ଗଣତନ୍ତ୍ର ପାଇଁ ଅଶୁଭ

ଭାରତ ଓ ଚାଇନା ମଧ୍ୟରେ ୧୯୬୨ ଯୁଦ୍ଧ ପରେ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲ୍‌ଏସି) ଟଣାଯାଇଥିଲା। ଏଲ୍‌ଏସି ଥିଲେ ମଧ୍ୟ ଦୁଇ ଦେଶର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳକୁ ନେଇ ସୀମା ବିବାଦ ଲାଗି ରହିଛି। ଭାରତ ପୂରା ଅକ୍ସାଇ ଚୀନ୍‌କୁ ଦାବି କରୁଥିବା ବେଳେ ଚାଇନା ଅରୁଣାଚଳ ପ୍ରଦେଶକୁ ନିଜର ବୋଲି କହୁଛି। ୧୯୯୩ରେ ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତିରେ ଏଲ୍‌ଏସିକୁ ବୈଧ ଭାବେ ସମ୍ମାନ ଦେବା ଲାଗି ଉଭୟ ରାଷ୍ଟ୍ର ସ୍ବୀକାର କରିଥିଲେ ମଧ୍ୟ ତା’ପରଠାରୁ ଚାଇନା ବହୁବାର ଉତ୍ତେଜନା ସୃଷ୍ଟି କରିଆସିଛି। ବିଶେଷକରି ୨୦୧୩ରେ ଏଲ୍‌ଏସିରେ ଉତ୍ତେଜନା ପ୍ରକାଶ ପାଇବା ପରେ ଭବିଷ୍ୟତରେ ଯେଭଳି ଏପରି ଘଟଣାର ପୁନରାବୃତ୍ତି ନ ଘଟିବ, ସେଥିପାଇଁ ଉଭୟ ରାଷ୍ଟ୍ର ମଧ୍ୟରେ ସୀମା ସୁରକ୍ଷା ସହଯୋଗ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ତେବେ ୧୫ ଜୁନ୍‌ ୨୦୨୦ରେ ଚାଇନା ଓ ଭାରତ ମଧ୍ୟରେ ଗଲଓ୍ବାନଘାଟିରେ ମୁହଁାମୁହିଁ ସ୍ଥିତି ଉପୁଜିଥିଲା। ଚାଇନାର ଅନୁପ୍ରବେଶକୁ ରୋକିବାକୁ ଯାଇଥିବା ଯବାନଙ୍କ ମଧ୍ୟରୁ ୨୦ ଜଣଙ୍କୁ ହାତରେ ପିଟି ହତ୍ୟା କରାଯାଇଥିଲା। ସେପଟେ ଚାଇନାର ୪୫ରୁ ଅଧିକ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ପ୍ରତିପକ୍ଷ ବହୁବିଳମ୍ବରେ ସ୍ବୀକାର କରିଥିବାବେଳେ ଭାରତ ପକ୍ଷରୁ ଏହି ସଂଖ୍ୟା ୬୦ ବୋଲି ଦାବି କରାଯାଇଥିଲା। ହେଲେ ଉଭୟ ପଟର କେତେ ଜଣ ମରିଥିଲେ ସେ ସଂକ୍ରାନ୍ତରେ ଏବେ ମଧ୍ୟ ସ୍ପଷ୍ଟ ଖବର ନାହିଁ। ଏଲ୍‌ଏସିରେ ଉତ୍ତେଜନା ଲାଗି ରହିଥିବା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଡିସେମ୍ବର ୨୦୨୨ରେ ଭାରତ ଯୋଡ଼ୋ ଯାତ୍ରା ବେଳେ କହିଥିଲେ ଯେ, ଭାରତର ୨୦୦୦ ବର୍ଗ କିଲୋମିଟର ଅଞ୍ଚଳକୁ ଚାଇନା ମାଡ଼ିବସିଛି । ତେବେ ତାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସୀମା ସଡ଼କ ସଙ୍ଗଠନ(ବିଆର୍‌ଓ) ପୂର୍ବତନ ନିର୍ଦ୍ଦେଶକ ଉଦୟ ଶଙ୍କର ଶ୍ରୀବାସ୍ତବ ଲକ୍ଷ୍ମୌ କୋର୍ଟରେ ମାନହାନି ମକଦ୍ଦମା କରିଥିଲେ। ୪ ଅଗଷ୍ଟ ୨୦୨୫ରେ ସୁପ୍ରିମକୋର୍ଟ ରାହୁଲଙ୍କ ମନ୍ତବ୍ୟକୁ ନିନ୍ଦା କରି ପଚାରିଛନ୍ତି ଯେ, ଆପଣ କିଭଳି ଜାଣିଲେ ଭାରତର ୨୦୦୦ ବର୍ଗ କିଲୋମିଟର ଚାଇନା ମାଡ଼ିବସିଛି। ଆପଣଙ୍କ ପାଖରେ ସେଭଳି ବିଶ୍ୱସନୀୟ ପ୍ରମାଣ ଦେବାର ଭରସାଯୋଗ୍ୟ ଉତ୍ସ ଅଛି କି ବୋଲି ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି । ଆପଣ ଯଦି ଜଣେ ପ୍ରକୃତ ଭାରତୀୟ ହୋଇଥାଆନ୍ତେ, ତେବେ ଏଭଳି କହି ନ ଥାନ୍ତେ। ଏହାସହ ଶୀର୍ଷ କୋର୍ଟ କହିଛନ୍ତି ଯେ, ଆପଣ ଏ ବିଷୟ ପାର୍ଲାମେଣ୍ଟରେ କାହିଁକି ଉଠାଇନାହାନ୍ତି। ସଂସଦରେ ନ କହି ସୋସିଆଲ ମିଡିଆରେ କାହିଁକି ପୋଷ୍ଟ କରିଥିଲେ ବୋଲି ସୁପ୍ରିମକୋର୍ଟ ରାହୁଲଙ୍କୁ ପଚାରିିଛନ୍ତି। ଏଥିସହିତ ବିଚାରପତି କହିଛନ୍ତି ଯେ, ଅଭିବ୍ୟକ୍ତିର ସ୍ବାଧୀନତା ଅର୍ଥ ନୁହେଁ ଯେ ଜଣେ ଦାୟିତ୍ୱବାନ ବିରୋଧୀ ଦଳ ନେତା ଏଭଳି ସବୁ କରିବେ।
ଦେଖିବାକୁ ଗଲେ ରାହୁଲଙ୍କ ପ୍ରତି ସୁପ୍ରିମକୋର୍ଟ ଯେଉଁ ଭାଷା ପ୍ରୟୋଗ କରିଛନ୍ତି, ତାହାର ପ୍ରାସଙ୍ଗିକତା ରହିଛି। ଜଣେ ବିରୋଧୀ ଦଳ ନେତା ଭାବେ ସେ ବିଭିନ୍ନ ପ୍ରସଙ୍ଗରେ ରାଜନୀତି କରିବାକୁ ଖୁଣି ହେବ ନାହିଁ। କିନ୍ତୁ ଜାତୀୟ ନିରାପତ୍ତା ଓ ଆଞ୍ଚଳିକ ଅଖଣ୍ଡତାକୁ ବ୍ୟାହତ କଲା ଭଳି ମନ୍ତବ୍ୟ ଦେବା ଦେଶଦ୍ରୋହ ଭାବେ ବିଚାର କରାଯାଏ। ରାହୁଲଙ୍କ ସମସ୍ୟା ହେଲା ସେ ସରକାରଙ୍କ ଭୁଲ୍‌ ନୀତି ଓ ପଦକ୍ଷେପକୁ ସମାଲୋଚନା କରିବାକୁ ଯାଇ ଯେଉଁ ପ୍ରକାରର ମତ ଦେଉଛନ୍ତି, ତାହା ରାଜନୈତିକ ପ୍ରତିପକ୍ଷ ପରିବର୍ତ୍ତେ ସମଗ୍ର ଦେଶ ବିରୋଧରେ ଚାଲିଯାଉଛି। ଯଦି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାଜପା କିମ୍ବା ଆର୍‌ଏସ୍‌ଏସ୍‌ ବିରୋଧରେ ମତ ପ୍ରକାଶ କରୁଥାଆନ୍ତେ, ତେବେ ତାହା ଏକ ସୁସ୍ଥ ଗଣତାନ୍ତ୍ରିକ ପଦ୍ଧତିର ପରିଚୟ ଦେଇଥାଆନ୍ତା। କିନ୍ତୁ ଚାଇନା ଏକ ବିରାଟ ଅଞ୍ଚଳକୁ ନିଜ ଦଖଲକୁ ନେଇଗଲାଣି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଥିବା ‘ଭାରତୀୟ ମୃତ ଅର୍ଥନୀତି’ ସତ୍ୟ ବୋଲି କହିବା ଫଳରେ ତାଙ୍କର ଦେଶ ପ୍ରତି ଆଭିମୁଖ୍ୟ ସନ୍ଦେହ ଘେରକୁ ଚାଲିଆସୁଛି। କେବଳ ଏବର କଥା ନୁହେଁ, ତାଙ୍କ ଦଳ ନେତୃତ୍ୱାଧୀନ ଉପା-୨ ସରକାର ସମୟରେ ରାହୁଲ ନିଜେ ଯେଉଁଭଳି ଭାବେ ମନମୋହନ ସିଂଙ୍କ ଦ୍ୱାରା ଆଗତ ‘ରିପ୍ରେଜେଣ୍ଟେଶନ ଅଫ୍‌ ଦି ପିପୁଲ (ସେକେଣ୍ଡ୍‌ ଆମେଣ୍ଡମେଣ୍ଟ ଆଣ୍ଡ୍‌ ଭାଲିଡେଶନ), ବିଲ୍‌ ୨୦୧୩ର ଅଧ୍ୟାଦେଶକୁ ଗଣମାଧ୍ୟମ ପ୍ରତିନିଧିଙ୍କ ସାମ୍ନାରେ ଚିରି ଅସମ୍ମାନିତ କରିଥିଲେ, ସେବେଠାରୁ ସେ ତାଙ୍କର ରାଜନୈତିକ ଅପରିପକ୍ୱତାର ପ୍ରମାଣ ଦେଇଆସୁଛନ୍ତି।
ସୁପ୍ରିମକୋର୍ଟଙ୍କ ଦ୍ୱାରା ଯେଉଁଭଳି ଭାବେ ରାହୁଲଙ୍କୁ ଭର୍ତ୍ସନା କରାଯାଇଛି, ତାହା ଅନେକ ଚିନ୍ତାଶୀଳ ଭାରତୀୟଙ୍କୁ ବ୍ୟସ୍ତ ମଧ୍ୟ କରିଛି। ଆଜିର ଭାରତରେ ଏକ ସୁସ୍ଥ ବିରୋଧୀ ଦଳର ଅତ୍ୟନ୍ତ ଆବଶ୍ୟକତା ଥିବା ବେଳେ ମୁଖ୍ୟ ବିରୋଧୀ ଦଳ-କଂଗ୍ରେସର ସର୍ବୋଚ୍ଚ ନେତାଙ୍କ ଏହିଭଳି ଖାମଖିଆଲ ଓ ପିଲାଳିଆମି ଦେଶବାସୀଙ୍କୁ ଦୁଃଖ ଆଣିଦେଇଛି। ଭାରତୀୟ ଗଣତନ୍ତ୍ର ପାଇଁ ଏହା ଶୁଭ ହୋଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଘରେ ଶୋଇଥିଲେ ମହିଳା, ଚୋଟ ମାରିଲା ସାପ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୧୯ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ଗ୍ରାମରେ ଶନିବାର ସାପ କାମୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭାସି ବେହେରା…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?