ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠୁ ମହଙ୍ଗା ବିବାହ: ଏହି କପଲ ଖର୍ଚ୍ଚ କରିଥିଲେ ୫୦୦ କୋଟି

ଚଳଚ୍ଚିତ୍ର, ଟିଭି ଅଭିନେତାଙ୍କ ବିବାହ ସବୁବେଳେ ଚର୍ଚ୍ଚାରେ ରହିଆସିଛି। କାରଣ ଷ୍ଟାରମାନଙ୍କର ବିବାହ ସାଧାରଣତଃ ବିଳାସପୂର୍ଣ୍ଣ ଭାବେ ହୁଏ। ତେବେ ବଲିଉଡ ଷ୍ଟାରଙ୍କ ମହଙ୍ଗା ବିବାହ ସମ୍ପର୍କରେ ଆପଣ ନିଶ୍ଚୟ ଜାଣିଥିବେ। ମାତ୍ର ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ବିବାହରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଯଦି ସେମାନଙ୍କ ବିବାହକୁ ଇଣ୍ଡଷ୍ଟ୍ରିର ସବୁଠାରୁ ମହଙ୍ଗା ବିବାହ କୁହାଯାଏ, ତେବେ କିଛି ଭୁଲ ହେବ ନାହିଁ । ଜାଣନ୍ତୁ ସେ ସମ୍ପର୍କରେ…

ସୂର୍ଯ୍ୟ, ଜ୍ୟୋତିିକା
ତାମିଲର ସବୁଠାରୁ ଲୋକପ୍ରିୟ ଅଭିନେତାମାନଙ୍କ ମଧ୍ୟରୁ ସୂର୍ଯ୍ୟ ହେଉଛନ୍ତି ଅନ୍ୟତମ। ସେ ଯୁବପିଢ଼ିଙ୍କ ପ୍ରିୟ ଅଟନ୍ତି। ୨୦୦୬ରେ ସୂର୍ଯ୍ୟ ଅଭିନେତ୍ରୀ ଜ୍ୟୋତିିକାଙ୍କୁ ବିବାହ କରିଥିଲେ। ଏଥିରେ ଜ୍ୟୋତିଙ୍କ ଶାଢ଼ି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। କୁହାଯାଏ କେବଳ ତାଙ୍କ ଶାଢ଼ିର ମୂଲ୍ୟ ୩ ଲକ୍ଷ ଥିଲା।

ଐଶ୍ୱର୍ଯ୍ୟା, ଧନୁଷ
ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ସାଉଥ୍‌ ଅଭିନେତା ଧନୁଷଙ୍କୁ ବିବାହ କରିଥିଲେ। ଏହି ବିବାହ ବହୁତ୍‌ ଧୁମ୍‌ଧାମ୍‌ରେ ହୋଇଥିଲା। ଏହି ବିବାହରେ କେବଳ ସାଉ୍‌ଥ ଇଣ୍ଡଷ୍ଟ୍ରିର ଷ୍ଟାର ନୁହନ୍ତି ବରଂ ବଲିଉଡ କଳାକାର ମଧ୍ୟ ଯୋଗ ଦେଇଥିଲେ। ଅମିତାଭ ବଚ୍ଚନ ଏବଂ ଜୟା ମଧ୍ୟ ଏହି ବିବାହରେ ପହଞ୍ଚିଥିଲେ।

ସ୍ନେହା, ପ୍ରସନ୍ନ
ସ୍ନେହା ଏବଂ ପ୍ରସନ୍ନ ଦକ୍ଷିଣ ଭାରତୀୟ ଢଙ୍ଗରେ ବିବାହ କରିଥିଲେ। ବିବାହ ସମୟରେ ସ୍ନେହା ଏକ ଗୋଲ୍‌ଡେନ୍‌ କଲର ଶାଢ଼ି ସହିତ ବହୁତ ସୁନା ଅଳଙ୍କାର ପିନ୍ଧିଥିଲେ। କୁହାଯାଏ ତାଙ୍କ ଏଇ ଶାଢ଼ିର ମୂଲ୍ୟ ଦୁଇ ଲକ୍ଷ ଟଙ୍କା । ସ୍ନେହା ଏବଂ ପ୍ରସନ୍ନଙ୍କ ଏହି ବିବାହ ସବୁଠାରୁ ମହଙ୍ଗା ବିବାହ ମଧ୍ୟରୁ ଅନ୍ୟତମ।

ବ୍ରାହ୍ମଣୀ ରେଡ୍ଡୀ, ରାଜୀବ ରେଡ୍ଡୀ
ହାଇଦ୍ରାବାଦ ବ୍ୟବସାୟୀ ବିକ୍ରମ ଦେବ ରେଡ୍ଡୀଙ୍କ ପୁଅ ରାଜୀବ ବ୍ରାହ୍ମଣୀଙ୍କୁ ବିବାହ କରିଥିଲେ। କୁହାଯାଏ ତାଙ୍କ ବିବାହରେ ୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏହା ବର୍ଷର ସବୁଠାରୁ ଚର୍ଚ୍ଚିତ ବିବାହ।

ଆଲୁ ଅର୍ଜୁନ,ସ୍ନେହା ରେଡ୍ଡୀ
ଆଲୁ ଅର୍ଜୁନ ଜଣେ ପ୍ରସିଦ୍ଧ ସାଉଥ ଅଭିନେତା। ସେ ସ୍ନେହା ରେଡ୍ଡୀଙ୍କୁ ବିବାହ କରିଛନ୍ତି। ସ୍ନେହା ତେଲେଙ୍ଗାନା ଶିକ୍ଷାବିତ୍‌ କଞ୍ଚାରା ଚନ୍ଦ୍ରଶେଖର ରେଡ୍ଡୀଙ୍କ ଝିଅ। ସେମାନଙ୍କ ବିବାହରେ ୧୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ ବୋଲି କୁହାଯାଏ।

ରାମ ଚରଣ ତେଜା, ଉପାସନା କାମିନେନି
ଅଭିନେତା ରାମ ଚରଣ ଆପୋଲୋ ହସ୍ପିଟାଲର ସଭାପତିଙ୍କ ନାତୁଣୀ ଉପାସନା କାମିନେନିଙ୍କୁ ବିବାହ କରିଥିଲେ। ଏହି ବିବାହ ଉତ୍ସବରେ ଅମିତାଭ ବଚ୍ଚନ, ବୋନି କପୁର, ରଜନୀକାନ୍ତଙ୍କ ସମେତ ବହୁ ବଡ କଳାକାର ଯୋଗ ଦେଇଥିଲେ। ତାଙ୍କର ଗୋଟିଏ ବିବାହ କାର୍ଡ ମୂଲ୍ୟ ୧୨୦୦ ଟଙ୍କା ବୋଲି କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

କଶ୍ମୀରର ଟୋନି ଅଶାୟ କିଏ? ଯାହାଙ୍କ ସହ ବଲିଉଡ କଳାକାରଙ୍କ ଫଟୋକୁ ନେଇ ଉଠିଛି ବିବାଦ

ବଲିଉଡ ଅଭିନେତାଙ୍କ ସହ କଶ୍ମୀରର ଟୋନି ଆଶାୟଙ୍କ ନାମ ବର୍ତ୍ତମାନ ବିବାଦ ଘେରରେ ରହିଛି। ସୋସିଆଲ ମିଡିଆରେ ଶାହରୁଖ ଖାଁ ଏବଂ ଗୌରୀ ଖାଁଙ୍କ ସହ...

ହ୍ରିତିକ ରୋଶନଙ୍କର ହେବ ଇଣ୍ଟରନ୍ୟାଶନାଲ ଡେବ୍ୟୁ!

ମୁମ୍ବାଇ: ବଲିଉଡ୍ ନାୟକ ହ୍ରିତିକ ରୋଶନ ତାଙ୍କର ଇଣ୍ଟରନ୍ୟାଶନାଲ ଡେବ୍ୟୁ ପାଇଁ ପ୍ରସ୍ତୁତ ହୋଇ ସାରିଲେଣି । ଗତବର୍ଷ ରିଲିଜ୍ ହୋଇଥିବା ସୁପରହିଟ୍ ଫିଲ୍ମ ‘ସୁପର-୩୦’ର...

ଶେଷରେ ମୁହଁ ଖୋଲିଲେ ରିୟା: ସୁଶାନ୍ତଙ୍କୁ ନେଇ ଦେଲେ ଏଭଳି ଚାଞ୍ଚଲ୍ୟକର ବୟାନ

ବମ୍ବେ: ଅଭିନେତା ତଥା ପ୍ରେମିକ ସୁଶାନ୍ତ ସିଂ ମୃତ୍ୟୁ ମାମଲାର ଦୋଷୀ ବୋଲି କୁହାଯାଉଥିବା ରିୟା ଚର୍କବର୍ତ୍ତୀ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ରିୟା...

କରିସ୍ମାଙ୍କ ଭଳି ଦେଖାଯାଉଥିବା ଏହି ଯୁବତୀ ଜଣକ କିଏ ଜାଣିଛନ୍ତି କି?

ଇସ୍‌ଲାମାବାଦ୍‌,୧୨।୪: ଏକାଭଳି ମୁହଁ ଦେଖାଯାଉଥିବା ଲୋକଙ୍କ କଥା ପ୍ରାୟ ଚର୍ଚ୍ଚାରେ ରହିଥାଏ। ସାରା ଦେଶରେ ଏଭଳି କେତେଜଣ ବ୍ୟକ୍ତି ମଧ୍ୟ ଅଛନ୍ତି ଯେଉଁମାନଙ୍କ ଚେହେରା ସମ୍ପୂର୍ଣ୍ଣ...

‘ଡାଲଚିନି’କୁ ‘ବେଷ୍ଟ ଫିଚର ଫିଲ୍ମ’ ଆଓ୍ବାର୍ଡ

ଭୁବନେଶ୍ୱର, ୨୯।୧୧ (ବ୍ୟୁରୋ): ଅନ୍ତର୍ଜାତୀୟ ସ୍ତରରେ ପୁଣି ଓଡ଼ିଶା ପାଇଁ ସୁନାମ ଆଣିଛି ଓଡ଼ିଆ ଚଳଚ୍ଚିତ୍ର। ରିତୁପ୍ରିୟା ପ୍ରଡକ୍ସନ୍ସର ଚଳଚ୍ଚିତ୍ର ‘ଡାଲଚିନି’କୁ ୭ମ ଅନ୍ତର୍ଜାତୀୟ ଫିଲ୍ମ...

ଝିଅକୁ ଡାକ୍ତର କରିବାକୁ ଚାହୁଁଥିଲେ ଶ୍ରୀଦେବି

ମୁମ୍ବାଇ: ବଲିଉଡ୍ ନାୟିକା ତଥା ଷ୍ଟାର କିଡ୍ ଜାହ୍ନବୀ କପୁର ୨୫ ବର୍ଷରେ ପଦାର୍ପଣ କରିଛନ୍ତି । ବଲିଉଡ୍ ଦୁନିଆର ପ୍ରଥମ ଫିମେଲ ସୁପରଷ୍ଟାର ଶ୍ରୀଦେବୀଙ୍କ...

ରାଜନୀତିକୁ ଆସନ୍ତୁ ରଜନୀକାନ୍ତ

ଚେନ୍ନାଇ,୧୦ ।୧: ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ଅଭିନେତା ରଜନୀକାନ୍ତଙ୍କ ସମର୍ଥକମାନେ ଦାବି କରିଛନ୍ତି ଯେ ରଜନୀକାନ୍ତ ରାଜନୀତିକୁ ଆସନ୍ତୁ । ଏହି ଦାବିରେ ସମର୍ଥକମାନେ...

ଜନ୍ମଦିନରେ ମାନୁଷିଙ୍କ ପାଇଁ ବିଶେଷ ଉପହାର ପଠାଇଲେ ପୃଥ୍ୱିରାଜର ନିର୍ମାତା-ନିର୍ଦ୍ଦେଶକ

ମୁମ୍ବାଇ: ୟଶରାଜ ଫିଲ୍ମସର ଆଗାମୀ ଫିଲ୍ମ ‘ପୃଥ୍ୱିରାଜ’ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମରେ ସଂୟୋଗିତା ଭୂମିକାରେ ନଜର ଆସିବେ ପୂର୍ବତନ ବିଶ୍ୱ...

Advertisement
Archives

Model This Week