ଫୁଲବାଣୀରେ ସର୍ବନିମ୍ନ ପାରଦ ୯.୫ ଡିଗ୍ରୀ

ଭୁବନେଶ୍ୱର,୨୮।୧୧(ବ୍ୟୁରୋ): ସାରା ଓଡ଼ିଶାରେ ଶୀତର ଲହରି ଜାରି ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ୧୦ଡିଗ୍ରୀ ରହୁଛି। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ପ୍ରଭାବ ଅଧିକ ଅନୁଭୂତ ହେଉଛି। ରବିବାର ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୯.୫ଡିଗ୍ରୀ ସହ ସବୁଠାରୁ ଥଣ୍ଡା ସହର ରହିଥିଲା। ସେହିପରି ୨୨ଟି ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିଲା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, କେନ୍ଦୁଝରଗଡ଼ରେ ୧୦, ଦାରିଙ୍ଗବାଡ଼ିରେ ୧୦, ଝାରସୁଗୁଡ଼ା ୧୦.୬, ବାଲେଶ୍ୱର ୧୩.୯, କଟକ ୧୪.୮, ଭୁବନେଶ୍ୱର ୧୪, ଅନୁଗୋଳ ୧୨.୬, ବାରିପଦା ୧୪, ସମ୍ବଲପୁର ୧୩.୫, ସୁନ୍ଦରଗଡ଼ ୧୨, ହୀରାକୁଦ ୧୧.୮, ଭବାନୀପାଟଣା ୧୩, ବଲାଙ୍ଗୀର ୧୩.୫, କୋରାପୁଟ ୧୨.୬, ଟିଟିଲାଗଡ଼ ୧୪, ସୋନପୁର ୧୩.୯, ବୌଦ୍ଧ ୧୪, ଭଦ୍ରକ ୧୪, ବରଗଡ଼ ୧୨.୪, ଦେବଗଡ଼ ୧୧.୫, କେନ୍ଦ୍ରାପଡ଼ାରେ ୧୪.୨ ଡିଗ୍ରୀ ତାପମାତ୍ରା ରହିଥିଲା। ସେହିଭଳି ଚାନ୍ଦବାଲି ଓ ନୟାଗଡ଼ରେ ୧୫ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆସନ୍ତା ୫ଦିନ ପର୍ଯ୍ୟନ୍ତ ଏହିଭଳି ଥଣ୍ଡା ଅନୁଭୂତ ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରୁ ବହୁଥିବା ପବନର ପ୍ରଭାବରେ ତାପମାତ୍ରା ହ୍ରାସ ପାଉଛି। ଆସନ୍ତା ୪ରୁ ୫ ଦିନ ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।