ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ମୁକୁଳା ଡ୍ରେନର ସମୀକ୍ଷା କଲେ ମନ୍ତ୍ରୀ

ଭୁବନେଶ୍ୱର,୨।୧: ଗୁରୁବାର ସକାଳୁ ରାଜଧାନୀର ମୁକୁଳା ଡ୍ରେନର ସମୀକ୍ଷା କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ରାଜଧାନୀର ବିଭିନ୍ନ ଡ୍ରେନ ଓ ପରିମଳ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ମନ୍ତ୍ରୀଙ୍କ ସହ ବିଏମ୍‌ସି ଏବଂ ବିଡିଏର ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି। ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ଆୟୋଜନ କରିବା ଓଡ଼ିଶା ପାଇଁ ଗର୍ବର ବିଷୟ। ଆମେ ଏହାକୁ ସୂଚାରୁ ରୂପେ ସମ୍ପାଦନ କରିବୁ ବୋଲି ମନ୍ତ୍ରୀ କହିଛନ୍ତି।

ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ସଜେଇ ହେଉଛି ରାଜଧାନୀ ଭୁବନେଶ୍ୱର। ବିଭିନ୍ନ ସ୍ଥାନରେ କାନ୍ଥଗୁଡ଼ିକ ପାରମ୍ପରିକ ଚିତ୍ରକଳାରେ ଝଲସୁଛି। ଏଥିରେ ଓଡ଼ିଶାର ଲୋକକଳା, ପରମ୍ପରା, ନୃତ୍ୟ ଭଳି ବିଭିନ୍ନ ପ୍ରକାର ଚିତ୍ରକଳା ଦେଖିବାକୁ ମିଳୁଛି। ଏହି ଚିତ୍ରକଳାଗୁଡ଼ିକରେ ଓଡ଼ିଆ ଅସ୍ମିତା ବାରି ହୋଇପଡୁଛି।
ସମ୍ବଲପୁରୀ ଓ ଆଦିବାସୀ ଚିତ୍ର, ଟେରାକୋଟା, ପଟ୍ଟଚିତ୍ର, ଝୋଟିଚିତାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଯୁବପିଢ଼ିଙ୍କ ପାଇଁ ହଜିଯାଇଥିବା ଲୋକନୃତ୍ୟ ଓ ପାରମ୍ପରିକ ନୃତ୍ୟଗୁଡିକୁ ମଧ୍ୟ ସ୍ଥାନିତ କରାଯାଇଛି। କୀର୍ତ୍ତନ ଦଳ, ନବଗୁଞ୍ଜର, ଓଡ଼ିଶୀ, କଳ୍‌କୀ ଅବତାର ଭଳି ବିଭିନ୍ନ ଚିତ୍ର ଆକର୍ଷଣ ସାଜିଛି। ଏହା ସମସ୍ତଙ୍କୁ ବେଶ୍‌ ଆକର୍ଷିତ କରୁଛି। ରାସ୍ତାରେ ଯାଉଥିବା ଲୋକେ କଳାକୃତିକୁ ଦେଖିବା ପାଇଁ କିଛି ସମୟ ଅଟକି ଯାଉଛନ୍ତି ତ ପୁଣି ଯୁବତୀ ଯୁବକ ସେଲ୍‌ଫି ଉଠାଇବାକୁ ପଛାଉନାହାନ୍ତି। ପ୍ରବାସୀ ଭାରତୀୟ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଓଡ଼ିଶାର ସଂସ୍କୃତି ସହିତ ପରିଚିତ କରାଇବାର ଏହା ହେଉଛି ଏକ ନିଆରା ପ୍ରୟାସ। ରାସ୍ତା ପାର୍ଶ୍ୱସ୍ଥ ବେଞ୍ଚ୍‌ରେ ବସି ଲୋକେ ଏହି ଚିତ୍ରକଳାକୁ ଉପଭୋଗ କରିପାରିବେ। ଚିତ୍ରଶିଳ୍ପୀ ମନୋରଞ୍ଜନ ସାହୁ କହିଛନ୍ତି, ରାଜଧାନୀର ଗଳିକନ୍ଦିରେ ଶୋଭାପାଉଛି ଓଡ଼ିଆ ଚିତ୍ରକଳା। କାନ୍ଥରେ ବହୁ ଦିନ ପର୍ଯ୍ୟନ୍ତ ଏହି ରଙ୍ଗ ରହିବ। କେବଳ ପ୍ରବାସୀ ନୁହେଁ, ବରଂ ରାଜ୍ୟବାସୀ ମଧ୍ୟ ଏହି ଚିତ୍ରକଳାକୁ ଉପଭୋଗ କରିପାରିବେ। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଆମର ଚିତ୍ରଶିଳ୍ପୀ ଭଉଣୀଭାଇମାନେ କାମ କରୁଛନ୍ତି। ସରକାରଙ୍କ ଏଭଳି କାର୍ଯ୍ୟକ୍ରମ ଦ୍ୱାରା ବହୁ ଚିତ୍ରଶିଳ୍ପୀ ଉପକୃତ ହେଉଥିବାବେଳେ ସେମାନଙ୍କ ପ୍ରତିଭା ମଧ୍ୟ ଦେଖିବାକୁ ମିଳୁଛି।

 


Enter your email to get our daily news in your inbox.

All Right Reserved By Dharitri.Com

୧.୩ ଲକ୍ଷ ଘର ଅନ୍ଧାରରେ: ଚିନ୍ତାରେ ସରକାର

ସାନ୍‌ ଫ୍ରାନ୍ସିସ୍କୋ,୨୨ା୧୨:ସାନ୍‌ ଫ୍ରାନ୍ସିସ୍କୋରେ ବିଜୁଳି ବିଭ୍ରାଟରୁ ୧ ଲକ୍ଷ ୩୦ ହଜାର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଅନ୍ଧାରରେ ରହିଥିବା ପାସିଫିକ୍‌ ଗ୍ୟାସ୍‌ ଆଣ୍ଡ ଇଲେକ୍ଟ୍ରିକ୍‌...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଭାଜପାକୁ ନେଇ ଗୁମର ଖୋଲିଦେଲେ RSS ନେତା ମୋହନ ଭାଗବତ: ଦେଶରେ ହଲଚଲ

ନୂଆଦିଲ୍ଲୀ,୨୨ା୧୨:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର କୌଣସି ରାଜନୈତିକ କାର୍ଯ୍ୟସୂଚୀ ନାହିଁ। ଭାଜପା ଚଷମାରେ ଏହି ସଂଗଠନକୁ ଦେଖିବା ବଡ଼ ଭୁଲ୍‌ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri