ସେପ୍ଟେମ୍ବର ୨୮ ଯାଏ ବଢ଼ିଲା ମୋରାଟୋରିୟମ

ନୂଆଦିଲ୍ଲୀ, ୧୧।୯ : ସୁପ୍ରିମକୋର୍ଟ ଋଣ କିସ୍ତି ପ୍ରଦାନ କ୍ଷେତ୍ରରେ ମୋରାଟୋରିୟମ ବା ଆଶ୍ୱସ୍ତି ସୁବିଧାକୁ ଚଳିତ ମାସ ୨୮ ଯାଏ ବୃଦ୍ଧି କରିଛନ୍ତି। ମୋରାଟୋରିୟମ ଅବଧି ମଧ୍ୟରେ ଯଦି କୌଣସି ବ୍ୟକ୍ତି ଋଣ କିସ୍ତି ପଇଠ କରିବାକୁ ସକ୍ଷମ ହୋଇ ନ ଥାନ୍ତି ତେବେ ତାଙ୍କ ଖାତାକୁ ବ୍ୟାଙ୍କ ଅନାଦାୟ ଋଣ(ଏନ୍‌ପିଏ) ଘୋଷଣା କରିପାରିବେ ନାହିଁ ବୋଲି ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ମଧ୍ୟ ବର୍ତ୍ତମାନ କାଏମ ରହିଛି। କୋଭିଡ୍‌-୧୯ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ଲାଗି ରିଜର୍ଭ ବ୍ୟାଙ୍କ ମୋରାଟୋରିୟମ ସୁବିଧା ଘୋଷଣା କରିଥିଲା। ଏହା ମଧ୍ୟରେ ଲୋକମାନେ ଋଣ କିସ୍ତିକୁ ପ୍ରତି ମାସ ନ ଦେଲେ ମଧ୍ୟ କଟକଣା ଲାଗିବ ନାହିଁ ବୋଲି କୁହାଯାଇଥିଲା। ହେଲେ ଏହି ସମୟ ଅବଧିରେ ବ୍ୟାଙ୍କ ସୁଧ ଉପରେ ସୁଧ ଲଗାଇବା ଘଟଣା ସାମ୍ନାକୁ ଆସିଥିଲା। ଏହି ପ୍ରସଙ୍ଗ ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ଏହା ଉପରେ ନ୍ୟାୟାଳୟ ବର୍ତ୍ତମାନ ଶୁଣାଣି କରୁଛନ୍ତି। ସରକାର ଘୋଷଣା କରିଥିବା ମୋରାଟୋରିୟମ ଅବଧି ଅଗଷ୍ଟ ୩୧ରେ ଶେଷ ହୋଇଛି।
ମୋରାଟୋରିୟମ ଅବଧିରେ ଋଣ କିସ୍ତି ଉପରେ ସୁଧ ଲାଗୁ ନ କରିବା ପ୍ରସଙ୍ଗରେ ବିଚାର କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଋଣଗ୍ରହୀତାଙ୍କ କ୍ରେଡିଟ୍‌ ରେଟିଂ ଉପରେ ଯେଭଳି କୌଣସି ପ୍ରଭାବ ନ ପଡେ ତାହା ଦେଖିବାକୁ କୁହାଯାଇଛି। ବର୍ତ୍ତମାନ ବଜାର କ୍ଷତିଗ୍ରସ୍ତ ହୋଇ ରହିଥିବାରୁ ଋଣ ମୋରାଟୋରିୟମ ଅବଧିକୁ ୨ ବର୍ଷ ପର୍ଯ୍ୟନ୍ତ ବଢାଯାଇପାରିବ ବୋଲି ସରକାର ସୁପ୍ରିମକୋର୍ଟଙ୍କୁ ନିକଟରେ କହିଥିଲେ। ଏହି ମାମଲାର ବିଭିନ୍ନ ଦିଗ ଉପରେ ବିଚାର କରିବା ଲାଗି ରିଜର୍ଭ ବ୍ୟାଙ୍କ ସହ ଆଲୋଚନା କରିବା ଲାଗି ସୁପ୍ରିମକୋର୍ଟ ସରକାରଙ୍କୁ କହିଛନ୍ତି।
ଜଣେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଟ ଆଇନଜୀବୀ ରାଜୀବ ଦତ୍ତ ପକ୍ଷ ରଖି କହିଛନ୍ତି, ବ୍ୟାଙ୍କଗୁଡିକ ସୁଧ ଉପରେ ସୁଧ ଲାଗୁ କରିବା ଭଳି ଘଟଣା ସାମ୍ନାକୁ ଆସୁଛି। ମୋରାଟୋରିୟମ ଦ୍ୱାରା କେଉଁଠାରେ ଆଶ୍ୱସ୍ତି ମିଳିଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଋଣ ପୁନର୍ଗଠନ ସୁବିଧା ପୂର୍ବରୁ ଦେବାର ଆବଶ୍ୟକତା ଥିଲା। ବର୍ତ୍ତମାନ ଲୋକମାନେ ରୋଜଗାର ହରାଇଥିବା ବେଳେ ଅନେକ ସ୍ବାସ୍ଥ୍ୟ ସମସ୍ୟା ସାମ୍ନା କରୁଛନ୍ତି। ମୋରାଟୋରିୟମ ସୁବିଧାରେ ଲୋକଙ୍କୁ ସୁଧ ଛାଡ଼ , ବ୍ୟାଙ୍କଗୁଡିକ ଲାଗୁ କରୁଥିବା ସୁଧ ଉପରେ ସୁଧ ପ୍ରଦାନରୁ ଲୋକଙ୍କୁ ଆଶ୍ୱସ୍ତି ମିଳିବ କି ନାହିଁ ସେ ପ୍ରସଙ୍ଗରେ କେନ୍ଦ୍ର ସରକାର ପକ୍ଷ ସ୍ପଷ୍ଟ କରନ୍ତୁ ବୋଲି ସେ ଯୁକ୍ତିରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ହଇଚଇ: ପେଟ୍ରୋଲ ୫ ଓ ଡିଜେଲ ୩ଟଙ୍କା ବଢିଲା; ଜାଣନ୍ତୁ ନୂଆ ରେଟ୍‌

ନୂଆଦିଲ୍‌ଲୀ,୩।୧୦: ଦେଶର ପ୍ରମୁଖ ଘରୋଇ ଇନ୍ଧନ କମ୍ପାନୀ ‘ନାୟରା ଏନର୍ଜି’ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିଛି। କମ୍ପାନୀ ପେଟ୍ରୋଲ ଦରରେ ଲିଟର…

୩ ଦିନରେ ପ୍ରତ୍ୟାହାର ହେଲାଣି ୨୯,୬୦୦ କୋଟି

ମୁମ୍ବାଇ,୩ା୧୦: ପଶ୍ଚିମ ଏସିଆ ସଙ୍କଟକୁ ନେଇ ପରିବର୍ତ୍ତିତ ଭୂ-ରାଜନୈତିକ ସ୍ଥିତିରେ ବୈଶ୍ୱିକ ଶେୟାର ବଜାର ମାତ୍ରାଧିକ ପ୍ରଭାବିତ ହେବାରେ ଲାଗିଛି। ଅଶୋଧିତ ତୈଳର ଯୋଗାଣ ଶୃଙ୍ଖଳ ବ୍ୟାହତହେବା…

ରେନୋଇଣ୍ଡିଆ ନୂଆ ଟ୍ରାଇବର ୧୦୦ ପିଏସ୍‌ର ବଜାର ପ୍ରବେଶ

ଭୁବନେଶ୍ୱର, ୩ା୧୦:ରେନୋଇଣ୍ଡିଆ ପକ୍ଷରୁ ନୂଆ ଟ୍ରାଇବର ୧୦୦ ପିଏସ୍‌ ଉନ୍ମୋଚନ ହୋଇଯାଇଛି। ଏଥିସହ ଭାରତରେ କମ୍ପାନୀର ରେନୋ ଗ୍ରୁପ୍‌ ଏଣ୍ଟ୍ରି ପ୍ଲାଟ୍‌ଫର୍ମ (ଆର୍‌ଜିଇପିି)ର ଶୁଭାରମ୍ଭ ହୋଇଛି। ଗ୍ରାହକମାନଙ୍କ…

ଦୀପାବଳି ପୂର୍ବରୁ ଚାଷୀଙ୍କୁ ଉପହାର: ଖାତାକୁ ଆସୁଛି PM କିଷାନର ୨୦୦୦ ଟଙ୍କା; ତୁରନ୍ତୁ କରନ୍ତୁ…

ନୂଆଦିଲ୍‌ଲୀ,୨।୧୦: ଦେଶର କୋଟି କୋଟି ଚାଷୀଙ୍କୁ ଦୀପାବଳି ପୂର୍ୱରୁ ସରକାର ଉପହାର ଦେଇପାରନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-Kisan) ଯୋଜନାର ୨୪ତମ କିସ୍ତି…

FASTag ନିୟମରେ ବଡ଼ ପରିବର୍ତ୍ତନ: ଆଜିଠାରୁ ଲାଗୁ ହେଲା ନୂଆ ବ୍ୟବସ୍ଥା, ଲକ୍ଷ ଲକ୍ଷ ଯାତ୍ରୀଙ୍କ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ, ୨।୧୦: ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ହାଇୱେ ଓ ଏକ୍ସପ୍ରେସେୱରେ ଯାତ୍ରା କରୁଛନ୍ତି। ଏଥିପାଇଁ ସେମାନଙ୍କୁ ଟୋଲ ଦେବାକୁ ପଡ଼ିଥାଏ। ଟୋଲ ବ୍ୟବସ୍ଥାକୁ ନେଇ…

ଟାଟା ଗ୍ରୁପ୍‌ର ବଜାର ପୁଞ୍ଜିରେ ୧୦% ହ୍ରାସ, ନିବେଶକଙ୍କୁ ପ୍ରଭାବିତ କରିଛି ବିବାଦ

ମୁମ୍ବାଇ,୨।୧୦: ଟାଟା ଟ୍ରଷ୍ଟ ଏବଂ ଟାଟା ସନ୍ସ ମଧ୍ୟରେ ଚାଲିଥିବା ବିବାଦ ଏବେ ନିବେଶକମାନଙ୍କୁ ପ୍ରଭାବିତ କରିଛି । ଏହି କାରଣରୁ ଟାଟା ଗ୍ରୁପ ଅନ୍ତର୍ଭୁକ୍ତ ଅନେକ…

8th Pay Commission ପୂର୍ବରୁ ସରକାରଙ୍କ ବଡ଼ ଉପହାର! ୫% ବଢିଲା DA

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ପେନସନଭୋଗୀ (Pensioner), ତେବେ ଆପଣଙ୍କ ପାଇଁ ଏକ ବହୁତ ଖୁସି ଖବର ରହିଛି। ଗୋଟିଏ ପଟେ ସାରା…

2 October No UPI Day: ଆଜି ଚାଲିବନି UPI ପେମେଣ୍ଟ, ପାଖରେ ରଖନ୍ତୁ କ୍ୟାଶ୍‌!

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଗାନ୍ଧୀ ଜୟନ୍ତୀ ଛୁଟିରେ ସପିଂ କରିବାକୁ କିମ୍ୱା ସାଙ୍ଗମାନଙ୍କ ସହ ବାହାରକୁ ବୁଲିବାକୁ ଯୋଜନା କରୁଛନ୍ତି, ତେବେ ଟିକେ ଅଟକି ଯାଆନ୍ତୁ। ଅନଲାଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?