ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ

ଭଦ୍ରକ ଅଫିସ, ୧୫।୩: ଭଦ୍ରକ ଜିଲାର ବିଭିନ୍ନ ସ୍ଥାନରେ ଡ୍ରାଇଭରମାନେ ବୁଧବାର ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ପୁରୁଣା ପେନସନ ଲାଗୁ କରିବା, ଖାଲି ପଦବୀ ପୂରଣ କରିବା, ଠିକା କର୍ମଚାରୀ ମାନଙ୍କୁ ସ୍ଥାୟୀ କରିବା, ଘରୋଇ କରଣ ବନ୍ଦ କରିବା, ଅଷ୍ଟମ ବେତନ କମିଶନ ଗଠନ କରିବା, ବକେୟା ମହଙ୍ଗା ଭତ୍ତା ପ୍ରଦାନ କରିବା ଆଦି ୭ ଦଫା ଦାବି ରେ ଭଦ୍ରକ ସହରର ବାଇପାସଠାରେ ଡ୍ରାଇଭରମାନେ ଆନ୍ଦୋଳନ କରିଛନ୍ତି। ଜିଲାର ସମସ୍ତ ମୁଖ୍ୟ ରାସ୍ତାରେ ଗାଡ଼ି ଅଟକାଇବା ସହ ପ୍ରତିବାଦ କରିଥିଲେ। ଘରୋଇ ବସ୍‌ ସେବା ବନ୍ଦ ରହିଥିବାରୁ ଯାତ୍ରୀମାନେ ବହୁ ଅସୁବିଧା ଭୋଗୁଥିବା ବେଳେ କମର୍ସିଆଲ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି।