ଶିକାରୀ ସୁରେଶ ଶବର ହତ୍ୟା ଘଟଣାର ପର୍ଦ୍ଦାଫାଶ: ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ

ଦେବଗଡ,୧୩।୫(ଶଶାଙ୍କ ଶେଖର ଝାଙ୍କର):ଗତ ଏପ୍ରିଲ ୩୦ରେ ବାରକୋଟ ଥାନା ଅନ୍ତର୍ଗତ ମର୍ହା ଗ୍ରାମରେ ଘଟିଥିବା ବହୁ ଚର୍ଚ୍ଚିତ ବନ୍ୟଜନ୍ତୁ ଶିକାରୀ ସୁରେଶ ଶବର(୫୯) ହତ୍ୟା ଘଟଣାର ଇତିମଧ୍ୟରେ ୧୨ ଦିନ ବିତିଯାଇଛି। ମାତ୍ର ଅଦ୍ୟାବଧି ହତ୍ୟାକାରୀ ଗିରଫ ହୋଇନାହାନ୍ତି। ତେବେ ହତ୍ୟାକାରୀ ଚିହ୍ନଟ ହୋଇ ସାରିଛି। ତାଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ଓ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ସେହିପରି ପରକୀୟା ପ୍ରୀତି ହିଁ ହତ୍ୟାର ଏକ ମାତ୍ର କାରଣ ବୋଲି ଦେବଗଡ ଜିଲା ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି । ତେବେ ଏହି ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ବୋଲି ପ୍ରଶ୍ନରେ ଜିଲା ଆରକ୍ଷୀ ଅଧିକ୍ଷକ କହିଛନ୍ତି ଯେ, ହତ୍ୟାକାରୀଙ୍କ ସ୍ତ୍ରୀ ସହିତ ମୃତ ସୁରେଶର ପରକୀୟା ପ୍ରୀତି ରହିଥିଲା । ଏଣୁ ସୁରେଶଙ୍କୁ ହତ୍ୟାକାରୀ ପୂର୍ବରୁ ହତ୍ୟା ଧମକ ଦେଇଥିଲା ଓ କୁରାଢୀ ଭଳି କୌଣସି ଧାରୁଆ ଅସ୍ତ୍ରରେ ସୁରେଶକୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି । ତେବେ ତାକୁ ଗିରଫ କରି ପଚରା ଉଚରା କରିବାପରେ ଏ ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ତାହା ଜଣାପଡିବ। ତେବେ ତଦନ୍ତରେ ବାଧା ସୃଷ୍ଟି ହେବା ଆଶଙ୍କାରେ ହତ୍ୟାକାରୀଙ୍କ ନାମ ପ୍ରକାଶ କରିବାକୁ ମନା କରାଯାଇଛି।

ସୂଚନା ଯୋଗ୍ୟ ଯେ, ମର୍ହା ଗ୍ରାମର କୁଖ୍ୟାତ ଜନ୍ତୁ ଶିକାରୀ ସୁରେଶ ଶବର ଗତ ୩ ତାରିଖ ରାତ୍ରୀ ପ୍ରାୟ ୮ଟା ସମୟରେ ଘରୋଇ କାମ ପାଇଁ ଶ୍ରମିକ ଯୋଗାଡ କରିବାକୁ ପ୍ରାୟ ୨ କି.ମି. ଦୂରବର୍ତୀ ଔତଳ ଗ୍ରାମକୁ ଯାଇଥିଲେ । ମାତ୍ର ସକାଳ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ଗାଁ ଠାରୁ କିଛି ଦୂରରେ ଥିବା ଏକ ନାଳରେ ଚାବି ଲାଗିଥିବା ଅବସ୍ତାରେ ସୁରେଶଙ୍କ ବାଇକଟି ପଡିଥିବା ଦେଖିବାକୁ ମିଳିଥିଲେ ହେଁ ସୁରେଶଙ୍କର କୌଣସି ସନ୍ଧାନ ମିଳିନଥିଲା । ଫଳରେ ପରିବାର ଲୋକଙ୍କ ମନକୁ ପାପ ଛୁଇଁବା ସହ ପୂର୍ବରୁ ସୁରେଶଙ୍କ ବିରୁଦ୍ଧରେ ବନ୍ୟଜନ୍ତୁ ଶିକାର ସମେତ ଏକାଧିକ ମାମଲା ରହିଥିବାରୁ ତାଙ୍କୁ ପୋଲିସ ଡାକି ନେଇଥିବା ଆଶଙ୍କାରେ ସୁରେଶଙ୍କ ସ୍ତ୍ରୀ, ପୁଅ ଏବଂ ଭଉଣୀ ଏହା ପରଦିନ ଅର୍ଥାତ ଉବ ୧ ତାରିଖ ପୂର୍ବାହ୍ନରେ ବାରକୋଟ ଥାନାକୁ ଯାଇ ପଚାରିଥିଲେ । ମାତ୍ର ପୋଲିସ ସୁରେଶଙ୍କୁ ଡାକିନଥିବା ସ୍ପଷ୍ଟ କରିବାସହ ସୁରେଶଙ୍କ ନିଖୋଜ ସମ୍ପର୍କରେ ସୁରେଶଙ୍କ ଫାଇଲ ଫଟୋ ସହିତ ଲିଖିତ ଏତଲା ଦେବାକୁ ପରାମର୍ଶ ଦେଇଥିଲେ । ଏହି ସମୟରେ ମର୍ହା ଗ୍ରାମର କେତେକ ଶିଶୁ ନିକଟସ୍ଥ ପୋଖରୀ ରାସ୍ତାରେ ରକ୍ତ ପଡିଥିବା ଏବଂ ଡ୍ରେନରେ ସୁରେଶଙ୍କ କ୍ଷତାକ୍ତ ମୃତଦେହ ପଡିଥିବା ଦେଖି ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ସୂଚନା ପାଇ ସୁରେଶଙ୍କ ସ୍ତ୍ରୀ, ପୁଅ ଏବଂ ଭଉଣୀ ପୋଲିସ ଟିମ ସହିତ ଘଟଣା ସ୍ଥଳରେ ପହଂଚିଥିଲେ ଓ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ସୁରେଶଙ୍କ ତଂଟି କଟାଯାଇଥିବା ଓ ମୁଣ୍ଡରେ ମଧ୍ୟ ଗଭୀର କ୍ଷତ ସୃଷ୍ଟି ହୋଇଥିବା ଜଣାପଡିଥିଲା । ସେହିପରି ହତ୍ୟା ପରେ ପ୍ରମାଣ ଲୁଚାଇବା ଉଦ୍ଦେଶ୍ୟରେ ହତ୍ୟାକାରୀ ସୁରେଶଙ୍କ ବାଇକଟିକୁ ଅନ୍ୟତ୍ର ଫିଙ୍ଗି ଦେଇଥିବା ପାରିପାର୍ଶ୍ୱିକ ପରିସ୍ଥିତିରୁ ଜଣାପଡିଥିଲା । ପୂର୍ବ ଶତୃତାକୁ କେନ୍ଦ୍ରକରି ତାଙ୍କ ଗ୍ରାମର ଜଣେ ର୍ନିଦ୍ଦିଷ୍ଟ ବ୍ୟକ୍ତି ସୁରେଶଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ୨ ତାରିଖ ଦିନ ସାଇଂଟିଫିକ ଟିମ ଘଟଣା ସ୍ଥଳରେ ପହଂଚି ସନ୍ଧାନୀ କୁକୁର ସହାୟତାରେ ଘଟଣାର ଅଧିକ ତଦନ୍ତ କରିଥିଲା । ଏଥିସହ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ଏ ଘଟଣା ସମଗ୍ର ଅଂଚଳରେ ଆଲୋଡନ ସୃଷ୍ଟି କରିଥିଲା ।

 


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri