Posted inଖେଳ

ନିଖୋଜ ଉଗାଣ୍ଡା ଆଥ୍‌ଲେଟ ଭାରତ ଟ୍ରାକ୍‌ ଜ୍ୟାକେଟ ପିନ୍ଧିଥିଲେ

ଟୋକିଓ, ୨୩ା୭(ପି.ଟି.): ପ୍ରି-ଅଲିମ୍ପିକ୍ସ ଟ୍ରେନିଂ ବେଳେ ନିଖୋଜ ହୋଇଯାଇଥିବା ଉଗାଣ୍ଡାର ଭାରୋତ୍ତୋଳକ ଜୁଲିଅସ୍‌ ସେକିଟୋଲେକୋଙ୍କୁ ବିମାନବନ୍ଦରରେ ଭାରତ ଟ୍ରାକ୍‌ ଜ୍ୟାକେଟ ପରିଧାନ କରିଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା ବୋଲି ସ୍ଥାନୀୟ ଏକ ଟିଭି ଚ୍ୟାନେଲ ରିପୋର୍ଟରେ ପ୍ରକାଶ ପାଇଛି। ଏହି ଖବର ଟୋକିଓରେ ଉପସ୍ଥିତ ଭାରତୀୟ ଅଫିସିଆଲଙ୍କୁ ହତଚକିତ କରିଛି। ଏହି ୨୦ ବର୍ଷୀୟ ଆଥ୍‌ଲେଟ ସେଣ୍ଟ୍ରାଲ ଜାପାନରେ ନାରିତା ବିମାନବନ୍ଦର ଆଡକୁ ଯାଉଥିଲେ। ସେ ଏକ ଲାଲରଙ୍ଗର ଟ୍ରାକ୍‌ ଟପ୍‌ ପିନ୍ଧିଥିଲେ। ଟପ୍‌ର ପଛ ପଟେ ‘ଇଣ୍ଡିଆ’ ବୋଲି ଲେଖା ରହିଥିଲା। ଗୋଲ୍ଡକୋଷ୍ଟରେ ଅନୁଷ୍ଠିତ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାବେଳେ ଭାରତୀୟ ଆଥ୍‌ଲେଟମାନେ ଯେଉଁ କିଟ୍‌ ବ୍ୟବହାର କରିଥିଲେ ଠିକ୍‌ ତାହା ଭଳି ଏହା ଦେଖାଯାଉଥିଲା। ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସାଧାରଣ ସମ୍ପାଦକ ରାଜୀବ ମେହେଟା କହିଛନ୍ତି ସେକିଟୋଲେକୋଙ୍କୁ ଯେଉଁ ପୋଷାକରେ ଦେଖିବାକୁ ମିଳିଛି ତାହା ଟୋକିଓ ଗେମ୍ସ ପାଇଁ ଦେଶର ଅଫିସିଆଲ କିଟ୍‌ ନୁହେଁ। ଉଗାଣ୍ଡାର ଚିଫ୍‌ ଡି’ ମିଶନ ଆଇଶା ନାସାଙ୍ଗା କହିଛନ୍ତି ସେକିଟୋଲେକୋ କେଉଁଠୁ ଭାରତ ଟ୍ରାକ୍‌ ଜ୍ୟାକେଟ ପାଇଲେ ସେ ସମ୍ପର୍କରେ ତାଙ୍କର କୌଣସି ଧାରଣା ନାହିଁ। ଭାରୋତ୍ତୋଳକ ଜଣକ ଜାପାନରେ ଟ୍ରେନିଂ ନେବା ଲାଗି ଜୁନ୍‌ ୧୮ରେ ଆସିଥିଲେ। ଜଣେ କେହି ତାଙ୍କୁ ଏହି ଜ୍ୟାକେଟଟି ଦେଇପାରିଥାନ୍ତି ଅବା ଏହା ପୁରୁଣା ହୋଇଥାଇପାରେ। ସେକିଟୋଲେକୋ ପୁରୁଷ ୫୬କେଜି କାଟେଗୋରିରେ ଭାଗ ନେଇଥାନ୍ତି। ଓସାକା ଅନ୍ତର୍ଗତ ଇଜୁମିସାନୋରେ ଟ୍ରେନିଂ ନେଉଥିବା ୯ ଜଣିଆ ଉଗାଣ୍ଡା ଦଳର ସେ ଅନ୍ୟତମ ସଦସ୍ୟ ଥିଲେ। ଗତ ଶୁକ୍ରବାର କୋଭିଡ୍‌ ଟେଷ୍ଟ ବେଳେ ସେକିଟୋଲେକୋଙ୍କୁ ଯେତେବେଳେ ଖୋଜାଗଲା ସେ ତାଙ୍କ ହୋଟେଲ ରୁମ୍‌ରେ ନ ଥିଲେ। ଅଫିସିଆଲ ଓ ଟିମ୍‌୍‌ମେଟ୍‌ମାନେ ଏନେଇ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଟିଭି ଚ୍ୟାନେଲର ରିପୋର୍ଟ ଅନୁସାରେ ସେକିଟୋଲେକୋ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି କି ନା ସେ ସମ୍ପର୍କରେ ସ୍ପଷ୍ଟ ନ ହୋଇ ଆଗୁଆ ଜାପାନ ପଳାଇ ଆସିଥିଲେ। ଅନ୍ତର୍ଜାତୀୟ ଭାରୋତ୍ତୋଳନ ମହାସଂଘ ତରଫରୁ ଜୁଲାଇ ୫ରେ ସୂଚାଇ ଦିଆଯାଇଥିଲା ଯେ, ସେ ଗେମ୍ସ ପାଇଁ କୋଟା ହାସଲ କରିପାରିନାହାନ୍ତି। ଏହି ଖବର ପାଇବା ପରେ ସେକିଟୋଲେକୋ ଏକ ହାତଲେଖା ଚିଠି ଛାଡ଼ି ତାଙ୍କ ହୋଟେଲ ରୁମ୍‌ରୁ ଫେରାର ହୋଇଯାଇଥିଲେ। ବର୍ତ୍ତମାନ ସେ ନିଜ ଦେଶକୁ ଫେରିଯିବା ଲାଗି ଚାହାନ୍ତି ନାହିଁ ବୋଲି ସେଥିରେ ଲେଖାଥିଲା। ପରବର୍ତ୍ତୀକାଳରେ ସେକିଟୋଲେକୋଙ୍କୁ ଟୋକିଓଠାରୁ ୧୭୦ କିମି ଦୂର ୟୋକାକାଇ ସହରରେ ଠାବ କରାଯାଇଥିଲା। ବୁଧବାର ତାଙ୍କୁ ଉଗାଣ୍ଡା ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ ମ୍ୟାଚରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସ୍ଥାପନ ହେଲା ନୂଆ ‘ବିଶ୍ୱ ରେକର୍ଡ’, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୦।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚ ୧୫ ଫେବୃଆରୀରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧ ରନରେ ଏକ ବଡ଼…

ସୁପର ୮ରେ ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନରୁ ବାଦ ପଡିପାରନ୍ତି ଅଭିଷେକ ଶର୍ମାଙ୍କ ସମେତ ଏହି ୩ ଖେଳାଳି, ନାମ ଜାଣିଲେ ବିଶ୍ୱାସ ହେବନି

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପର୍ଯ୍ୟାୟ ଫେବୃଆରୀ ୨୧ରେ ଆରମ୍ଭ ହେଉଛି। ପରବର୍ତ୍ତୀ ପର୍ଯ୍ୟାୟକୁ ଯାଉଥିବା ସମସ୍ତ ଆଠଟି ଦଳକୁ ଚାରିଟି ଦଳରେ ବିଭକ୍ତ…

ଟି-୨୦ ବିଶ୍ୱକପ୍‌ରେ ପୁଣି ହେବ କି ଭାରତ-ପାକିସ୍ତାନ ମ୍ୟାଚ୍‌: ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୦।୨: ଟି୨୦ ବିଶ୍ୱକପର ୨୭ତମ ଲିଗ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧…

ନିଜ ନିଜ ଭିତରେ ଲଢିଲେଣି ପାକିସ୍ତାନ ଖେଳାଳି, ଏବେ ଶାହିଦ ଆଫ୍ରିଦି ଶାଦାବଙ୍କୁ ଗାଳି ଦେଇ କହିଲେ, ‘ପୁଅ, ତୁମେ…’

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ, ପାକିସ୍ତାନୀ କ୍ରିକେଟର ଶାଦାବ ଖାନ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ ଏବଂ ନିଜ…

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

ସେମିଫାଇନାଲରୁ ବାଦ୍‌ ପଡ଼ିବ ଟିମ୍‌ ଇଣ୍ଡିଆ: ଏହି କ୍ରିକେଟର୍‌ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୨: ICC ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡ ଫେବୃଆରୀ ୨୧ରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ୮ଟି ଦଳ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ…

୩୯ ବର୍ଷୀୟ କ୍ରିକେଟର୍‌ କଲେ ବଡ଼ କାରନାମା: ଭାଙ୍ଗିଲା ରୋହିତ ଶର୍ମାଙ୍କ ରେକର୍ଡ

ନୂଆଦିଲ୍ଲୀ,୨୦।୨: ଜିମ୍ବାୱେ ୨୦୨୬ ଟି୨୦ ବିଶ୍ୱକପରେ ଆଉ ଏକ ବଡ଼ ବିପର୍ଯ୍ୟୟ ଘଟାଇବାରେ ସଫଳ ହୋଇଛି। ଜିମ୍ବାୱେ ତା’ର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬…

ମଟନ-ଚିକେନ ଖାଇବା ଛାଡ଼ିଦେଲେ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୦।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆକୁ ଟାଇଟଲ ଦେବା ପରେ ଜିମ୍ବାୱେ ଏବଂ ନାମ୍ବିଆରୁ ଫେରିଥିବା ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ରାଜସ୍ଥାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri