Posted inଫୁରସତ

ଫ୍ୟାଶନ୍‌ ଇତିହାସର ସବୁଠାରୁ ଦାମୀ ପୋଷାକ

ନୂଆଦିଲ୍ଲୀ: ଅନେକ ଲୋକଙ୍କୁ ଦାମୀ ପୋଷାକ ପିନ୍ଧିବା ପସନ୍ଦ। ବହୁ ସମୟରେ କେତେଜଣ ଦାମୀ ପୋଷାକ ପିନ୍ଧି ଚର୍ଚ୍ଚାର ପରିସରକୁ ମଧ୍ୟ ଆସିଛନ୍ତି। ଫ୍ୟାଶନ୍‌ ଇତିହାସରେ ଏମିତି ଅନେକ ଅଧିକ ମୂଲ୍ୟର ଡ୍ରେସ୍‌ ତିଆରି ହୋଇଛିି। ହଜାରେ କି ଲକ୍ଷେ ନୁହେଁ ବରଂ କୋଟି କୋଟି ଟଙ୍କାରେ ଏହି ଡ୍ରେସ୍‌ ସବୁ ତିଆରି ହୋଇଛି, ଯାହାର ଆୟତନ ଏତେ ଅଧିକ ଯେ,ଯେଉଁଥିରେ ଦୁଇଟି ଦ୍ୱୀପ କିମ୍ବା ବଡ଼ ସହର ସହଜରେ ଜାଗା ହୋଇଯିବ।

ଦ ନାଇଟ୍‌ଙ୍ଗେଲ୍‌ ଅଫ୍‌ କୁଆଲା ଲମ୍ପୁର
ବର୍ତ୍ତମାନ ସମୟର ସବୁଠାରୁ ଦାମୀ ଡ୍ରେସ୍‌ ହେଉଛି ‘ଦ ନାଇଟ୍‌ଙ୍ଗେଲ ଅଫ୍‌ ଦ ଲମ୍ପୁର’। ଏହାକୁ ଡିଜାଇନ୍‌ କରିଛନ୍ତି ଫୈସାଲ ଅବଦୁଲ୍ଲାହା। ଏହି ଡ୍ରେସ୍‌ର ମୂଲ୍ୟ ୩୦ ମିଲିୟନ୍‌ ଡଲାର ଅର୍ଥାତ୍‌ ୨,୪୭,୨୫,୪୦,୦୦୦ ଟଙ୍କା। କ୍ରିମ୍‌ସନ୍‌ ସିଲ୍କ ଏବଂ ତାଫୋତା କପଡ଼ାରେ ଏହି ଡ୍ରେସ୍‌ ତିଆରି ହୋଇଥିବାବେଳେ ୭୫୦ ରିୟଲ୍‌ ଡାଇମଣ୍ଡ ଡ୍ରେସ୍‌ରେ ଖଞ୍ଜାଯାଇଛି।

ହାନି ଇଲ ବେହେରି ଓ୍ବେଡିଂ ଡ୍ରେସ୍‌
୧୫ ମିଲିୟନ୍‌ ଡଲାରରେ ଏହି ଓ୍ବେଡିଂ ଡ୍ରେସ୍‌ ତିଆରି କରାଯାଇଥିଲା। ୨୦୨୦ରେ ପ୍ୟାରିସ୍‌ ସ୍ଥିତ ହର୍ଟ କୋଟର୍‌ରେ ଏହି ଡ୍ରେସ୍‌ର ଅନାବରଣ କରାଯାଇଥିବାବେଳେ ଏଥିରେ ଶତାଧିକ ହୀରା ଓ ମୂଲ୍ୟବାନ ପଥର ଖଞ୍ଜାଯାଇଥିଲା। ହାନି ଇଲ୍‌ ବେହେରି ହେଉଛନ୍ତି ଇଜିପ୍ଟର ଜଣେ ଜଣାଶୁଣା ଫ୍ୟାଶନ୍‌ ଡିଜାଇନର। ଦାମୀ ଓ୍ବେଡିଂ ଡ୍ରେସ୍‌ ତିଆରି କରିବାରେ ସେ ବେଶ୍‌ ପରିଚିତ। ଇଜିପ୍ଟର ଜଣେ ସମ୍ଭ୍ରାନ୍ତ ପରିବାରର ଝିଅଙ୍କ ବାହାଘର ପାଇଁ ଏହି ଡ୍ରେସ୍‌ ତିଆରି ହୋଇଥିବାବେଳେ ଏହାକୁ ତିଆରି କରିବା ଲାଗି ୮୦୦ ଘଣ୍ଟା ଲାଗିଥିଲା।

ମାର୍ଟିନ୍‌ କାଟ୍‌ଜ ଆଣ୍ଡ ରେନୀ
ଷ୍ଟ୍ରଉସ୍‌ ଓ୍ବେଡିଂ ଡ୍ରେସ୍‌ ୨୦୦୬ରେ ମାର୍ଟିନ କାର୍ଟଜ୍‌ ଓ ରେନୀ ଏକ ଗାଉନ୍‌ ତିଆରି କରିଥିଲେ। ଗାଉନ୍‌ରେ ୧୫୦ କ୍ୟାରେଟର ହୀରା ଲାଗିଥିବାବେଳେ ଏହାର ମୂଲ୍ୟ ୧୬.୨ ମିଲିୟନ୍‌ ଡଲାର ରହିଥିଲା।

କୁଇନ୍‌ ଲେଟିଜିଆଙ୍କ ରୟାଲ୍‌ ଓ୍ବେଡିଂ ଡ୍ରେସ୍‌
ସ୍ପେନ୍‌ର କୁଇନ୍‌ ଲେଟିଜିଆଙ୍କ ବାହାର ଗାଉନ୍‌ରେ ହାତ ସିଲେଇ ଫ୍ଲୋରାଲ କାମ ହୋଇଥିଲା, ଯେଉଁଥିରେ ସୁନାର ପାତ ମଧ୍ୟ ଖଞ୍ଜାଯାଇଥିଲା। ୨୦୦୪ରେ ଏହି ଡ୍ରେସ୍‌ ୧୦.୭ ମିଲିୟନ୍‌ ଡଲାର ମୂଲ୍ୟରେ ତିଆରି କରାଯାଇଥିଲା। ସେହି ବର୍ଷ ଲେଟିଜିଆଙ୍କ ଏହି ଡ୍ରେସ୍‌ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ କରିଥିଲା।

ୟୁମି କାଟ୍‌ସୁରା ହ୍ବାଇଟ୍‌ ଗୋଲ୍ଡ ଡାଇମଣ୍ଡ ଡ୍ରେସ୍‌
ଜାପାନର ଫେମସ୍‌ ଫ୍ୟାଶନ୍‌ ଡିଜାଇନର ୟୁମି କାଟ୍‌ସୁରାଙ୍କ ହ୍ବାଇଟ୍‌ ଗୋଲ୍ଡ ଡାଇମଣ୍ଡ ଡ୍ରେସ୍‌ର ମୂଲ୍ୟ ୮.୫ ନିୟୁତ ଡଲାର। ଡ୍ରେସ୍‌ରେ ହଜାରରୁ ଊର୍ଦ୍ଧ୍ୱ ମୋତି ସାଙ୍ଗକୁ ଲକ୍ଷାଧିକ ଡାଇମଣ୍ଡ ଖଞ୍ଜା ଯାଇଥିଲା। ଆମେରିକୀୟ ଅଭିନେତ୍ରୀ ମାରିଲିନ୍‌ ମୋନରେଙ୍କ ଏକ ଡ୍ରେସ୍‌ ମଧ୍ୟ ବେଶ୍‌ ଚର୍ଚ୍ଚା ସାଉଁଟିଥିଲା। ଆରେମିକାର ପୂର୍ବତନ ରାଷ୍ଟ୍ରପତି ଜନ୍‌ ଏଫ୍‌. କେନ୍ନେଡିଙ୍କ ଜନ୍ମ ଦିନ ଅବସରରେ ମୋନରେ ଏହି ପୋଷାକ ପିନ୍ଧି ଥିଲେ , ଯାହାର ମୂଲ୍ୟ ୪.୮ ମିଲିୟନ୍‌ ଡଲାର ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

ସମୁଦ୍ରକୂଳରୁ ମିଳିଲା ଅଜବ ଜିନିଷ: ଲୋକେ ବିସ୍ମିତ

ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ ଶହ...

ଏହି ଦେଶଗୁଡ଼ିକରେ ନାଗରିକତା ପାଇବା ବହୁତ କଷ୍ଟକର, ଅପେକ୍ଷା କରିବାକୁ ପଡେ ୨୦ରୁ ୨୫ ବର୍ଷ

ନୂଆଦିଲ୍ଲୀ,୩୦।୧୨: ପ୍ରତିବର୍ଷ, ଭାରତରୁ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ନାଗରିକତା ପରିତ୍ୟାଗ କରି ବିଦେଶରେ ବସବାସ କରନ୍ତି। ସରକାର ନିକଟରେ ଏହି ବିଷୟରେ ତଥ୍ୟ ପ୍ରକାଶ...

ଡାଲୋଲ ସବୁଠୁ ଗରମ ସ୍ଥାନ

ଲୋକମାନେ ଯେବେ ଅତ୍ୟଧିକ ଗରମ ସ୍ଥାନ ବିଷୟରେ କଥା ହୁଅନ୍ତି, ସେମାନେ ସାଧାରଣତଃ ସାହାରା କିମ୍ବା ମଧ୍ୟପ୍ରାଚ୍ୟର ସହରଗୁଡ଼ିକ ପରି ମରୁଭୂମି ବିଷୟରେ ଚିନ୍ତା କରନ୍ତି।...

First Banknote: କେଉଁ ଦେଶରେ ତିଆରି ହୋଇଥିଲା ବିଶ୍ୱର ପ୍ରଥମ ନୋଟ୍, ଜାଣନ୍ତୁ କିଏ …

ଆଜିକା ସମୟରେ ଯେତେବେଳେ ଆମେ ଟଙ୍କା ବିଷୟରେ ଚିନ୍ତା କରୁ, କାଗଜ ମୁଦ୍ରା ବହୁତ ସାଧାରଣ ମନେହୁଏ। କିନ୍ତୁ ଧାତୁ ମୁଦ୍ରା ବଦଳରେ କାଗଜ ବ୍ୟବହାର...

Children born on Ekadashi: ଏକାଦଶୀରେ ଜନ୍ମ ହୋଇଥିବା ପିଲାମାନେ ବହୁତ ସ୍ୱତନ୍ତ୍ର, ଏହି ଗୁଣ…

ଧାର୍ମିକ ଦୃଷ୍ଟିକୋଣରୁ ୨୦୨୫ ବର୍ଷର ଶେଷ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଡିସେମ୍ବର ୩୦ ତାରିଖରେ ବର୍ଷର ଶେଷ ପୁତ୍ରଦା ଏକାଦଶୀ ପାଳନ କରାଯିବ।...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri