Posted inରାଜ୍ୟ

ଅପାରଗତା ଲୁଚାଇବାକୁ ଭାଜପା ଯୁବ, ମହିଳା ମୋର୍ଚ୍ଚାର ଅପଚେଷ୍ଟା: ବିଜେଡି

ଭୁବନେଶ୍ୱର, ୩୧ା୭(ସୁନିତ୍‌ ମିଶ୍ର): ଭାଜପାର ରାଜ୍ୟ ମହିଳା ଶାଖା ଦ୍ୱାରା ମଙ୍ଗଳବାର ରାଜରାସ୍ତାରେ କରାଯାଇଥିବା ପ୍ରତିବାଦ କାର୍ଯ୍ୟକ୍ରମ ଉପରେ ବୁଧବାର ବିଜେଡି କଡ଼ା ପ୍ରତିକ୍ରିୟା ଦେଇଛି। ଶଙ୍ଖ ଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳର ମୁଖପାତ୍ର ଈପ୍‌ସିତା ସାହୁ କହିଛନ୍ତି, ଭାଜପା ଯୁବ ଓ ମହିଳା ଶାଖାକୁ ରାଜରାସ୍ତାରେ ଦେଖି ସ୍ବାଭାବିକ ଭାବେ ରାଜ୍ୟବାସୀଙ୍କ ମନରେ ପ୍ରଶ୍ନ ଆସିଛି, ସେମାନେ ରାଜ୍ୟ ସରକାରଙ୍କ ଉପରେ ଆସ୍ଥା ହରାଇଲେଣି ବୋଧହୁଏ। ରାଜ୍ୟରେ ଗତ ୧୩ ମାସର ଭାଜପା ଶାସନରେ ମହିଳା ଓ ଛାତ୍ରୀଙ୍କ ବିରୋଧରେ ଅପରାଧ ବୃଦ୍ଧି ଘଟିବା ଯୋଗୁ ରାଜ୍ୟବାସୀ ଅତିଷ୍ଠ ହୋଇପଡିଛନ୍ତି। ଭାଜପା ଯୁବ ଓ ମହିଳା ମୋର୍ଚ୍ଚା ଏହି ପ୍ରତିବାଦ କାର୍ଯ୍ୟକ୍ରମ ମାଧ୍ୟମରେ ବିରୋଧୀ ଦଳକୁ ଟାର୍ଗେଟ କରିବାକୁ ଅପଚେଷ୍ଟା କରୁଛନ୍ତି, କିନ୍ତୁ ଯେତେବେଳେ ଶାସକ ଦଳର କର୍ମକର୍ତ୍ତାମାନେ ବଳାତ୍କାର ଅଭିଯୋଗରେ ଜେଲ ଯାଉଛନ୍ତି, ସେତେବେଳେ ସେମାନେ ମୁହଁ ଚୁପ୍‌ ରଖୁଛନ୍ତି କାହିଁକି ବୋଲି ସାହୁ ପ୍ରଶ୍ନ କରିଛନ୍ତି। ସାଢ଼େ ୪କୋଟି ଓଡ଼ିଆଙ୍କ ନେତା ନବୀନ ପଟ୍ଟନାୟକଙ୍କ ବୟସକୁ ନେଇ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାକୁ ଆମେ ଦୃଢ଼ ନିନ୍ଦାକରୁଛୁ। ଯେଉଁ ଦଳର ସଭାପତିଙ୍କୁ ୨୦୦୮ରେ ଓଡ଼ିଶା ନିବାସରେ ଗୋଟିଏ ରୁମ୍‌ରେ ତାଲା ପକାଇ ଅଟକାଯାଇଥିଲା, ସେହି ଦଳର ଯୁବ ସଭାପତି ନବୀନବାବୁଙ୍କୁ ପ୍ରଶ୍ନ ପଚାରିବା କେତେଦୂର ଯୁକ୍ତିଯୁକ୍ତ। ଭାଜପା ଯୁବମୋର୍ଚ୍ଚାର ସଭାପତି ଶିଷ୍ଟାଚାର ଓ ଶାଳୀନତା ଭୁଲି ମନ୍ତବ୍ୟ ଦେଇ ଅନ୍ୟ ଛାତ୍ର ସଙ୍ଗଠନକୁ କ୍ୟାମ୍ପସ ଯିବାରେ ବାରଣ କରିବା ବେଳେ ଭୁଲି ଯାଉଛନ୍ତି ରାଜ୍ୟର ସର୍ବାଧିକ କଲେଜ କ୍ୟାମ୍ପସର ନିର୍ବାଚିତ କର୍ମକର୍ତ୍ତା ବିଜୁ ଛାତ୍ର ଜନତା ଦଳ ସହ ସଂପୃକ୍ତ। ଭାଜପା ସରକାର ଛାତ୍ରୀ ଓ ମହିଳାଙ୍କୁ ସୁରକ୍ଷା ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ଏହି ବିଫଳତାକୁ ଲୁଚାଇବାକୁ ମଙ୍ଗଳବାର ଭାଜପା ମହିଳା ଓ ଯୁବମୋର୍ଚ୍ଚା ନେତା ରାଜରାସ୍ତାକୁ ଓହ୍ଲାଇବା ଦୁର୍ଭାଗ୍ୟଜନକ ବୋଲି ଈପ୍‌ସିତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହେଲା ସାଂଘାତିକ ଖୁଲାସା: ଓଡ଼ିଶାର ସ୍କୁଲ ପାଠ୍ୟପୁସ୍ତକରେ ୧,୭୪୧ ତ୍ରୁଟି, ଖର୍ଚ୍ଚ ହୋଇଛି ଏତେ କୋଟି, ଜାଣିଲେ…

ଭୁବନେଶ୍ୱର, ୨୭।୯: ଓଡ଼ିଶାର ସରକାରୀ ସ୍କୁଲରେ ପଢ଼ୁଥିବା ପିଲାଙ୍କ ପାଠ୍ୟପୁସ୍ତକକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ…

ପ୍ରସବ ବେଦନାରେ ଛଟପଟ ମହିଳାଙ୍କୁ ୬ କିଲୋମିଟର ଭାରରେ ବୋହିଲେ ପରିବାର ଲୋକେ, ହସ୍ପିଟାଲରେ ପହଞ୍ଚିବା ପରେ…

ମୋହନା,୨୭ା୯(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକରେ କେଉଁଠି ବିକାଶର ଚିତ୍ର ତ ଆଉ କେଉଁଠି ଜନନୀ ଯନ୍ତ୍ରଣା। ଆମ୍ବୁଲାନ୍ସ ଅଛି ହେଲେ ରାସ୍ତା ନଥିବା ହେତୁ…

ଟିମ ଇଣ୍ଡିଆରୁ ଆସିଲା ବଡ଼ ଖବର: ଶୁଣିଲେ ଖୁସି ହୋଇଯିବେ ବୈଭବ

ନୂଆଦିଲ୍ଲୀ,୨୭।୯: ଏସିଆନ ଗେମ୍ସରେ ମହିଳା କ୍ରିକେଟ ଟିମ ଜବରଦସ୍ତ ପ୍ରଦର୍ଶନ କରିଛି। ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ଭାରତୀୟ ମହିଳା ଟିମ ସ୍ବର୍ଣ୍ଣ ପଦକ ଜିତିଛି। ଏବେ…

ବିରାଟଙ୍କ ନାଁରେ ବଡ଼ ଉପଲବ୍ଧି, ଏହି ଖେଳାଳିଙ୍କ ୨୮ ବର୍ଷର ରେକର୍ଡ ଭାଙ୍ଗି ରଚିଲେ ଇତିହାସ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ODI ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ମଇଦାନକୁ ଓହ୍ଲାଇବା ସହ ନୂଆ ଇତିହାସ ରଚିଛନ୍ତି ବିରାଟ କୋହଲି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ୍‌ ଷ୍ଟାଡିୟମ୍‌ରେ…

BJP ଟିକେଟ ଅଫର କରିଥିଲେ ଜ୍ଞାନେଶ କୁମାର! ଦାବିକୁ ନେଇ ରାଜନୀତିରେ ହଇଚଇ, ରାହୁଲ କହିଲେ…

ନୂଆଦିଲ୍ଲୀ,୨୭।୯: ଭାରତୀୟ ନିର୍ବାଚନ ଆୟୋଗ (ECI)ର ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଚାଲିଥିବା ବିବାଦ ଥମିବାର ନାଁ ନେଉନାହିଁ। ଏବେ ଏକ ନୂଆ…

ରବିବାର ଖୋଲିଲା ବ୍ୟାଙ୍କ, କଳା ପୋଷାକ ପିନ୍ଧି କାର୍ଯ୍ୟରେ ଯୋଗଦେଲେ କର୍ମଚାରୀ

ଛତ୍ରପୁର,୨୭ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଧର୍ମଘଟ ଯୋଗୁ ଲଗାତର ଛୁଟିରେ ବ୍ୟାଙ୍କିଂ ସେବା ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଗ୍ରାହକଙ୍କ ସୁବିଧା ପାଇଁ ଆଜି ରବିବାର ଛୁଟିଦିନ ହୋଇଥିଲେ…

ପୂର୍ତ୍ତ ବିଭାଗ ସଚିବଙ୍କ ସମୀକ୍ଷା: କଳିଙ୍ଗା ଘାଟି ରାସ୍ତା ଖୋଲିବାରେ ହେବ ବିଳମ୍ବ

ଭଞ୍ଜନଗର,୨୭ା୯(ବାବୁଲା ପ୍ରଧାନ): ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ରାସ୍ତା ସ୍ବାଭାବିକ ହେବାକୁ ଆହୁରି ମାସ ମାସ ଧରି ସମୟ ଲାଗିପାରେ। ଫଳରେ ଗଞ୍ଜାମ ସହ…

ବ୍ୟାପକ ବିରୋଧ ପ୍ରଦର୍ଶନ ପରେ ନଇଁ ପଡ଼ିଛନ୍ତି ବିଜୟ ସରକାର

ଚେନ୍ନାଇ,୨୭।୯: ତାମିଲନାଡୁରେ, ଅଭିନେତାରୁ ରାଜନେତା ପାଲଟିଥିବା ବିଜୟ ଥାଲାପତିଙ୍କ ନେତୃତ୍ୱାଧୀନ TVK ସରକାର ଶେଷରେ ତୀବ୍ର ବିରୋଧର ସମ୍ମୁଖୀନ ହୋଇ ଏକ ବଡ଼ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?