ଏମ୍‌ପି ନିଜ ଦାୟିତ୍ୱ ଭୁଲିଗଲେ

ଖୋର୍ଦ୍ଧା/ଟାଙ୍ଗୀ/ବେଗୁନିଆ,୧୦।୫ (ପ୍ରଭାତ ପାଣିଗ୍ରାହୀ/ରଘୁନାଥ ସାହୁ/ ହରପ୍ରସନ୍ନ ପଣ୍ଡା/ସନ୍ଧ୍ୟାରାଣୀ ମିଶ୍ର)
ଖୋର୍ଦ୍ଧା ଜିଲା ବେଗୁନିଆ ଓ ଟାଙ୍ଗୀରେ ଗୁରୁବାର ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ୍‌ ନିର୍ବାଚନ ପ୍ରଚାର କରିଛନ୍ତି। ବିଜେଡିକୁ ଭୋଟ୍‌ ଦେଇ ଲୋକ ସଭା ଏବଂ ବିଧାନସଭା ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସେ ନିବେଦନ କରିଛନ୍ତି। ବିଜେଡିର ନିର୍ବାଚନୀ ଇସ୍ତାହାର ସମସ୍ତଙ୍କ ମୁଖରେ ହସ ଫୁଟାଇବ ବୋଲି ସେ କହିଥିଲେ।
ପ୍ରଥମେ ବେଗୁନିଆ ମିନି ଷ୍ଟାଡିୟମରେ ଆୟୋଜିତ ନିର୍ବାଚନୀ ସଭାରେ ପାଣ୍ଡିଆନ୍‌ ଉପସ୍ଥିତ କର୍ମୀଙ୍କୁ ସମ୍ବୋଧିତ କରି ସିଧାସଳଖ ଭୁବନେଶ୍ୱର ଏମ୍‌ପିଙ୍କ ନଁା ନ ନେଇ ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ କରିଥିଲେ। ସେ ଜଣେ ସର୍ବଭାରତୀୟ ସ୍ତରର ଅଫିସର ଥିଲେ। ସେ ଚାହିଁଥିଲେ ବେଗୁନିଆ ଓ ବୋଲଗଡ଼ ପାଇଁ ବହୁ କେନ୍ଦ୍ରୀୟ ଯୋଜନା ଆଣିପାରିଥାନ୍ତେ। କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଗଢ଼ିଉଠିଥାନ୍ତା। ବେକାର ଯୁବତୀଯୁବକ ନିଯୁକ୍ତି ପାଇଥାନ୍ତେ। କିନ୍ତୁ ସେ ଲୋକଙ୍କ ଭୋଟରେ ନିର୍ବାଚିତ ହେବା ପରେ ନିଜ ଦାୟିତ୍ୱ ଭୁଲିବା ସହ ବେଗୁନିଆ ଓ ବୋଲଗଡ଼କୁ ଆସିଲେ ନାହିଁ। ଗତ ନିର୍ବାଚନରେ ଏଠାରୁ ଅଧିକ ଭୋଟ୍‌ ପାଇଥିଲେ, ବେଗୁନିଆବାସୀଙ୍କ ସ୍ବାର୍ଥ ପାଇଁ କ’ଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପାଣ୍ଡିଆନ୍‌। କୋଭିଡ୍‌ ସମୟରେ ସବୁ ଲୋକ ନିୟମ ମାନିଲେ, କିନ୍ତୁ ସେ ଅମାନିଆ ହେଲେ। ସେହିପରି ପାଇକ ବୀରଙ୍କ ତ୍ୟାଗ ଓ ବଳିଦାନ ସ୍ବରୂପ ଖୋର୍ଦ୍ଧା ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦେବା ଲାଗି ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଚାରିଥର ଚିଠି ଲେଖିଛନ୍ତି। କିନ୍ତୁ ସମ୍ପୃକ୍ତ ଏମ୍‌ପି ଥରେଟିଏ ବି ଚିଠି ଲେଖି ନାହାନ୍ତି କିମ୍ବା ସଂସଦରେ ଏହି ପ୍ରସଙ୍ଗ ଉଠାଇ ନାହାନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ କାମର ହିସାବ ଲୋକଙ୍କୁ ଦେଉଛନ୍ତି। କିନ୍ତୁ କଥିତ ଏମ୍‌ପି ଲୋକଙ୍କୁ ହିସାବ ଦେଇପାରିବେ ନାହିଁ। ମୁଖ୍ୟମନ୍ତ୍ରୀ ଦିନରାତି ଲୋକଙ୍କ ପାଇଁ କାମ କରୁଛନ୍ତି। ବେଗୁନିଆ ଓ ବୋଲଗଡ଼ବାସୀଙ୍କ କଥା ଚିନ୍ତା କରୁଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ ଆବଶ୍ୟକତାକୁ ଅନୁଭବକରି ଏନ୍‌ଏସି ମାନ୍ୟତା ସହ ଉପଖଣ୍ଡ ଚିକିତ୍ସାଳୟ ମାନ୍ୟତା, କୋର୍ଟ ସ୍ଥାପନ କରିଛନ୍ତି। ଆଗକୁ ବିକାଶଧାରା ଜାରି ରହିବ। ଶିଳ୍ପର ଅଭିବୃଦ୍ଧି ସହ ଶିଳ୍ପାନୁଷ୍ଠାନ ଗଢ଼ିଉଠିବ। ପାଞ୍ଚ ବର୍ଷରେ ପୁଣି ଥରେ ସୁଯୋଗ ଆସିଛି। ତେଣୁ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବାକୁ ନିବେଦନ କରିଥିଲେ ପାଣ୍ଡିଆନ୍‌। ଏହି ସଭାରେ ଭୁବନେଶ୍ୱର ଲୋକ ସଭା ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବେଗୁନିଆ ବିଧାୟକ ପ୍ରାର୍ଥୀ ପ୍ରଦୀପ ସାହୁ ଉପସ୍ଥିତ ଥିଲେ।
ଏହାପରେ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଟାଙ୍ଗୀ ଚିଲିକା ଷ୍ଟାଡିୟମଠାରେ ଆୟୋଜିତ ସଭାରେ ପାଣ୍ଡିଆନ୍‌ ଯୋଗଦେଇ କହିଥିଲେ, ଆଜିର ଜନସମୁଦ୍ରକୁ ଦେଖି ବିରୋଧୀଙ୍କ ମନୋବଳ ଭାଙ୍ଗିଯାଇଛି। ଏଠାରେ ମଧ୍ୟ ନଁା ନ ନେଇ ସେ ଅପରାଜିତାଙ୍କୁ ଟାର୍ଗେଟ କରିଥିଲେ। ଭୁବନେଶ୍ୱର ଏମ୍‌ପି ଭାବେ ଯାହାଙ୍କୁ ନିର୍ବାଚିତ କରିଥିଲେ ସିଏ ଆପଣମାନଙ୍କର ସୁଖଦୁଃଖରେ ସାମିଲ ହୋଇଥିଲେ କି ପ୍ରଶ୍ନ କରିବା ସହ ଟୁରିଷ୍ଟ ଏମ୍‌ପି ନିର୍ବାଚନ ସମୟରେ ଦେଖାଯାଉଛନ୍ତି ବୋଲି କହିଥିଲେ। ସେହିପରି ୫ବର୍ଷ ହେବ କୁଆଡ଼େ ଯାଇଥିଲେ। ସେ ଜଣେ ସର୍ବଭାରତୀୟ ସ୍ତରର ଅଫିସର ଥିଲେ। ତାଙ୍କଠାରୁ ବହୁତ କିଛି ଆଶା ଥିଲା। ସେ ଚାହିଁଥିଲେ ବିଭିନ୍ନ ଯୋଜନା ଏଠାରେ କାର୍ଯ୍ୟକାରୀ କରିପାରିଥାନ୍ତେ। ଏହି ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପରିବର୍ତ୍ତେ ସେ ସରପଞ୍ଚ, ବ୍ଲକ ଅଧ୍ୟକ୍ଷମାନଙ୍କ କାର୍ଯ୍ୟକୁ ବିରୋଧ କରିଥିଲେ। ତେଣୁ ଖୋର୍ଦ୍ଧାର ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁ ଓ ଲୋକ ସଭା ପ୍ରାର୍ଥୀ ମନ୍ମଥ କୁମାର ରାଉତରାୟଙ୍କୁ ବିପୁଳ ସମର୍ଥନ ଦେବା ପାଇଁ ସେ ଆହ୍ବାନ ଦେଇଥିଲେ। ୩୦ ହଜାରରୁ ଊଦ୍ଧର୍‌ବ ଭୋଟରେ ଉଭୟ ପ୍ରାର୍ଥୀଙ୍କୁ ଜିତାଇଲେ ପ୍ରଥମେ ଟାଙ୍ଗୀକୁ ଆସିବେ ବୋଲି ପାଣ୍ଡିଆନ ପ୍ରକାଶ କରିଥିଲେ। ଟାଙ୍ଗୀକୁ ଏନ୍‌ଏସି ଘୋଷଣା, ମା’ଉଗ୍ରତାରା ମନ୍ଦିରର ଉନ୍ନତି ପାଇଁ ୩୦ କୋଟି ଟଙ୍କା, ଟାଙ୍ଗୀ ବ୍ଲକ ଅନ୍ତର୍ଗତ ୨୩ଟି ପଞ୍ଚାୟତରେ ପାନୀୟଜଳ ଯୋଗାଣ ପାଇଁ ୧୨୧ କୋଟି ଟଙ୍କା, ୫୦ ହାଇସ୍କୁଲରେ ରୂପାନ୍ତରିତ କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହୋଇପାରିଛି। ଆଗକୁ ଟାଙ୍ଗୀର ବିକାଶ ରାଜେନ୍ଦ୍ର କୁମାର ସାହୁଙ୍କ ଦ୍ବାରା ଅଧିକ ତ୍ୱରାନ୍ବିତ ହୋଇପାରିବ ବୋଲି ସେ ପ୍ରକାଶ କରିଥିଲେ। ଏହି ସଭାରେ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁ ଓ ଲୋକ ସଭା ପ୍ରାର୍ଥୀ ମନ୍ମଥ ରାଉତରାୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଜୁ ବୁଦାରେ ଝୁଲୁଛି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୃତଦେହ: ଖେଳିଗଲା ଚାଞ୍ଚଲ୍ୟ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ରାଉତରାପୁର ପଞ୍ଚାୟତର ନୂଆସାହି ଗ୍ରାମରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାକୁ ନେଇ…

ରୁଷିକୁଲ୍ୟାରୁ କମୁଛି ଜଳସ୍ତର: ଟଳିଲା ବନ୍ୟା ଆଶଙ୍କା

ପୁରୁଷୋତ୍ତମପୁର, ୨୬।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ଗତ ଚାରିଦିନ ଧରି ଲଗାଣ ବର୍ଷା ଜାରି…

ପ୍ରଶାନ୍ତ କିଶୋରଙ୍କୁ ଜୋରଦାର ଝଟ୍‌କା: ପ୍ରାର୍ଥୀ ଘୋଷଣାର ୨୪ ଘଣ୍ଟାରେ…

ପାଟନା,୨୬।୯: ବିହାର ବିଧାନ ପରିଷଦ ନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ଦଳ ଜନ ସୁରଜକୁ ଝଟକା ଲାଗିଛି। ତିରହୁତ ଶିକ୍ଷକ ନିର୍ବାଚନମଣ୍ଡଳୀ ପାଇଁ ଦଳର ପ୍ରାର୍ଥୀ ଘୋଷଣା…

ଭଜନ କ୍ଲବିଂରେ ସାମିଲ ପ୍ରଧାନମନ୍ତ୍ରୀ ମୋଦି: ରାମ ଭଜନରେ ବଜାଇଲେ ଡଫଲି

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀର ଦୀନ ଦୟାଲ ଉପାଧ୍ୟାୟ ପାର୍କରେ ଆୟୋଜିତ ‘ଭଜନ କ୍ଲବିଂ’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ…

ରାହୁଙ୍କ ଘରେ ଶୁକ୍ରଙ୍କ ପ୍ରବେଶ: ଆଜିଠୁ ଆରମ୍ଭ ହେଲା ୩ ରାଶିଙ୍କ ଗୋଲଡେନ୍‌ ଟାଇମ୍‌, ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ପ୍ରେମ, ସୌନ୍ଦର୍ଯ୍ୟ, ଧନ, ଐଶ୍ୱର୍ଯ୍ୟ ଏବଂ ଭୌତିକ ସୁଖ-ସୁବିଧାର କାରକ ଗ୍ରହ ଭାବେ ମନେ କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ଶୁକ୍ରଙ୍କ ଶୁଭ…

ଦୁର୍ଗାପୂଜା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଖୁସି! ଜାଣନ୍ତୁ କେତେ ପ୍ରତିଶତ ବଢ଼ିବ DA

ନୂଆଦିଲ୍ଲୀ,୨୬।୯: ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କେହି କେନ୍ଦ୍ର ସରକାରୀ କର୍ମଚାରୀ (Central Government Employee) କିମ୍ବା ପେନସନଭୋଗୀ ଅଛନ୍ତି, ତେବେ ପାର୍ବଣ ଋତୁରେ ଆପଣଙ୍କ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଢିଲା ଟେନ୍‌ସନ୍‌: ଲାଗିଲା ପୁଣି ଝଟକା

ନୂଆଦିଲ୍ଲୀ,୨୬।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଇଦାନକୁ ଫେରିବା ଅପେକ୍ଷା ଆହୁରି ଲମ୍ବା ହୋଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଦିନିକିଆ ସିରିଜ୍‌ରୁ ବାଦ…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?