ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ମୁକୁଳା ଡ୍ରେନର ସମୀକ୍ଷା କଲେ ମନ୍ତ୍ରୀ

ଭୁବନେଶ୍ୱର,୨।୧: ଗୁରୁବାର ସକାଳୁ ରାଜଧାନୀର ମୁକୁଳା ଡ୍ରେନର ସମୀକ୍ଷା କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ରାଜଧାନୀର ବିଭିନ୍ନ ଡ୍ରେନ ଓ ପରିମଳ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ମନ୍ତ୍ରୀଙ୍କ ସହ ବିଏମ୍‌ସି ଏବଂ ବିଡିଏର ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି। ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ଆୟୋଜନ କରିବା ଓଡ଼ିଶା ପାଇଁ ଗର୍ବର ବିଷୟ। ଆମେ ଏହାକୁ ସୂଚାରୁ ରୂପେ ସମ୍ପାଦନ କରିବୁ ବୋଲି ମନ୍ତ୍ରୀ କହିଛନ୍ତି।

ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ସଜେଇ ହେଉଛି ରାଜଧାନୀ ଭୁବନେଶ୍ୱର। ବିଭିନ୍ନ ସ୍ଥାନରେ କାନ୍ଥଗୁଡ଼ିକ ପାରମ୍ପରିକ ଚିତ୍ରକଳାରେ ଝଲସୁଛି। ଏଥିରେ ଓଡ଼ିଶାର ଲୋକକଳା, ପରମ୍ପରା, ନୃତ୍ୟ ଭଳି ବିଭିନ୍ନ ପ୍ରକାର ଚିତ୍ରକଳା ଦେଖିବାକୁ ମିଳୁଛି। ଏହି ଚିତ୍ରକଳାଗୁଡ଼ିକରେ ଓଡ଼ିଆ ଅସ୍ମିତା ବାରି ହୋଇପଡୁଛି।
ସମ୍ବଲପୁରୀ ଓ ଆଦିବାସୀ ଚିତ୍ର, ଟେରାକୋଟା, ପଟ୍ଟଚିତ୍ର, ଝୋଟିଚିତାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଯୁବପିଢ଼ିଙ୍କ ପାଇଁ ହଜିଯାଇଥିବା ଲୋକନୃତ୍ୟ ଓ ପାରମ୍ପରିକ ନୃତ୍ୟଗୁଡିକୁ ମଧ୍ୟ ସ୍ଥାନିତ କରାଯାଇଛି। କୀର୍ତ୍ତନ ଦଳ, ନବଗୁଞ୍ଜର, ଓଡ଼ିଶୀ, କଳ୍‌କୀ ଅବତାର ଭଳି ବିଭିନ୍ନ ଚିତ୍ର ଆକର୍ଷଣ ସାଜିଛି। ଏହା ସମସ୍ତଙ୍କୁ ବେଶ୍‌ ଆକର୍ଷିତ କରୁଛି। ରାସ୍ତାରେ ଯାଉଥିବା ଲୋକେ କଳାକୃତିକୁ ଦେଖିବା ପାଇଁ କିଛି ସମୟ ଅଟକି ଯାଉଛନ୍ତି ତ ପୁଣି ଯୁବତୀ ଯୁବକ ସେଲ୍‌ଫି ଉଠାଇବାକୁ ପଛାଉନାହାନ୍ତି। ପ୍ରବାସୀ ଭାରତୀୟ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଓଡ଼ିଶାର ସଂସ୍କୃତି ସହିତ ପରିଚିତ କରାଇବାର ଏହା ହେଉଛି ଏକ ନିଆରା ପ୍ରୟାସ। ରାସ୍ତା ପାର୍ଶ୍ୱସ୍ଥ ବେଞ୍ଚ୍‌ରେ ବସି ଲୋକେ ଏହି ଚିତ୍ରକଳାକୁ ଉପଭୋଗ କରିପାରିବେ। ଚିତ୍ରଶିଳ୍ପୀ ମନୋରଞ୍ଜନ ସାହୁ କହିଛନ୍ତି, ରାଜଧାନୀର ଗଳିକନ୍ଦିରେ ଶୋଭାପାଉଛି ଓଡ଼ିଆ ଚିତ୍ରକଳା। କାନ୍ଥରେ ବହୁ ଦିନ ପର୍ଯ୍ୟନ୍ତ ଏହି ରଙ୍ଗ ରହିବ। କେବଳ ପ୍ରବାସୀ ନୁହେଁ, ବରଂ ରାଜ୍ୟବାସୀ ମଧ୍ୟ ଏହି ଚିତ୍ରକଳାକୁ ଉପଭୋଗ କରିପାରିବେ। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଆମର ଚିତ୍ରଶିଳ୍ପୀ ଭଉଣୀଭାଇମାନେ କାମ କରୁଛନ୍ତି। ସରକାରଙ୍କ ଏଭଳି କାର୍ଯ୍ୟକ୍ରମ ଦ୍ୱାରା ବହୁ ଚିତ୍ରଶିଳ୍ପୀ ଉପକୃତ ହେଉଥିବାବେଳେ ସେମାନଙ୍କ ପ୍ରତିଭା ମଧ୍ୟ ଦେଖିବାକୁ ମିଳୁଛି।

 


Enter your email to get our daily news in your inbox.

All Right Reserved By Dharitri.Com

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

ଅଗଷ୍ଟ ୩୦ରେ ଏନ୍‌ଇଇଟି-ପିଜି ପରୀକ୍ଷା

ନୂଆଦିଲ୍ଲୀ,୨ା୭: ନ୍ୟାଶନାଲ ବୋର୍ଡ ଅଫ୍‌ ଏକ୍ଜାମିନେଶନ୍ସ ଇନ୍‌ ମେଡିକାଲ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ନୂଆଦିଲ୍ଲୀ ଚଳିତବର୍ଷର ଏନ୍‌ଇଇଟି-ପିଜି ପରୀକ୍ଷା ପାଇଁ ବୁଧବାର ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି…

ବିନା ବିଦ୍ୟୁତ୍‌ରେ ସମୁଦ୍ର ପାଣି ହେବ ପିଇବାଯୋଗ୍ୟ

ବେଜିଂ, ୨ା୭: ଚାଇନାର ଗବେଷକମାନେ ଏକ ଅଭିନବ ସୌରଶକ୍ତିଚାଳିତ ଜଳ ବିଶୋଧନ ପ୍ରଯୁକ୍ତି ପ୍ରସ୍ତୁତ କରିଛନ୍ତି, ଯାହା ସମୁଦ୍ରର ଲୁଣି ପାଣିକୁ ଅତି ସହଜରେ ପିଇବା ଯୋଗ୍ୟ…

୩ ପରେ ୪ର୍ଥ

ଭୁବନେଶ୍ୱର,୨।୭(ସୁନିତ୍‌ ମିଶ୍ର): ଭାଜପାର ରାଜ୍ୟ ସଭା ସଦସ୍ୟ ସୁଜିତ୍‌ କୁମାର ଗତ ୨୫ ତାରିଖରେ ଚୌଦ୍ୱାର ଥାନାରେ ଜେଲ ଡିଜିଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି।…

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ମଣିଷଠାରୁ ମହାନ୍‌

ଓଡ଼ିଆ ସବୁଜ ସାହିତ୍ୟର ମହାରଥୀ କାଳିନ୍ଦୀଚରଣ ପାଣିଗ୍ରାହୀ ଏକାଧାରରେ ଥିଲେ କବି, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ପ୍ରାବନ୍ଧିକ। କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ ପାଇଁ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri