Posted inଫୁରସତ

ସବୁଠୁ ଦାମୀ ଫୁଲ

ଠାକୁର ପୂଜାଠୁ ଆରମ୍ଭ କରି ଉପହାର ଦେବା ହେଉ ଅବା ସାଜସଜ୍ଜା ପର୍ଯ୍ୟନ୍ତ ଫୁଲର ଆଦର ସବୁଠି ରହିଛି। ତେବେ ସାଧାରଣତଃ ସଭିଙ୍କ ବାଡ଼ି ବଗିଚାରେ ବିଭିନ୍ନ ପ୍ରକାରର ଫୁଲ ଉପଲବ୍ଧ ଥିବା ବେଳେ ଆଉ କିଛି ଆବଶ୍ୟକତା ବେଳେ କିଣିବାକୁ ହୋଇଥାଏ। ହେଲେ କିଛି ଫୁଲ ଏମିତି ବି ରହିଛି, ଯାହାର ଦାମ୍‌ ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ଜାଣିବା ସେଭଳି କିଛି ଫୁଲ ସମ୍ପର୍କରେ…

କଦୁପୁଲ୍‌ ଫୁଲ: କୁହାଯାଏ, ଶ୍ରୀଲଙ୍କାରେ ଦେଖାଯାଉଥିବା ଏହି ଫୁଲ ଦୁନିଆର ସବୁଠୁ ଦାମୀ ଫୁଲ। ତେବେ କେବଳ ରାତିରେ ଫୁଟି ମାତ୍ର କିଛି ଘଣ୍ଟା ମଧ୍ୟରେ ଶୁଖି ଯାଉଥିବା ଏହି ଫୁଲର ସୁବାସିତ ମହକ ସଭିଙ୍କୁ ବିମୋହିତ କରିଥାଏ। ଏପର୍ଯ୍ୟନ୍ତ ଏହି ଦୁର୍ଲଭ ଫୁଲର ଏକ ନିର୍ଦ୍ଦିଷ୍ଟ ଦାମ୍‌ ସ୍ଥିର ହୋଇନାହିଁ।
ଜୁଲିଏଟ୍‌ ରୋଜ୍‌: ଏହି ଫୁଲର ଦାମ୍‌ ୧୫.୮ ମିଲିଅନ୍‌ ଡଲାର ବା ୧୧୨କୋଟି ଟଙ୍କା। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଡେଭିଡ୍‌ ଅଷ୍ଟିନ୍‌ ନାମକ ଜଣେ ବ୍ୟକ୍ତି ଅନେକ ପ୍ରକାରର ଫୁଲକୁ କଲମି କରାଇ ଏହି ନୂତନ ପ୍ରଜାତିର ଫୁଲ ଚାରା ପ୍ରସ୍ତୁତ କରିଥିଲେ। ଏଥିପାଇଁ ତାଙ୍କୁ ପାଖାପାଖି ୧୫ ବର୍ଷ ସମୟ ଲାଗିଥିଲା। ୨୦୦୬ରେ ପ୍ରଥମ ଥର ପାଇଁ ଏହି ଫୁଲକୁ ବିକ୍ରି କରାଯାଇଥିଲା।
ଶେନ୍‌ଜେନ୍‌ ନୋଙ୍ଗକେ ଅର୍କିଡ୍‌: ଏହା ଏକ ଅତ୍ୟନ୍ତ ସୁନ୍ଦର ଏବଂ ଭିନ୍ନ ଦେଖାଯାଉଥିବା ଏକ ଅର୍କିଡ୍‌ ଫୁଲ। ଚାଇନାରେ ଥିବା ଶେନ୍‌ଜେନ୍‌ ନୋଙ୍ଗକେ ୟୁନିଭର୍ସିଟିର ଏଗ୍ରିକଲ୍ଚର ସାଇଣ୍ଟିଷ୍ଟମାନଙ୍କ ୮ ବର୍ଷର ପ୍ରଚେଷ୍ଟା ପରେ ଏହି ନୂତନ ଅର୍କିଡ୍‌ ପ୍ରଜାତି ପ୍ରସ୍ତୁତ ହୋଇଥିଲା। ଆପଣ ଜାଣିଛନ୍ତି, ଏହି ଫୁଲର ବିଶେଷତ୍ୱ ହେଉଛି ଏହା ୪-୫ ବର୍ଷରେ ଥରେ ଫୁଟିଥାଏ, ଯେଉଁ ସମୟରେ ଏହାକୁ ନିଲାମ କରାଯାଇଥାଏ। ତେବେ ବର୍ତ୍ତମାନ ସୁଦ୍ଧା ଏହି ଫୁଲ ୧.୪୦ କୋଟି ଟଙ୍କା ବା ୨ ଲକ୍ଷ ଆମେରିକୀୟ ଡଲାରରେ ବିକ୍ରି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri