Posted inଫୁରସତ

ରହସ୍ୟମୟ ଗର୍ଭବତୀ କୂଅ

ବେଜିଂ: ମା’ ହେବା ବିଶ୍ୱର ସବୁଠାରୁ ସୁନ୍ଦର ଅନୁଭବ ହୋଇଥାଏ। ସାଧାରଣତଃ ମାତୃତ୍ୱ ଲାଭ କରିବା ପରେ ଯାଇ ଜଣେ ମହିଳା ତାଙ୍କ ଜୀବନକୁ ସଂପୂର୍ଣ୍ଣ ଅନୁଭବ କରିଥାନ୍ତି। ତେବେ ବେଳେବେଳେ ମହିଳାମାନେ ବିଭିନ୍ନ କାରଣରୁ ଗର୍ଭବତୀ ହେବାକୁ ସକ୍ଷମ ହୋଇ ନ ଥାନ୍ତି। ବିଶେଷକରି ସାମ୍ପ୍ରତିକ ଜୀବନଶୈଳୀ ହେତୁ ବିଶ୍ୱବ୍ୟାପୀ ଏହି ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି।
ସମସ୍ୟା ଯୋଗୁ ମହିଳାମାନେ ସାଧାରଣତଃ ଉଦାସ ହୋଇ ବହୁ ଡାକ୍ତରଙ୍କ ପରାମର୍ଶ ନେବା ସହ ଭଗବାନଙ୍କର ପୂଜାର୍ଚ୍ଚନା କରିଥାନ୍ତି। ତେବେ ସମ୍ପ୍ରତି ଚାଇନାର ୟୁନାନ୍‌ ଅଞ୍ଚଳରେ ଅବସ୍ଥିତ ଏକ କୂଅକୁ ନେଇ ବହୁ ଆଲୋଚନା ହେଉଛି। ଏହି କୂଅଟି ପ୍ରେଗ୍ନାନ୍ସି ୱେଲ୍‌ ବା ଗର୍ଭବତୀ କୂଅ ଭାବରେ ଜଣାଶୁଣା। କୁହାଯାଏ, ଏହି କୂଅର ପାଣି ପିଇବା ପରେ ମହିଳାମାନେ ଗର୍ଭବତୀ ହୋଇଥାନ୍ତି। ଚାଇନାର ଏହି ଗର୍ଭବତୀ କୂଅ ଧୀରେ ଧୀରେ ଲୋକପ୍ରିୟ ହେବାରେ ଲାଗିଛି। ଉକ୍ତ ସ୍ଥାନରେ ୨ଟି କୂଅ ରହିଛି। ସେଥିମଧ୍ୟରୁ ଗୋଟିଏର ପାଣି ପିଇଲେ ପୁଅ ଏବଂ ଅନ୍ୟଟିର ପାଣି ପିଇଲେ ଝିଅ ଜନ୍ମ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଯଦି କୌଣସି ମହିଳା ଉଭୟ କୂଅରୁ ଏକସଙ୍ଗେ ପାଣି ପିଅନ୍ତି, ତେବେ ତାଙ୍କର ଯାଆଁଳା ସନ୍ତାନ ଜନ୍ମ ହୋଇଥାଏ। ବିଶ୍ୱର ଅନେକ ଦେଶରୁ ମହିଳାମାନେ ସନ୍ତାନପ୍ରାପ୍ତି ନିମନ୍ତେ ଏହି ସ୍ଥାନକୁ ଆସି ଉକ୍ତ ରହସ୍ୟମୟ କୂଅର ପାଣି ପିଇଥାନ୍ତି।
ଏହି କୂଅ ପାଣି ପିଇଲେ ମହିଳାମାନେ ଗର୍ଭବତୀ ହେବା କୌଣସି ଚମତ୍କାର ଘଟଣା ନୁହେଁ ବରଂ ଏହା ପଛରେ ବିଜ୍ଞାନ ଲୁଚି ରହିଛି ବୋଲି କେତେଜଣ ସ୍ଥାନୀୟ ବୈଜ୍ଞାନିକ କହିଛନ୍ତି। ଏହି ରହସ୍ୟମୟ କୂଅର ପାଣିରେ କିଛି ଉପାଦାନ ରହିଛି, ଯାହା ମହିଳାଙ୍କ ଶରୀରର ହରମୋନ୍‌ ନିୟନ୍ତ୍ରଣ କରିଥାଏ। ଗର୍ଭବତୀ ହେବା ପାଇଁ ମହିଳାଙ୍କ ଶରୀରରେ ହରମୋନ୍‌ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଯଦି ଜଣେ ମହିଳା ଖୁସିରେ ରହିବା ସହ ଚାପଗ୍ରସ୍ତ ନ ଥାନ୍ତି ତେବେ ଏହି ପାଣି ପିଇବା ପରେ ଗର୍ଭବତୀ ହେବାର ସମ୍ଭାବନା ଯଥେଷ୍ଟ ବୃଦ୍ଧି ପାଇଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏହି ତର୍କ ଅନୁଯାୟୀ, ଉକ୍ତ କୁଅର ଜଳ ମହିଳାମାନଙ୍କୁ ଗର୍ଭବତୀ କରାଇବାରେ ସାହାଯ୍ୟ କରିଥାଏ। ଅଦ୍ୟାବଧି ଅନେକ ମହିଳା ଏହି କୂଅ ପାଣି ପିଇ ସନ୍ତାନପ୍ରାପ୍ତିର ସୌଭାଗ୍ୟ ଲାଭ କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବିହାର ନିର୍ବାଚନ ହାରିବା ପରେ CWCର ପ୍ରଥମ ବୈଠକ, ଦିଲ୍ଲୀରେ ମନ୍ଥନ

ନୂଆଦିଲ୍ଲୀ,୨୭।୧୨: ଶନିବାର (ଡିସେମ୍ବର ୨୭) ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) ବୈଠକ କରୁଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri