ଶିକାରୀ ସୁରେଶ ଶବର ହତ୍ୟା ଘଟଣାର ପର୍ଦ୍ଦାଫାଶ: ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ

ଦେବଗଡ,୧୩।୫(ଶଶାଙ୍କ ଶେଖର ଝାଙ୍କର):ଗତ ଏପ୍ରିଲ ୩୦ରେ ବାରକୋଟ ଥାନା ଅନ୍ତର୍ଗତ ମର୍ହା ଗ୍ରାମରେ ଘଟିଥିବା ବହୁ ଚର୍ଚ୍ଚିତ ବନ୍ୟଜନ୍ତୁ ଶିକାରୀ ସୁରେଶ ଶବର(୫୯) ହତ୍ୟା ଘଟଣାର ଇତିମଧ୍ୟରେ ୧୨ ଦିନ ବିତିଯାଇଛି। ମାତ୍ର ଅଦ୍ୟାବଧି ହତ୍ୟାକାରୀ ଗିରଫ ହୋଇନାହାନ୍ତି। ତେବେ ହତ୍ୟାକାରୀ ଚିହ୍ନଟ ହୋଇ ସାରିଛି। ତାଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ଓ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ସେହିପରି ପରକୀୟା ପ୍ରୀତି ହିଁ ହତ୍ୟାର ଏକ ମାତ୍ର କାରଣ ବୋଲି ଦେବଗଡ ଜିଲା ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି । ତେବେ ଏହି ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ବୋଲି ପ୍ରଶ୍ନରେ ଜିଲା ଆରକ୍ଷୀ ଅଧିକ୍ଷକ କହିଛନ୍ତି ଯେ, ହତ୍ୟାକାରୀଙ୍କ ସ୍ତ୍ରୀ ସହିତ ମୃତ ସୁରେଶର ପରକୀୟା ପ୍ରୀତି ରହିଥିଲା । ଏଣୁ ସୁରେଶଙ୍କୁ ହତ୍ୟାକାରୀ ପୂର୍ବରୁ ହତ୍ୟା ଧମକ ଦେଇଥିଲା ଓ କୁରାଢୀ ଭଳି କୌଣସି ଧାରୁଆ ଅସ୍ତ୍ରରେ ସୁରେଶକୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି । ତେବେ ତାକୁ ଗିରଫ କରି ପଚରା ଉଚରା କରିବାପରେ ଏ ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ତାହା ଜଣାପଡିବ। ତେବେ ତଦନ୍ତରେ ବାଧା ସୃଷ୍ଟି ହେବା ଆଶଙ୍କାରେ ହତ୍ୟାକାରୀଙ୍କ ନାମ ପ୍ରକାଶ କରିବାକୁ ମନା କରାଯାଇଛି।

ସୂଚନା ଯୋଗ୍ୟ ଯେ, ମର୍ହା ଗ୍ରାମର କୁଖ୍ୟାତ ଜନ୍ତୁ ଶିକାରୀ ସୁରେଶ ଶବର ଗତ ୩ ତାରିଖ ରାତ୍ରୀ ପ୍ରାୟ ୮ଟା ସମୟରେ ଘରୋଇ କାମ ପାଇଁ ଶ୍ରମିକ ଯୋଗାଡ କରିବାକୁ ପ୍ରାୟ ୨ କି.ମି. ଦୂରବର୍ତୀ ଔତଳ ଗ୍ରାମକୁ ଯାଇଥିଲେ । ମାତ୍ର ସକାଳ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ଗାଁ ଠାରୁ କିଛି ଦୂରରେ ଥିବା ଏକ ନାଳରେ ଚାବି ଲାଗିଥିବା ଅବସ୍ତାରେ ସୁରେଶଙ୍କ ବାଇକଟି ପଡିଥିବା ଦେଖିବାକୁ ମିଳିଥିଲେ ହେଁ ସୁରେଶଙ୍କର କୌଣସି ସନ୍ଧାନ ମିଳିନଥିଲା । ଫଳରେ ପରିବାର ଲୋକଙ୍କ ମନକୁ ପାପ ଛୁଇଁବା ସହ ପୂର୍ବରୁ ସୁରେଶଙ୍କ ବିରୁଦ୍ଧରେ ବନ୍ୟଜନ୍ତୁ ଶିକାର ସମେତ ଏକାଧିକ ମାମଲା ରହିଥିବାରୁ ତାଙ୍କୁ ପୋଲିସ ଡାକି ନେଇଥିବା ଆଶଙ୍କାରେ ସୁରେଶଙ୍କ ସ୍ତ୍ରୀ, ପୁଅ ଏବଂ ଭଉଣୀ ଏହା ପରଦିନ ଅର୍ଥାତ ଉବ ୧ ତାରିଖ ପୂର୍ବାହ୍ନରେ ବାରକୋଟ ଥାନାକୁ ଯାଇ ପଚାରିଥିଲେ । ମାତ୍ର ପୋଲିସ ସୁରେଶଙ୍କୁ ଡାକିନଥିବା ସ୍ପଷ୍ଟ କରିବାସହ ସୁରେଶଙ୍କ ନିଖୋଜ ସମ୍ପର୍କରେ ସୁରେଶଙ୍କ ଫାଇଲ ଫଟୋ ସହିତ ଲିଖିତ ଏତଲା ଦେବାକୁ ପରାମର୍ଶ ଦେଇଥିଲେ । ଏହି ସମୟରେ ମର୍ହା ଗ୍ରାମର କେତେକ ଶିଶୁ ନିକଟସ୍ଥ ପୋଖରୀ ରାସ୍ତାରେ ରକ୍ତ ପଡିଥିବା ଏବଂ ଡ୍ରେନରେ ସୁରେଶଙ୍କ କ୍ଷତାକ୍ତ ମୃତଦେହ ପଡିଥିବା ଦେଖି ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ସୂଚନା ପାଇ ସୁରେଶଙ୍କ ସ୍ତ୍ରୀ, ପୁଅ ଏବଂ ଭଉଣୀ ପୋଲିସ ଟିମ ସହିତ ଘଟଣା ସ୍ଥଳରେ ପହଂଚିଥିଲେ ଓ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ସୁରେଶଙ୍କ ତଂଟି କଟାଯାଇଥିବା ଓ ମୁଣ୍ଡରେ ମଧ୍ୟ ଗଭୀର କ୍ଷତ ସୃଷ୍ଟି ହୋଇଥିବା ଜଣାପଡିଥିଲା । ସେହିପରି ହତ୍ୟା ପରେ ପ୍ରମାଣ ଲୁଚାଇବା ଉଦ୍ଦେଶ୍ୟରେ ହତ୍ୟାକାରୀ ସୁରେଶଙ୍କ ବାଇକଟିକୁ ଅନ୍ୟତ୍ର ଫିଙ୍ଗି ଦେଇଥିବା ପାରିପାର୍ଶ୍ୱିକ ପରିସ୍ଥିତିରୁ ଜଣାପଡିଥିଲା । ପୂର୍ବ ଶତୃତାକୁ କେନ୍ଦ୍ରକରି ତାଙ୍କ ଗ୍ରାମର ଜଣେ ର୍ନିଦ୍ଦିଷ୍ଟ ବ୍ୟକ୍ତି ସୁରେଶଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ୨ ତାରିଖ ଦିନ ସାଇଂଟିଫିକ ଟିମ ଘଟଣା ସ୍ଥଳରେ ପହଂଚି ସନ୍ଧାନୀ କୁକୁର ସହାୟତାରେ ଘଟଣାର ଅଧିକ ତଦନ୍ତ କରିଥିଲା । ଏଥିସହ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ଏ ଘଟଣା ସମଗ୍ର ଅଂଚଳରେ ଆଲୋଡନ ସୃଷ୍ଟି କରିଥିଲା ।

 


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତର ଏସବୁ ଜିନିଷ ଉପରେ ନିର୍ଭର କରେ ଋଷିଆ, ଖର୍ଚ୍ଚ କରେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୧୨: ରୁଷିଆ ଏବଂ ଭାରତ ଦୀର୍ଘଦିନ ଧରି ଦୃଢ଼ ସମ୍ପର୍କ ଉପଭୋଗ କରିଆସିଛନ୍ତି। ଏହି ଗଭୀର ସମ୍ପର୍କ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ପ୍ରତିଫଳିତ ହୋଇଛି।...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ସ୍ବାମୀ ରଣବୀରଙ୍କୁ ନେଇ ଏମିତି କହିଦେଲେ ଦୀପିକା, ଚର୍ଚ୍ଚା ଆରମ୍ଭ

ମା’ ହେବା ପରେ ବଦଳିଗଲେଣି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ଏବେ ନିଜ କ୍ୟାରିୟର୍‌ ନୁହେଁ, ଝିଅ ଦୁଆକୁ ଅଧିକ ସମୟ ଦେଉଛନ୍ତି। ଏସବୁ ଭିତରେ...

ଭାରତ ସହ ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ୩ ବଡ଼ ଝଟକା!

ନୂଆଦିଲ୍ଲୀ,୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି, ଯାହା ତିନି ମ୍ୟାଚ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ। ଦକ୍ଷିଣ...

କରୁଣ ନାୟାରଙ୍କୁ ଅଣଦେଖା କଲା BCCI!

ନୂଆଦିଲ୍ଲୀ,୬।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ହେଉଛି ଭାରତର ସର୍ବୋଚ୍ଚ ପ୍ରଶାସକ ସଂସ୍ଥା। କୁହାଯାଏ ଯେ ଏହି ଦେଶର ପ୍ରତ୍ୟେକ କ୍ରିକେଟର୍‌ BCCI ସହ...

ଭାରତର ୫ ମହଙ୍ଗା ମହିଳା ପ୍ରବଚକ, ଯିଏ କଥା କହି ନେଇଯାଆନ୍ତି ଏତେ ଫି

ନୂଆଦିଲ୍ଲୀ,୬।୧୨: ବୃନ୍ଦାବନର ପ୍ରସିଦ୍ଧ କାହାଣୀକାର ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ୱତନ ଡିଏସପିଙ୍କ ଝିଅ ଶିପ୍ରା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର, ଡିସେମ୍ୱର 5...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri