Posted inଫୁରସତ

ଫ୍ୟାଶନ୍‌ ଇତିହାସର ସବୁଠାରୁ ଦାମୀ ପୋଷାକ

ନୂଆଦିଲ୍ଲୀ: ଅନେକ ଲୋକଙ୍କୁ ଦାମୀ ପୋଷାକ ପିନ୍ଧିବା ପସନ୍ଦ। ବହୁ ସମୟରେ କେତେଜଣ ଦାମୀ ପୋଷାକ ପିନ୍ଧି ଚର୍ଚ୍ଚାର ପରିସରକୁ ମଧ୍ୟ ଆସିଛନ୍ତି। ଫ୍ୟାଶନ୍‌ ଇତିହାସରେ ଏମିତି ଅନେକ ଅଧିକ ମୂଲ୍ୟର ଡ୍ରେସ୍‌ ତିଆରି ହୋଇଛିି। ହଜାରେ କି ଲକ୍ଷେ ନୁହେଁ ବରଂ କୋଟି କୋଟି ଟଙ୍କାରେ ଏହି ଡ୍ରେସ୍‌ ସବୁ ତିଆରି ହୋଇଛି, ଯାହାର ଆୟତନ ଏତେ ଅଧିକ ଯେ,ଯେଉଁଥିରେ ଦୁଇଟି ଦ୍ୱୀପ କିମ୍ବା ବଡ଼ ସହର ସହଜରେ ଜାଗା ହୋଇଯିବ।

ଦ ନାଇଟ୍‌ଙ୍ଗେଲ୍‌ ଅଫ୍‌ କୁଆଲା ଲମ୍ପୁର
ବର୍ତ୍ତମାନ ସମୟର ସବୁଠାରୁ ଦାମୀ ଡ୍ରେସ୍‌ ହେଉଛି ‘ଦ ନାଇଟ୍‌ଙ୍ଗେଲ ଅଫ୍‌ ଦ ଲମ୍ପୁର’। ଏହାକୁ ଡିଜାଇନ୍‌ କରିଛନ୍ତି ଫୈସାଲ ଅବଦୁଲ୍ଲାହା। ଏହି ଡ୍ରେସ୍‌ର ମୂଲ୍ୟ ୩୦ ମିଲିୟନ୍‌ ଡଲାର ଅର୍ଥାତ୍‌ ୨,୪୭,୨୫,୪୦,୦୦୦ ଟଙ୍କା। କ୍ରିମ୍‌ସନ୍‌ ସିଲ୍କ ଏବଂ ତାଫୋତା କପଡ଼ାରେ ଏହି ଡ୍ରେସ୍‌ ତିଆରି ହୋଇଥିବାବେଳେ ୭୫୦ ରିୟଲ୍‌ ଡାଇମଣ୍ଡ ଡ୍ରେସ୍‌ରେ ଖଞ୍ଜାଯାଇଛି।

ହାନି ଇଲ ବେହେରି ଓ୍ବେଡିଂ ଡ୍ରେସ୍‌
୧୫ ମିଲିୟନ୍‌ ଡଲାରରେ ଏହି ଓ୍ବେଡିଂ ଡ୍ରେସ୍‌ ତିଆରି କରାଯାଇଥିଲା। ୨୦୨୦ରେ ପ୍ୟାରିସ୍‌ ସ୍ଥିତ ହର୍ଟ କୋଟର୍‌ରେ ଏହି ଡ୍ରେସ୍‌ର ଅନାବରଣ କରାଯାଇଥିବାବେଳେ ଏଥିରେ ଶତାଧିକ ହୀରା ଓ ମୂଲ୍ୟବାନ ପଥର ଖଞ୍ଜାଯାଇଥିଲା। ହାନି ଇଲ୍‌ ବେହେରି ହେଉଛନ୍ତି ଇଜିପ୍ଟର ଜଣେ ଜଣାଶୁଣା ଫ୍ୟାଶନ୍‌ ଡିଜାଇନର। ଦାମୀ ଓ୍ବେଡିଂ ଡ୍ରେସ୍‌ ତିଆରି କରିବାରେ ସେ ବେଶ୍‌ ପରିଚିତ। ଇଜିପ୍ଟର ଜଣେ ସମ୍ଭ୍ରାନ୍ତ ପରିବାରର ଝିଅଙ୍କ ବାହାଘର ପାଇଁ ଏହି ଡ୍ରେସ୍‌ ତିଆରି ହୋଇଥିବାବେଳେ ଏହାକୁ ତିଆରି କରିବା ଲାଗି ୮୦୦ ଘଣ୍ଟା ଲାଗିଥିଲା।

ମାର୍ଟିନ୍‌ କାଟ୍‌ଜ ଆଣ୍ଡ ରେନୀ
ଷ୍ଟ୍ରଉସ୍‌ ଓ୍ବେଡିଂ ଡ୍ରେସ୍‌ ୨୦୦୬ରେ ମାର୍ଟିନ କାର୍ଟଜ୍‌ ଓ ରେନୀ ଏକ ଗାଉନ୍‌ ତିଆରି କରିଥିଲେ। ଗାଉନ୍‌ରେ ୧୫୦ କ୍ୟାରେଟର ହୀରା ଲାଗିଥିବାବେଳେ ଏହାର ମୂଲ୍ୟ ୧୬.୨ ମିଲିୟନ୍‌ ଡଲାର ରହିଥିଲା।

କୁଇନ୍‌ ଲେଟିଜିଆଙ୍କ ରୟାଲ୍‌ ଓ୍ବେଡିଂ ଡ୍ରେସ୍‌
ସ୍ପେନ୍‌ର କୁଇନ୍‌ ଲେଟିଜିଆଙ୍କ ବାହାର ଗାଉନ୍‌ରେ ହାତ ସିଲେଇ ଫ୍ଲୋରାଲ କାମ ହୋଇଥିଲା, ଯେଉଁଥିରେ ସୁନାର ପାତ ମଧ୍ୟ ଖଞ୍ଜାଯାଇଥିଲା। ୨୦୦୪ରେ ଏହି ଡ୍ରେସ୍‌ ୧୦.୭ ମିଲିୟନ୍‌ ଡଲାର ମୂଲ୍ୟରେ ତିଆରି କରାଯାଇଥିଲା। ସେହି ବର୍ଷ ଲେଟିଜିଆଙ୍କ ଏହି ଡ୍ରେସ୍‌ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ କରିଥିଲା।

ୟୁମି କାଟ୍‌ସୁରା ହ୍ବାଇଟ୍‌ ଗୋଲ୍ଡ ଡାଇମଣ୍ଡ ଡ୍ରେସ୍‌
ଜାପାନର ଫେମସ୍‌ ଫ୍ୟାଶନ୍‌ ଡିଜାଇନର ୟୁମି କାଟ୍‌ସୁରାଙ୍କ ହ୍ବାଇଟ୍‌ ଗୋଲ୍ଡ ଡାଇମଣ୍ଡ ଡ୍ରେସ୍‌ର ମୂଲ୍ୟ ୮.୫ ନିୟୁତ ଡଲାର। ଡ୍ରେସ୍‌ରେ ହଜାରରୁ ଊର୍ଦ୍ଧ୍ୱ ମୋତି ସାଙ୍ଗକୁ ଲକ୍ଷାଧିକ ଡାଇମଣ୍ଡ ଖଞ୍ଜା ଯାଇଥିଲା। ଆମେରିକୀୟ ଅଭିନେତ୍ରୀ ମାରିଲିନ୍‌ ମୋନରେଙ୍କ ଏକ ଡ୍ରେସ୍‌ ମଧ୍ୟ ବେଶ୍‌ ଚର୍ଚ୍ଚା ସାଉଁଟିଥିଲା। ଆରେମିକାର ପୂର୍ବତନ ରାଷ୍ଟ୍ରପତି ଜନ୍‌ ଏଫ୍‌. କେନ୍ନେଡିଙ୍କ ଜନ୍ମ ଦିନ ଅବସରରେ ମୋନରେ ଏହି ପୋଷାକ ପିନ୍ଧି ଥିଲେ , ଯାହାର ମୂଲ୍ୟ ୪.୮ ମିଲିୟନ୍‌ ଡଲାର ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri