ମଇଦାନକୁ ଯିବା ପୂର୍ବରୁ ବରିଷ୍ଠଙ୍କ ଆଶୀର୍ବାଦ ନେଲେ ବିଧାୟକ

ପାଟଣା,୩୦ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କୁ ପୁନର୍ବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୨୦୨୪ ନିର୍ବାଚନ ପାଇଁ ପାଟଣା ବିଧାନସଭା କ୍ଷେତ୍ର ପାଇଁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ଶନିବାର ପାଟଣା ବ୍ଲକ ଟାଙ୍ଗରପଡ଼ା ସନା ଆମ୍ବତୋଟାରେ ନିର୍ବାଚନ ମଣ୍ଡଳୀସ୍ତରୀୟ ବିଜେଡି ନେତା ଓ କର୍ମୀମାନେ ବିଧାୟକଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି। ପ୍ରଥମେ ସଭା ଆରମ୍ଭରେ କେନ୍ଦୁଝରର ଆରାଧ୍ୟ ଦେବୀ ମା’ ତାରିଣୀ ଓ ବିଜୁ ପଟ୍ଟନାୟକଙ୍କ ଫଟୋରେ ପୁଷ୍ପ ଓ ଧୂପଦୀପ ପ୍ରଦାନ ପରେ ବିଧାୟକ ଜଗନ୍ନାଥ ବରିଷ୍ଠ ବିଜେଡି ନେତାଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ କର୍ମୀମାନଙ୍କୁ ସହ ବୁଲି ବୁଲି ହାତ ମିଳାଇବା ସହ ଭାବ ବିନିମୟ କରିଥିଲେ। ଏହା ପରେ ବିଭିନ୍ନ ଛାମୁଆ ସଂଗଠନ ତରଫରୁ ବିଧାୟକଙ୍କୁ ବଡବଡ଼ ପୁଷ୍ପ ହାର ଓ ପୁଷ୍ପଗୁଛ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା କାନନ ବିହାରୀ ପୋହି, ଭବାନୀ ଶଙ୍କର ନାୟକ, ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ, ସାହାରପଡ଼ା ବ୍ଲକ ଅଧ୍ୟକ୍ଷା ରୀନା ନାଏକ , ୨୧ ଜୋନ ଜିଲା ପରିଷଦ ପ୍ରଫୁଲ୍ଲ ଚନ୍ଦ୍ର ନାୟକ,୨୩ର ରୁନୁ ମହନ୍ତ, ୨୨ ସୌଭାଗ୍ୟ ମଞ୍ଜରୀ ନାୟକ, ୨୯ର ବୁଦ୍ଧଦେବ ମହାକୁଡ଼, ୩୦ର ଚମ୍ପାବତୀ ଟୁଡୁ,ପାଟଣା ବ୍ଲକ ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଟି, ସାହାରପଡ଼ା ବ୍ଲକ ବିଜେଡି ସଭାପତି ଦିଲ୍ଲୀପ କୁମାର ସାହୁ, ବିଜେଡି ଜିଲା ସାଧାରଣ ସମ୍ପାଦକ ପ୍ରଶାନ୍ତ ଭଞ୍ଜ, ବରିଷ୍ଠ ନେତା ମିତ୍ରଭାନୁ ମହନ୍ତ, ବିଶ୍ୱନାଥ ନାୟକ, ଦୀପକ ରାଜ, ଅଜୟ ପଟ୍ଟନାୟକ, ପ୍ରମୋଦ କୁମାର ଭଞ୍ଜ, ମହେନ୍ଦ୍ର ସାହୁ , ମହିଳା ନେତ୍ରୀ ବିନତୀ ବାନାରା, ଭାମାମଣି ଦାସ, ଅନିତା କୁସୁ ମାଳିଆ ପ୍ରମୁଖ ଯୋଗ ଦେଇ ପୁନର୍ବାର ପାଟଣା ନିର୍ବାଚନ ମଣ୍ଡଳୀରୁ ଜଗନ୍ନାଥ ନାଏକଙ୍କୁ ବିଜୟୀ କରିବା ସହ ଷଷ୍ଠଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଉପସ୍ଥିତ ନେତା ଓ କର୍ମୀଙ୍କୁ ଆହ୍ବାନ ଦେଇଥିଲେ।