୍‌ ପୋଲିସ ହାତରେ ଲାଗିପାରି ନାହିଁ । ଏହି ଭିଡିଓ କ୍ଲିପ୍‌ରେ ହିଁ ମାନସ ହତ୍ୟାର ପ୍ରକୃତ କାରଣ ଲୁଚି ରହିଛି।
ସୂଚନାଯୋଗ୍ୟ, ସୋମବାର ହତ୍ୟାକାଣ୍ଡରେ ସମ୍ପୃକ୍ତ ଜଣେ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀଙ୍କ ସମେତ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ଜଣକ ହେଲେ ନିରଞ୍ଜନ ସେଠୀ ।ତେବେ ଏହି ଘଟଣାରେ ଆଗରୁ ୩ ଜଣ ଗିରଫ ହୋଇଥିଲେ।