ମେଲବୋର୍ନ, ୧୪ା୭ (ଏ.ପି.)-ୟୁଏସ୍ ଓପନ ୨୦୧୧ ଚାମ୍ପିୟନ ସାମନ୍ଥା ସ୍ତୋସୁରଙ୍କ ପାର୍ଟନର ଲିଜ୍ ଗତ ମାସରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ହେଲେ ସେ ସୋମବାର ରାତିରେ ଇନ୍ଷ୍ଟାଗ୍ରାମ୍ରେ ଏହି ଖବରକୁ ସେ ଶେୟାର କରିବା ସହ ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ନବ ଜନ୍ମିତ ସନ୍ତାନଟିର ନାମ ସେମାନେ ଜେନିଭିଭ୍ ରଖିଛନ୍ତି। ସ୍ତୋସୁର ଶେୟାର କରିଥିବା ଫଟୋଟିର ଏକ କ୍ୟାପ୍ଶନ ଦେଇଛନ୍ତି। କରୋନା ଭାଇରସ୍ ଯୋଗୁ ଲକ୍ଡାଉନ୍ ବହୁ କ୍ଷେତ୍ରରେ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ହେଲେ ଏହା ମୋ ପାଇଁ ଜୀବନର ସବୁଠାରୁ ରୋମାଞ୍ଚକ ଏବଂ ଖୁସିର ମୁହୂର୍ତ୍ତ ପାଲଟିଛି ବୋଲି ସେଥିରେ ସ୍ତୋସୁର ଲେଖିଛନ୍ତି। ପାର୍ଟନର ଲିଜ୍ ଜୁନ୍ ୧୬ ତାରିଖରେ କନ୍ୟା ସନ୍ତାନଟିକୁ ଜନ୍ମ ଦେଇଥିଲେ। ବର୍ତ୍ତମାନ ଜେନିଭିଭ୍ ବିନା ଆମ ଜୀବନର କୌଣସି ଅର୍ଥ ନ ଥିବା ଭଳି ମନେ ହେଉଛି ବୋଲି କହିଛନ୍ତି ଏହି ଟେନିସ୍ ଖେଳାଳି। ସୂଚନାଯୋଗ୍ୟ, ସ୍ତୋସୁର ୯ ବର୍ଷ ପୂର୍ବେ ଫାଇନାଲରେ ସେରେନା ଓ୍ବିଲିୟମ୍ସକୁ ପରାସ୍ତ କରି ୟୁଏସ୍ ଓପନ ସିଙ୍ଗଲ୍ସ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିଲେ। ୨୦୧୦ରେ ସେ ଫ୍ରେଞ୍ଚ୍ ଓପନ୍ରେ ରନର୍ସଅପ୍ ହୋଇଥିଲେ। ରୋଲାଣ୍ଡ ଗ୍ୟାରୋସଠାରେ ସେ ୩ ଥର ସେମିଫାଇନାଲିଷ୍ଟ ଅଟନ୍ତି। ଡବଲ୍ସରେ ସ୍ତୋସୁର ବିଶ୍ୱର ନମ୍ବର ଓ୍ବାନ ଖେଳାଳି ହୋଇପାରିଛନ୍ତି। ସେ ୩ଥର ଗ୍ରାଣ୍ଡସ୍ଲାମ ଟ୍ରଫି ଜିତିଛନ୍ତି। ନିକଟ ଅତୀତରେ ୨୦୧୯ରେ ସେ ଅଷ୍ଟ୍ରେଲିଆନ ଓପନ ଜିତିଥିଲେ।
ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍ ଜଗତରେ ପଡ଼ିଗଲା ଚହଳ
ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...
ନେମାରଙ୍କ ଅସ୍ତ୍ରୋପଚାର ସଫଳ
ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...
୬ ବଲ୍ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍; ପ୍ରଥମ ଥର…
ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍ରେ ଏହି କାରନାମା କରିବା ବହୁତ...
ଆଶେସ୍ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...
ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ
ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...
ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?
ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...
୬ ବଲ୍ରେ ୫ ଉଇକେଟ୍ ନେଇ କ୍ରିକେଟ୍ ଜଗତରେ ହଇଚଇ କଲେ ଏହି କ୍ରିକେଟର୍: ପ୍ରଥମଥର ଘଟିଲା…
ଜାକର୍ତ୍ତା,୨୩।୧୨: ଟି-୨୦ କ୍ରିକେଟରେ ପାଞ୍ଚ ଉଇକେଟ ହାସଲ କରିବା ପ୍ରତ୍ୟେକ ବୋଲରଙ୍କ ସ୍ବପ୍ନ, କାରଣ ଚାରି ଓଭର ସ୍ପେଲରେ ଏହି ସଫଳତା ହାସଲ କରିବା ଅତ୍ୟନ୍ତ...
ମେସିଙ୍କ ଉପରେ ଖସିଲା ଦୁଃଖର ପାହାଡ଼: ଘଟିଗଲା ଏମିତି କିଛି…
ନୂଆଦିଲ୍ଲୀ,୨୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କ ଭଉଣୀ ମାରିଆ ସୋଲ ମିଆମିରେ ତାଙ୍କ ଏସ୍ୟୁଭି ଚଲାଉଥିବା ସମୟରେ ଏକ ଦୁର୍ଘଟଣାର ଶିକାର ହୋଇଛ୍ତି। ତାଙ୍କୁ...
Archives


