ଯୁବବର୍ଗଙ୍କ ପ୍ରେରଣା ଶୁଭାଶିଷ

ମୋରଡ଼ା,୨ା୯(ଡି.ଏନ.ଏ.): ପେସାରେ ଇଞ୍ଜିିନିୟର। ତଥାପି ସଫଳ ଚାଷୀ ଭାବେ ଯୁବବର୍ଗଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ଦୃଢ଼ ଇଚ୍ଛାଶକ୍ତି ବଳରେ ଓଡ଼ିଶାର ସବୁଠୁ ବଡ଼ ଡ୍ରାଗନ ଫ୍ରୁଟ ଫାର୍ମ କରିଛନ୍ତି ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଜୁଆଳିଭଙ୍ଗା ପଞ୍ଚାୟତ ଅନ୍ତର୍ଗତ ମାଈଗାଁର ଶୁଭାଶିଷ ବେରା। ଶୁଭାଶିଷଙ୍କ ମୂଳ ଘର ପଶ୍ଚିମବଙ୍ଗରେ ହୋଇଥିବା ବେଳେ ବର୍ତ୍ତମାନ ସେ ଜୁଆଳିଭଙ୍ଗା ପଞ୍ଚାୟତର ମାଈଗାଁର ବାସିନ୍ଦା ହୋଇଛନ୍ତି। ମେକାନିକାଲ ବିଭାଗରେ ଡିଗ୍ରୀ ଇଞ୍ଜିନିୟର ହୋଇ ସେ ପାରାଦ୍ୱୀପସ୍ଥିତ ଆଇଓସିଏଲରେ କାର୍ଯ୍ୟରତ ଥିଲେ। କିନ୍ତୁ ଚାଷ ପ୍ରତି ତାଙ୍କର ଅହେତୁକ ଆଗ୍ରହ ଥିବାରୁ ଚାକିରି ଛାଡ଼ି ଏକ ନିଆରା ଚାଷ ପାଇଁ ମନ ବଳାଇଲେ। ସାଙ୍ଗସାଥୀ ଓ ସମ୍ପର୍କୀୟଙ୍କଠାରୁ ପରାମର୍ଶ ନେବା ପରେ ଡ୍ରାଗନ ଫ୍ରୁଟ ଚାଷ କରିବାକୁ ମନବଳାଇଲେ।
୨୦୨୧ରେ ମାଈଗାଁଠାରେ ପ୍ରାଥମିକ ପର୍ଯ୍ୟାୟରେ ୨.୫ ଏକର ଜମିରେ ଡ୍ରିପିଙ୍ଗ ଇରିଗେସନ ପ୍ରଣାଳୀରେ ୪୫୦୦ ଡ୍ରାଗନ ଫ୍ରୁଟ ଗଛ ଲଗାଇଥିଲେ। ଏଥିପାଇଁ ଆବଶ୍ୟକ ପଡ଼ିଥିଲା ଏକ ହଜାରରୁ ଊଦ୍ଧ୍ୱର୍ର୍ ସିମେଣ୍ଟ ପୋଲ। ସମ୍ପୂଣ୍ଣର୍ର୍ ପ୍ରାକୃତିକ ଉପାୟରେ ଚାରା ଲଗାଇବାର ୮ରୁ ୯ ମାସ ପରେ ତଥା ସେପ୍ଟେମ୍ବର ମାସରେ ପ୍ରଥମେ ଅଢେଇ କୁଇଣ୍ଟାଲ ଫଳ ଉତ୍ପାଦନ ହୋଇଥିଲା। ପରେ ଫୁଲ ଫୁଟିବାର ମାତ୍ର ଦେଢ଼ ମାସ ମଧ୍ୟରେ ଫଳ ପୁଣି ଉତ୍ପାଦନ ହୋଇଥିବା କୁହନ୍ତି ଶୁଭାଶିଷ। ତେବେ ବର୍ତ୍ତମାନ ସୁଦ୍ଧା ସେ ୫ଟନରୁ ଅଧିକ ଫଳ ଉତ୍ପାଦନ କରିଛନ୍ତି ଓ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆୟ କରିଛନ୍ତି l
ଶୁଭାଶିଷ କୁହନ୍ତି, ଉକ୍ତ ଚାଷ କରିବାକୁ ଯଦି କେହି ଆଗ୍ରହ ପ୍ରକାଶ କରନ୍ତି ତେବେ ସେ ମାଗଣାରେ ତାଲିମ ଦେବାକୁ ପ୍ରସ୍ତୁତ। ଚାକିରି ନ ପାଇ ଯେଉଁମାନେ ବେକାରୀ ସମସ୍ୟା ଦେଇ ଗତି କରୁଛନ୍ତି, ଉକ୍ତ ଚାଷ ଅଳ୍ପ ଜାଗା ଓ ସ୍ବଳ୍ପ ଅର୍ଥରେ ମଧ୍ୟ ଆରମ୍ଭ କରି ରୋଜଗାରକ୍ଷମ ହୋଇପାରିବେ ବୋଲି ସେ କହିଛନ୍ତି l