ପୌର ପ୍ରଶାସନ ପ୍ରସ୍ତୁତ

ଢେଙ୍କାନାଳ ଅଫିସ, ୫।୫ – ଡରାଉଛି କରୋନାର ଦ୍ୱିତୀୟ ଲହର। ବଢୁଥିବା ଦ୍ରୁତ ସଂକ୍ରମଣ ରୋକିବା ଲାଗି ଲକ୍‌ଡାଉନ୍‌କୁ ଅସ୍ତ୍ର ଭାବେ ପ୍ରୟୋଗ କରିଛନ୍ତି ରାଜ୍ୟ ସରକାର। ସଂକ୍ରମଣ ଚେନ୍‌ ଭାଙ୍ଗିବାକୁ ବୁଧବାରଠାରୁ ଆରମ୍ଭ ହେବାକୁ ଥିବା ୧୪ଦିନିଆ ତାଲାବନ୍ଦକୁ ବୁଦ୍ଧିଜୀବୀବର୍ଗ ସ୍ବାଗତ କରିଛନ୍ତି। ଅନ୍ୟପଟେ ଲକ୍‌ଡାଉନ୍‌ ସମୟରେ ଅମାନିଆଙ୍କୁ ଜଗିବା, ଭିଡ଼ କମାଇବା ସହ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ଉପରେ ନଜର ରଖିବା ସହରାଞ୍ଚଳ ପ୍ରଶାସନ ଲାଗି ଚ୍ୟାଲେଞ୍ଜ ପାଲଟିଥିବାବେଳେ ଏଥିଲାଗି ଅଣ୍ଟା ଭିଡ଼ିଛି ଢେଙ୍କାନାଳ ପୌରସଂସ୍ଥା।
ଢେଙ୍କାନାଳ ସହରାଞ୍ଚଳରେ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ପ୍ରତିହତ କରିବା ଲାଗି ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଥିଲେ ହେଁ ନିୟନ୍ତ୍ରଣକୁ ଆସୁନି କରୋନା। ଇତିମଧ୍ୟରେ ରାଜ୍ୟ ସରକାର ଲକ୍‌ଡାଉନ୍‌ ଘୋଷଣା କରିବା ପରେ ପ୍ରଶାସନ ସଜାଗ ହୋଇଛି। ତାଲାବନ୍ଦ ଅବ୍ୟବହିତ ପୂର୍ବରୁ ଲକ୍‌ଡାଉନ୍‌ ସମ୍ପର୍କିତ ନିୟମାବଳୀ ସମ୍ପର୍କରେ ଜନସାଧାରଣଙ୍କ ଡାକବାଜି ଯନ୍ତ୍ର ସହାୟତାରେ ପ୍ରଚାର କରାଯାଇଛି। ଏହାସତ୍ତ୍ୱେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ସମେତ ମଦ ଦୋକାନଗୁଡ଼ିକରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଥିଲା। ସୂଚନା ପାଇ ମଦ କାଉଣ୍ଟରଗୁଡ଼ିକରେ ପୋଲିସ ପହଞ୍ଚତ୍ ସ୍ଥିତି ନିୟନ୍ତ୍ରଣ କରିଥିଲା। ଲକ୍‌ଡାଉନ୍‌ ସମୟରେ ଯେପରି ଜନସାଧାରଣଙ୍କ କୌଣସି ସମସ୍ୟା ନ ଉପୁଜେ, ସେଥିଲାଗି ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ଯାଏ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି। ତଥାପି ଦୋକାନରେ ଅସମ୍ଭାଳ ଭିଡ଼ ବିପଦକୁ ଡାକରା ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।
ଅନ୍ୟପଟେ ଲକ୍‌ଡାଉନ୍‌ ପାଇଁ ରାସ୍ତାପାର୍ଶ୍ୱ ଦୋକାନୀ, ଫାଷ୍ଟଫୁଡ୍‌ ଏବଂ ହୋଟେଲ ବ୍ୟବସାୟୀ ଚିନ୍ତାରେ ପଡିଯାଇଛନ୍ତି। ମଧ୍ୟାହ୍ନ ପୂର୍ବରୁ ବ୍ୟବସାୟ ବନ୍ଦ କରିବା ଲାଗି ଜୋର୍‌ ଦିଆଯାଉଥିବାରୁ ସେମାନେ କିଭଳି ବ୍ୟବସାୟ କରିବେ ତାହାକୁ ନେଇ ଦ୍ୱନ୍ଦ୍ୱ ବଢ଼ିଛି। ସମସ୍ତଙ୍କ ପକ୍ଷ ଅନ୍‌ଲାଇନ୍‌ କାରବାର କରିବା ସମ୍ଭବପର ନ ଥିବାରୁ ଲକ୍‌ଡାଉନ୍‌ ହୋଟେଲ ବ୍ୟବସାୟ ଉପରେ ଚଡ଼କ ସଦୃଶ ବୋଲି ଅନେକେ ମତ ଦେଇଛନ୍ତି।
ଆଗରୁ ତାଲାବନ୍ଦ ହୋଇଥିଲେ ଭଲ ହୋଇଥାନ୍ତା
ବଢୁଥିବା କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ନିକଟରେ ଲକ୍‌ଡାଉନ୍‌ ଶେଷ ବିକଳ୍ପ ଥିଲା। ସକାଳ ୭ରୁ ମଧ୍ୟାହ୍ନ ୧୨ଟା ଯାଏ କ୍ଷୀର, ଗ୍ରସେରି, ଆମିଷ, ପରିବା ଦୋକାନ ଖୋଲା ରହିବ। ଲକ୍‌ଡାଉନ ଘୋଷଣା ସ୍ବାଗତଯୋଗ୍ୟ। ତାଲାବନ୍ଦ ନିଷ୍ପତ୍ତି ଆଗରୁ ହୋଇଥିଲେ ଭଲ ହୁଅନ୍ତା।
-ଶରତ ଚନ୍ଦ୍ର ପାଢ଼ୀ, ଢେଙ୍କାନାଳ ଶିଳ୍ପ ଓ ବାଣିଜ୍ୟ ପ୍ରତିଷ୍ଠାନ ସଭାପତି
ଅସାବଧାନତା ବଢ଼ାଉଛି ସଂକ୍ରମଣ
ଲୋକମାନଙ୍କ ଖାମଖିଆଲ ନୀତି ଏବଂ ଅସାବଧାନରୁ ସଂକ୍ରମଣ ବଢୁଛି। ଜୀବନ ସୁରକ୍ଷା ଲାଗି ଲକ୍‌ଡାଉନ୍‌ ନିଷ୍ପତ୍ତି ଯଥାର୍ଥ। ଏହି ସମୟରେ ସର୍ବାଧିକ ପ୍ରଭାବିତ ନିମ୍ନ ଏବଂ ମଧ୍ୟବିତ୍ତ ଶ୍ରେଣୀ ପ୍ରତି ସରକାର ଦୃଷ୍ଟି ଦେବା ଜରୁରୀ। ସେହିପରି ପୋଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବଦଳରେ ମଣିଷ ପଣିଆ ଦେଖାଇବା ଉଚିତ।
-ସୁରେଶ ପ୍ରସାଦ ମିଶ୍ର, ଅଧ୍ୟାପକ
ନିୟମ ନ ମାନିଲେ ଜୀବନ ବିପନ୍ନ
କରୋନା ସଂକ୍ରମଣକୁ ରୋକିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଲକ୍‌ଡାଉନ ସମ୍ପର୍କିତ ନୀତି ନିୟମକୁ ସମସ୍ତେ ମାନିବା ଉଚିତ। ଟିକାକରଣ, ମାସ୍କ ପରିଧାନ, ସାମାଜିକ ଦୂରତ୍ୱ ରକ୍ଷା, ହାତ ଧୋଇବା, ପରିଷ୍କାର ପରିଚ୍ଛନ୍ନତା ଆଦି ବିଷୟକୁ ଗୁରୁତ୍ୱର ସହ ନ ମାନିଲେ ଜୀବନ ବିପନ୍ନ ହେବ।
-ବିରଞ୍ଚତ୍ ନାରାୟଣ ପାଣି, ସାମାଜିକ କର୍ମୀ

 


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ମୃତ ରାମା ରାଓଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୩ା୧୦(ଅନାଥ ତରାଇ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଗୋଖୁରଗୁଦା ଗ୍ରାମର ଡବ୍ଲ୍ୟୁ ରାମା ରାଓଙ୍କର ତିରୁପତିଠାରେ କାର୍ଯ୍ୟରତ ଥିବା ସମୟରେ ଏକ ସଡ଼କ ଦୁର୍ଘଟଣାରେ ଅକାଳ…

ପାର୍ବଣକୁ ନେଇ ଆନନ୍ଦପୁରରେ କଡ଼ା ସୁରକ୍ଷା: ନାକା ଡ୍ୟୁଟିରେ ପୋଲିସଙ୍କ ସହ ସାମିଲ ହେଲେ ଉପଜିଲାପାଳ

ବଞ୍ଚୋ, ୩/୧୦ (ପ୍ରଦୋଷ ବିଶ୍ୱାଳ): ପାର୍ବଣ ଋତୁ ଆରମ୍ଭ ହୋଇଥିବାରୁ ଆନନ୍ଦପୁର ଅଞ୍ଚଳରେ ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ବଜାୟ ରଖିବା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା…

ଫୁଟବଲରେ କର୍ଲାମୁଣ୍ଡା ବ୍ଲକ ଚାମ୍ପିୟନ, ୩ ଖେଳାଳି ରାଜ୍ୟସ୍ତରକୁ ମନୋନୀତ

କର୍ଲାମୁଣ୍ଡା,୩।୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲ୍ଲାସ୍ତରୀୟ ବିଦ୍ୟାଳୟ ଖେଳକୁଦ ପ୍ରତିଯୋଗିତାରେ କର୍ଲାମୁଣ୍ଡା ବ୍ଲକକୁ ମିଳିଛି ବଡ଼ ସଫଳତା। ୧୭ ବର୍ଷରୁ କମ ବର୍ଗର ଫୁଟବଲ ପ୍ରତିଯୋଗିତାରେ କର୍ଲାମୁଣ୍ଡା…

ଦୁର୍ଘଟଣାରେ ମୃତ ଅନିଲଙ୍କ ପରିବାରକୁ ମିଳିଲା ୪ ଲକ୍ଷ ଟଙ୍କାର ସହାୟତା

ଗଞ୍ଜାମ, ୩/୧୦ (ଅନାଥ ତରାଇ): ଦୁର୍ଘଟଣାରେ ଅକାଳରେ ପ୍ରାଣ ହରାଇଥିବା ଗଞ୍ଜାମ ଏନ୍‌ଏସି ସାମନ୍ତରା ସାହିର ଅନିଲ ମହାପାତ୍ରଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ୪ ଲକ୍ଷ…

କନ୍ଧମାଳ ଏମ୍‌ପିଙ୍କ ନୂଆ ପ୍ରତିନିଧି ନିଯୁକ୍ତି: ଜାଣନ୍ତୁ କାହାକୁ କେଉଁ ଦାୟିତ୍ବ …

ଦାରିଙ୍ଗବାଡ଼ି, ୩/୧୦ (ଅରୁଣ ସାହୁ): କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ତାଙ୍କ ପ୍ରତିନିଧି ମଣ୍ଡଳ ପାଇଁ ଜିଲା ପ୍ରଶାସନକୁ ନାମ ତାଲିକା ପଠାଇଥିବା ଜଣାପଡ଼ିଛି। ସେ…

ସ୍କୁଲ ଛାତ୍ରଙ୍କ ମଧ୍ୟରେ ହିଂସା: ଅଣଛାତ୍ରଙ୍କ ସହାୟତାରେ ଦୁଇ ଛାତ୍ରଙ୍କୁ ମାଡ଼, ଲହୁଲୁହାଣ

ବ୍ରହ୍ମପୁର, ୩।୧୦ (ସୁବାସ ଚନ୍ଦ୍ର ପାଢ଼ୀ): ଭଲ ପାଠ ପଢ଼ି ଭବିଷ୍ୟତ ଗଢ଼ିବାକୁ ସ୍ୱପ୍ନ ଦେଖିବା ବଦଳରେ ଏବେ ସ୍କୁଲରେ ହିଂସା ଭଳି ଘଟଣା ଦେଖିବାକୁ ମିଳୁଛି।…

ଖୁଦୁରୁକୁଣୀ ଭସାଣି ବେଳେ ଏସ୍‌ଆଇଙ୍କୁ ଆକ୍ରମଣ: ଡିଜେ ବଜାଇବାକୁ….

ହାଟଡିହୀ,୩ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଘଷିପୁରା ଥାନା ଚଉମୁଇଁରେ ଖୁଦୁରୁକୁଣୀ ଭସାଣି ବେଳେ ଡିଜେ ବଜାଇବାକୁ ବିରୋଧ କରିବାରୁ ଏସ୍‌ଆଇ କଳ୍ପତ୍ତରୁ ନାୟକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ…

ଗୁଡ଼ାରୀରୁ ଭୁବନେଶ୍ୱରକୁ ବସ୍‌ ଚଳାଚଳ ଦାବି: ସାଇକେଲ ଯାତ୍ରାବେଳେ ଅଧାବାଟରେ ଅସୁସ୍ଥ ହେଲେ ପ୍ରମୋଦ

ଗୁଣପୁର,୩ା୧୦(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଡ଼ାରୀରୁ ରାଜଧାନୀ ଭୁବନେଶ୍ୱରକୁ ସିଧାସଳଖ ସରକାରୀ ବସ୍‌ ଚଳାଚଳ ଦାବିରେ ଗାନ୍ଧୀ ଜୟନ୍ତୀରୁ ସାଇକେଲ ଯାତ୍ରା ଆରମ୍ଭ କରିଥିବା ଆନ୍ଦୋଳନକାରୀ ପ୍ରମୋଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?