ଜନାଦେଶର ଉପହାସ

ବିଧାନପାଳିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ନାମରେ ଶାସନର ଯେଉଁ ତିନୋଟି ଅଙ୍ଗ ଅଛି, ସେଗୁଡ଼ିକ ନିଜ ନିଜ ସୀମା ଭିତରେ ରହିଲେ ‘ଗଣ’ର ବା ସମସ୍ତଙ୍କ ବିକାଶ ସମ୍ଭବ ହେବ: କୌଣସି ବ୍ୟକ୍ତି ବା କେତେକ ବ୍ୟକ୍ତିଙ୍କ ଗୋଷ୍ଠୀ ଅନ୍ୟକୁ ବା ଅନ୍ୟଗୋଷ୍ଠୀକୁ ଶୋଷଣ କରିବାର ଅବସର ପାଇବ ନାହିଁ। ରାଜନୀତି ଶାସ୍ତ୍ରରେ ଯେତେ ପ୍ରକାରର ଶାସନ ବ୍ୟବସ୍ଥା ଉଲ୍ଲେଖ ଅଛି ତହିଁରେ ଗଣତନ୍ତ୍ରର ଜନାଦେଶକୁ ସର୍ବୋତ୍ତମ ଧରାଯାଏ। ବ୍ୟକ୍ତିଗୋଷ୍ଠୀ ଏକ ରାଜନୈତିକ ଦଳ ହୋଇଗଲେ ଗୋଷ୍ଠୀର ସ୍ବାର୍ଥକୁ ଦେଖେ ଓ ଅନ୍ୟ ରାଜନୈତିକ ଦଳ ଯେପରି ଶାସନ ଗାଦିକୁ ନ ଆସୁ, ତାହାର ବିଭିନ୍ନ ଉପାୟ କରେ। ଏ ପ୍ରକାରର କନ୍ଦଳ ଜଙ୍ଗଲୀ ପରିବେଶ ସୃଷ୍ଟି କରେ: ହେଟାପଲର ମୁଖ୍ୟ ହେଟା (ଯାହାକୁ ରୁଡ୍‌ୱାର୍ଡ କିପ୍ଲିଙ୍ଗ୍‌ ତାଙ୍କ ବହି ‘ଦି ଜଙ୍ଗଲ୍‌ ବୁକ୍‌’ରେ ଆଲ୍ଫା ମେଲ୍‌ ଆଖ୍ୟା ଦେଇଛନ୍ତି; ଆଜିକାଲି ମହିଳାମାନେ ବି ନେତୃସ୍ଥାନକୁ ଆସୁଥିବାରୁ ଆଲ୍ଫା ଫିମେଲ୍‌ ବି ସମ୍ଭବ) ଯେପରି ସାରା ପଲକୁ କଣ୍ଟ୍ରୋଲ କରେ, ପ୍ରତି ରାଜନୈତିକ ଦଳର ମୁଖ୍ୟ (ସୁପ୍ରିମୋ ବା ହାଇକମାଣ୍ଡ) ଦଳର ସମସ୍ତ ସଦସ୍ୟଙ୍କୁ କଣ୍ଟ୍ରୋଲ କରନ୍ତି ଏବଂ ତାଙ୍କର ମତ ନ ମାନିଲେ ଗୋଠରୁ ବାହାର, ମାନେ ରାଜନୈତିକ ମୃତ୍ୟୁ। ଆମ ସମ୍ବିଧାନ-ପ୍ରଣୟନକାରୀମାନେ ‘ରାଜନୈତିକ ଦଳ’ର ଚିନ୍ତା କରିନଥିଲେ, ସେମାନେ ଯେଉଁ ଦୁଇଟି ସମ୍ବିଧାନକୁ ଅନୁକରଣ କରୁଥିଲେ ତାହା ଆମେରିକା ଯୁକ୍ତରାଷ୍ଟ୍ରର ଲିଖିତ ସମ୍ବିଧାନ ଓ ବିଲାତର ପରମ୍ପରାଗତ ସମ୍ବିଧାନ, ତହିଁରେ ପଲିଟିକାଲ୍‌ ପାର୍ଟିର ଉଲ୍ଲେଖ ନ ଥିଲା। ସମ୍ବିଧାନ ପ୍ରଣୟନର ୩୫ ବର୍ଷ ପରେ ୧୯୮୫ରେ ୫୨ତମ ସମ୍ବିଧାନ ସଂଶୋଧନ ଆଇନ ଅଣାଯାଇ ସମ୍ବିଧାନ ଭିତରେ ୧୦ମ ତଫସିଲ ପୂରାଗଲା ଏବଂ ପରବର୍ତ୍ତୀ କାଳରେ ଲୋକ ପ୍ରତିନିଧି ଆଇନ (ଦି ରିପ୍ରେଜେଣ୍ଟେସନ୍‌ ଅଫ୍‌ ଦି ପିପୁଲ୍‌୍‌ ଆକ୍ଟ ୧୯୫୧)ର ସଂଶୋଧନ ହେଲା- ଭାରତର ନିର୍ବାଚନ କମିଶନ୍‌ (ଇସିଆଇ)ଙ୍କ ତାଲିକାଭୁକ୍ତ ରାଜନୈତିକ ଦଳଗୁଡ଼ିକ ସେମାନଙ୍କ ସଂଗୃହୀତ ଚାନ୍ଦା ଉପରେ ଆୟକର ଛାଡ଼ ପାଇଲେ ଏବଂ ନିର୍ବାଚନ ପ୍ରଚାରରେ ଦଳ କରୁଥିବା ଖର୍ଚ୍ଚକୁ ପ୍ରାର୍ଥୀର ନିର୍ବାଚନ-ଖର୍ଚ୍ଚସୀମା ବାହାରେ ରଖାଗଲା। ଏ ସବୁ ପରିବର୍ତ୍ତନ ରାଜନୈତିକ ଦଳମାନେ ସେମାନଙ୍କ ସୁବିଧା ପାଇଁ କରିନେଲେ। ଏଥିରୁ ଭ୍ରଷ୍ଟାଚାର ବୈଧାନିକ ହୋଇଗଲା। ୫ ବର୍ଷଯାକ ଜଣେ ଏମ୍‌ପି ୬୦ ଲକ୍ଷ ଟଙ୍କା ପାଖାପାଖି ଦରମା ପାଇବାର ଥିଲେ ବି ସେ ନିର୍ବାଚନରେ ୯୦ ଲକ୍ଷ ଖର୍ଚ୍ଚ କରିପାରିବେ ବୋଲି ଲୋକ ପ୍ରତିନିଧି ଆଇନ ଅଧୀନରେ ତିଆରି ହୋଇଥିବା ଆଦର୍ଶ ଆଚରଣ ବିଧିରେ ରହିଲା। ଏ କି ପ୍ରକାରର ଆଦର୍ଶ ଦଳର ପ୍ରତିନିଧିମାନେ ବିଚାର କଲେ ନାହିଁ। ଜଳ ଜଳ ଦିଶୁଥିବା ଏଭଳି ଭ୍ରଷ୍ଟାଚାରକୁ ରାଜନୈତିକ ଦଳମାନେ ଆଇନର ରୂପ ଦେଲେ। ଯେତେ ଅଧର୍ମ ବା ଭ୍ରଷ୍ଟାଚାରୀ ବା ଆପରାଧିକ କାମ କରିଥିଲେ ବି ଥରେ ରାଜ୍ୟପାଳ ବା ରାଷ୍ଟ୍ରମୁଖ୍ୟ ହୋଇଗଲେ ଚାରିଖୁଣ ମାଫ୍‌। ମାର୍କିନ୍‌ ଗଣତନ୍ତ୍ରରେ ମଧ୍ୟ ସେହି କଥା। ସମ୍ବିଧାନ ତିଆରି ବେଳେ ପଲିଟିକାଲ୍‌ ପାର୍ଟି ନ ଥିଲା, କି ଲୋକଙ୍କୁ ନିଜ ସାଙ୍ଗରେ ଭସାଇ ନେବା ଭଳି ଓଜସ୍ବିନୀ ଭାଷଣବାଜି (demagogues) ନଥିଲା।
ଆମେରିକାରେ ରାଷ୍ଟ୍ରପତିଙ୍କ ଆଡକୁ ପାୱାର ଢଳିବା ଆଜିକାର କଥା ନୁହେଁ। ବହୁ ଦିନ ହେଲା ଡିବେଟ୍‌ ଚାଲିଆସିଛି କିପରି ରାଷ୍ଟ୍ରପତିଙ୍କ କ୍ଷମତାକୁ ସୀମିତ ରଖିବା। ରିଚାର୍ଡ ନିକ୍ସନ୍‌ ରାଷ୍ଟ୍ରପତୀୟ ପରମ୍ପରା ଭୁଲି ଯେପରି ୧୯୭୦ ଦଶକର ୱାଟର୍‌ଗେଟ୍‌ ସ୍କାଣ୍ଡାଲ୍‌ରେ ଫସିଗଲେ ତାହା କଂଗ୍ରେସକୁ ପ୍ରବର୍ତ୍ତାଇଲା ବହୁତ ନୂଆ ଆଇନ ଆଣିବାକୁ- ଏକ୍‌ଜିକ୍ୟୁଟିଭ୍‌ ପାୱାରକୁ ସୀମିତ କରି ତାକୁ ଆହୁରି ଦାୟିତ୍ୱଶୀଳ (accountable) ହେବାକୁ – ଯଥା ପ୍ରେସିଡେଣ୍ଟଙ୍କ ଟାକ୍ସ ରିଟର୍ନ, ଆର୍ଥିକ ସ୍ବାର୍ଥ ଦ୍ୱନ୍ଦ୍ୱ ସାଧାରଣରେ ପ୍ରକାଶ କରିବାକୁ ହେବ। ଟ୍ରମ୍ପ୍‌ ତାଙ୍କର ଦ୍ୱିତୀୟବାର ପ୍ରେସିଡେନ୍ସିରେ କାଣିଚାଏ ବି ମାନୁନାହାନ୍ତି। ପ୍ରେସିଡେଣ୍ଟ ଆଉ ଜୁଡିସିଆରି ଭିତରେ ସମ୍ପର୍କରେ କେବେ ତିକ୍ତତା ସୃଷ୍ଟି ହୋଇନଥିଲା। ମନା କରୁଥିବା ନିକ୍ସନ ବି ଶେଷରେ କୋର୍ଟ ଅର୍ଡର ମାନି ପୂରା ୱାଟର୍‌ଗେଟ୍‌ ଟେପ୍‌ ପେଶ୍‌ କରିଥିଲେ। ଟ୍ରମ୍ପ୍‌ ଏଯାଏ ନ୍ୟାୟାଳୟର ଗୋଟିଏ ମାତ୍ର ରାୟ -ଏଲ୍‌ ସାଲଭାଡର୍‌ର କିଲମର୍‌ ଆବ୍ରେଗୋ ଗାର୍ସିଆଙ୍କ ନିର୍ବାସନରୁ ଫେରାଇ ଆଣିବା- ପାଳନ କରିଛନ୍ତି, ତା ବି ୨ ମାସ ଡେରିରେ। ମଝିରେ ଟ୍ରମ୍ପ୍‌ଙ୍କ ଆଟର୍ନି ଜେନେରାଲ, ପାମ୍‌ ବଣ୍ଡି, କହିସାରିଥିଲେ ‘ସେ ଆମ ଦେଶକୁ ଆସୁନାହିଁ।’ ଫିଲ୍ମ ଷ୍ଟାର୍‌ ଷ୍ଟର୍ମି ଡାନିଏଲ୍‌ଙ୍କ ଯୌନ ନିର୍ଯାତନା ଅଭିଯୋଗକାରିଣୀଙ୍କୁ ଚୁପ୍‌ କରିବାକୁ ଓକିଲ ଜରିଆରେ ଟ୍ରମ୍ପ୍‌ ପ୍ରଚୁର ଡଲାର (‘ଚୁପ୍‌ କରିବା ଟଙ୍କା’, ହଶ୍‌ ମନି, hush money) ଦେଇଥିଲେ। ତଥାପି ମାନହାଟ୍ଟାନରେ ଜୁରି ତାଙ୍କ ୨୦୨୪ ମେ’ର ରାୟରେ ଯେ ଟ୍ରମ୍ପ୍‌ଙ୍କୁ ୩୪ଟାଯାକ ଦଫାରେ ଦୋଷୀ କହିଛନ୍ତି। ଜଣେ ପ୍ରାକ୍ତନ ରାଷ୍ଟ୍ରପତି ‘ଦଣ୍ଡିତ ଅପରାଧୀ’ ଘୋଷିତ ହେବା ପରେ ପୁଣି ରାଷ୍ଟ୍ରପତି ହୋଇ ରହିଥିବାଯାଏ ଏ ଦଣ୍ଡ କାର୍ଯ୍ୟକାରୀ ହେବ ନାହିଁ, ଅବସର ପରେ କ’ଣ ହେବ ତାକୁ ଟ୍ରମ୍ପ୍‌ ଖାତିର ନ କରୁଥିବା କାରଣ ଏହି ସମୟରେ ତିନି ତିନିଟି ସୁପ୍ରିମ୍‌କୋର୍ଟ ରାୟ ତାଙ୍କ ସପକ୍ଷରେ ବାହାରି ତାଙ୍କୁ ସାହସୀ କରିଦେଇଛି- (୧) ୨୦୨୦ର ନିର୍ବାଚନ ଫଳକୁ ଓଲଟପାଲଟ କରିବା ଉଦ୍ୟମ ଟ୍ରମ୍ପଙ୍କୁ ଆଉ ଥରେ ପ୍ରେସିଡେଣ୍ଟ ପ୍ରାର୍ଥୀ ହେବାକୁ ଅଯୋଗ୍ୟ କରିଥିବା ରାୟକୁ ସୁପ୍ରିମ୍‌କୋର୍ଟ ନାକଚ କରିଦେଲେ; (୨) ପ୍ରେସିଡେଣ୍ଟଙ୍କ କ୍ଷମତାକୁ ରୋକିପାରିବାର ଯେଉଁ କ୍ଷମତା ଡିଷ୍ଟ୍ରିକ୍ଟ ଜଜ୍‌ମାନଙ୍କର ଥିଲା, ତାକୁ ସୁପ୍ରିମ୍‌କୋର୍ଟ ବେଆଇନ କହିଦେଲେ। ଟ୍ରମ୍ପ୍‌ ଏବେ ତାଙ୍କ ଆପ୍ରବାସନ (ଇମିଗ୍ରେସନ୍‌) ନୀତି ବିରୋଧରେ ରାୟ ଦେଇଥିବା ଡିଷ୍ଟ୍ରିକ୍ଟ ଜଜ୍‌ମାନଙ୍କୁ ଯାଚ୍ଛା ତା’ ଭାଷାରେ ଗାଳି ଦେଉଛନ୍ତି, କେତେକଙ୍କ ନଁାରେ ମକଦ୍ଦମା କରିଲେଣି। ତାଙ୍କ ରିପବ୍ଲିକାନ୍‌ ଦଳର ଲୋକେ ଜଜ୍‌କୁ ଅପମାନିତ କରୁଛନ୍ତି, ମାରିଦେବା ଧମକ ଦେଉଛନ୍ତି, ସେମାନଙ୍କ ପରିବାର ସମ୍ପର୍କରେ ଏମିତିକା ଖବର ବାହାର କରୁଛନ୍ତି ଯେ ଦଳର ଲୋକେ ସେମାନଙ୍କୁ ବାଡ଼େଇବା ଧମକ ଦେଉଛନ୍ତି (ମାର୍କିନ୍‌ ଭାଷାରେ ଡକ୍ସିଂ, doxxing, କୁତ୍ସାରଟନା)। ପ୍ରାୟ ୧୦୦ରୁ ଅଧିକ ଜଜ୍‌ଙ୍କ ନଁାରେ ମିଛରେ ମିଛରେ ପିଜା ଡେଲିଭରି ଅର୍ଡର ପଠାଇ ତା’ ଫେରିଆସିଲେ ଜଜ୍‌ମାନେ ଦୋକାନୀମାନଙ୍କ ଦ୍ୱାରା ଭର୍ତ୍ସିତ ହେଉଛନ୍ତି। ୧. ନିର୍ବାଚନରେ ହରାଇବା ଓ ୨. କଂଗ୍ରେସରେ ମହାଭିଯୋଗ ଆଣି ପଦମୁକ୍ତ କରିବା – ଏ ଦୁଇଟାଯାକ ସାମ୍ବିଧାନିକ ଉପାୟକୁ ଟ୍ରମ୍ପ୍‌ ବିଫଳ କରିଦେଇଛନ୍ତି। ପରବର୍ତ୍ତୀ କାଳରେ କ’ଣ ଘଟିବ ସେଥିପାଇଁ ସେ ଚିନ୍ତା ନ କରି ମାର୍କିନ୍‌ ଶାସନକୁ ତାଙ୍କ ଦଳର ଶକ୍ତିବୃଦ୍ଧି କାମରେ ଲାଗି ପଡିଛନ୍ତି, ଆମେରିକା ଦଳତନ୍ତ୍ର ବା ଫାସିବାଦୀ ସରକାର ଆଡ଼କୁ ଆଡ଼କୁ ଢଳୁଛି।
ଆମ ଭାରତରେ ତ ରାଜନୈତିକ ଦଳମାନେ ନେତାଙ୍କ ଶାସନ (ଫାସିବାଦୀ ସରକାର)କୁ ନିଜର ନୀତି କରିସାରିଲେଣି। ଆମେରିକାରେ ଦଳପତି କୌଣସି ନିର୍ବାଚିତ ପ୍ରତିନିଧିଙ୍କୁ ଆସନରୁ ବିଚ୍ୟୁତ କରିପାରିବେ ନାହିଁ। କିନ୍ତୁ ଆମ ସମ୍ବିଧାନରେ ଏହା ରହିଗଲାଣି। ୧୯୮୫ରେ ୧୦ମ ତଫସିଲ୍‌ ସମ୍ବିଧାନ ଅନ୍ତର୍ଭୁକ୍ତ ହେଲା, ଲୋକପ୍ରତିନିଧିଙ୍କ ବିବେକ ନେତାଙ୍କ ପାଖରେ ବନ୍ଧା ପଡିଗଲା। ୨୦୦୩ର ସମ୍ବିଧାନ ସଂଶୋଧନ ଆଇନ ଦ୍ୱାରା ଲୋକ-ପ୍ରତିନିଧିଙ୍କୁ ବିଧାୟିକା-ଦଳ (ଲେଜିସ୍‌ଲେଟର ପାର୍ଟି)ର ପ୍ରତିନିଧି ବୋଲି ଗଣାଗଲା ଏବଂ ସେ ଯଦି ଗୃହର ଦଳୀୟ ନେତାଙ୍କ ଛାଟ (ହ୍ବିପ୍‌) ନ ମାନିବେ, ସେ କେବଳ ଦଳରୁ ନିଲମ୍ବନ ହେବେ ତା ନୁହେଁ, ସେ ସରକାରୀ କର୍ମଚାରୀଙ୍କ ଭଳି ନେତାଙ୍କ ଅଧଃସ୍ତନ କର୍ମୀ ହୋଇଗଲେ, ନେତା (ସୁପ୍ରିମୋ ବା ହାଇକମାଣ୍ଡ) ଗୃହର ବାଚସ୍ପତିଙ୍କ ମତକୁ ନେଇ ସମ୍ପୃକ୍ତ ଏମ୍‌ଏଲ୍‌ଏ/ଏମ୍‌ପି ପଦର ଅଯୋଗ୍ୟ (ଆସନ ତ୍ୟାଗ କରିବା) ଘୋଷଣା କରାଇପାରନ୍ତି। ଲୋକଙ୍କ ଭୋଟ୍‌ ସୁପ୍ରିମୋ/ହାଇକମାଣ୍ଡଙ୍କ ମତ ଆଗରେ ତୁଚ୍ଛ। ସମ୍ବିଧାନ-ପ୍ରଣେତାମାନେ କେବେ ଭାବିନଥିଲେ ଯେ ନିର୍ବାଚିତ ପ୍ରତିନିଧିଙ୍କୁ ତାଙ୍କ ଦଳର ନେତା ପ୍ରତିନିଧିତ୍ୱରୁ ବଞ୍ଚତ୍ତ କରିପାରିବେ। ପୁଣି ବିଧାୟିକାସଭାରୁ ଉନ୍ନୀତ ହୋଇ ମନ୍ତ୍ରୀ ହୋଇଥିବା ନେତାମାନେ ନିୟମ କରିସାରିଲେଣି ଯେ ଏକ୍‌ଜିକ୍ୟୁଟିଭ୍‌ ଓ ଜୁଡିସିଆରି ଶାଖାର ଅଧିକାରୀମାନେ ଚାକିରି ଛାଡିଲା କ୍ଷଣି (୨ ବର୍ଷ କୁଲିଂ ଅଫ୍‌ ପିରିଅଡ୍‌ ଆଉ ନାହିଁ) ନିର୍ବାଚନରେ ଲଢ଼ିପାରିବେ। ଏହାର ଗୂଢ଼ ତତ୍ତ୍ୱ ହେଲା- ହେ ଏକ୍‌ଜିକ୍ୟୁଟିଭ୍‌ ଓ ଜୁଡିସିଆରି ଅଫିସର୍‌ମାନେ ତୁମେ ଏବେଠୁ କୌଣସି ରାଜନୈତିକ ଦଳ ପ୍ରତି ଢଳ (ନେତାଙ୍କ କଥାକୁ କାମରେ ପରିଣତ କର) ତୁମକୁ ଦଳ ଜନପ୍ରତିନିଧି ନାଁରେ ପ୍ରାର୍ଥୀ କରେଇନେବ, ପାର୍ଟି ବି ସବୁ ଖର୍ଚ୍ଚ ସମ୍ଭାଳିବ, ନେତାମାନେ (ଦଳର ମୁଖ୍ୟ ବି) ପ୍ରଚାର କରିବେ। ଆମ ଶାସନ-ବ୍ୟବସ୍ଥା ପୂରାପୂରି ଫାସିବାଦୀ (ଦଳତନ୍ତ୍ର) ହେବାକୁ ବେଶି ଡେରିନାହିଁ। ନେତାଙ୍କ ସନ୍ତାନ ଜନ୍ମରୁ ଦଳର ଜେନେରାଲ୍‌ ସେକ୍ରେଟାରୀ ହେବେ ବା ନେତାଙ୍କ ମନୋନୀତ ବ୍ୟକ୍ତି ହିଁ ଦଳର ମୁଖ୍ୟ (ତେଣୁ ରାଷ୍ଟ୍ରମୁଖ୍ୟ) ହେବେ। ଯିଏ ପ୍ରଶ୍ନ ଉଠାଇବ ସେ ଜେଲ-ଯୋଗ୍ୟ ହେବ।
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଚାଷୀ ସମସ୍ୟା ଅସମାହିତ: ଚାଷୀ ସଙ୍ଗଠନ ପକ୍ଷରୁ ସମାଧାନ ଦାବି

ବରଗଡ଼,୧୮ା୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ, ମାତ୍ର ଏହି ଜିଲାରେ ଚାଷ ଏବଂ ଚାଷୀ ସମସ୍ୟା ଅସମାହିତ ରହିଛି। ଏହି କ୍ରମରେ ମଙ୍ଗଳବାର ବରଗଡ଼ ଜିଲା…

ଅସୁରକ୍ଷିତ ଗାଡ଼ି ଚାଳକ: ସୁରକ୍ଷା ଦାବିରେ ଏସ୍‌ପିଙ୍କୁ ଫେରାଦ

ବରଗଡ଼,୧୮ା୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଦେଇ ଯାଇଥିବା ରାଜପଥ ସହିତ ବିଭିନ୍ନ ରାସ୍ତାଘାଟରେ ବିଭିନ୍ନ ସମୟରେ ଗାଡ଼ି ଚାଳକଙ୍କୁ ଅଟକାଇ ଆକ୍ରମଣ କରାଯାଉଥିବା ଅଭିଯୋଗ ହୋଇଛି। ଏଭଳି ଆକ୍ରମଣକୁ…

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri