ଚାରି ବର୍ଷର ଶିଶୁ କନ୍ୟାକୁ ହତ୍ୟା କରି ମାଟି ତଳେ ପୋତିଦେଲେ ମାଆ

ବାଲିଗୁଡ଼ା,୧୭।୧୦:(ସଞ୍ଜୟ କୁମାର ପାଣିଗ୍ରାହୀ): ଚାରି ବର୍ଷର ଶିଶୁ କନ୍ୟାକୁ ହତ୍ୟା କରିଛି ନିଜ ଜନ୍ମ କଲା ମାଆ । ଏପରି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଗଡ ଥାନା ଅନ୍ତର୍ଗତ ଗୁଟିଙ୍ଗିଆ ଗ୍ରାମରେ। ଗତ ଶନିବାର ଦିନ ନିଜ ନାତୁଣୀ ନିଖୋଜ ହୋଇଥିବା ନେଇ ଅଜା ବିପିନି ବେହେରା ସାରଙ୍ଗଗଡ଼ ଥାନାରେ ଏତଲା ଦେଇଥିଲେ। ଏହା ପରେ ପୁଲିସ ଖୋଜା ଖୋଜି ଚଳାଇ ଥିବା ବେଳେ ମଙ୍ଗଳବାର ଦିନ ଶିଶୁଟିର ଶବ ମାଟି ତଳୁ ମିଳିଛି। ଏ ଘଟଣାରେ ଶିଶୁଟିର ମାଆକୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ । ଘଟଣାରୁ ପ୍ରକାଶ ଯେ ରାକେଶ ଦଣ୍ଡିଆ ନାମକ ଜଣେ ବ୍ୟକ୍ତି ବିବାହର କିଛି ଦିନ ହେବ ବେଶ ହସ ଖୁସିରେ ନିଜ ସଂସାର ଚାଲି ଆସୁଥିବା ବେଳେ ପାରିବାରିକ କୌଣସି କାରଣରୁ ସ୍ବାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ଚାଲି ଆସିଥିଲା। ହେଲେ ଦୀର୍ଘ ୪ ବର୍ଷ ହେବ ସ୍ବାମୀ ସ୍ତ୍ରୀ ଅଲଗା ରହୁଥିବା ଜଣାପଡିଛି। ଶନିବାର ଦିନ ନିଜ ଜନ୍ମ କଲା ମା ପଦ୍ମିନୀ ଦଣ୍ଡିଆ ନିଜ ୪ ବର୍ଷର ଝିଅ ସୁରେଖା ଦଣ୍ଡିଆକୁ ନିଜ ହାତରେ ମାରି ଗାଁ ନିକଟସ୍ଥ ବାଡ୍ରିମୁଣ୍ଡା ଜଙ୍ଗଲରେ ପୋତିଦେଇଥିବା ଜଣାପଡିଥିଲା । ଖବର ପାଇ ସାରଙ୍ଗଡ ପୋଲିସ ଏହାର ସନ୍ଧାନ କରିଥିଲେ ଆଉ ମାଟି ତଳୁ ୪ ବର୍ଷ ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରି ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ବିଷୟ ସାରଙ୍ଗଗଡ ଆଇଆଇସି ବଧୁଲତା ବିଶ୍ବାଳ ପ୍ରକାଶ କରିଛନ୍ତି । ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।