ବଳାତ୍କାର ପରେ ନାବାଳିକା ୬ ମାସର ଗର୍ଭବତୀ

ଝାରସୁଗୁଡ଼ା ଅଫିସ,୧୫।୪: ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ନେଇ ଝାରସୁଗୁଡ଼ା ଜିଲା ବଡମାଲ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ବଡମାଲ ଥାନା ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ସିଡିପିଓ ସୁପ୍ରଭା ମହାପାତ୍ରଙ୍କ ଅଭିଯୋଗ ମୁତାବକ ବଡମାଲ ଥାନା ପୋଲିସ ଏକ ମାମଲା(ନଂ.୭୨/୨୧) ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି। ଯୁବକ ଜଣକ ନାବାଳିକାଙ୍କୁ ବାରମ୍ବାର ବଳାତ୍କାର କରିଥିଲେ। ଫଳରେ ନାବାଳିକା ଜଣକ ୬ ମାସର ଗର୍ଭବତୀ ହୋଇଥିଲେ। ଏହି ସମ୍ପର୍କରେ ଚାଇଲ୍ଡ ଲାଇନ୍‌କୁ ଖବର ମିଳିଥିଲା। ଚାଇଲ୍ଡ ଲାଇନ୍‌ ଜିଲା ସଂଯୋଜକ ଆଶିଷ କୁମାର ପଣ୍ଡା, ସିଡିପିଓ ସୁପ୍ରଭା ମହାପାତ୍ର ପ୍ରମୁଖ ଯୁବକଙ୍କ ଘରେ ପହଞ୍ଚତ୍ ଘଟଣାର ଅନୁସନ୍ଧାନ କରିଥିଲେ।