ନଦୀ-ନାଳର ଠିକଣା ଖୋଜୁଛନ୍ତି ଭଞ୍ଜନଗର ଚାଷୀ: ମୌସୁମୀ ଆସିଲାଣି ହେଲେ ମରାମତି ହୋଇନି ଆଡ଼ିବନ୍ଧ

ଭଞ୍ଜନଗର,୧୫ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳସେଚନ ବିଭାଗ ଅଧିକ୍ଷଣଯନ୍ତ୍ରୀ କାର୍ଯ୍ୟାଳୟ ଅଧୀନରେ ଥିବା ଅନେକ ନଦୀ, କେନାଲ ଲଟା ବୁଦାରେ ଭରି ରହିଛି। ଆଉ କେତକ ସ୍ଥାନରେ ମାଟିରେ ମଧ୍ୟ ନଦୀ, ନାଳ ପୋତି ହୋଇଗଲାଣି। ଚଳିତ ବର୍ଷ ମୌସୁମୀ ବର୍ଷା ଆଗୁଆ ଆସିଯାଇଥିବାରୁ ଚାଷୀମାନେ ମଧ୍ୟ ଚାଷ କାର୍ଯ୍ୟ ପ୍ରତି ପ୍ରସ୍ତୁତ ହୋଇଗଲେଣି। କିନ୍ତୁ ଜଳସମ୍ପଦ ବିଭାଗ ଏ କ୍ଷେତ୍ରରେ ବହୁତ ପଛୁଆ ଥିବା ଜଣାପଡ଼ିଛି। ଯେଉଁଠି ନଦୀ, ନାଳର ଆଡ଼ିବନ୍ଧର ମରାମତି ଆବଶ୍ୟକ ତାହା ବର୍ତ୍ତମାନ ସୁଧା ମରାମତି ଆରମ୍ଭ ହୋଇନାହିଁ। ମୌସୁମୀ ବର୍ଷା ଆଗମନ ପୁର୍ବରୁ ନଦୀ, ନାଳଗୁଡ଼ିକର ମରାମତି କରାଯିବା କଥା କିନ୍ତୁ ତାହା ବିଭିନ୍ନ କାରଣ ଯୋଗୁ କରାଯାଇ ପାରିନାହିଁ। ନଦୀ, ନାଳଗୁଡ଼ିକ ଲଟା ବୁଦାରେ ଭରି ହୋଇଯାଇଥିବା ବେଳେ ଅନ୍ୟପଟେ ଚାଷୀମାନେ ଆଗକୁ ଚାଷ କାର୍ଯ୍ୟ କରିବା ପାଇଁ ନଦୀ, ନାଳର ଠିକଣା ବର୍ତ୍ତମାନ ଖୋଜୁଛନ୍ତି। ଏହିଭଳି ପରିସ୍ଥିତିରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ନଦୀ, ନାଳଗୁଡ଼ିକର ମରାମତି ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ନଚେତ ନଦୀ ତଟବର୍ତ୍ତୀ ଗ୍ରାମବାସୀ ଆଗାମୀ ଦିନରେ ବନ୍ୟା ପରିସ୍ଥିତିର ସମ୍ମୁଖୀନ ହେବାର ସମ୍ଭାବନା ରହିଛି।

ଭଞ୍ଜନଗର ଜଳସମ୍ପଦ ବିଭାଗ ଅଧୀକ୍ଷଣଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧିନରେ ଋଷିକୂଲ୍ୟା ସିଷ୍ଟମରେ ୨୫୭.୦୩୬ କିମି କେନାଲ ଥିତ୍ବା ବେଳେ ୧୮୫୯୭.୦୫ ହେକ୍ଟର ଜମିକୁ ଜଳସେଚନ ସୁବିଧା ଅଛି। ଡ଼ହ ଜଳସେଚନ ପ୍ରକଳ୍ପ ଅଧୀନରେ ୧୧୮.୧୮୮ କିମି କେନାଲ ଥିତ୍ବା ବେଳେ ୬୫୮୦ ହେକ୍ଟର ଜମିକୁ ଜଳସେଚନ ସୁବିଧା ଅଛି। ବାଘୁଆ ଜଳସେଚନ ପ୍ରକଳ୍ପ ମାଧ୍ୟମରେ ୧୪୮.୩୩୫ କିମି. କେନାଲ ଥିବା ବେଳେ ୮୩୬୭ ହେକ୍ଟର ଜମିକୁ ଜଳସେଚନ ସୁବିଧା ଅଛି। ଭଞ୍ଜନଗର, ଡ଼ହ,ସୋରଡ଼ା ଏବଂ ବାଘୁଆ ଜଳଭଣ୍ଡାର ଅଧିନରେ ସର୍ବମୋଟ ୫୨୩.୫୫୯ କିମି. କେନାଲ ଥିତ୍ବା ବେଳେ ୩୩୫୪୪.୫ ହେକ୍ଟର ଜମିକୁ ଜଳସେଚନ ସୁବିଧା ଅଛି। ଏଥିସହ ୧୧ଟି ପ୍ରମୁଖ ନଦୀର ୩୯୨.୩୧୭ କିମି ମୁଖ୍ୟ ନଦୀ ଆଡ଼ିବନ୍ଧ ଥିବାବେଳେ ମୁଖ୍ୟ ନଦୀକୁ ସଂଯୋଗ କରୁଥିବା ୨୩୯.୮୨୦ କିମି ଛୋଟ ନଦୀ ଆଡ଼ିବନ୍ଧ ଅଛି। ବର୍ତ୍ତମାନ ଉକ୍ତ ନାଳ ଓ ନଦୀ ଆଡ଼ିବନ୍ଧର ମରାମତି ପାଇଁ ୧୦୪ଟି ଟେଣ୍ଡର ଡକାହୋଇଛି। ବର୍ତ୍ତମାନ ସେଥିମଧ୍ୟରୁ ୫୨ଟି ଟେଣ୍ଡରର ଚୁକ୍ତି ଠିକାଦାରଙ୍କ ସହ ଦୁଇଦିନ ପୂର୍ବେ ସରିଛି। ବଳକା କାମର ଚୁକ୍ତି ସରିନାହିଁ। ସମସ୍ତ କାମ ୪ ମାସ ମଧ୍ୟରେ ସରିବା ଚୁକ୍ତିରେ ବ୍ୟବସ୍ଥା ଅଛି। କିନ୍ତୁ ବର୍ତ୍ତମାନ ମୌସୁମୀ ବର୍ଷା ଆସିଯାଇଥିବା ବେଳେ ନଦୀ, ନାଳ ଗୁଡ଼ିକରେ ଧିରେ ଧିରେ ପାଣି ଆସିଲାଣି। ବର୍ଷା ବଢ଼ିବା ପୂର୍ବରୁ ତାହାର ମରାମତି କରାନଗଲେ ପରିସ୍ଥିତି ଆଗକୁ ଜଟିଳ ହେବାର ସମ୍ଭାବନା ରହିଛି। ମାଧବରିଡ଼ା, ସୋରିଷମୁଳି, ଜାନିବିଲି ଆନିକଟ ହେଉଛି ଜଳସେଚନର ଏକ ପ୍ରମୁଖ ମାଧ୍ୟମ। କିନ୍ତୁ ମାଧବାରିଡ଼ା ଆନିକଟଟି ପୋତି ହେବାସହ ଲଟା ବୁଦାରେ ଭରିରହିଛି। ଲଟା ବୁଦା ସଫା କରିବା ପ୍ରତି ଧ୍ୟାନ ଦିଆଯାଉନାହିଁ। ଏଥିସହ ମନ୍ଦାର ଓ ମାଧବରିଡ଼ା ମଝିରେ ନଦୀର ଅନେକ ସ୍ଥାନ ଲଟା ବୁଦାରେ ଭରି ରହିଯାଇଥିତ୍ବା ଯୋଗୁ ନଦୀକୁ ଚିହ୍ନିବା କଷ୍ଟକର ହୋଇପଡ଼ିଛି।

ବର୍ଷାଦିନରେ ଉକ୍ତ ନଦୀ ତାର ଗତିପଥ ବଦଳାଇ ଦେଉଛି। ଆଜକୁ କିଛିବର୍ଷ ହେବ ଉକ୍ତ ଅଞ୍ଚଳରେ ନଦୀର ଗତିପଥ ବଦଳି ଯାଇଥିବା ଯୋଗୁ ଅନେକ ଚାଷୀଙ୍କ ଜମି ନଦୀରେ ଚାଲିଯାଇଛି। ଜଳସମ୍ପଦ ବିଭାଗ ପକ୍ଷରୁ ଏନେଇ କେଣସି ପଦକ୍ଷେପ ନିଆଯାଉନାହିଁ। ଏନେଇ ଅଧିକ୍ଷଣଯନ୍ତ୍ରୀ ସଞ୍ଜୟ ପ୍ରଧାନଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ, ଯେଉଁଠି ମରାମତି ଆବଶ୍ୟକ ଅର୍ଥକୁ ଦେଖି କରାଯାଉଛ। ନିର୍ଦ୍ଧାରିତ ସମୟରେ କାମ ସରିବ। ବର୍ଷା ଋତୁରେ ଚାଷୀ ଏବଂ ସାଧାରଣଜନତାଙ୍କ ଯେଭଳି କୌଣସି ଅସୁବିଧା ନ ହେବ ସେଥିପାଇଁ ପଦକ୍ଷେପ ନିଆଯାଇଛି ବୋଲି ପ୍ରଧାନ କହିଛନ୍ତି। ନାଟଙ୍ଗାର ଚାଷୀ ବଳରାମ ସେଠୀ କହିଛନ୍ତି ଯେ, ଆଜକୁ ୨ ବର୍ଷ ହେବ କେନାଲରେ ପାଣି ଠିକ୍‌ ଭାବେ ଆସୁନାହିଁ। ବର୍ଷା କମିଗଲେ ଖରିଫ୍‌ ଫସଲ ଏହାଦ୍ୱାରା ପ୍ରଭାବିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri