ଆସିକା, ୩୦।୯ (ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଖଣ୍ଡରାବଳି-ରାମନାପଲ୍ଲୀ ରାସ୍ତାରେ ଏକ ନିର୍ଜନ ସ୍ଥାନରୁ ମଙ୍ଗଳବାର ସକାଳେ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ଖଣ୍ଡରାବଳି ଗ୍ରାମର ବାବୁ ବିଷୋୟୀଙ୍କ ପୁଅ
ଅମର ବିଷୋୟୀ (୧୪) ବୋଲି ଜଣାପଡିଛି । ମୃତଦେହରେ ଧାରୁଆ ଅସ୍ତ୍ରରେ ଶକ୍ତ ଆଘାତ ଥିବା ଯୋଗୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଇଛି । ଖବରପାଇ ଗାଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଛି ତାହା ସ୍ପଷ୍ଟ ହୋଇନାହିଁ ା ସୂଚନାଯୋଗ୍ୟ, ଅମର କେନ୍ଦୁପଦର ହାଇସ୍କୁଲରେ ନବମ ଶ୍ରେଣୀରେ ପାଠ ପଢୁଥିଲେ । ରବିବାର ମଧ୍ୟାହ୍ନରୁ ସେ ଘରୁ ବାହାରକୁ ଯାଇ ଆଉ ଘରକୁ ଫେରିନଥିଲେ । ପରିବାର ପକ୍ଷରୁ ବହୁ ଖୋଜାଖୋଜି ପରେ ସୋମବାର ଘଟଣା ସମ୍ପର୍କରେ ଗାଙ୍ଗପୁର ପୋଲିସରେ ଅଭିଯୋଗ କରାଯାଇଥିଲା।


