Posted inଫୁରସତ

ଜୀବନକୁ ବାଜି ଲଗାଇ ଛୁଆକୁ ଉଦ୍ଧାର କଲା ମା’ ମୂଷା: ଦେଖନ୍ତୁ ଭିଡିଓ

ମାଟିରୁ ଆକାଶ ଯାଏ ଯିଏ ପରିବ୍ୟାପ୍ତ ସେ ହେଉଛି ମା’। ମାର ପଣତ ତଳେ ଛୁଆ ଥାଏ ସବୁଠୁ ବେଶି ସୁରକ୍ଷିତ। ଆଉ ଯେତେବେଳେ ନିଜର ସନ୍ତାନ ପ୍ରତି ବିପଦ ଆସେ ନିଜ ଜୀବନକୁ ବାଜି ଲଗାଇ ଦିଏ ମା’ । ଏହାର ଏକ ଜ୍ୱଳନ୍ତ ଉଦାହରଣ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି। ଏକ ମୂଷା ନିଜ ଜୀବନକୁ ବାଜି ଲଗାଇ ବର୍ଷା ପାଣିରେ ଭର୍ତ୍ତି ହୋଇଯାଇଥିବା ଗାତ ମଧ୍ୟରୁ ତାର ଛୁଆଙ୍କୁ ଉଦ୍ଧାର କରୁଥିବା ଦେଖାଯାଇଛି।
ଭିଡିଓରେ ଦେଖିବାକୁ ମିଳିଛି ଯେ, ଗୋଟିଏ ଘର ବାହାରେ ପ୍ରବଳ ବର୍ଷା ହେଉଛି। ଘରର ପାହାଚ ତଳେ ଥିବା ମୂଷା ଗାତରେ ପାଣି ପଶିଯାଇଛି। ଫଳରେ ଗାତରେ ଥିବା ଛୁଆ ମୂଷା ଫଶି ରହିଯାଇଛନ୍ତି। ନିଜ ଛୁଆଙ୍କୁ ଉଦ୍ଧାର କରିବା ପାଇଁ ମା ମୂଷା ଜୀବନକୁ ବାଜି ଲଗାଇ ଦେଇଛି। ମା ମୂଷାଟି ନିଜେ ପାଣି ଭର୍ତ୍ତି ଗାତରେ ପଶି ତାର ଛୁଆଙ୍କୁ ଉଦ୍ଧାର କରି ପାହାଚ ନିକଟରେ ଥିବା ଏକ ସୁରକ୍ଷିତ ସ୍ଥାନରେ ଆଣି ରଖୁଛି। ଏହି ଭିଡିଓକୁ ଆଇଏଫଏସ ଅଧିକାରୀ ବୈଭବ ସିଂ ନିଜ ଟୁଇଟରରେ ସେୟାର କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି, ମାର ସ୍ନେହ କାହା ସହ ତୁଳନୀୟ ନୁହଁ। ଏହି ଭିଡିଓକୁ ଅନେକ ଲୋକ ଦେଖିସାରିଥିବାବେଳେ ଅନେକ ଲାଇକ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଯୁଦ୍ଧ ମଧ୍ୟରେ ଆମେରିକାରେ ବଡ଼ ଆକ୍ସନ: ସେନାମୁଖ୍ୟ ବିଦା

ଓ୍ବାଶିଂଟନ୍‌,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକାରେ ଏକ ବଡ଼ ସାମରିକ ଅଦଳବଦଳ ହୋଇଛି। ପ୍ରତିରକ୍ଷା ସଚିବ ପିଟ ହେଗସେଥ ଆମେରିକୀୟ ସେନାର ମୁଖ୍ୟ ଜେନେରାଲ ରେଣ୍ଡି…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

କନିଷ୍ଠ ଶିକ୍ଷକଙ୍କୁ ନିୟମିତ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି: ପିଛିଲା ଭାବେ ମିଳିବ ମୋଟାଅଙ୍କର ଦରମା …

ଭୁବନେଶ୍ୱର,୩ା୪ (ସୁଚିସ୍ମିତା ସାହୁ):କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌)ଙ୍କୁ ନିୟମିତ କରିବା ପାଇଁ ଗୁରୁବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି କନିଷ୍ଠ ଶିକ୍ଷକମାନେ ସହକାରୀ ଶିକ୍ଷକ ଭାବେ…

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri