ନଦୀ-ନାଳର ଠିକଣା ଖୋଜୁଛନ୍ତି ଭଞ୍ଜନଗର ଚାଷୀ: ମୌସୁମୀ ଆସିଲାଣି ହେଲେ ମରାମତି ହୋଇନି ଆଡ଼ିବନ୍ଧ

ଭଞ୍ଜନଗର,୧୫ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳସେଚନ ବିଭାଗ ଅଧିକ୍ଷଣଯନ୍ତ୍ରୀ କାର୍ଯ୍ୟାଳୟ ଅଧୀନରେ ଥିବା ଅନେକ ନଦୀ, କେନାଲ ଲଟା ବୁଦାରେ ଭରି ରହିଛି। ଆଉ କେତକ ସ୍ଥାନରେ ମାଟିରେ ମଧ୍ୟ ନଦୀ, ନାଳ ପୋତି ହୋଇଗଲାଣି। ଚଳିତ ବର୍ଷ ମୌସୁମୀ ବର୍ଷା ଆଗୁଆ ଆସିଯାଇଥିବାରୁ ଚାଷୀମାନେ ମଧ୍ୟ ଚାଷ କାର୍ଯ୍ୟ ପ୍ରତି ପ୍ରସ୍ତୁତ ହୋଇଗଲେଣି। କିନ୍ତୁ ଜଳସମ୍ପଦ ବିଭାଗ ଏ କ୍ଷେତ୍ରରେ ବହୁତ ପଛୁଆ ଥିବା ଜଣାପଡ଼ିଛି। ଯେଉଁଠି ନଦୀ, ନାଳର ଆଡ଼ିବନ୍ଧର ମରାମତି ଆବଶ୍ୟକ ତାହା ବର୍ତ୍ତମାନ ସୁଧା ମରାମତି ଆରମ୍ଭ ହୋଇନାହିଁ। ମୌସୁମୀ ବର୍ଷା ଆଗମନ ପୁର୍ବରୁ ନଦୀ, ନାଳଗୁଡ଼ିକର ମରାମତି କରାଯିବା କଥା କିନ୍ତୁ ତାହା ବିଭିନ୍ନ କାରଣ ଯୋଗୁ କରାଯାଇ ପାରିନାହିଁ। ନଦୀ, ନାଳଗୁଡ଼ିକ ଲଟା ବୁଦାରେ ଭରି ହୋଇଯାଇଥିବା ବେଳେ ଅନ୍ୟପଟେ ଚାଷୀମାନେ ଆଗକୁ ଚାଷ କାର୍ଯ୍ୟ କରିବା ପାଇଁ ନଦୀ, ନାଳର ଠିକଣା ବର୍ତ୍ତମାନ ଖୋଜୁଛନ୍ତି। ଏହିଭଳି ପରିସ୍ଥିତିରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ନଦୀ, ନାଳଗୁଡ଼ିକର ମରାମତି ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ନଚେତ ନଦୀ ତଟବର୍ତ୍ତୀ ଗ୍ରାମବାସୀ ଆଗାମୀ ଦିନରେ ବନ୍ୟା ପରିସ୍ଥିତିର ସମ୍ମୁଖୀନ ହେବାର ସମ୍ଭାବନା ରହିଛି।

ଭଞ୍ଜନଗର ଜଳସମ୍ପଦ ବିଭାଗ ଅଧୀକ୍ଷଣଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧିନରେ ଋଷିକୂଲ୍ୟା ସିଷ୍ଟମରେ ୨୫୭.୦୩୬ କିମି କେନାଲ ଥିତ୍ବା ବେଳେ ୧୮୫୯୭.୦୫ ହେକ୍ଟର ଜମିକୁ ଜଳସେଚନ ସୁବିଧା ଅଛି। ଡ଼ହ ଜଳସେଚନ ପ୍ରକଳ୍ପ ଅଧୀନରେ ୧୧୮.୧୮୮ କିମି କେନାଲ ଥିତ୍ବା ବେଳେ ୬୫୮୦ ହେକ୍ଟର ଜମିକୁ ଜଳସେଚନ ସୁବିଧା ଅଛି। ବାଘୁଆ ଜଳସେଚନ ପ୍ରକଳ୍ପ ମାଧ୍ୟମରେ ୧୪୮.୩୩୫ କିମି. କେନାଲ ଥିବା ବେଳେ ୮୩୬୭ ହେକ୍ଟର ଜମିକୁ ଜଳସେଚନ ସୁବିଧା ଅଛି। ଭଞ୍ଜନଗର, ଡ଼ହ,ସୋରଡ଼ା ଏବଂ ବାଘୁଆ ଜଳଭଣ୍ଡାର ଅଧିନରେ ସର୍ବମୋଟ ୫୨୩.୫୫୯ କିମି. କେନାଲ ଥିତ୍ବା ବେଳେ ୩୩୫୪୪.୫ ହେକ୍ଟର ଜମିକୁ ଜଳସେଚନ ସୁବିଧା ଅଛି। ଏଥିସହ ୧୧ଟି ପ୍ରମୁଖ ନଦୀର ୩୯୨.୩୧୭ କିମି ମୁଖ୍ୟ ନଦୀ ଆଡ଼ିବନ୍ଧ ଥିବାବେଳେ ମୁଖ୍ୟ ନଦୀକୁ ସଂଯୋଗ କରୁଥିବା ୨୩୯.୮୨୦ କିମି ଛୋଟ ନଦୀ ଆଡ଼ିବନ୍ଧ ଅଛି। ବର୍ତ୍ତମାନ ଉକ୍ତ ନାଳ ଓ ନଦୀ ଆଡ଼ିବନ୍ଧର ମରାମତି ପାଇଁ ୧୦୪ଟି ଟେଣ୍ଡର ଡକାହୋଇଛି। ବର୍ତ୍ତମାନ ସେଥିମଧ୍ୟରୁ ୫୨ଟି ଟେଣ୍ଡରର ଚୁକ୍ତି ଠିକାଦାରଙ୍କ ସହ ଦୁଇଦିନ ପୂର୍ବେ ସରିଛି। ବଳକା କାମର ଚୁକ୍ତି ସରିନାହିଁ। ସମସ୍ତ କାମ ୪ ମାସ ମଧ୍ୟରେ ସରିବା ଚୁକ୍ତିରେ ବ୍ୟବସ୍ଥା ଅଛି। କିନ୍ତୁ ବର୍ତ୍ତମାନ ମୌସୁମୀ ବର୍ଷା ଆସିଯାଇଥିବା ବେଳେ ନଦୀ, ନାଳ ଗୁଡ଼ିକରେ ଧିରେ ଧିରେ ପାଣି ଆସିଲାଣି। ବର୍ଷା ବଢ଼ିବା ପୂର୍ବରୁ ତାହାର ମରାମତି କରାନଗଲେ ପରିସ୍ଥିତି ଆଗକୁ ଜଟିଳ ହେବାର ସମ୍ଭାବନା ରହିଛି। ମାଧବରିଡ଼ା, ସୋରିଷମୁଳି, ଜାନିବିଲି ଆନିକଟ ହେଉଛି ଜଳସେଚନର ଏକ ପ୍ରମୁଖ ମାଧ୍ୟମ। କିନ୍ତୁ ମାଧବାରିଡ଼ା ଆନିକଟଟି ପୋତି ହେବାସହ ଲଟା ବୁଦାରେ ଭରିରହିଛି। ଲଟା ବୁଦା ସଫା କରିବା ପ୍ରତି ଧ୍ୟାନ ଦିଆଯାଉନାହିଁ। ଏଥିସହ ମନ୍ଦାର ଓ ମାଧବରିଡ଼ା ମଝିରେ ନଦୀର ଅନେକ ସ୍ଥାନ ଲଟା ବୁଦାରେ ଭରି ରହିଯାଇଥିତ୍ବା ଯୋଗୁ ନଦୀକୁ ଚିହ୍ନିବା କଷ୍ଟକର ହୋଇପଡ଼ିଛି।

ବର୍ଷାଦିନରେ ଉକ୍ତ ନଦୀ ତାର ଗତିପଥ ବଦଳାଇ ଦେଉଛି। ଆଜକୁ କିଛିବର୍ଷ ହେବ ଉକ୍ତ ଅଞ୍ଚଳରେ ନଦୀର ଗତିପଥ ବଦଳି ଯାଇଥିବା ଯୋଗୁ ଅନେକ ଚାଷୀଙ୍କ ଜମି ନଦୀରେ ଚାଲିଯାଇଛି। ଜଳସମ୍ପଦ ବିଭାଗ ପକ୍ଷରୁ ଏନେଇ କେଣସି ପଦକ୍ଷେପ ନିଆଯାଉନାହିଁ। ଏନେଇ ଅଧିକ୍ଷଣଯନ୍ତ୍ରୀ ସଞ୍ଜୟ ପ୍ରଧାନଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ, ଯେଉଁଠି ମରାମତି ଆବଶ୍ୟକ ଅର୍ଥକୁ ଦେଖି କରାଯାଉଛ। ନିର୍ଦ୍ଧାରିତ ସମୟରେ କାମ ସରିବ। ବର୍ଷା ଋତୁରେ ଚାଷୀ ଏବଂ ସାଧାରଣଜନତାଙ୍କ ଯେଭଳି କୌଣସି ଅସୁବିଧା ନ ହେବ ସେଥିପାଇଁ ପଦକ୍ଷେପ ନିଆଯାଇଛି ବୋଲି ପ୍ରଧାନ କହିଛନ୍ତି। ନାଟଙ୍ଗାର ଚାଷୀ ବଳରାମ ସେଠୀ କହିଛନ୍ତି ଯେ, ଆଜକୁ ୨ ବର୍ଷ ହେବ କେନାଲରେ ପାଣି ଠିକ୍‌ ଭାବେ ଆସୁନାହିଁ। ବର୍ଷା କମିଗଲେ ଖରିଫ୍‌ ଫସଲ ଏହାଦ୍ୱାରା ପ୍ରଭାବିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ, ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୬।୧୦: IPL ୨୦୨୭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ ହୋଇଛି । ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ପୂର୍ବତନ BCCI ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଦିଲ୍ଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?