ଖଣି ଅଞ୍ଚଳ ଏବେ ଶସ୍ୟଶ୍ୟାମଳା

ଯୋଡ଼ା,୧୮ା୧୧(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଯୋଡ଼ା ଖଣି ଅଞ୍ଚଳ, ଭୌଗୋଳିକ ଦୃଷ୍ଟିକୋଣରୁ ବଣ ପାହାଡ଼ ଘେରା ଏହି ଅଞ୍ଚଳରେ ରାଜ୍ୟର ଅନେକ ଛୋଟ ବଡ଼ ଲୁହାପଥର ଖଣି ରହିଛି। ଏଠାକାର ମାଟି ପଥୁରିଆ ହୋଇଥିବାରୁ ଚାଷ କରିବା ଏତେ ସହଜ ହୋଇ ନ ଥାଏ। ଏହି ମାଟିରେ ପରିବା ଚାଷ କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ସଫଳଚାଷୀ ଗଙ୍ଗା ମୁଣ୍ଡା। ଖଣି ଅଞ୍ଚଳକୁ ସବୁଜିମା ତଥା ଶସ୍ୟଶ୍ୟାମଳାରେ ପରିଣତ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ତାଙ୍କ ଦ୍ବାରା ଉତ୍ପାଦିତ, ବାଇଗଣ, କୋବି, ବିନ୍ସ, ବିଲାତି ପ୍ରଭୃତି ପରିବା ବ୍ୟବସାୟୀମାନେ କିଣି ବଜାରରେ ବିକ୍ରି କରୁଛନ୍ତି। କେନ୍ଦୁଝର ଜିଲା ଖଣି ଅଞ୍ଚଳର ଯୋଡ଼ା ପୌରାଞ୍ଚଳ ଅଧୀନ ୬ ନଂ. ଓ୍ବାର୍ଡର ଗଙ୍ଗାଙ୍କୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା।
ଏ ସମ୍ପର୍କରେ ଯୋଡ଼ା ବିକାଶ ପରିଷଦ ସଭାପତି ନିରଞ୍ଜନ ବହିଦାର କହିଛନ୍ତି, ଖଣି ଅଞ୍ଚଳ ଯୋଗୁ ପ୍ରାୟତଃ ୯୦ ପ୍ରତିଶତ ଲୋକ ଖଣି କାମରେ ନିୟୋଜିତ ରହିଥିଲେ। କିଛିବର୍ଷ ପୂର୍ବେ ଖଣିଗୁଡ଼ିକରେ ମେଶିନ ବ୍ୟବହାର ହୋଇଯିବାରୁ ଅନେକ ଶ୍ରମିକ ଶ୍ରେଣୀର ଲୋକ ରୋଜଗାର ହରାଇଲେ। ଏପରି ସ୍ଥଳେ ଗଙ୍ଗା ଖଣି ଅଞ୍ଚଳରେ ଚାଷ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ସ୍ଥାନୀୟ ଯୋଡ଼ା ଅଞ୍ଚଳବାସୀ ତଥା ଅବସରପ୍ରାପ୍ତ ଶିକ୍ଷକ ସୋମନାଥ ମହାନ୍ତି କହିଛନ୍ତି, ଖଣି ଅଞ୍ଚଳରେ ଦିନକୁ ଦିନ ଅଧିକ ଯାନ୍ତ୍ରିକ ଖଣି କରାଯାଉଥିବାରୁ ଶ୍ରମିକମାନଙ୍କୁ ଆଉ କାମ ମିଳୁନାହିଁ। ବ୍ୟାପକ ଖଣି ଖନନ ଦ୍ୱାରା ପରିବେଶ ପ୍ରଦୂଷଣ ହେବା ସହିତ ଜମିର ଉର୍ବରତା ନଷ୍ଟ ହେଉଛି। ତଥାପି ନିଜର ଦୃଢ଼ ଇଚ୍ଛାଶକ୍ତି ଓ ପରିଶ୍ରମ ବଳରେ ଗଙ୍ଗା ଖଣି ଅଞ୍ଚଳରେ ଜଣେ ସଫଳ ଚାଷୀ ରୂପେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ଗଙ୍ଗାଙ୍କ ସ୍ତ୍ରୀ ସୁମିତ୍ରା ମୁଣ୍ଡା କୁହନ୍ତି, କାମଧନ୍ଦା ଅଭାବରୁ ଚାଷକାମକୁ ଆପଣେଇଛନ୍ତି। ତାଙ୍କୁ କିଛି ସରକାରୀ ପ୍ରୋତ୍ସାହନ ମିଳିଲେ ତାଙ୍କ ପରିବାର ଆହୁରି ଅଧିକ କିଛି କରିପାରନ୍ତେ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ନୂଆ ଇନ୍ସପେକ୍ଟର: ଅଞ୍ଚଳରେ ପୂର୍ବରୁ ରହିଛି ଅଭିଜ୍ଞତା

ଦାରିଙ୍ଗବାଡି,୨୨।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ ନୂତନ ଇନ୍ସପେକ୍ଟର ଭାବେ ସଂଗ୍ରାମ କେଶରୀ ଜେନା ଯୋଗଦାନ କରିଛନ୍ତି। ସେ ଏବେ ଅତିରିକ୍ତ ଥାନା ଅଧିକାରୀ...

ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲି…ଅବସର କଥା କହି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୧୨: ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରୁ ଜଣେ ରୋହିତ ଶର୍ମା ତାଙ୍କ କ୍ୟାରିୟର ବିଷୟରେ ଏକ ଖୁଲାସା କରିଛନ୍ତି। ଏହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ଦୁଇଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି ।ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର...

ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ FTA ଘୋଷଣା, ୨୦ ନିୟୁତ ଡଲାରର ନିବେଶ

ନୂଆଦିଲ୍ଲୀ,୨୨।୧୨: ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଭାରତ ଆଉ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର...

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଭୟଙ୍କର ଦୁର୍ଘଟଣା: ଡିଭାଇଡରରେ ପିଟି ହୋଇ ରାଜପଥରେ ଓଲଟିଲା ବସ୍, ୧୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୨।୧୨: ଇଣ୍ଡୋନେସିଆରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ରିପୋର୍ଟ ଅନୁଯାୟୀ ରବିବାର ବିଳମ୍ବିତ ରାତିରେ ଇଣ୍ଡୋନେସିଆର ମୁଖ୍ୟ ଦ୍ୱୀପ ଜାଭାରେ ଏକ ଯାତ୍ରୀବାହୀ ବସ୍...

୭ଦିନ ଜାରି ରହିବ ଶୀତ ଲହରି

ଭୁବନେଶ୍ୱର,୨୨ା୧୨(ବନ୍ଦନା ସେଠୀ): ରାଜ୍ୟରେ ଶୀତ ଲହରି ଜାରି ରହିବ। ଆସନ୍ତା ୭ଦିନ ପର୍ଯ୍ୟନ୍ତ ପାଣିପାଗର କୌଣସି ବିଶେଷ ପରିବର୍ତ୍ତନ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ମନ୍ତ୍ରୀ ଦେଲେ ବଡ଼ ପ୍ରତିଶ୍ରୁତି: ଗୁରୁକୁଳ ଖୋଲିବା ସହ ଶୀତ ମହୋତ୍ସବ ହେବ ଆଡମ୍ବରପୂର୍ଣ୍ଣ

ଦାରିଙ୍ଗବାଡି, ୨୨।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସୋମବାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗସ୍ତ କରିଛନ୍ତି। ସେ ସକାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri