ମୋବାଇଲ ବ୍ୟାଟେରି ଫାଟି ନାବାଳକ ଗୁରୁତର

ଡାବୁଗାଁ, ୧୭।୧(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଛେରାଗୁଡା ଗ୍ରାମରେ ମୋବାଇଲ ବ୍ୟାଟେରି ଫାଟି ବୈଦ୍ୟନାଥ ଭତ୍ରାଙ୍କ ପୁଅ ଅନନ୍ତ (୭) ଆହତ ହୋଇଛନ୍ତି। ନବରଙ୍ଗପୁର ଡାକ୍ତରଖାନାରେ ତାଙ୍କର ଚିକିତ୍ସା କରାଯାଇଥିଲା। ପରେ ତାଙ୍କୁ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ପ୍ରକାଶ ଯେ, ଅନନ୍ତ ଘର ବାହାରେ ପଡିଥିବା ଏକ ମୋବାଇଲ ବ୍ୟାଟେରିକୁ ଧରି ଖେଳୁଥିଲେ। ସେ ବ୍ୟାଟେରିକୁ ପଥରରେ ଛେଚିବାରୁ ତାହା ହଠାତ୍‌ ଫାଟିଯାଇଥିଲା। ଏହି ବିସ୍ଫୋରଣରେ ନାବାଳକଙ୍କ ହାତ ପାପୁଲିରେ ଗଭୀର ଆଘାତ ଲାଗିଛି। ଏଥିସହ ତାଙ୍କ ପେଟ ଓ ନାକରେ ମଧ୍ୟ କ୍ଷତ ସୃଷ୍ଟି ହୋଇଛି। ଅନନ୍ତଙ୍କୁ ପ୍ରଥମେ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଓ ପରେ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ନିର୍ବାଚନୀ ପୋଷ୍ଟରରେ ନିଜ ଫଟୋ ରଖିବା ପଡ଼ିଲା ମହଙ୍ଗା; ଶିକ୍ଷକ ନିଲମ୍ବିତ

ଧର୍ମଗଡ଼,୧।୨(ଡି.ଏନ୍‌.ଏ.): ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରିବା ପଡ଼ିଛି ମହଙ୍ଗା। ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଥିବା ସ୍ତ୍ରୀଙ୍କ ପୋଷ୍ଟରରେ ନିଜର ଫଟୋ ରଖି ନିଲମ୍ବିତ ହୋଇଛନ୍ତି...

ଛତ୍ରପୁର ହସ୍ପିଟାଲ ରୋଗୀ କଲ୍ୟାଣ ସମିତି ବୈଠକ :ମୃତଦେହ ରଖିବାକୁ ନୂଆ ଫ୍ରିଜର, ଜେନେରେଟର ପ୍ରସ୍ତାବ

ଛତ୍ରପୁର,୨୪ା୯(ଡି.ଏନ.ଏ) -ଛତ୍ରପୁର ହସ୍ପିଟାଲ ରୋଗୀ କଲ୍ୟାଣ ସମିତି ବୈଠକ ସୋମବାର ସନ୍ଧ୍ୟାରେ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଛତ୍ରପୁର ହସ୍ପିଟାଲରେ ଚାଲିଥିବା ବିଭିନ୍ନ କୋଠା...

ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ

ବେଲପାହାଡ଼,୨୮ା୧୧(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ବେଲପାହାଡ଼ ପୌରାଞ୍ଚଳରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି। ଉକ୍ତ ପ୍ରକ୍ରିୟା ଡିସେମ୍ବର ୧୫ ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟ...

ପାଏନ୍‌ ଲାଗି ଦହଗଁଜ୍‌ ୩୪ ପଁଚେତ୍‌ର ୧ ଲାଖ୍‌ ଲୋକ୍‌

ଭବାନୀପାଟଣା, ୪।୩ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ମଦନପୁର ରାମପୁର, ଲାଞ୍ଜିଗଡ଼ ଆର ଥୁଆମୂଳ ରାମପୁର ବ୍ଲକର ଅତଡ଼ିଆ ଅଂଚଲମାନକେ ଥିବାର ଗଁାଗଁଡ଼ାର ଲୋକ୍‌ ଏଭ୍‌ଠାନୁ ପିଇଲା...

ସାଇକେଲ ନେଇ ସ୍କୁଲ ଯିବେ ନୀଳାଦ୍ରି

ବାଲେଶ୍ୱର ଅଫିସ, ୧୦।୭: ଝିଅକୁ ପାଠ ପଢ଼ାଇ ବଡ଼ମଣିଷ କରିବାକୁ ଆଶା ବାନ୍ଧିଛନ୍ତି ବାଲେଶ୍ୱର ସଦର ବ୍ଲକ ପାତ୍ରପଡ଼ା ଅଞ୍ଚଳର ଗଜେନ୍ଦ୍ର ପ୍ରଧାନ। ଝିଅ ନୀଳାଦ୍ରି ମଧ୍ୟ...

ପ୍ରସୂତୀ-ସ୍ତ୍ରୀ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଆଶିଷ କୁମାର ଦେଙ୍କ ପରଲୋକ

କଟକ ଅଫିସ, ୩।୧୦: ବରିଷ୍ଠ ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଫେସର ଆଶିଷ କୁମାର ଦେ ଆଉ ନାହାନ୍ତି। କଟକ ତୁଳସୀପୁର ସ୍ଥିତ...

୬ ଶିକ୍ଷକଙ୍କ ଦିନକର ଦରମା ବନ୍ଦ

କେନ୍ଦୁଝର,୧୪ା୧୧(ସ୍ବ.ପ୍ର.): ବିଳମ୍ବରେ ସ୍କୁଲ ଆସିବାକୁ ନେଇ ୬ ଶିକ୍ଷକଙ୍କ ଦିନକର ଦରମା ବନ୍ଦ ହୋଇଛି। କେନ୍ଦୁଝର ଜିଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଶନିବାର ୨...

ପଲିଥିନ ତଳେ ବିତୁଛି ଜୀବନ

ବାରିପଦା ଅଫିସ, ୨୭ା୨- ପକ୍କା ଘର ଖଣ୍ଡିଏ ପାଇଁ ଯେତେ ଗୁହାରି କଲେ ବି ଘରଟିଏ ମିଳିଲା ନାହିଁ। ଭାଗ୍ୟକୁ ଆଦରି ଟାଇଲ ଛପର ଘରେ...

Advertisement
Archives

Model This Week