ଏମ୍‌ପି ନିଜ ଦାୟିତ୍ୱ ଭୁଲିଗଲେ

ଖୋର୍ଦ୍ଧା/ଟାଙ୍ଗୀ/ବେଗୁନିଆ,୧୦।୫ (ପ୍ରଭାତ ପାଣିଗ୍ରାହୀ/ରଘୁନାଥ ସାହୁ/ ହରପ୍ରସନ୍ନ ପଣ୍ଡା/ସନ୍ଧ୍ୟାରାଣୀ ମିଶ୍ର)
ଖୋର୍ଦ୍ଧା ଜିଲା ବେଗୁନିଆ ଓ ଟାଙ୍ଗୀରେ ଗୁରୁବାର ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ୍‌ ନିର୍ବାଚନ ପ୍ରଚାର କରିଛନ୍ତି। ବିଜେଡିକୁ ଭୋଟ୍‌ ଦେଇ ଲୋକ ସଭା ଏବଂ ବିଧାନସଭା ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସେ ନିବେଦନ କରିଛନ୍ତି। ବିଜେଡିର ନିର୍ବାଚନୀ ଇସ୍ତାହାର ସମସ୍ତଙ୍କ ମୁଖରେ ହସ ଫୁଟାଇବ ବୋଲି ସେ କହିଥିଲେ।
ପ୍ରଥମେ ବେଗୁନିଆ ମିନି ଷ୍ଟାଡିୟମରେ ଆୟୋଜିତ ନିର୍ବାଚନୀ ସଭାରେ ପାଣ୍ଡିଆନ୍‌ ଉପସ୍ଥିତ କର୍ମୀଙ୍କୁ ସମ୍ବୋଧିତ କରି ସିଧାସଳଖ ଭୁବନେଶ୍ୱର ଏମ୍‌ପିଙ୍କ ନଁା ନ ନେଇ ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ କରିଥିଲେ। ସେ ଜଣେ ସର୍ବଭାରତୀୟ ସ୍ତରର ଅଫିସର ଥିଲେ। ସେ ଚାହିଁଥିଲେ ବେଗୁନିଆ ଓ ବୋଲଗଡ଼ ପାଇଁ ବହୁ କେନ୍ଦ୍ରୀୟ ଯୋଜନା ଆଣିପାରିଥାନ୍ତେ। କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଗଢ଼ିଉଠିଥାନ୍ତା। ବେକାର ଯୁବତୀଯୁବକ ନିଯୁକ୍ତି ପାଇଥାନ୍ତେ। କିନ୍ତୁ ସେ ଲୋକଙ୍କ ଭୋଟରେ ନିର୍ବାଚିତ ହେବା ପରେ ନିଜ ଦାୟିତ୍ୱ ଭୁଲିବା ସହ ବେଗୁନିଆ ଓ ବୋଲଗଡ଼କୁ ଆସିଲେ ନାହିଁ। ଗତ ନିର୍ବାଚନରେ ଏଠାରୁ ଅଧିକ ଭୋଟ୍‌ ପାଇଥିଲେ, ବେଗୁନିଆବାସୀଙ୍କ ସ୍ବାର୍ଥ ପାଇଁ କ’ଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପାଣ୍ଡିଆନ୍‌। କୋଭିଡ୍‌ ସମୟରେ ସବୁ ଲୋକ ନିୟମ ମାନିଲେ, କିନ୍ତୁ ସେ ଅମାନିଆ ହେଲେ। ସେହିପରି ପାଇକ ବୀରଙ୍କ ତ୍ୟାଗ ଓ ବଳିଦାନ ସ୍ବରୂପ ଖୋର୍ଦ୍ଧା ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦେବା ଲାଗି ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଚାରିଥର ଚିଠି ଲେଖିଛନ୍ତି। କିନ୍ତୁ ସମ୍ପୃକ୍ତ ଏମ୍‌ପି ଥରେଟିଏ ବି ଚିଠି ଲେଖି ନାହାନ୍ତି କିମ୍ବା ସଂସଦରେ ଏହି ପ୍ରସଙ୍ଗ ଉଠାଇ ନାହାନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ କାମର ହିସାବ ଲୋକଙ୍କୁ ଦେଉଛନ୍ତି। କିନ୍ତୁ କଥିତ ଏମ୍‌ପି ଲୋକଙ୍କୁ ହିସାବ ଦେଇପାରିବେ ନାହିଁ। ମୁଖ୍ୟମନ୍ତ୍ରୀ ଦିନରାତି ଲୋକଙ୍କ ପାଇଁ କାମ କରୁଛନ୍ତି। ବେଗୁନିଆ ଓ ବୋଲଗଡ଼ବାସୀଙ୍କ କଥା ଚିନ୍ତା କରୁଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ ଆବଶ୍ୟକତାକୁ ଅନୁଭବକରି ଏନ୍‌ଏସି ମାନ୍ୟତା ସହ ଉପଖଣ୍ଡ ଚିକିତ୍ସାଳୟ ମାନ୍ୟତା, କୋର୍ଟ ସ୍ଥାପନ କରିଛନ୍ତି। ଆଗକୁ ବିକାଶଧାରା ଜାରି ରହିବ। ଶିଳ୍ପର ଅଭିବୃଦ୍ଧି ସହ ଶିଳ୍ପାନୁଷ୍ଠାନ ଗଢ଼ିଉଠିବ। ପାଞ୍ଚ ବର୍ଷରେ ପୁଣି ଥରେ ସୁଯୋଗ ଆସିଛି। ତେଣୁ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବାକୁ ନିବେଦନ କରିଥିଲେ ପାଣ୍ଡିଆନ୍‌। ଏହି ସଭାରେ ଭୁବନେଶ୍ୱର ଲୋକ ସଭା ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବେଗୁନିଆ ବିଧାୟକ ପ୍ରାର୍ଥୀ ପ୍ରଦୀପ ସାହୁ ଉପସ୍ଥିତ ଥିଲେ।
ଏହାପରେ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଟାଙ୍ଗୀ ଚିଲିକା ଷ୍ଟାଡିୟମଠାରେ ଆୟୋଜିତ ସଭାରେ ପାଣ୍ଡିଆନ୍‌ ଯୋଗଦେଇ କହିଥିଲେ, ଆଜିର ଜନସମୁଦ୍ରକୁ ଦେଖି ବିରୋଧୀଙ୍କ ମନୋବଳ ଭାଙ୍ଗିଯାଇଛି। ଏଠାରେ ମଧ୍ୟ ନଁା ନ ନେଇ ସେ ଅପରାଜିତାଙ୍କୁ ଟାର୍ଗେଟ କରିଥିଲେ। ଭୁବନେଶ୍ୱର ଏମ୍‌ପି ଭାବେ ଯାହାଙ୍କୁ ନିର୍ବାଚିତ କରିଥିଲେ ସିଏ ଆପଣମାନଙ୍କର ସୁଖଦୁଃଖରେ ସାମିଲ ହୋଇଥିଲେ କି ପ୍ରଶ୍ନ କରିବା ସହ ଟୁରିଷ୍ଟ ଏମ୍‌ପି ନିର୍ବାଚନ ସମୟରେ ଦେଖାଯାଉଛନ୍ତି ବୋଲି କହିଥିଲେ। ସେହିପରି ୫ବର୍ଷ ହେବ କୁଆଡ଼େ ଯାଇଥିଲେ। ସେ ଜଣେ ସର୍ବଭାରତୀୟ ସ୍ତରର ଅଫିସର ଥିଲେ। ତାଙ୍କଠାରୁ ବହୁତ କିଛି ଆଶା ଥିଲା। ସେ ଚାହିଁଥିଲେ ବିଭିନ୍ନ ଯୋଜନା ଏଠାରେ କାର୍ଯ୍ୟକାରୀ କରିପାରିଥାନ୍ତେ। ଏହି ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପରିବର୍ତ୍ତେ ସେ ସରପଞ୍ଚ, ବ୍ଲକ ଅଧ୍ୟକ୍ଷମାନଙ୍କ କାର୍ଯ୍ୟକୁ ବିରୋଧ କରିଥିଲେ। ତେଣୁ ଖୋର୍ଦ୍ଧାର ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁ ଓ ଲୋକ ସଭା ପ୍ରାର୍ଥୀ ମନ୍ମଥ କୁମାର ରାଉତରାୟଙ୍କୁ ବିପୁଳ ସମର୍ଥନ ଦେବା ପାଇଁ ସେ ଆହ୍ବାନ ଦେଇଥିଲେ। ୩୦ ହଜାରରୁ ଊଦ୍ଧର୍‌ବ ଭୋଟରେ ଉଭୟ ପ୍ରାର୍ଥୀଙ୍କୁ ଜିତାଇଲେ ପ୍ରଥମେ ଟାଙ୍ଗୀକୁ ଆସିବେ ବୋଲି ପାଣ୍ଡିଆନ ପ୍ରକାଶ କରିଥିଲେ। ଟାଙ୍ଗୀକୁ ଏନ୍‌ଏସି ଘୋଷଣା, ମା’ଉଗ୍ରତାରା ମନ୍ଦିରର ଉନ୍ନତି ପାଇଁ ୩୦ କୋଟି ଟଙ୍କା, ଟାଙ୍ଗୀ ବ୍ଲକ ଅନ୍ତର୍ଗତ ୨୩ଟି ପଞ୍ଚାୟତରେ ପାନୀୟଜଳ ଯୋଗାଣ ପାଇଁ ୧୨୧ କୋଟି ଟଙ୍କା, ୫୦ ହାଇସ୍କୁଲରେ ରୂପାନ୍ତରିତ କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହୋଇପାରିଛି। ଆଗକୁ ଟାଙ୍ଗୀର ବିକାଶ ରାଜେନ୍ଦ୍ର କୁମାର ସାହୁଙ୍କ ଦ୍ବାରା ଅଧିକ ତ୍ୱରାନ୍ବିତ ହୋଇପାରିବ ବୋଲି ସେ ପ୍ରକାଶ କରିଥିଲେ। ଏହି ସଭାରେ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁ ଓ ଲୋକ ସଭା ପ୍ରାର୍ଥୀ ମନ୍ମଥ ରାଉତରାୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri