
ବାରିପଦା,୧୪ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ କୋହି ପଞ୍ଚାୟତ ଅଞ୍ଚଳରେ ୫ ମାସର ଶିଶୁକନ୍ୟାକୁ ବିକ୍ରି ନେଇ ଅଭିଯୋଗ ହୋଇଛି। ଖବରପାଇ ସମନ୍ବିତ ଶିଶୁ ବିକାଶ ବିଭାଗର ଅଧିକାରୀମାନେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। ତେବେ ଅତ୍ୟନ୍ତ ଗରିବ ପରିବାରର ୮ଟି ପିଲା ଯୋଗୁ ଅଷ୍ଟମ ଗର୍ଭର ୫ ମାସର ଶିଶୁକନ୍ୟାକୁ ଅନ୍ୟକୁ ଟେକି ଦେଇଥିବାର ଶିଶୁକନ୍ୟାର ମା’ ପ୍ରକାଶ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ଜିଲାସ୍ତରୀୟ ଅଧିକାରୀମାନେ ପହଞ୍ଚି ଘଟଣା ସମ୍ପର୍କରେ ଆଲୋଚନା ଜାରି ରଖିଛନ୍ତି।