ପାଠପଢ଼, ପରୀକ୍ଷା ହେବ : ଦ୍ୱନ୍ଦ୍ୱ ଦୂରକଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୦ା୧୧(ବ୍ୟୁରୋ) : ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିବା ସଂକ୍ରାନ୍ତ ଗାଇଡ୍‌ଲାଇନ୍‌ ଆସିବା ପରେ ରାଜ୍ୟରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲିବାକୁ ତତ୍ପରତା ପ୍ରକାଶ ପାଇଛି। ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ଉପରେ ସମସ୍ତଙ୍କର ନଜର ରହିଥିବାବେଳେ ପାଠପଢା ଓ ପରୀକ୍ଷାକୁ ନେଇ ଏବେବି ଛାତ୍ରୀଛାତ୍ର ଦ୍ୱନ୍ଦ୍ୱରେ ରହିଛନ୍ତି। ଏଭଳିସ୍ଥଳେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଛାତ୍ରୀଛାତ୍ରଙ୍କୁ ଦ୍ୱନ୍ଦ୍ୱରେ ନ ରହିବାକୁ ପରାମର୍ଶ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କରୋନା ସଂକ୍ରମଣ ଯୋଗୁ ଚଳିତ ଶିକ୍ଷାବର୍ଷ ପ୍ରଭାବିତ ହୋଇଛି। ଗତ ସେମିଷ୍ଟର ପରୀକ୍ଷା ବିଳମ୍ବରେ ହୋଇଛି। ଏସବୁ ସତ୍ତ୍ୱେ ଠିକ୍‌ ସମୟରେ ୟୁଜି ଓ ପିଜି ପରୀକ୍ଷା ଫଳ ପ୍ରକାଶ ପାଇଛି। ନୂଆ ଆଡ୍‌ମିଶନ ପାଇଁ ପ୍ରବେଶିକା ପରୀକ୍ଷା ମଧ୍ୟ ହୋଇଛି। ଯୁକ୍ତ ୩ ନାମଲେଖା ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଖୁବ୍‌ଶୀଘ୍ର ପିଜି ପାଠ୍ୟକ୍ରମରେ ନାମଲେଖା ଅନୁଷ୍ଠିତ ହେବ। ପାଠପଢା ସହ ପରୀକ୍ଷା ବି ହେବ। ତେଣୁ ପରୀକ୍ଷାକୁ ନେଇ ଛାତ୍ରୀଛାତ୍ର ଦ୍ୱନ୍ଦ୍ୱରେ ରୁହନ୍ତୁ ନାହିଁ। କ୍ଲାସରୁମ୍‌ ପାଢପଢା ହେଉ ନ ଥିଲେ ବି ସମୟ ନଷ୍ଟ ନ କରି ଯଥାସମ୍ଭବ ପାଠବହି ସହ ଅନ୍ୟାନ୍ୟ ବହି ପଢିବାକୁ ସେ ପରାମର୍ଶ ଦେଇଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ କମୁଛି। କେବେ ଶିକ୍ଷାନୁଷ୍ଠାନ ଖୋଲିବ ସେନେଇ ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନି। ରାଜ୍ୟ ସରକାରଙ୍କ ନୂତନ ଗାଇଡ୍‌ଲାଇନ୍‌ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, କରୋନା ଲାଗି ଅନ୍‌ଲାଇନ୍‌ କ୍ଲାସ୍‌ ଚାଲିଥିଲେ ମଧ୍ୟ ପାଠ୍ୟକ୍ରମ ଶେଷ ହୋଇ ନ ଥିବାରୁ ଚଳିତ ଶିକ୍ଷାବର୍ଷର ସେମିଷ୍ଟର ପରୀକ୍ଷାକୁ ନେଇ ଉଭୟ ଛାତ୍ରୀଛାତ୍ର ଓ ଅଭିଭାବକ ଚିନ୍ତାରେ ଅଛନ୍ତି। ତେଣୁ ଶିକ୍ଷାନୁଷ୍ଠାନ ଖୋଲିବା ପରେ ସିଲାବସ୍‌କୁ କେତେକାଂଶରେ ଶେଷ କରାଯାଇପାରିବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ଯୁକ୍ତ ୩ ଓ ପିଜି ପାଠ୍ୟକ୍ରମର ନାମଲେଖା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଏପଟେ ବିଶ୍ୱବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟର ପିଜି ପାଠ୍ୟକ୍ରମରେ ନାମଲେଖା ଲାଗି ଏକକ ପିଜି ପ୍ରବେଶିକା ପରୀକ୍ଷା ଶେଷ ହୋଇଥିଲେ ମଧ୍ୟ ଫଳ ବାହାରିନି। ସେହିପରି ଯୁକ୍ତ୩ ନାମଲେଖା ସମୟ ସୀମା ମଧ୍ୟ ବଢିଚାଲିଛି। ନଭେମ୍ବର ଶେଷସୁଦ୍ଧା ଉଭୟ ପାଠ୍ୟକ୍ରମର ନାମଲେଖା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ତାହା ଚୂଡ଼ାନ୍ତ ହୋଇପାରୁନି। ନାମଲେଖା ପ୍ରକ୍ରିୟା ଶେଷ ହେବାବେଳକୁ ଡିସେମ୍ବର ହୋଇଯିବ ବୋଲି ଅନୁମାନ କରାଯାଉଛି। ତେଣୁ ପାଠପଢା କେବେଠାରୁ ଆରମ୍ଭ ହେବ ଓ ପରୀକ୍ଷା କେବେ ଅନୁଷ୍ଠିତ ହେବ ସେନେଇ ଛାତ୍ରୀଛାତ୍ର ଦ୍ୱନ୍ଦ୍ୱ ଓ ଆଶଙ୍କାରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri