Posted inରାଜ୍ୟ

ନାରୀ ନିର୍ଯାତନା ବନ୍ଦ ନ ହେବା ଯାଏ ଜାରି ରହିବ ଆନ୍ଦୋଳନ

ଭୁବନେଶ୍ୱର, ୩୧ା୭(ରବିନାରାୟଣ ଜେନା): ରାଜ୍ୟରେ ନାରୀ ନିର୍ଯାତନା ଯେପର୍ଯ୍ୟନ୍ତ ବନ୍ଦ ନ ହୋଇଛି ସେପର୍ଯ୍ୟନ୍ତ ମହିଳା କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଜାରି ରହିବ ବୋଲି ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତି କହିଛନ୍ତି। ବୁଧବାର ମୀନାକ୍ଷୀଙ୍କ ନେତୃତ୍ୱରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ମହିଳା କଂଗ୍ରେସର ଏକ ସମାବେଶ ମାଷ୍ଟରକ୍ୟାଣ୍ଟିନ ଛକଦେଇ ଜନପଥରେ ପହଞ୍ଚତ୍ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ବର୍ଷାକୁ ଖାତିର ନ କରି ପୋଲିସ ବାରିକେଡ୍‌ ଭାଙ୍ଗି ଅଗ୍ରସର ହେଉଥିବାବେଳେ ମହିଳା କଂଗ୍ରେସ ସଭାନେତ୍ରୀ ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କୁ ଆଇନଶୃଙ୍ଖଳା ଦୃଷ୍ଟିରୁ ପୋଲିସ ଅବରୋଧ କରିଥିଲା। ଏହି ସମୟରେ ପୋଲିସ ଓ ମହିଳା କଂଗ୍ରେସ କର୍ମକର୍ତ୍ତାଙ୍କ ମଧ୍ୟରେ ପ୍ରଥମେ ବଚସା ଓ ପରେ ଧସ୍ତାଧସ୍ତି ପର୍ଯ୍ୟନ୍ତ କଥା ଯାଇଥିଲା। ପରେ ପୋଲିସ ଆଇନଶୃଙ୍ଖଳା ରକ୍ଷାକରିବାକୁ ଯାଇ ମୀନାକ୍ଷୀଙ୍କ ସହିତ ଅନ୍ୟ କର୍ମକର୍ତ୍ତାଙ୍କୁ ଗିରଫ କରିଥିଲା। ଏହି ଅବସରରେ ମୀନାକ୍ଷୀ କହିଛନ୍ତି, ଭାଜପା ମହିଳା ନେତ୍ରୀମାନେ କଂଗ୍ରେସକୁ ବଳାତ୍କାରୀ ଦଳ ବୋଲି କହୁଛନ୍ତି। ସେମାନେ ପ୍ରଥମେ ଜାଣିରଖିବା ଉଚିତ, ତାଙ୍କ ଦଳ ସଭାପତିଙ୍କ କାରନାମା କ’ଣ? ସେ ପୁଣି କହିଥିଲେ, ଛାତ୍ର କଂଗ୍ରେସ ସଭାପତିଙ୍କ ନାମରେ ଅଭିଯୋଗ ପରେ ଦଳ ପକ୍ଷରୁ ତାଙ୍କୁ ତୁୁରନ୍ତ ନିଲମ୍ବନ କରାଯାଇଛି। ତାଙ୍କର ଦୋଷ ଏପର୍ଯ୍ୟନ୍ତ ପ୍ରମାଣିତ ହୋଇନାହିଁ। ମାତ୍ର ଭାଜପା ରାଜ୍ୟ ସଭାପତିଙ୍କ ଇତିହାସ ଦିଲ୍ଲୀର ଓଡ଼ିଶା ନିବାସରୁ ଆରମ୍ଭକରି ସୋର ନିର୍ବାଚନମଣ୍ଡଳୀରେ ଦିବ୍ୟାଙ୍ଗଙ୍କୁ ନିର୍ଯାତନା ଘଟଣା ପର୍ଯ୍ୟନ୍ତ ଲମ୍ବିଛି। ତେଣୁ ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ଭାଜପା ରାଜ୍ୟ କାର୍ଯ୍ୟାଳୟ ଓ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ କରାଯିବା ଉଚିତ। ଏହାସହ ଦଳର ସଭାପତିଙ୍କ କୁଶପୁତ୍ତଳିକା ପୋଡ଼ାହେବା ଜରୁରୀ। ତା’ହେଲେ ଜଣାପଡ଼ିବ ଯେ, ଭାଜପାର ମହିଳାଙ୍କ ପ୍ରତି ମର୍ଯ୍ୟାଦା ଆଉ ସମ୍ମାନ କେତେ ଅଛି ବୋଲି ମୀନାକ୍ଷୀ କହିଛନ୍ତି। ଏହି ବିକ୍ଷୋଭ ବେଳେ ମହିଳା କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଏହି ସମାବେଶରେ ମହିଳା କଂଗ୍ରେସ ଏବଂ ପ୍ରଦେଶ କଂଗ୍ରେସର ବରିଷ୍ଠ ନେତୃବର୍ଗ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡରେ ଚାଞ୍ଚଲ୍ୟ: ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି, ଚାଲିଗଲା ୨ ଯୁବକଙ୍କ ଜୀବନ

ବରଗଡ,୬।୨(ପ୍ରେମାନନ୍ଦ ଖମାରୀ):ବରଗଡ ହାଟପଦା ସାଇ ମନ୍ଦିର ପାଖରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ୨ଜଣଙ୍କ ଜୀବନ ଯାଇଛି। ମୃତକମାନେ ହେଲେ, ସ୍ଥାନୀୟ କଲେଜ ରୋଡ ବାସିନ୍ଦା ପ୍ରଦୀପ…

ଶିକ୍ଷା ବ୍ୟବସ୍ଥା ପ୍ରଶ୍ନକୁ ଏଡାଇ ଚାଲିଗଲେ ଜିଲାପାଳ: ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ

ଥୁଆମୂଳ ରାମପୁର, ୬ା୨ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପ୍ରଶାସନ ପକ୍ଷରୁ ନୀତି ଆୟୋଗଙ୍କ ‘ଆକାଂକ୍ଷା ବ୍ଲକ କାର୍ଯ୍ୟକ୍ରମ’ (Aspirational Blocks Programme) ଅଧୀନରେ…

ଦାରିଙ୍ଗବାଡି ଜଙ୍ଗଲରେ କୁଢ଼ କୁଢ଼ ଅଳିଆ: ନାକ ଟେକୁଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡି, ୬।୨(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡିର ପରିବେଶ ଏବେ ଦିନକୁ ଦିନ ଏବେ ବାୟୁ ପ୍ରଦ୍ୟୁଷଣ ସହ ଦୂଷିତ ପରିବେଶ ଦିଗକୁ ଗତି…

ତେଲର ମୂଲ୍ୟ ନିର୍ଣ୍ଣୟ କରିବ ଆମେରିକା! ଟ୍ରମ୍ପ ଏକ ଆଶ୍ଚର୍ଯ୍ୟଜନକ ଦାବି-“ଆମେ ବିଶ୍ୱର 68%…

ନୂଆଦିଲ୍ଲୀ,୬ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ତୈଳ ବଜାରକୁ ନେଇ ଏକ ଚକିତ କଲା ଭଳି ଦାବି କରିଛନ୍ତି। ୱାଶିଂଟନରେ ଆୟୋଜିତ ୭୪ତମ ‘ନ୍ୟାସନାଲ ପ୍ରେୟର…

RCBର ଚମତ୍କାର ବିଜୟ ପରେ କହୁ କହୁ ଏମିତି କହିଦେଲେ ବିରାଟ କୋହଲି

ନୂଆଦିଲ୍ଲୀ,୬।୨: ମହିଳା ପ୍ରିମିୟର ଲିଗ ୨୦୨୬ ଫାଇନାଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଜବରଦସ୍ତ ବିଜୟ ପରେ, ପୂର୍ବତନ ପୁରୁଷ ଦଳର ଅଧିନାୟକ ଏବଂ ଷ୍ଟାର ବ୍ୟାଟସମ୍ୟାନ…

ବିଶ୍ୱ ବଜାରରେ ଚାଇନାକୁ ପଛରେ ପକାଇବ ଭାରତ: ଆମେରିକାର ୩୦ ବିଲିୟନ ଡଲାର ନିବେଶ ଘୋଷଣା

ନୂଆଦିଲ୍ଲୀ,୬ା୨: ବିଶ୍ୱ ଅର୍ଥନୀତିର ଗତିପଥ ବଦଳାଇବା ପାଇଁ ଭାରତ ଓ ଆମେରିକା ମଧ୍ୟରେ ଏକ ବଡ଼ ରଣନୈତିକ ବୁଝାମଣା ହୋଇଛି। ଚାଇନାର ଏକାଧିପତ୍ୟକୁ ରୋକିବା ପାଇଁ ଆମେରିକା…

ନେତୃତ୍ୱ ଆଶଙ୍କାରେ ବିଜେଡି: କିଏ ହେବେ ଆଗାମୀ ନେତା

ଭୁବନେଶ୍ୱର,୬।୨ (ସୁନିତ୍‌ ମିଶ୍ର):ନିମାପଡ଼ା ନିର୍ବାଚନମଣ୍ଡଳୀରେ ବିଜେଡିର ନେତା କିଏ ହେବେ ତାକୁ ନେଇ ଦଳ ଭିତରେ ବର୍ତ୍ତମାନ ମାନସମନ୍ଥନ ଆରମ୍ଭ ହୋଇଯାଇଛି। ନିମାପଡ଼ା ବିଧାନସଭା କ୍ଷେତ୍ରରୁ ପ୍ରଭାତୀ…

ଚାଲି ଚାଲି ଶାଶୁଘର ଗାଁ ବୁଲିଲେ ରାଷ୍ଟ୍ରପତି: ପ୍ରୋଟୋକଲ ଭାଙ୍ଗି…

ବାରିପଦା/ ରାଇରଙ୍ଗପୁର, ୬ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ/ ମାନସ ମହାନ୍ତି):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସିଛନ୍ତି।  ଶାଶୁଘର ପାହାଡ଼ପୁର ଗ୍ରାମକୁ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri