କ୍ୟାପିଟାଲ ହସ୍ପିଟାଲରେ ଏମ୍‌ଆର୍‌ଆଇ ବିଭାଗ ଖୋଲିଲା

ଭୁବନେଶ୍ୱର, ୨୭।୧୧(ବ୍ୟୁରୋ): କ୍ୟାପିଟାଲ ହସ୍ପିଟାଲରେ ଏମ୍‌ଆର୍‌ଆଇ ବିଭାଗ ଖୋଲିଛି। ଗୁରୁବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଏହାକୁ ଲୋକାର୍ପଣ କରିଛନ୍ତି। ଏଣିକି ରୋଗୀମାନେ ଏମ୍‌ଆର୍‌ଆଇ ପରୀକ୍ଷା ପାଇଁ ବାହାରକୁ ଯିବେ ନାହିଁ। ହସ୍ପିଟାଲରେ ହିଁ ଏହି ପରୀକ୍ଷଣ ସେବା ପାଇବେ। ଏଠାରେ ମସ୍ତିଷ୍କର ଆନ୍‌ଜିଓ, ଭେନୋଗ୍ରାମ୍‌ ଓ ସ୍ପେକ୍ଟ୍ରୋସ୍କୋପି ପରୀକ୍ଷା, ଅର୍‌ବିଟ୍‌, ମେରୁଦଣ୍ଡ, ମଣିବନ୍ଧ, କହୁଣି, କାନ୍ଧ, ଆଣ୍ଠୁ, ଖଞ୍ଜା, ମୁହଁ, ବେକ, ତଳିପେଟ, ହାତ, ଗୋଡ଼ ଓ ପାଦ ଇତ୍ୟାଦିର ସମ୍ପୂର୍ଣ୍ଣ ଆଭ୍ୟନ୍ତରୀଣ ପରୀକ୍ଷା ହୋଇପାରିବ। ଏହି ଅବସରରେ ମନ୍ତ୍ରୀ ଦାସ କହିଛନ୍ତି, ଉନ୍ନତ ସାର୍ବଜନୀନ ସ୍ବାସ୍ଥ୍ୟସେବା ଉପରେ ରାଜ୍ୟ ସରକାର ଅଗ୍ରାଧିକାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା’ ଅଭିଯାନକୁ ଅଧିକ ସଶକ୍ତ କରିବା ନିମନ୍ତେ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। କ୍ୟାପିଟାଲ ହସ୍ପିଟାଲରେ ଏମ୍‌ଆର୍‌ଆଇ ପରୀକ୍ଷା ସୁବିଧା ଉପଲବ୍ଧ କରାଇବା ଏପରି ପ୍ରୟାସରେ ଏକ ମାଇଲଖୁଣ୍ଟ ବିବେଚିତ ହେବ। ଏହା ଫଳରେ ସହଜରେ ଓ ବିନା ମୂଲ୍ୟରେ ଏମ୍‌ଆର୍‌ଆଇ ପରୀକ୍ଷା କରାଯାଇପାରିବ। ରାଜ୍ୟର ଅନ୍ୟ ହସ୍ପିଟାଲଗୁଡ଼ିକରେ ଏପରି ସୁବିଧା ପାଇଁ ଉଦ୍ୟମ ଅବ୍ୟାହତ ରହିବ ବୋଲି ମନ୍ତ୍ରୀ କହିଛନ୍ତି।
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ, ବିଜ୍ଞାନ ଓ କାରିଗରି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ସମେତ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁ, ଅଧୀକ୍ଷକ ଡା. ବିରଞ୍ଚତ୍ ନାରାୟଣ ବାରିକ ଓ ଉପଅଧୀକ୍ଷକ ଡା. ଧନଞ୍ଜୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ ା
ରାଜ୍ୟରେ ପିପିପି ମୋଡ୍‌ରେ ପ୍ରଥମଥର ପାଇଁ ଏହି ପରୀକ୍ଷଣ ବ୍ୟବସ୍ଥା ହୋଇଛି। ଏଥିପାଇଁ ମଣିପାଲ୍‌ ହେଲ୍‌ଥ ମ୍ୟାପ୍‌ ଡାଇଗ୍ନୋଷ୍ଟିକ୍ସ ସ୍ବାସ୍ଥ୍ୟାନୁଷ୍ଠାନ ସହିତ ଗତ ମାର୍ଚ୍ଚ ମାସରେ ରାଜ୍ୟ ସରକାର କରିଥିବା ଚୁକ୍ତିନାମା ଅନୁସାରେ ସେବା ଆରମ୍ଭ ହୋଇଛି। ଅଗଷ୍ଟରୁ କାର୍ଯ୍ୟ ଆରମ୍ଭ ହୋଇ ଗତ ୨୦ ତାରିଖରେ ସରିଥିଲା। ଏଥିପାଇଁ ପ୍ରାୟ ୮ କୋଟି ଟଙ୍କା ବ୍ୟୟ କରାଯାଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ଦକ୍ଷ ଅଫିସର ପାଇବେ ବଡ଼ ବିଭାଗ, ଆହୁଜାଙ୍କୁ ନୂଆ ଦାୟିତ୍ୱ ମିଳିବ ନା ନାହିଁ ଚର୍ଚ୍ଚାରେ

ଭୁବନେଶ୍ୱର, ୨୫।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଉନ୍ନୟନ କମିଶନର ତଥା ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର୍‌ ଅନୁ ଗର୍ଗଙ୍କୁ ବୁଧବାର ଓଡ଼ିଶାର  ନୂଆ ମୁଖ୍ୟ ଶାସନ...

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

ଆଜିଠୁ ବଢ଼ିବ ଶୀତ, ଘନ କୁହୁଡ଼ି

ଭୁବନେଶ୍ୱର, ୨୫ା୧୨(ବନ୍ଦନା ସେଠୀ): ରାଜ୍ୟରେ ସର୍ୱନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି ଜନଜୀବନକୁ...

ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗରେ ଦଙ୍ଗା

ଗୁଆହାଟୀ,୨୫ା୧୨: ଆସାମର ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗ ଜିଲାରେ ମଙ୍ଗଳବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଉତ୍ତେଜନା ଜାରି ରହିଛି। ବିକ୍ଷୋଭକାରୀମାନେ ଦଙ୍ଗା ସୃଷ୍ଟି କରିବା ସହ ବହୁ...

‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’କୁ ଅନୁମୋଦନ

ଭୁବନେଶ୍ୱର,୨୫।୧୨(ରବିନାରାୟଣ ଜେନା): ରାଜ୍ୟର ବରପୁତ୍ରମାନଙ୍କୁ କିଭଳି ସବୁବେଳେ ସମ୍ମାନ ମିଳିବ ସେନେଇ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି। ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ...

ଜାନୁଆରୀ ୧୦ ସୁଦ୍ଧା ସବୁ ଜିଲାରେ ଧାନକିଣା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୧୧ (ରବିନାରାୟଣ ଜେନା): ଜାନୁଆରୀ ୧୦ ତାରିଖ ସୁଦ୍ଧା ସବୁ ଜିଲାରେ ଧାନ ସଂଗ୍ରହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଧାନ...

ବଳାତ୍କାରୀଙ୍କୁ ଜାମିନ, ପୀଡ଼ିତାଙ୍କ ସହ ଅନ୍ୟାୟ

ନୂଆଦିଲ୍ଲୀ,୨୫ା୧୨: ଭାରତ କେବଳ ଏକ ମୃତ ଅର୍ଥନୀତିରେ ପରିଣତ ହୋଇଯାଇଛି ତାହା ନୁହେଁ, ବରଂ ଏକ ମୃତ ସମାଜ ପାଲଟିଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri