Posted inଜାତୀୟ

ମୋ ମୃତ୍ୟୁ ପାଇଁ ମନ୍ତ୍ରୀ ଦାୟୀ

ବେଙ୍ଗାଲୁରୁ,୧୩।୪: କର୍ନାଟକର ଗ୍ରାମାଞ୍ଚଳ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ କେ.ଏସ୍‌. ଈଶ୍ୱରପ୍ପାଙ୍କ ବିରୋଧରେ ଏକ ଠିକାକାମ ପାଇଁ ୪୦% କମିଶନ ଦାବି ଅଭିଯୋଗ ଆଣିଥିବା ଜଣେ ଠିକାଦାରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଉଡୁପିସ୍ଥିତ ଏକ ଲଜ୍‌ରୁ ମଙ୍ଗଳବାର ସକାଳେ ତାଙ୍କ ମୃତଦେହ ମିଳିଛି। ତାଙ୍କ ନାମ ସନ୍ତୋଷ ପାଟିଲ। ସନ୍ତୋଷ ମୃତ୍ୟୁ ପୂର୍ବରୁ ଭୋର ସମୟରେ ଗଣମାଧ୍ୟମ ଓ ନିଜ ବନ୍ଧୁମାନଙ୍କୁ ଶେଷ ମେସେଜ୍‌ ପଠାଇଥିଲେ। ସେଥିରେ ସେ ମୃତ୍ୟୁ ପାଇଁ ଈଶ୍ୱରପ୍ପାଙ୍କୁ ଦାୟୀ କରିଥିଲେ। ମନ୍ତ୍ରୀଙ୍କ ଯୋଗୁ ସେ ଆମତ୍ହତ୍ୟା କରିବାକୁ ଯାଉଥିବା ଦର୍ଶାଇଥିଲେ। ଠିକାଦାର ସନ୍ତୋଷଙ୍କ ମୃତଦେହ ନିକଟରୁ ଏକ ସୁଇସାଇଡ୍‌ ନୋଟ ମିଳିଛି। ସେଥିରେ ସେ ତାଙ୍କ ମୃତ୍ୟୁ ପରେ ସ୍ତ୍ରୀ ଓ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କର୍ନାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଓ ବରିଷ୍ଠ ଭାଜପା ନେତା ବି.ଏସ୍‌. ୟେଦୁରପ୍ପାଙ୍କୁ ଅନୁରୋଧ କରିଛନ୍ତି।
ଆର୍‌ଡିପିଆର୍‌ ମନ୍ତ୍ରୀ କେ.ଏସ୍‌. ଈଶ୍ୱରପ୍ପା ହିଁ ମୋ ମୃତ୍ୟୁ ପାଇଁ ଦାୟୀ। ମୁଁ ମୋର ସବୁ ଆଶା ଆକାଂକ୍ଷାକୁ ଏଡ଼ାଇଦେଇ ଏହି ଚରମ ନିଷ୍ପତ୍ତି ନେଉଛି। ମୋ ସ୍ତ୍ରୀ ଓ ପିଲାଛୁଆଙ୍କୁ ସାହାଯ୍ୟ କରିବା ପାଇଁ ଆମ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ପ୍ରିୟ ଲିଙ୍ଗାୟତ ନେତା ବିଏସ୍‌ଓ୍ବାଇଙ୍କୁ ହାତ ଯୋଡ଼ି ଅନୁରୋଧ କରୁଛି ବୋଲି ସୁଇସାଇଡ୍‌ ନୋଟ୍‌ରେ ଉଲ୍ଲେଖ କରାଯାଇଛି। ପୋଲିସ କହିଛି, ସନ୍ତୋଷ ରହୁଥିବା ରୁମ୍‌ ପାଖରେ ତାଙ୍କ ବନ୍ଧୁମାନେ ରହୁଥିଲେ। ମାମଲାର ତଦନ୍ତ କରାଯାଉଛି। ସନ୍ତୋଷଙ୍କ ମୃତ୍ୟୁକୁ ନେଇ ଈଶ୍ୱରପ୍ପା ନିଜ ପ୍ରତିକ୍ରିୟାରେ କହିଛନ୍ତି, ସେ ଗଣମାଧ୍ୟମରୁ ଏହି ଆମତ୍ହତ୍ୟା ବିଷୟରେ ଶୁଣିବାକୁ ପାଇଛନ୍ତି। ମୃତକଙ୍କୁ ସେ ଚିହ୍ନିନାହାନ୍ତି।
ପ୍ରକାଶ ଯେ, ସନ୍ତୋଷ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କ ନିକଟକୁ ଏକ ପତ୍ର ଲେଖି ୪ କୋଟି ଟଙ୍କାର ଏକ ଠିକା କାମ ପାଇଁ ଈଶ୍ୱରପ୍ପା ତାଙ୍କୁ ୪୦% କମିଶନ ମାଗିଥିବା ଅଭିଯୋଗ ଆଣିଥିଲେ। ଗତମାସ ଈଶ୍ୱରପ୍ପା ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ବିରୋଧୀ କଂଗ୍ରେସ ମନ୍ତ୍ରୀ ଈଶ୍ୱରପ୍ପାଙ୍କ ଇସ୍ତଫା ସହ ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ଏବଂ ମାମଲାର ନିରପେକ୍ଷ ତଦନ୍ତ ଦାବି କରିଛି। ଈଶ୍ୱରପ୍ପା କହିଛନ୍ତି, ଇସ୍ତଫା ଦେବାର ପ୍ରଶ୍ନ ଉଠୁନାହିଁ। ସନ୍ତୋଷ ପାଟିଲଙ୍କ ବିରୋଧରେ ସେ ଦାଏର କରିଥିବା ମାମଲାର କୋର୍ଟ ରାୟକୁ ଅପେକ୍ଷା କରିବାକୁ ପଡ଼ିବ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ମୃତ୍ୟୁରେ ମୋଦି ଓ ବୋମାଇଙ୍କ ସମ୍ପୃକ୍ତି ଥିବା ଦର୍ଶାଇଛନ୍ତି। ଉଭୟେ ସନ୍ତୋଷଙ୍କ ଅନୁରୋଧକୁ ରକ୍ଷା କରି ନ ଥିବା ରାହୁଲ କହିଛନ୍ତି। ରାଜ୍ୟ ବିରୋଧୀ ଦଳ ନେତା ସିଦ୍ଦାରାମାୟା ମଧ୍ୟ କର୍ନାଟକ ଭାଜପାକୁ ମୃତ୍ୟୁ ପାଇଁ ଦାୟୀ କରିଛନ୍ତି। କର୍ନାଟକ କଂଗ୍ରେସ ସଭାପତି ଡି.କେ. ଶିବକୁମାର କହିଛନ୍ତି, ଏହା ଆମତ୍ହତ୍ୟା ନୁହେଁ, ହତ୍ୟା। ଭାଜପା ମୁହଁରେ ଟିକିଏ ବି ଲଜ୍ଜା ଥିଲେ ସେମାନେ ମନ୍ତ୍ରୀଙ୍କୁ ତୁରନ୍ତ ଗିରଫ କରାନ୍ତୁ। ସନ୍ତୋଷ ପାଟିଲଙ୍କ ହତ୍ୟାର ବିଚାରବିଭାଗୀୟ ତଦନ୍ତ ସମୟବଦ୍ଧ ଭାବେ କରାଯାଉ। ମୁଖ୍ୟମନ୍ତ୍ରୀ ବୋମାଇ ପୋଲିସକୁ ପୁଙ୍ଖାନୁପୁଙ୍ଖ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri