ମେଲବୋର୍ନ, ୧୪ା୭ (ଏ.ପି.)-ୟୁଏସ୍ ଓପନ ୨୦୧୧ ଚାମ୍ପିୟନ ସାମନ୍ଥା ସ୍ତୋସୁରଙ୍କ ପାର୍ଟନର ଲିଜ୍ ଗତ ମାସରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ହେଲେ ସେ ସୋମବାର ରାତିରେ ଇନ୍ଷ୍ଟାଗ୍ରାମ୍ରେ ଏହି ଖବରକୁ ସେ ଶେୟାର କରିବା ସହ ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ନବ ଜନ୍ମିତ ସନ୍ତାନଟିର ନାମ ସେମାନେ ଜେନିଭିଭ୍ ରଖିଛନ୍ତି। ସ୍ତୋସୁର ଶେୟାର କରିଥିବା ଫଟୋଟିର ଏକ କ୍ୟାପ୍ଶନ ଦେଇଛନ୍ତି। କରୋନା ଭାଇରସ୍ ଯୋଗୁ ଲକ୍ଡାଉନ୍ ବହୁ କ୍ଷେତ୍ରରେ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ହେଲେ ଏହା ମୋ ପାଇଁ ଜୀବନର ସବୁଠାରୁ ରୋମାଞ୍ଚକ ଏବଂ ଖୁସିର ମୁହୂର୍ତ୍ତ ପାଲଟିଛି ବୋଲି ସେଥିରେ ସ୍ତୋସୁର ଲେଖିଛନ୍ତି। ପାର୍ଟନର ଲିଜ୍ ଜୁନ୍ ୧୬ ତାରିଖରେ କନ୍ୟା ସନ୍ତାନଟିକୁ ଜନ୍ମ ଦେଇଥିଲେ। ବର୍ତ୍ତମାନ ଜେନିଭିଭ୍ ବିନା ଆମ ଜୀବନର କୌଣସି ଅର୍ଥ ନ ଥିବା ଭଳି ମନେ ହେଉଛି ବୋଲି କହିଛନ୍ତି ଏହି ଟେନିସ୍ ଖେଳାଳି। ସୂଚନାଯୋଗ୍ୟ, ସ୍ତୋସୁର ୯ ବର୍ଷ ପୂର୍ବେ ଫାଇନାଲରେ ସେରେନା ଓ୍ବିଲିୟମ୍ସକୁ ପରାସ୍ତ କରି ୟୁଏସ୍ ଓପନ ସିଙ୍ଗଲ୍ସ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିଲେ। ୨୦୧୦ରେ ସେ ଫ୍ରେଞ୍ଚ୍ ଓପନ୍ରେ ରନର୍ସଅପ୍ ହୋଇଥିଲେ। ରୋଲାଣ୍ଡ ଗ୍ୟାରୋସଠାରେ ସେ ୩ ଥର ସେମିଫାଇନାଲିଷ୍ଟ ଅଟନ୍ତି। ଡବଲ୍ସରେ ସ୍ତୋସୁର ବିଶ୍ୱର ନମ୍ବର ଓ୍ବାନ ଖେଳାଳି ହୋଇପାରିଛନ୍ତି। ସେ ୩ଥର ଗ୍ରାଣ୍ଡସ୍ଲାମ ଟ୍ରଫି ଜିତିଛନ୍ତି। ନିକଟ ଅତୀତରେ ୨୦୧୯ରେ ସେ ଅଷ୍ଟ୍ରେଲିଆନ ଓପନ ଜିତିଥିଲେ।
ଆଇସିସି ପ୍ଲେୟର ଅଫ୍ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି
ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍ ଦି ମନ୍ଥ୍ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍ସନ ଏବଂ ପେସ୍ ବୋଲର…
IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି
ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…
IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..
ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…
୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!
ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…
ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ
ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…
‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍ କରିଥାଆନ୍ତି…
ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…
IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…
ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…
Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ
ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…
Archives

