ମନ୍ତ୍ରୀଙ୍କ ଗାଡ଼ି ଭାଙ୍ଗିଦେଲେ

କର୍ଲାମୁଣ୍ଡା,୮ା୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ଆଜି ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାଏକ ଓ କୃଷି ଓ କୃଷକ ସଶକ୍ତିକରଣ ଉପଦେଷ୍ଟା କୃତିବାସ ପାତ୍ର ସଭାରେ ପହଞ୍ଚିବା ପରେ ଭାଜପା ଓ କଂଗ୍ରେସ କର୍ମୀମାନେ ବ୍ଲକ ଭିତରକୁ ଧସେଇ ପଶିବା ପାଇଁ ଉଦ୍ୟମ କରିବା ସହ କଳାପତାକା ଦେଖାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ମନ୍ତ୍ରୀ ସଭାରେ ଅଟକ ରହିଥିବା ବେଳେ ବ୍ଲକ କାର୍ଯ୍ୟାଳୟ ସାମ୍ନା ଓ ପଛ ପଟ ଗେଟ୍‌କୁ ବିକ୍ଷୋଭକାରୀମାନେ ତାଲା ପକାଇ ଦେଇଛନ୍ତି ଓ ମନ୍ତ୍ରୀଙ୍କ ଗାଡ଼ିକୁ ଭାଙ୍ଗିବା ସହ ଗାଡ଼ି ଉପରେ ଅଣ୍ଡା ମାଡ଼ ହେଇଥିବା ଦେଖିବାକୁ ମିଳିଛି।