ସମ୍ପ୍ରସାରଣ ହେବ ମୂଷା ନଦୀ

ପୁରୀ ଅଫିସ,୨୯।୧୦:  ରାଜ୍ୟ ସରକାରଙ୍କ ଫୋକସ୍‌ରେ ରହିଛି ପୁରୀ। ଏଠାରେ ଅନେକ ବିକାଶମୂଳକ କାର୍ଯ୍ୟ ହାତକୁ ନିଆଯାଇଛି। ଏକାଧିକ ପ୍ରକଳ୍ପ କାମ ଚାଲିଥିବା ଆଗକୁ ଆହୁରି ଅନେକ ପ୍ରକଳ୍ପ କାମ ଆରମ୍ଭ କରାଯିବ। ତେବେ ପୁରୀ ସହର କଡ଼ରେ ରହିଥିବା ମୂଷା ନଦୀ ପ୍ରାୟ ସୁପ୍ତ ଅବସ୍ଥାରେ ରହିଛି। ଦଳ ଓ ଆବର୍ଜନାରେ ଭର୍ତ୍ତି ମୂଷା ନଦୀର ବିକାଶ କରାଯିବ। ଏହାକୁ ସମ୍ପ୍ରସାରଣ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏଥିପାଇଁ ପୁରୀ ସଦର ତହସିଲ ଅନ୍ତର୍ଗତ ୩ଟି ମୌଜା (ସମଙ୍ଗ, ମାଟିତୋଟା ଏବଂ ମାର୍କଣ୍ଡେଶ୍ୱର ସାହି)ର ୪୬.୬୦୯ ଏକର ଜମି ଅଧିଗ୍ରହଣ କରାଯିବ। ଏହି ଜମି ଅଧିଗ୍ରହଣ ନିମନ୍ତେ ସର୍ବସାଧାରଣ ଉଦ୍ଦେଶ୍ୟରେ ପ୍ରଭାବିତ ଅଞ୍ଚଳରେ ସାମାଜିକ ପ୍ରଭାବ ନିର୍ଦ୍ଧାରଣ (ଏସ୍‌ଆଇଏ) ସର୍ବେକ୍ଷଣ ହେବ। ଭୂମି ଅର୍ଜନ, ପୁନର୍ବାସ ଓ ଥଇଥାନରେ ଉଚିତ ମୂଲ୍ୟ ଏବଂ ସ୍ବଚ୍ଛତା ଅଧିକାର ଆଇନ-୨୦୧୩ର ଧାରା ୪ ଅନୁଯାୟୀ ଉକ୍ତ ସର୍ବେକ୍ଷଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ ଅଧିସୂଚନା ଜାରି କରାଯାଇଛି।
ହୁଳୁହୁଳିଆ ପୋଲଠାରୁ ଦେବୀଘାଟ ପର୍ଯ୍ୟନ୍ତ ମୂଷା ନଦୀର ସମ୍ପ୍ରସାରଣ କରାଯିବ। ନଦୀର ଉଭୟ ପାର୍ଶ୍ୱରେ ଜମି ଅଧିଗ୍ରହଣ ହେବ। ପୁରୀ ସଦର ତହସିଲ ଅନ୍ତର୍ଗତ ଉପରୋକ୍ତ ୩ଟି ମୌଜାର ୪୬.୬୦୯ ଏକର ଜମି ଅଧିଗ୍ରହଣ କରାଯିବ। ଏଥିରେ ଘରୋଇ ଜମି ୩୭.୬୨୯ ଏକର ରହିଥିବା ବେଳେ ୮.୯୮୦ ଏକର ସରକାରୀ ଜମି ରହିଛି। ସମଙ୍ଗ ମୌଜାର ୨୪.୯୪୬ ଏକର ଘରୋଇ ଜମି ଏବଂ ୩.୪୦୦ ଏକର ସରକାରୀ ଜମି, ମାଟିତୋଟା ମୌଜାର ୧୦.୮୯୮ ଏକର ଘରୋଇ ଜମି ଏବଂ ୦.୦୭୨ ଏକର ସରକାରୀ ଜମି, ମାର୍କଣ୍ଡେଶ୍ୱର ସାହିର ୧.୭୮୫ ଏକର ଘରୋଇ ଜମି ଏବଂ ୫.୫୦୮ ଏକର ସରକାରୀ ଜମି ରହିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri