ସେପ୍ଟେମ୍ବର ୨୮ ଯାଏ ବଢ଼ିଲା ମୋରାଟୋରିୟମ

ନୂଆଦିଲ୍ଲୀ, ୧୧।୯ : ସୁପ୍ରିମକୋର୍ଟ ଋଣ କିସ୍ତି ପ୍ରଦାନ କ୍ଷେତ୍ରରେ ମୋରାଟୋରିୟମ ବା ଆଶ୍ୱସ୍ତି ସୁବିଧାକୁ ଚଳିତ ମାସ ୨୮ ଯାଏ ବୃଦ୍ଧି କରିଛନ୍ତି। ମୋରାଟୋରିୟମ ଅବଧି ମଧ୍ୟରେ ଯଦି କୌଣସି ବ୍ୟକ୍ତି ଋଣ କିସ୍ତି ପଇଠ କରିବାକୁ ସକ୍ଷମ ହୋଇ ନ ଥାନ୍ତି ତେବେ ତାଙ୍କ ଖାତାକୁ ବ୍ୟାଙ୍କ ଅନାଦାୟ ଋଣ(ଏନ୍‌ପିଏ) ଘୋଷଣା କରିପାରିବେ ନାହିଁ ବୋଲି ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ମଧ୍ୟ ବର୍ତ୍ତମାନ କାଏମ ରହିଛି। କୋଭିଡ୍‌-୧୯ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ଲାଗି ରିଜର୍ଭ ବ୍ୟାଙ୍କ ମୋରାଟୋରିୟମ ସୁବିଧା ଘୋଷଣା କରିଥିଲା। ଏହା ମଧ୍ୟରେ ଲୋକମାନେ ଋଣ କିସ୍ତିକୁ ପ୍ରତି ମାସ ନ ଦେଲେ ମଧ୍ୟ କଟକଣା ଲାଗିବ ନାହିଁ ବୋଲି କୁହାଯାଇଥିଲା। ହେଲେ ଏହି ସମୟ ଅବଧିରେ ବ୍ୟାଙ୍କ ସୁଧ ଉପରେ ସୁଧ ଲଗାଇବା ଘଟଣା ସାମ୍ନାକୁ ଆସିଥିଲା। ଏହି ପ୍ରସଙ୍ଗ ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ଏହା ଉପରେ ନ୍ୟାୟାଳୟ ବର୍ତ୍ତମାନ ଶୁଣାଣି କରୁଛନ୍ତି। ସରକାର ଘୋଷଣା କରିଥିବା ମୋରାଟୋରିୟମ ଅବଧି ଅଗଷ୍ଟ ୩୧ରେ ଶେଷ ହୋଇଛି।
ମୋରାଟୋରିୟମ ଅବଧିରେ ଋଣ କିସ୍ତି ଉପରେ ସୁଧ ଲାଗୁ ନ କରିବା ପ୍ରସଙ୍ଗରେ ବିଚାର କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଋଣଗ୍ରହୀତାଙ୍କ କ୍ରେଡିଟ୍‌ ରେଟିଂ ଉପରେ ଯେଭଳି କୌଣସି ପ୍ରଭାବ ନ ପଡେ ତାହା ଦେଖିବାକୁ କୁହାଯାଇଛି। ବର୍ତ୍ତମାନ ବଜାର କ୍ଷତିଗ୍ରସ୍ତ ହୋଇ ରହିଥିବାରୁ ଋଣ ମୋରାଟୋରିୟମ ଅବଧିକୁ ୨ ବର୍ଷ ପର୍ଯ୍ୟନ୍ତ ବଢାଯାଇପାରିବ ବୋଲି ସରକାର ସୁପ୍ରିମକୋର୍ଟଙ୍କୁ ନିକଟରେ କହିଥିଲେ। ଏହି ମାମଲାର ବିଭିନ୍ନ ଦିଗ ଉପରେ ବିଚାର କରିବା ଲାଗି ରିଜର୍ଭ ବ୍ୟାଙ୍କ ସହ ଆଲୋଚନା କରିବା ଲାଗି ସୁପ୍ରିମକୋର୍ଟ ସରକାରଙ୍କୁ କହିଛନ୍ତି।
ଜଣେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଟ ଆଇନଜୀବୀ ରାଜୀବ ଦତ୍ତ ପକ୍ଷ ରଖି କହିଛନ୍ତି, ବ୍ୟାଙ୍କଗୁଡିକ ସୁଧ ଉପରେ ସୁଧ ଲାଗୁ କରିବା ଭଳି ଘଟଣା ସାମ୍ନାକୁ ଆସୁଛି। ମୋରାଟୋରିୟମ ଦ୍ୱାରା କେଉଁଠାରେ ଆଶ୍ୱସ୍ତି ମିଳିଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଋଣ ପୁନର୍ଗଠନ ସୁବିଧା ପୂର୍ବରୁ ଦେବାର ଆବଶ୍ୟକତା ଥିଲା। ବର୍ତ୍ତମାନ ଲୋକମାନେ ରୋଜଗାର ହରାଇଥିବା ବେଳେ ଅନେକ ସ୍ବାସ୍ଥ୍ୟ ସମସ୍ୟା ସାମ୍ନା କରୁଛନ୍ତି। ମୋରାଟୋରିୟମ ସୁବିଧାରେ ଲୋକଙ୍କୁ ସୁଧ ଛାଡ଼ , ବ୍ୟାଙ୍କଗୁଡିକ ଲାଗୁ କରୁଥିବା ସୁଧ ଉପରେ ସୁଧ ପ୍ରଦାନରୁ ଲୋକଙ୍କୁ ଆଶ୍ୱସ୍ତି ମିଳିବ କି ନାହିଁ ସେ ପ୍ରସଙ୍ଗରେ କେନ୍ଦ୍ର ସରକାର ପକ୍ଷ ସ୍ପଷ୍ଟ କରନ୍ତୁ ବୋଲି ସେ ଯୁକ୍ତିରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ନୂଆ ବର୍ଷ ପୂର୍ବରୁ EPFO ଜାରି କଲା ନୂଆ ଗାଇଡଲାଇନ୍‌, ଜାଣିରଖନ୍ତୁ…

ନୂଆଦିଲ୍ଲୀ,୨୨।୧୨: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) କର୍ମଚାରୀ ପେନସନ ଯୋଜନା (EPS) ସହିତ ଜଡିତ ଭୁଲ କିମ୍ବା ଅସମ୍ପୂର୍ଣ୍ଣ ଯୋଗଦାନର ମାମଲାଗୁଡ଼ିକର ସମାଧାନ ପାଇଁ...

UPI ପେମେଣ୍ଟରେ ନୂତନ ସୀମା ନିର୍ଣ୍ଣୟ କରିବ NPCI, ଏପରି ହେଉଛି ଠକେଇ

ନୂଆଦିଲ୍ଲୀ,୨୨।୧୨: ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI) ମାଧ୍ୟମରେ ହେଉଥିବା ଆର୍ଥିକ ଜାଲିଆତିକୁ ରୋକିବା ପାଇଁ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଏକ ଗୁରୁତ୍ୱପୂର୍ଣ୍ଣ...

ଡେବିଟ୍‌ କାର୍ଡରେ ପରିବର୍ତ୍ତନ ଆଣିଲା ଏହି ବ୍ୟାଙ୍କ, ଚେକ୍‌ କରିନିଅନ୍ତୁ ଆପଣଙ୍କ ବ୍ୟାଙ୍କ ନାହିଁ ତ?

ନୂଆଦିଲ୍ଲୀ,୨୨।୧୨: ଆପଣ କ’ଣ ଏୟାରପୋର୍ଟ ଲାଉଞ୍ଜ ଆକ୍ସେସ ପାଇବା ପାଇଁ HDFC ବ୍ୟାଙ୍କ ଡେବିଟ୍‌ କାର୍ଡ କିଣିଛନ୍ତି? ଆପଣଙ୍କ ପାଇଁ ଏକ ବଡ଼ ଅପଡେଟ। ନୂତନ...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ନୂଆ ବର୍ଷ ଆରମ୍ଭରୁ ବଦଳିଯିବ ଏସବୁ ନିୟମ: ସାଧାରଣ ଲୋକଙ୍କ ପକେଟ୍‌ ଉପରେ ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୨।୧୨: ଡିସେମ୍ବର ମାସ ଆଉ କିଛି ଦିନ ପରେ ଚାଲିଯିବ, ଏବଂ ନୂତନ ବର୍ଷ ଆସିବ। ଏହା ସହିତ, ନିୟମାବଳୀରେ ଅନେକ ପରିବର୍ତ୍ତନ ଦେଖାଯିବ ଯାହା...

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri