ଅଭିଯୁକ୍ତଙ୍କ ମା’ଙ୍କ ବୟାନ ବଦଳିଲା

ନୟାଗଡ଼ ଅଫିସ,୨୪ା୧୨:ପରୀ ଅପହରଣ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ନୟାଗଡ଼ ଜିଲା ସଦର ଥାନା ଅଧୀନ ଯଦୁପୁର ଗାଁର ଜଣେ କଲେଜ ଛାତ୍ରଙ୍କୁ ଏସ୍‌ଆଇଟି ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିଲା। ଏବେ ଏସ୍‌ଆଇଟି ତାଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି। ଏହାପରେ ବି ପରୀ ହତ୍ୟାକାଣ୍ଡକୁ ନେଇ ଚାଲିଥିବା ତାତି ଥମୁନି। ହେଲେ ଅଭିଯୁକ୍ତ କଲେଜ ଛାତ୍ରଙ୍କ ପରିବାର ନରମି ଯାଇଛନ୍ତି। ଯଦୁପୁର ରାଉତରାପୁର ପୋଖରୀରୁ ଲେଗିନ୍ସ ମିଳିବା ପରେ ବଦଳିଛି ସେମାନଙ୍କ ବୟାନ। ଏସ୍‌ଆଇଟିର ନିର୍ଯାତନା ନେଇ ବାରମ୍ବାର ଗଣମାଧ୍ୟମରେ ଅଭିଯୋଗ କରି ଆସୁଥିବା ସମ୍ପୃକ୍ତ ଛାତ୍ରଙ୍କ ମା’ ବୁଧବାର ମୁହଁ ଖୋଲି ନାହାନ୍ତି। ବରଂ ପୁଅକୁ ବଞ୍ଚାଇବାକୁ ସେ ଏସ୍‌ଆଇଟିକୁ ଅନୁରୋଧ କରିଛନ୍ତି। ଅଜ୍ଞାନ ପୁଅକୁ କ୍ଷମା କରିବାକୁ ସେ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କୁ ବାରମ୍ବାର କହୁଥିବା ଶୁଣିବାକୁ ମିଳିଛି। ଏପରି କି ଏସ୍‌ଆଇଟି ବିରୋଧରେ ନୟାଗଡ଼ ସଦର ଥାନାରେ ସେ କରିଥିବା ଅଭିଯୋଗକୁ ଗୁରୁତ୍ୱ ନ ଦେବାକୁ ଅନୁରୋଧ କରିଛନ୍ତି।
ଗଣମାଧ୍ୟମ ପ୍ରଶ୍ନରେ ଗିରଫ ଛାତ୍ରଙ୍କ ମା’ କହିଛନ୍ତି, ମୁଁ କ’ଣ ଦେଖିଛି ଯେ ଆପଣମାନଙ୍କୁ କହିବି। ପୁଅ ଯଦି ପରୀକୁ ହତ୍ୟା କରିଥିବା ସ୍ବୀକାର କରୁଛି ସେ ଜାଣିଥିବ, ଉପରବାଲା ଦେଖିଥିବ। ଆମକୁ ସେ କିଛି କହି ନାହିଁ। ମୋ ପୁଅକୁ ଭଲ ସଂସ୍କାର ଦେଇଥିଲି, ହେଲେ ସେ ଏପରି ଭୁଲ କରିଥିବ ମୁଁ ବିଶ୍ୱାସ କରିପାରୁ ନାହିଁ। ଭୁଲ ଠିକ୍‌ର ଉତ୍ତର ପୁଅ ହିଁ ଦେଇ ପାରିବ। ପରୀ ପରିବାର ସହ ଆମର ଭଲ ସମ୍ପର୍କ ଥିଲା। ଘରେ ପରୀର ଲକେଟ୍‌ ନାହିଁ। ପୁଅ ମୋତେ ଦେଇନି। ପରୀ ନିଖୋଜ ଦିନ ଘରେ ମୋ ସାନ ଝିଅ, ବଡ଼ ଝିଅ, ଜ୍ୱାଇଁ, ଓ ମୁଁ ଥିଲୁ। ଘରୁ କିଛି ସମୟ ପାଇଁ ପରିବାର ସଦସ୍ୟମାନେ ଚାଲି ଯାଇଥିଲେ ହେଁ ପୁଣି ଫେରି ଆସିଥିଲେ। ତେବେ ସେହି ସ୍ବଳ୍ପ ସମୟ ମଧ୍ୟରେ ପୁଅ ପରୀକୁ ହତ୍ୟା କରିବା ବିଶ୍ୱାସ କରିହେଉ ନାହିଁ। ନିୟମ କରି କହୁଛି ମୁୁଁ କିଛି ଜାଣିନାହିଁ। ଜୁଲାଇ ୧୩ ରାତିରେ ପୁଅ ମୋବାଇଲ ଦେଖିବା ସଂକ୍ରାନ୍ତରେ ମୁଁ ଜାଣିନି। ସେଦିନ ପୁଅ ଝିଅ ଜ୍ୱାଇଁଙ୍କ ପାଖରେ ଶୋଇଥିଲା ବୋଲି ଗିରଫ ଛାତ୍ରଙ୍କ ମା’ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri