ଆସୁନାହାନ୍ତି ମିଲର, ଜଗି ବସିଛନ୍ତି ଚାଷୀ

ନୟାଗଡ଼ ଅଫିସ,୯।୨: ନୟାଗଡ଼ ଜିଲାରେ ଧାନ କ୍ରୟ ଶେଷ ହୋଇ ଆସୁଛି । ଏଭଳିସ୍ଥଳେ ଧାନକିଣାରେ ଦେଖା ଦେଇଥିବା ଅବ୍ୟବସ୍ଥା ଦୂର ହୋଇ ପାରୁନି । ଓଡ଼ଗଁା ବ୍ଲକ ପଞ୍ଚରିଡା ମାନପୁର ଧାନକ୍ରୟ କେନ୍ଦ୍ର(ମଣ୍ଡି)ରେ ମିଲରକୁ ଅପେକ୍ଷା କରି ବସିଛନ୍ତି ଚାଷୀ । ଅଥଚ ମିଲର ଆସୁ ନାହାନ୍ତି କି ଧାନ ନେବା ପାଇଁ ଗାଡ଼ି ପଠାଉ ନାହାନ୍ତି । କେତେଜଣ ଚାଷୀଙ୍କ ଟୋକନ ଅବଧି ଶେଷ ହେବାକୁ ବସିଛି। ଏଭଳିସ୍ଥଳେ ଗତ ପାଳିରେ ଚାଷୀ ମଣ୍ଡିଠାରୁ ୧ କିମି ଦୂର ଯାଇ ମିଲରଙ୍କୁ ଧାନ ବିକ୍ରି କରିଥିଲା । ଏଥର ଅବସ୍ଥା ପୁରା ଅସମ୍ଭାଳ ହେଲାଣି । ଏନେଇ ଚାଷୀ ଗଙ୍ଗା ରାଉତ ଓ ଭଗବାନ ଭୋଳ କୁହନ୍ତି, ପଞ୍ଚରିଡ଼ା ମାନପୁର ଓ ଗୋଡ଼ିପଲ୍ଲି ପାଇଁ ପଞ୍ଚରିଡ଼ା ମାନପୁରଠାରେ ମଣ୍ଡି ଖୋଲିଛି । ତେବେ ସମ୍ବଲପୁର ମିଲର ଧାନ କିଣିବାକୁ ଆସୁ ନାହାନ୍ତି । ନୟାଗଡ଼ ମିଲରଙ୍କଠାରୁ ସମ୍ବଲପୁର ମିଲର ଭଲ ହୋଇଥିଲେ ହେଁ ଆମ ମଣ୍ଡିକୁ କାହିଁକି ଅଣଦେଖା କରୁଛି ବୁଝାପଡୁନି । ଗତ ଶୁକ୍ରବାରଠାରୁ ଧାନ ବିକ୍ରି କରିବାକୁ ଚାଷୀମାନେ ଅପେକ୍ଷା କରି ବସିଛନ୍ତି ।

ବଡ଼ ଚାଷୀଙ୍କ ଟୋକନ ଆସିନି: ବଡ଼ ଓ ମଧ୍ୟବିତ୍ତ ଚାଷୀଙ୍କ ଧାନ ବିକ୍ରି ପାଇଁ ଟୋକନ ଆସୁନି । ଟୋକନ ଆସିବ କି ନାହିଁ ଜଣାପଡୁ ନାହିଁ । ଚାଷୀମାନେ କାହିଁକି ଟୋକନ ଆସୁନି ବୋଲି ପାକ୍ସ ସମ୍ପାଦକ ଓ ଯୋଗାଣ ବିଭାଗକୁ ବାରମ୍ବାର ପଚାରୁଛନ୍ତି। ତେବେ ସମସ୍ତଙ୍କଠାରୁ ଉତ୍ତର ମିଳୁଛି ଅପେକ୍ଷା କର, ଟୋକନ ଆସିବ । ଅନ୍ୟପକ୍ଷେ ଟୋକନ ଥାଇବି କେତେଜଣ ଚାଷୀ ଧାନ କିଣାର ଅବ୍ୟବସ୍ଥା ଦେଖି ମଣ୍ଡିକୁ ଯାଉ ନାହାନ୍ତି । ସ୍ବଳ୍ପ ଦାମରେ ଚାଷୀ ବ୍ୟବସାୟୀଙ୍କୁ ଧାନ ବିକ୍ରି କରୁଛି । ଚାଷୀଙ୍କ ସମସ୍ୟା ସମାଧାନ ହେଉ ନ ଥିବାରୁ ମଧ୍ୟସ୍ଥି, ବ୍ୟବସାୟୀମାନେ ମିଲର ଓ ପାକ୍ସ ସମ୍ପାଦକଙ୍କୁ ଧରାଧରି କରି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି । ମିଲର ଓ ପାକ୍ସ ସମ୍ପାଦକ ମଧ୍ୟ ଅନୁରୂପ ଭାବେ ମଧ୍ୟସ୍ଥି ଓ ବ୍ୟବସାୟ ଯୋଗୁ ଲାଭରେ ରହୁଛନ୍ତି ।

ମଧ୍ୟସ୍ଥି କରୁଛନ୍ତି ପାକ୍ସ କର୍ମଚାରୀ: ଚଢ଼େୟାପଲି ପାକ୍ସର କେତେଜଣ କର୍ମଚାରୀ କଳସାଖମଣ ପାକ୍ସ ଅଞ୍ଚଳରୁ ଧାନ କିଣୁଛନ୍ତି। ସେହି ଧାନକୁ କେତେଜଣ ଚାଷୀଙ୍କୁ ହାତଗୁଞ୍ଜା ଦେଇ ଚଢ଼େୟାପଲି ପାକ୍ସରେ ବିକ୍ରୟ କରୁଛନ୍ତି । ପାକ୍ସ କର୍ମଚାରୀଙ୍କ ଏହି ମଧ୍ୟସ୍ଥି ନୀତକୁ ଚାଷୀମାନେ ନାପସନ୍ଦ କରୁଛନ୍ତି । ହେଲେ ଆଦିବିସୀ ଅଧ୍ୟୁଷିତ ଅଞ୍ଚଳର ଏପରି ଅସୁବିଧାକୁ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି । ଅପରପକ୍ଷେ ଚଢ଼େୟାପଲି ଓ କଳାସଖମଣ ପାକ୍ସରେ ନେଟ୍‌ୱାର୍କ କାମ କରୁ ନାହିଁ । ଏଣୁ ସେଠାରେ ଅଫ୍‌ଲାଇନରେ ଧାନ କିଣା ଚାଲିଛି । ଗତ ବର୍ଷ ଅଫ୍‌ଲାଇନରେ ଧାନ କିଣା ହୋଇ ୩୦ରୁ ଊର୍ଦ୍ଧ୍ୱ ଚାଷୀଙ୍କ ଧାନ କିଣା ଟଙ୍କା ଆତ୍ମସାତ୍‌ କରାଯାଇଥିଲା । ଏଠାର ଚାଷୀମାନେ ବିଷ ବୋତଲ ଧରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିଥିଲେ। ଚଳିତ ବର୍ଷ ପୁଣି ସେହିପରି ଧାନ କିଣାରେ ଅନିୟମିତତା ହୋଇଥିବାର ଅଭିଯୋଗ ହୋଇଛି । ଏଣୁ ଯୋଗାଣ ବିଭାଗ ଓ ପ୍ରଶାସନ ଆଗୁଆ ଏ ଦିଗରେ ପଦକ୍ଷେପ ନେବାକୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri